Write your text here...

ପରିବର୍ତ୍ତନ

ଡ.ପଦ୍ମଲୋଚନ ରାଉତ

ସରକାର ବଦଳିଗଲା

ଅପପ୍ରଚାରରେ

ମିଥ୍ୟା ପ୍ରତିଶ୍ରୁତିରେ

ଆଉ ବେଶି ମାଗଣା

ପାଇବା ନିଶାରେ..... !

ସରକାର ବଦଳିଗଲା ପରେ

ବଦଳି ଗଲା

ଖବର କାଗଜର ରୂପ

ସମ୍ବାଦର ଶିରୋନାମା

କାରଣ ---

ବର୍ଷା ଯୁଆଡେ ଛତା ସିଆଡେ ...।

ବଦଳି ଗଲା ରାତାରାତି

ବସ, କାନ୍ଥ, ସଭା ମଞ୍ଚ

ଆଉ ଷ୍ଟାଡିୟମର ରଙ୍ଗ

ନୀଳ ବର୍ଣ୍ଣ ଶୃଗାଳ

ଏବଂ ବହୁରୂପୀ

ଏଣ୍ଡୁଅର ବେଶ ।

ହଁ, ଏଠି ନେତାମାନେ

ରୂପ ବଦଳାନ୍ତି

ପ୍ରତି ମୁହୂର୍ତ୍ତରେ

କ୍ଷମତା, ପଦବୀ

ଆଉ ରାଜ କୋଷ

ଲୁଟିବା ନିଶାରେ....।

ସମୟ ବି ବଦଳି ଯାଏ

ବଦଳି ଯାଆନ୍ତି ଜନତା

ବୋତଲେ ମଦ

ଅବା ଟଙ୍କା ପାଆଁ ଶ ' ରେ ...!

ଚାହୁଁ ଚାହୁଁ ଚାଲି ଯିବ

ପାଞ୍ଚ ବର୍ଷ

ସୂର୍ଯ୍ୟ ଚନ୍ଦ୍ର ବି

ଏଠି ରଙ୍ଗ ବଦଳାନ୍ତି

ଗଣତନ୍ତ୍ରର ପରିଧି ଭିତରେ ...!

ସବୁ ବଦଳି ଯିବ

କିନ୍ତୁ ଇତିହାସ ବଦଳିବନି

ସତ୍ୟ ଚିରଦିନ ସତ୍ୟ

ଯେତେ ଚିତ୍କାର କଲେବି

ଅହରହ ଜଳୁଥିବ

ସତ୍ୟ ର ପ୍ରଦୀପ

ଏଇ ଅଗଣା ରେ....!!

ଭାନୁପ୍ରେମେ ଭାନୁପ୍ରିୟା

(( ବେଣୁଧରସୂତାର ))

ଭାନୁ ଚିତ୍ତହାରୀ ସଲିଳ ସୁନ୍ଦରୀ

ବହଳ ପ୍ରେମର ଚାରୁ ରଚନା

ପ୍ରଣୟ ପୁରୀର ସ୍ଵପ୍ନକୁମାରୀ ସେ

ଅମିୟ ଅରୁଣ ଅଂଶୁ ଅଞ୍ଜନା

ବନଜା ଲାବଣ୍ୟବତୀ

ଅଂଶୁମାଳୀ କର ତନ୍ମୟ ପରଶେ

ବିକଶି ଉଠଇ ଶାଶ୍ଵତ ପ୍ରୀତି ।।

ନବନୀତ ଦଳା ଶିରିଷ ମୃଦୁଳା

ଅନୁପମ ରୂପ ଲାବଣ୍ୟ ଠାଣି

ପବିତ୍ର ପ୍ରେମର ମହକ ମଧୁରେ

ଅମିୟ ରାସର ମାଧୁର୍ଯ୍ୟ ମଣି

ନୈସର୍ଗିକ ପ୍ରୀତି ଧାରା

ନିସର୍ଗ ନାୟିକା ପ୍ରୀତିର ବାଟିକା

ପ୍ରେମମୟ ତୀର୍ଥ ଏ ବସୁନ୍ଧରା ।।

ନିତ୍ୟ ନିରନ୍ତର ଦେବ ଦିବାକର

ଉଷା ଆଗମନେ ଜ୍ୟୋତିପ୍ରକାଶେ

ଚାରୁହାସିନୀ ସେ ସଲିଳ ବାସିନୀ

ପ୍ରୀତି ଛନ୍ଦେ ଭାନୁ ମନକୁ ରସେ

ପ୍ରୀତି ମଗ୍ନା କମଳିନୀ

ରାସବିନୋଦିନୀ ପୀରତିକାମିନୀ

ତରୁଣ ଅରୁଣ ମନ ମୋହିନୀ ।।

ପ୍ରୀତିମୟ ରସେ ପ୍ରଣୟ ପୀୟୂଷେ

ଭିଜା ଭିଜା ପ୍ରେମ ସୁଧା ସଙ୍ଗିନୀ

ଉଷା ଅବକାଶେ ଅନୁପମ ରାସେ

ମିହିର ପ୍ରେମର ମଗ୍ନା ନଳିନୀ

ଉପମା ଅତୁଳନୀୟ

ଅନନ୍ୟ ପ୍ରେମର ଅବ୍ୟକ୍ତ ଭାବର

ମିଳନର ଭାଷା ଅବର୍ଣ୍ଣନୀୟ ।।

ଯୋଜନ ଯୋଜନ ପଥ ଅତିକ୍ରମି

ନବ ଅଭିସାରେ ମରତେ ଆସ

ଲାସ୍ୟ ଅଧରରେ ଚୁମ୍ବନମୋଦରେ

ବୋଳି ଦିଅ ଚାରୁ ରାସ ପୀୟୂଷ

ତନୁ ତୀରେ ଉନ୍ମାଦନା

ଅପ୍ରାକୃତ ପ୍ରେମ ଗୋପନ ରହସ୍ୟ

ଜ୍ଞନ କୁ ଅଗମ୍ୟ ଅଟଇ ସିନା ।।

ବିଶ୍ଵାସ ବେଦିରେ ବିଶୁଦ୍ଧ ସଙ୍କଳ୍ପ

ଭରଇ ଜୀବନେ ପ୍ରୀତି ଅମୃତ

ପ୍ରେମନୁହେଁ ଖାଲି ଦେହର ବିଳାସ

ଦେହାତୀତ ଭାବ ଚିର ଶାଶ୍ଵତ

ଭାନୁପ୍ରେମେ ଭାନୁପ୍ରିୟା

ମିଳନ ଆସରେ ପ୍ରଣୟ ରାସରେ

ମର୍ତ୍ତ୍ୟପୁରେ ରଚେ

ପ୍ରେମର ମାୟା।।

ପ୍ରେମପାଶେନାହିଁ ଜାତିଗୋତ୍ରଭାବ

ଅବା ଦୂରତାର ବାଧା ବନ୍ଧନ

ପ୍ରେମଲୋଡ଼େନାହିଁ ସ୍ଵୀକୃତିସ୍ଵାକ୍ଷର

ସାମାଜିକ ପ୍ରଥା ବିଧି ବିଧାନ

ଶାଶ୍ଵତ ପ୍ରେମର ଭାଷା

ଅପ୍ରାକୃତ ପ୍ରେମ ଆତ୍ମୀକ ମିଳନ

ତୁଚ୍ଛ ଏଠି ସିନା ଦେହ ପିପାସା ।।

*********

କେଶଦୁରାପାଳ କେନ୍ଦୁଝର

ଦୂରଭାଷ-୯୧୭୮୫୬୮୨୪୬

ଭାବନାମୋ ଅନାବନ

ବେଳାଭୂମିପରେ ବସିଥିଲି ଦିନେ

ଭାବନାରେ ଥିଲି ମଜ୍ଜି,

ମନ-ତଟିନୀ ମୋ' ବହି ଯାଉଥିଲା

ଅଧୀର ଭାବରେ ହଜି। (୧)।।

ବ୍ୟାକୁଳ ମନରେ ଧାଉଁଥିଲା ସେତ

ସାଗର- ସଙ୍ଗମପାଇଁ,

ମୁଁ କେଉଁ ଭାବରେ ବସିଥିଲି ଅବା

ବୁଝି ପାରେନାହିଁ କାହିଁ?। (୨)।।

ଜୀବନର ଦରଫୁଟିଲା ହସକୁ

ଜୋର କରି ହେଜୁଥିଲି,

ନିଜ ଭାବନାକୁ ହଜାଇ ଦେଇଛି

ମନେ ମନେ ଜାଣିଥିଲି। (୩)।।

ତଥାପି ଆଶାର କ୍ଷୀଣ ବାରିଧାରା

ପଡୁଥିଲା ସତେ ଝରି,

କାହାପାଇଁ ମନେ ଅଧୀରତା ବଢେ

କହୁଥିଲା ଥିରି-ଥିରି। (୪)।।

।।। ଚିତ୍ରା ରାଣୀ ପାତ୍ର।।।

।। ବାଲେଶ୍ୱର।।

ପ୍ରେରଣା ପୀୟୂଷ

(( ବେଣୁଧର ସୂତାର ))

ବିଶ୍ଵାସର ପୁଣ୍ୟ ପଣତରେ

ମାଖି ଦେଇ ପ୍ରେରଣା ପୀୟୂଷ

ଜୀବନର ସବୁଜ କ୍ଷେତରେ

ସ୍ଵପ୍ନ ଦେଖେ ମାଟିର ମଣିଷ ।।

ପ୍ରାଣେ ଭରେ ନବ ଉଦ୍ଦୀପନା

ଜୀବନରେ ମଧୁର ପ୍ରେରଣା

ପ୍ରେମ ପ୍ରୀତି ସୁରଭିରେ ଭରା

ମହକାଏ ମନର ଅଗଣା ।।

ପ୍ରେରଣାର ମୁଗ୍ଧ ଭାବାବେଗ

ପ୍ରାଣେ ଭରେ ନୂଆ ସମ୍ଭାବନା

ବିଶ୍ଵାସର ଅମିୟ ତରଙ୍ଗେ

ହୃଦେତୋଳେ ପବିତ୍ର ଭାବନା ।।

ସମ୍ପର୍କର ମଧୁର ବନ୍ଧନେ

ବୟସର ସ୍ଵର୍ଣ୍ଣିମ ସପନେ

ଜୀବନରେ ଭରଇ ପୂର୍ଣ୍ଣତା

କର୍ତ୍ତବ୍ୟର ମନ୍ଦ୍ରିତ ଆହ୍ଵାନେ ।।

ପ୍ରେରଣାର ନିଃସର୍ତ୍ତ ଆବେଗେ

ଜୀବନରେ ଛନ୍ଦ ଭରେନୁଆ

ପ୍ରିୟଜନ ପ୍ରୀତିର ରୋମାଞ୍ଚେ

ମଧୁମୟ ଲାଗେ ଏ ଦୁନିଆଁ ।।

ନିରାଶାର ନିଥର ବୁକୁରେ

ପ୍ରେରଣା ଯେ ଅମିୟ ଝରଣା

ସଞ୍ଜୀବନୀ ବୁଣି ଦିଏ ପ୍ରାଣେ

ହରିନିଏ ଜୀବନ ଯନ୍ତ୍ରଣା ।।

ପିତା ମାତା ଭାଇ ବନ୍ଧୁ ଗୁରୁ

ମହନୀୟ ସ଼ଂସ୍କାର ଧିଷଣା

ସଂପ୍ରୀତିର କୈବଲ୍ୟ ପସରା

ପ୍ରେରଣାର ମଧୁବର୍ଷି ବୀଣା ।।

ପ୍ରେରଣାର ପରିପୂର୍ଣ୍ଣ ଦିଶା

ସୈାଭାଗ୍ୟର ଉଦ୍ଦୀପ୍ତ ସୋପାନ

କର୍ତ୍ତବ୍ୟର ଦିବ୍ୟ ରୂପାୟନେ

ଜୀବନର ହୁଏ ମୂଲ୍ୟାୟନ ।।

*********

କେଶଦୁରାପାଳ କେନ୍ଦୁଝର

ଦୂରଭାଷ -୯୧୭୮୫୬୮୨୪୬

ଆସି ଅଛି ହେମନ୍ତ

~~~~

ଅପସରି ଗଲା ଶରତ ଆସି ଅଛି ହେମନ୍ତ

ଷଡ ଋତୁଚକ୍ର ଘୂରଇ ହସି ଉଠେ ମରତ।

ନିର୍ମଳ ଦିଶଇ ଜଗତ ସତେ କେତେ ରୁଚିର

ପ୍ରଭାତୁ ପଡିଛି ମହୀରେ ଆସି ଶୀତ କାକର।

ପୂର୍ବ ଆକାଶରେ ଉଇଁଲେ ଆସି କରି ମିହିର

ସୁନେଲି କିରଣ ପଡିଣ ସଫା ଦିଶେ ଶିଶିର।

ସରସୀ ଜଳରେ ଫୁଟିଛି କଇଁ କମଳ ଫୁଲ

ଶିଶିର ଆସିଣ ଚୁମ୍ବୁଛି ଦେଖି ରୂପ ମଞ୍ଜୁଳ।

ଭ୍ରମର ଆସିଣ ଫୁଲର ସାଥେ ହେଉଛି ଗେଲ।

କାକର ଟୋପାର ପାଇଁ ପୁଷ୍ପ ଦିଶେ ସୁନ୍ଦର।

ଜଳାଶ୍ରୟ ଦିଶେ ସୁନ୍ଦର ତାର ନିର୍ମଳ ଜଳ

ମରାଳ ଚାହିଁଛି ନୀରକୁ କରି ତିକ୍ଷ୍ଣ ନଜର

ମୀନ ଧରିବାକୁ ବସିଛି ସେହି ଦଳ ଉପର।

ଗଗନରେ ଉଡି ଯାଆନ୍ତି ଆନ ପକ୍ଷୀ ସକଳ।

ମାଛରଙ୍କା ପକ୍ଷୀ ଉଡନ୍ତି ଡେଣା ଝାଡି ଆକାଶେ

ସଙ୍ଗେ ସଙ୍ଗେ ଜଳେ ବୁଡଇ ମୀନ ଧରିବା ଆସେ।

କାକର ପଡିବା ଦେଖିଣ ମତ୍ସ୍ୟ ଗଡିଶା ବାରେ

ସ୍ଥଳ ଭାଗେ ଆସି ଡିଅଁଇ ସେ ଧୂଳି ଧୂସରେ ।

ନୀହାର ରୂପରେ ପଡିଛି ସ୍ୱଚ୍ଛ ମୁକୁତା ପରି

ଘାସ କାଠି କୁଟା ଉପରେ ପଡିଅଛି ବିଛୁରି।

ଶସ୍ୟକ୍ଷେତ୍ରେ ଧାନ କେଣ୍ଡାରେ ପଡିଅଛି ଶିଶିର

ଟୋପା ଟୋପା ବିନ୍ଦୁ ଗୁଡିକ ହିରା ପରି ଉଜ୍ଜ୍ବଳ।

ଶିଶିର ପ୍ରଭାତ ସକାଳୁ ଗ୍ରାମ ବୃଦ୍ଧା ଯୁବତୀ

ମନ୍ଦିର ପହଁରା ପାଇଁକି ଧାଇଁ ଯାନ୍ତି ଝଟତି।

ପାହାନ୍ତା ପ୍ରହରୁ ଉଠିଣ ମାଆ ଭଉଣୀ ମାନେ

ବୃନ୍ଦାବତୀ ପୂଜା କରନ୍ତି ସର୍ବେ ହରଷ ମନେ।

ଶିଶିର ଭିଜାର ସକାଳୁ ଶେଯ ଛାଡି ବଧୂଟି

ଝାଡୁ ସେ ମାରୁଛି ଉଠିଣ ଘର ଅଗଣା ଗୋଟି।

ହସ୍ତ ମାରିନିଏ କୋଲାପ କାକର ଜାଡେ

ଅଗ୍ନିରେ ସେକଇ ହସ୍ତକୁ ନାରୀ କାମର ଭିଡେ।

ସକାଳ ପ୍ରହରୁ କୃଷକ ଯାଏ ବିଲ ବାଡିକୁ

ଶୀତ କାକରକୁ ନମାନି ସଫା କରେ ଖଳାକୁ।

ଶୀତ କାକରରେ କୃଷକ ଧରି ଶଗଡ ଗାଡି

ଜଙ୍ଗଲରୁ ଡାଳ ଆଣିବ କ୍ଷେତେ ବୁଜିବ ବାଡି।

ଜାତି ଜାତି ଫୁଲ ଫୁଟିଛି ପୁଣି ଶୀତ କାକରେ

ପ୍ରଜାପତି ଘୂରି ବୁଲୁଛି ଆସି ପୁଷ୍ପ ଉପରେ।

ଶିଶିରସ୍ନାତ ଯେ ପ୍ରଭାତ ଗୋଟି ବଡ ସୁନ୍ଦର

ଦୃଶ୍ଯ ଗୋଟି ଚିତାକର୍ଷକ ଶିଶିରର ସକାଳ।

********

ବଟକୃଷ୍ଣ ପଣ୍ଡା ଢେଙ୍କାନାଳ

ସମୟ ଭୂଗୋଳେ ଜୀବନ ଗତି

*********

(( ବେଣୁଧର ସୂତାର ))

ଏଇ ମନ ତଳେ ପୁଣ୍ୟ ଭାବନା

ଏଇଠିବି ଅଛି ପାପର ମୋହ

ଏଇମନେ ଉଠେ ବିଷାଦର ଛାୟା

କେବେତ ଝରଇ ଖୁସିର ଲୁହ ।।

ବହଳ ତୃଷ୍ଣାର ଅସରନ୍ତି ଢେଉ

ସୀମା ସରହଦ ପରିଧି ଡେଇଁ

ଅମାନିଆ ମୋହ ଅସୁମାରୀ ଆଶା

ମନ ବେଳାଭୂମି ଯାଉଛି ଛୁଇଁ ।।

ଏଇଜୀବନରେ ସମୟ ଭୂଗୋଳେ

ମଞ୍ଜୁଳ ସ୍ଵପ୍ନରେ ଦେଖାଏ ଆଶା

ଭାବ ତନ୍ମୟରେ ତୋଳଇ ମୂର୍ଚ୍ଛନା

ବଢ଼ାଇ ମନରେ ଭବ ପିପାସା ।।

ଅର୍ଥ କ୍ଷମତାର ଅଦମିତ ମୋହ

ମନରେ ଜନ୍ମାଏ ଅମାପ ପ୍ରୀତି

ଭୋଗ ବିଳାସର

ମୋହିନୀ ମାୟାରେ

ଭୁଲଇ ମାନବ ନୀତି ଅନୀତି ।।

ପ୍ରେମ ପ୍ରଣୟର ନୀଳମାଦକରେ

ଝୁମି ଉଠେ ମନ ସପନ ଭୋଳେ

ପ୍ରେମରେ ବିଫଳ ପୈଶାଚିକ ମନ

ବିକୃତି ପାପର ପ୍ରବୃତ୍ତି ଖେଳେ ।।

ଅମିତ କାମନା ପ୍ରଲମ୍ବିତ ଆଶା

ଆଣଇ ଜୀବନେ ଅନେକ ଝଡ଼

ସଂସାରର ଏଇ ପିଛିଳ ପଥରେ

ଜୀବନ ସାଜଇ ଅନ୍ଧାର ଗଡ଼ ।।

ଅତୀତ ଦିନର କଥା କାହାଣୀର

ଜୀବନ ନାଟକ ମିଛ ସଂଳାପ

ଅନ୍ତରେ ଲେଖଇ ଅନ୍ତିମ ପଂକ୍ତିରେ

ବଳକା ଆୟୁଷେ ଶୂନ୍ୟ ବିଳାପ ।।

ଅସହାୟତାର ଆତ୍ମ ଦହନରେ

ଦୁଃଖ ଯନ୍ତ୍ରଣାର ନୈରାଶ୍ୟ ଜ୍ଵାଳା

ତୁଟିଯାଏ ସବୁ ଆଶା ଆକାଂକ୍ଷାର

ସପନ ବିଳାସୀ ସଉଧ ମାଳା ।।

ପୁଣ୍ୟ କର୍ମେ ମିଳେ ପବିତ୍ର ଆସନ

ପାପୀ ଭୋଗୁଥାଏ ଯନ୍ତ୍ରଣା କଷ୍ଟ

ସ୍ଵାର୍ଥସାଧନର ମତ୍ତ ଅହଂକାରେ

ଜୀବନଟା ହୁଏ ଅଚିରେ ନଷ୍ଟ ।।

ପାପୀମନ ଘୁରେ ତୃଷ୍ଣାର ଆତୁରେ

ଅତୃପ୍ତିର ଅଭିଶପ୍ତ ମରଣ

ଜୀବନଚର୍ଯ୍ୟାର ଶେଷ ଆହୁତିରେ

ପୁଣ୍ୟାତ୍ମାଲଭଇ ପ୍ରାଣେ ନିର୍ବାଣ ।।

*********

କେଶଦୁରାପାଳ କେନ୍ଦୁଝର

ଦୂରଭାଷ -୯୧୭୮୫୬୮୨୪୬

। ସପ୍ତ ସିନ୍ଧୁ।।

ସପ୍ତ ସିନ୍ଧୁକୁ ପାରି ହୋଇକରି

ଆସିଛି ତୁମରି ପାଖ,

ନୀଳ ବୀଚିମାଳା ଲହରୀକୁ ଚାହିଁ

ଦେଖୁଛି ତୁମରି ମୁଖ।।୧।।

ନିର୍ଜନ ରାତିର ନିଃଶବ୍ଦ ଆକାଶ

ଡାକୁଛିକି ହାତ ଠାରି,

ଜୋଛନା କିରଣ ଝରି ପଡୁଛିକି

ମୋ କେଶରେ କେରି କେରି।।୨।।

ଚିକି ମିକି ତାରା ସଜାଇ ଦେଇଛି

ଆକାଶେ ବାସର ଶେଯ

ଝାପସା ଆଲୋକେ ତୁମେକି ଦେଖୁଛ

ମୁହଁକୁ ମୋ ଲାଜ ଲାଜ।।୩।।

ପ୍ରଣୟ ସିକ୍ତ ଦୁଇଟି ମନଯେ

ନୂଆ ଦୁନି ଆକୁ ଆସି,

ବିଭୋର ମନରେ ଦେଖୁଛି ତୁମକୁ

ଝରି ଯାଉଅଛି ଖୁସି।।୪।।

ଯେଉଁଠି ଚାହିଁଲେ ନୀଳ ନୀଳ ଦିଶେ

ଶାଢ଼ୀବି ପିନ୍ଧିଛି ନୀଳ,

ନୀଳ ଆଖି ମୋର ତେରେଛି ଦେଖୁଛି

ସାଗର ବୁକୁର ଖେଳ।।୫।।

ବେଳାଭୂମି ଛୁଇଁ ଲେଉଟି ଆସୁଛି

ଉତ୍ତୁଙ୍ଗ ଲହରୀ ମାଳ,

ତାହାରି ଭିତରେ ହଜିଯିବା ଆସ

ସରି ଆସୁଅଛି ବେଳ।।୬।।

ସ୍ମୃତିରେ ସାଉଁଟି ରଖିବି ତାହାକୁ

ଭୁଲିବାକୁ ଦେବି ନାହିଁ,

ଦିନ ଚାଲିଯିବ ଚିହ୍ନ ରହିଯିବ

ଆମ ପ୍ରୀତି ଗାଥା ଗାଇ।।୭।।

ଦେଖି ଭୁଲେ କବି ମତି

=============

ରୂପ ରାଇଜ ର ତୁମେତ ରୁପଶୀ

ପ୍ରେମ ରାଇଜର ପ୍ରୀତି

ତୁମେତ ଏମିତି ରୂପର ପ୍ରତିମା

ଚାହିଁଲେ ଫେରେନା ଆଖି !!

ବିହି ଗଢିଅଛି ତୁମକୁ ଏମିତି

କେହି ପାରିବେନି ବାଛି

ପାଦଠୁ ମସ୍ତକ ସର୍ବାଙ୍ଗ ସୁନ୍ଦର

ସୁଢୋଳ ଶରୀର ଗୋଟି !!

ଶିବ ବିମୋହିତ ରୂପ ତ ତୁମର

ତୁଳନା ନୋହିବ ରତି

ତୁମକୁ ଦେଖିଲେ ବାଟ ଭୁଲିଯିବେ

ଚାଲି ଯାଉଥିବା ଜତି !!

ଯୁବକ ଦେଖିଲେ ହୋଇବେ ବିକଳ

କରତିବ ତାଙ୍କ ଛାତି

ଶୋଇଲେ ବସିଲେ ଦେଖିବେ ସପନ

ଭାବୁଥିବେ ଦିନ ରାତି !!

କବିର କଲମ ହୋଇବ ନିଶ୍ଚଳ

ଉପମା ନପାଇ କିଛି

ଅପରୂପତନୁ ଦେଖିଲେ ତୁମର

ବିଗିଡିବ କବି ମତି !!

======================

ଭାଗବତ ସାହୁ, ଆଶୁକବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ କୁଟୀର

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276୭।।

।। ଅନ୍ତଃହୀନ ଦୁଃଖ।।

ନୀୟତି ଦେଇଛି ଅସରନ୍ତି ଦୁଃଖ,

ସହିବାକୁ ହେବ ମୋତେ,

ହୀରା ଭାବି ଯାରେ ପାଇଥିଲି ଭଲ

ଦଗା ଦେଇଗଲା କେତେ।।

କାଚର ଟୁକୁରା ନୁହେଁ ସମତୁଲ

ମୂଲ୍ୟବାନ ହୀରା ସାଥେ,

ଯାଚିଲା ଧନକୁ ପାଦରେ ଠେଲିଲା

ବୁଝି ନ ପାରିଲା ମୋତେ।।

ଦଇବ ଦଉଡ଼ି ବାନ୍ଧି ଟାଣୁଅଛି

ମୋ ଗଳାରେ ଫାଶ ଦେଇ,

କୁଆଡେ ଯିବିମୁଁ ମୋ' ଗନ୍ତବ୍ୟ ସ୍ଥଳ

ନିର୍ଦ୍ଧାରିତ କରେ ସେହି।।

ନାହିଁ ଅଭିମାନ କାହାରି ଉପରେ

ସବୁ ମୋର ଭାଗ୍ୟ ଫଳ,

ଯାହାମୁଁ ଭୋଗୁଛି ଏବେ ନିରନ୍ତରେ

ସେତ ମୋର କର୍ମଫଳ।।

।। ଚିତ୍ରା ରାଣୀ ପାତ୍ର।।

।। ବାଲେଶ୍ଵର।

ନିଜେ କିଣ ମଶାରୀଟେ

ରଚନା-କୁଳମଣି ବାରିକ।।

××××××××××××××××××××

ମଶାରୀ ବଣ୍ଟନ,କରିବାକୁ ମନ,

କରିଛନ୍ତି ସରକାର,

ରେସନ ଧାରୀଙ୍କୁ,ଖଣ୍ଡିଏ ଦେବାକୁ,

ମନ ବଳିଛି ତାଙ୍କର।।

ଦାନ କରିବାକୁ,ଆସି ଜିଲ୍ଲାପାଳ,

ବୋଇଲେ ମଶା ପ୍ରବଳ,

କରନ୍ତି ଦଂଶନ,ହୋଇ ହୀନିମାନ,

ବ୍ୟାଧିରେ ପଡ଼ନ୍ତି ନର।।

ତିନି ଗୋଟି ମଶା,ଦିଅନ୍ତି ଦୁର୍ଦ୍ଦଶା,

ଏନୋ-ଫିଲିସ,କ୍ୟୁଲେକ୍ସ,

ଯିଏ ଷ୍ଟିଗୋମିଆ,ଜଳାଏସେ ନିଆଁ,

ରୋଗୀ ହୁଅଇ ପାଉଁଶ।।

ଏନୋଫିଲିସର,ପଳେ ଦଂଶନର,

ଜ୍ୱାଳାନ ସହନ୍ତି ନର,

ମ୍ୟାଲେରିଆ ଜ୍ୱର,କୋପେ ହରବର,

ଭୋଗନ୍ତି କଷଣ ଘୋର।।

କିଏସେ ବଞ୍ଚୁଛି,ଆଉକେ ମରୁଛି,

ଚିକିତ୍ସା ଅଭାବେ ପଡ଼ି,

ଆଉ କିଏ ପୁଣି,ଶୟନେ ଉଜାଣି,

ପଡ଼ି ଥାଏ ମୁହଁ ମାଡ଼ି।।

କ୍ୟୁଲେକ୍ସ ମଶକ,ଅତି ଭୟାନକ,

କାମୁଡ଼ିଲେ ବାରମ୍ବାର,

ରୋଗୀ ବେନିଗୋଡ଼,ହୁଅଇ ଗୋଦଡ଼,

ବୋଲ ତାକୁ ବାତ ଜ୍ୱର।।

ଷ୍ଟିଗୋମିଆ ମଶା,ଦଂଶନେ ଦୁର୍ଦ୍ଦଶା,

ଭୋଗନ୍ତିଯେ ନର-ନାରୀ,

କାହାର ଉଦର,ଆଉ'କା ଶରୀର,

ଫୁଲିଯାଏ ବେଙ୍ଗ ପରି।।

ଏହି ଉପଚାର,କରନ୍ତୁ ହେ ନର,

ନିଜେ କିଣ ମଶାରୀଟେ,

ନିର୍ଭର ନକରି,ହାତ'ନ ପ୍ରସାରୀ,

ଆପେ ଟାଙ୍ଗି ଦିଅ ଖଟେ।।

ମଶକ ଦାଉରୁ,ରକ୍ଷା ପାଇବାରୁ,

ବଞ୍ଚିତ ନହୁଅ ଧନ,

ସର୍ବେ ବାଲ୍ୟକାଳୁ,ମଶକ କବଳୁ,

ରକ୍ଷା ପାଇବାକୁ ଶୁଣ।।

ନଟାଙ୍ଗି ମଶାରୀ,ଶୋଇ ନରନାରୀ,

ବ୍ୟାଧିକୁ ଡାକୁଛ ଠାରି,

ଚିକିତ୍ସା ବିହୀନ,କାଟୁଛ ଜୀବନ,

ଅକାଳରେ ଯିବ ମରି।।

ହୁଅ ସାବଧାନ,ସୁଖରେ ଜୀବନ,

କାଟିବାକୁ ଇଚ୍ଛା କର,

ସୁଖକୁ ଅରଜ,ଈଶ୍ବରଙ୍କୁ ଭଜ,

ରଖ ପ୍ରଭୁ ବେଣୁଧର।।

+++++++++++++++++++

ଶିଶୁଆ,ସାଲେପୁର,କଟକ

ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି

===============

ଆମେ କିଏ ପୁଣି ,କି ଆମ ଠିକଣା

କେଉଁଠାକୁ ଆମ ଗତି,

ଜୀବନ ଉଦ୍ଦେଶ୍ୟ ଲକ୍ଷ୍ୟକୁ ବୁଝିଲେ

ତୁଟିଯିବ ଭବ ଭ୍ରାନ୍ତି।

ସମସ୍ତ ସୃଷ୍ଟିର ସ୍ରଷ୍ଟାଙ୍କ ସହିତ

ନିଜକୁ ଜାଣିବା ପାଇଁ,

ପରମ ତତ୍ତ୍ୱର ଭାଗବତ ସାର

ରହସ୍ୟ ଦିଏ ବୁଝାଇ।

ନଶ୍ୱର ଶରୀରେ ମିଛ ମାୟା ଭରା

ଜନ୍ମମୃତ୍ୟୁର ଏ ଖେଳ,

ବାରମ୍ବାର ମୃତ୍ୟୁ ପାଖରୁ ଦେଖିବି

ଅଜ୍ଞାନୀ ହୁଅଇ ନର।

ସୁଖ,ସମ୍ଭୋଗରେ ରହିଥାଏ ଜଡି

ବିଷମୟ ପାର୍ଥିବରେ,

ପିତାମାତା ଜନ୍ମ,ଶିକ୍ଷକ ଯେ ଜ୍ଞାନ

ଜୀବନ ନିର୍ବାହ ପରେ।

ଜୀବନଦର୍ଶନ ଜ୍ଞାନ ଆହରଣ

ତତ୍ତ୍ୱକୁ ଜାଣିବା ପାଇଁ,

ପ୍ରବଚକ,ସାଧୁ,ପଣ୍ଡିତ ମାଧ୍ୟମେ

ମାର୍ଗ ସରଳ ହୁଅଇ।

ସଂସାର ମଧ୍ୟରେ ଜଡିତ ଥାଇ ବି

ମୋକ୍ଷ ଯେ ସରଳ ହୁଏ,

ଏ ତତ୍ତ୍ୱକୁ ଟିକେ ବୁଝିଗଲାପରେ

ଜୀବନ ସହଜ ହୁଏ।

ପିତା ହେଲେ ଜ୍ଞାନ,ଭ୍ରାତା ହେଲେ ଧର୍ମ,

ଦୟା ସଖା ଯେ ଆବର,

ପତ୍ନୀ ସମ ଶାନ୍ତି,ପୁତ୍ର ସମ କ୍ଷମା

ସଂସାରେ ଅଛି ଯାହାର।

ଅତି ସହଜରେ ହୁଏ ମୋକ୍ଷ ପ୍ରାପ୍ତି

ଜୀବନେ ପାଏ ସୁଗତି,

ଅନାବିଳ ପ୍ରେମ ପ୍ରଭୁଙ୍କ ଚରଣେ

ସଞ୍ଚରିଲେ ଭାବଭକ୍ତି।

କାଷ୍ଠ କି ପାଷାଣ ଅବା ତରୁତୃଣ

ସର୍ବଘଟେ ନାରାୟଣ,

ଭାଗବତ ଗ୍ରନ୍ଥ ଦିଅଇ ଏ ତତ୍ୱ

ସୃଷ୍ଟି କଲେ ଭଗବାନ।

" ଭା " ଅର୍ଥ ଭାବ,' ଗ' ଅର୍ଥ ଜ୍ଞାନ

'ବ' ରୁ ଆସେ ବୈରାଗ୍ୟ,

ବ୍ରହ୍ମମୟ ବିଶ୍ୱ ବ୍ରହ୍ମାଣ୍ଡ ଏ ତତ୍ତ୍ୱ

ଜ୍ଞାନ " ତ" ରୂ ଉଦ୍ଭବ।

ପ୍ରଭୁଙ୍କ ସ୍ୱରୂପ, ଗୁଣ,ଲୀଳା ଭାବ

ରହିଅଛି ପୁରି ଯହିଁ,

ସେ ତତ୍ତ୍ୱକୁ ବୁଝି ଜୀବଜଗତର

କଲ୍ୟାଣ ସାଧନ ପାଇଁ।

ମନୁଷ୍ୟ ଜନମ,ଦୂର୍ଲ୍ଲଭ ଜୀବନ

କର୍ମ,କର୍ତ୍ତବ୍ୟର ମଧ୍ୟେ,

ସଂସାରର ବୋଝ ନୋହିବ ତ ଭାରୀ

ଥିଲେ ସମର୍ପଣ ଭାବେ।

ପରୀକ୍ଷିତ ଯେଣୁ ସପ୍ତଦିନ ଶୁଣି

ଜୀବନ କରିଲେ ଧନ୍ୟ,

ଭବଭୟ ଭ୍ରାନ୍ତି ତୁଟିଲେ ସଂସାରୁ

ଭବସାଗରୁ ଜୀବନ।

ପାରିହୋଇଯିବ ଜାଣ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

"ହେଜୁଥାରେ ମଣି ହେଜୁଥା"

*******

ହେଜୁଥାରେ ମଣି ହେଜୁଥା

କୁମ୍ଭୀରଟା ନେଇ ମଝିରେ ହେଲାଣି

ଚେତନା ଟିକିଏ ଜାଗୁଥା

ହେଜୁଥାରେ ମଣି ହେଜୁଥା।।

ବାଆ ବତାସକୁ ଖାତିରି ନାହିଁ

ବତାସରେ ଆସୁ ଛତାଟେ ନେଇ

ପବନ ବହୁଛି ଅଣଚାଶରେ

ଛତା କି ରହିବ ଏ ପବନରେ

ଜ୍ଞାନ ଘର ଟିକେ ଖୋଲିଥା

ହେଜୁଥାରେ ମଣି ହେଜୁଥା।।

ଦୀପ ଜଳି ଜଳି ହୋଇବ ଶେଷ

ତେଲ ଆଉ ରହିଅଛି ଅଳପ

ଲିଭିଯିବ ଦୀପ ଆସେ ସମୟ

ହାତ ଓଗାଳୁଛୁ ପବନ ଭୟ

ହାତେ ମାପି ମାପି ଚାଲୁଥା

ହେଜୁଥାରେ ମଣି ହେଜୁଥା।।

ପର ପାଇଁ ଖାଲ ନୀତି ଖୋଳୁଛୁ

ନିଜକୁ ନିଜେ ମହାନ ଭାବୁଛୁ

ଧନ ସଞ୍ଚୁଅଛୁ ସଙ୍ଗରେ ନେବୁ

ଶଙ୍ଗାଡିରେ ହାତ ଝୁଲାଇ ଯିବୁ

ଏକଥାକୁ ମନେ ଧରିଥା

ହେଜୁଥାରେ ମଣି ହେଜୁଥା।।

ଉପରେ ବାଘ ପାଣିରେ କୁମ୍ଭୀର

ବାହାରିବା ପାଇଁ ଉପାୟ କର

ଏ ହାତ ପାପ ସେ ହାତ ନ ନେବ

ସବୁ ଅହଙ୍କାର ଚୂର୍ଣ୍ଣ ହୋଇବ

ବେଳ ଥାଉଁ ବନ୍ଧ ବାନ୍ଧୁଥା

ହେଜୁଥାରେ ମଣି ହେଜୁଥା।।

ମାୟା ସଂସାରରେ ହୋଇଛୁ ଜାତ

ଅଭିନୟ ସଚ୍ଚା ହେବା ଉଚିତ

ଯିଏ ଜନ୍ମ ଦେଇ ଆଣିଛି ତୋତେ‌

ତା ପାଶୁ ଉପାୟ ପାଇବୁ ଯେବେ

ପିତାମାତା ପାଦ ଧରିଥା

ହେଜୁଥାରେ ମଣି ହେଜୁଥା।।

**

ହେମନ୍ତ କୁମାର ସାହୁ। ମାହାଙ୍ଗା

ରଙ୍ଗୀନ ସହର

🌸🌸🌸🌸🌸

ରଙ୍ଗୀନ ଜୀବନେ ରଙ୍ଗୀନ ସହର

ରଙ୍ଗୀନ ପ୍ରକୃତି ଦୀପ୍ତି।

ରଙ୍ଗୀନ ରେ କୃତି ରଙ୍ଗୀନ ଆକୃତି

ରଙ୍ଗ ଭରା ମନୋବୃତି।

ରଙ୍ଗୀନ ତପନ ରଙ୍ଗୀନ ଚନ୍ଦ୍ରମା

ରଙ୍ଗୀନ କର ଯୋଛନ।

ରଙ୍ଗୀନ ରେ ଭରା ବ୍ରହ୍ମାଣ୍ଡ ସୃଜନ

ଚଟୁଳ ଦୃଶ୍ୟ ଭୁବନ।

ପ୍ରାକୃତିକ ପ୍ରଭା ମନୋରମ ଶୋଭା

ତପନେ କି ଦିଶେ ବ୍ୟୋମ।

ବ୍ୟୋମ ର ମଣ୍ଡଳ କିରଣ ଉଜ୍ଜଳ

ରଙ୍ଗୀନ ସହର ସମ।

ସହର ରଙ୍ଗୀନ ଦିଶେ ଉଭାଗର

ତପନ କିରଣ ପାଇଁ।

ତପନ ଗମନେ ଇନ୍ଦୁ ର ଆଗମେ

ଅନ୍ଧକାର ଯାଏ ଛାଇ।

ରଙ୍ଗ ଲେପ ପାଇଁ ଦିଶେ ଚାରୁ ରୂପ,

ରଙ୍ଗ ହୀନେ ଅସୁନ୍ଦର।

ରଙ୍ଗରେ ରଙ୍ଗିନୀ ଯେସନ କାମିନୀ

ମୁଖ ଦିଶେ ଚମତ୍କାର।

ଦୂର ରୁ ଦେଖିଲେ ଦିଶେ ଆଡମ୍ବର

ଯେସନ ସ୍ୱରଗ ପୁର।

ମର୍ତ୍ତ୍ୟରେ ମାନବେ ଦିବ୍ୟ ରୂପାନ୍ତର,

ଅଛି ଚିତ୍ତ କି ଅନ୍ତର।

ରଙ୍ଗୀନା ମନରେ ରହିଛି ଚେତନା

ସେ ଚେତନା ଆଲୋକ ଶକ୍ତି।

ସେଇ ଶକତି ରେ ଦିପତି ଉକତି

ଭାବନାର ତାହା ବ୍ୟକ୍ତି।

ରଙ୍ଗିଲା ସହରେ ରଙ୍ଗୀନ ଜୀବନ

ରଙ୍ଗୀନ ମନ ର ପ୍ରେମ ।

ଲୋଭ ମୋହ ମାୟା ଘାଣ୍ଟି ହୁଏ

ମାୟା ମରୀଚିକା ପରି ଭ୍ରମ।

ଶ୍ରୀବତ୍ସ ମେହେର,

ମାନେଶ୍ୱର, ସମ୍ବଲପୁର

ମାନସୀ ଖୋଜୁଛି ଚନ୍ଦ୍ରକୁ ଦେଖିବାକୁ

କେତେବେଳରୁ ଛିଡ଼ା ହୋଇ ରହିଛି ମାନସୀ। ଆଜି ଏତେ ଡେରି କାହିଁକି! ମନରେ ଶଙ୍କା ପଶି ଆସୁଛି। ସେ ତ କହି ଯାଇଥିଲେ, ଆଜି ଶୀଘ୍ର ଆସିବେ। ଦୁହେଁ ବାହାରକୁ ବୁଲିଯିବେ।

କେତେ ଦିନରୁ ବାହାରକୁ ଯାଇନି। ଘରର ଚାରି କାନ୍ଥ ଭିତରେ ଯାହା କାମ। ବଞ୍ଚି ଯାଉଛି, କବିତା ଗଳ୍ପ ଲେଖିବା ନିଶା ଟା ରହିଛି ବୋଲି। ଏକା ଥିଲେ କେତେ ଭାବନା କଳ୍ପନା ବୁଣେ, ତାର ଲେଖା ର ପ୍ଲଟ ଖୋଜେ। ସେ କେତେ ଦିନ ହେଲାଣି ଲକ୍ଷ୍ୟ କରୁଛି__ ଚନ୍ଦ୍ର ବଦଳି ଯାଇଛନ୍ତି। ଟିକେ ଅନ୍ୟମନସ୍କ ହେବା ପରି ଲାଗୁଛି। କାମର ଚାପ ନା ଆଉ କିଛି? ସେ ତ ନିଜେ ଭଲପାଇ ବାହା ହୋଇଛି। ସବୁ ଗୁଣ ଯାହା ଯେପରି ଚାହିଁଥିଲା ସେପରି ଲୋକର ହାତ ଧରିଛି।

ଭାଗ୍ୟବତୀ ଭାବେ ନିଜକୁ। ଏତେ ଆଦର ଯତ୍ନ ନିଅନ୍ତି ଚନ୍ଦ୍ର ଯେ, ସେ ସବୁ ଅତୀତର ଦୁଃଖ ଭୁଲିଯାଏ। ତାର ନିଜର ବୋଲି କେହି ନାହିଁ। ମା ବାପା ଦୁର୍ଘଟଣାରେ ପ୍ରାଣ ହରାଇଲେ। ଖାଲି ମାମୁଁ ମାଇଁ ଅଛନ୍ତି। ତାଙ୍କ ପାଖରେ ଥାଇ ବିଏ ପାସ କରିଛି। ଏମ୍ ଏ ରେ ନାମ ଲେଖାଇ (ଓଡ଼ିଆ) ରେ ବାଣୀବିହାରରେ ପଢିଲା। ଆଉ ସେଇଠି ଚନ୍ଦ୍ର ସହିତ ଦେଖା। ଏକା ସହପାଠୀ। ଅବସର ସମୟରେ ଦୁହେଁ ଲାଇବ୍ରେରୀ ଯିବାର ସଉକ ଥିଲା। ସେଇଠି କଥା ବାର୍ତ୍ତା ହେଉ ହେଉ, ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ। ସେ ଭଲ ଛାତ୍ର, କବି, ଲେଖକ ମଧ୍ୟ। କଲେଜ ରେ ଡ୍ରାମା ସେକ୍ରେଟାରୀ। ପୁଣି ଡ୍ରାମାରେ ହିରୋ ବି ହୁଅନ୍ତି। ସବୁ ପ୍ରକାର ପ୍ରତିଭା ଭର୍ତି। ଦୁହିଁଙ୍କ ଲେଖା କଲେଜ ମେଗାଜିନ୍ ରେ ବାହାରେ। ପାଠ ସରିଲା। ମାମୁଁଙ୍କୁ ଫିଟାଇ କହିଲା ମାନସୀ। ସେ ରାଜି ହୋଇଗଲେ, କାରଣ ତାଙ୍କୁ କଷ୍ଟ କରି ବର ପାତ୍ର ଖୋଜିବାକୁ ପଡ଼ିବନି। ସୁନ୍ଦର, ସୁଧାର, ଭଦ୍ର ପିଲା। ପାସ୍ କରୁ କରୁ, ଅଧ୍ୟାପକ ଚାକିରୀ ମିଳିଗଲା। ଆଉ କେଉଁଥିରେ କମ୍ ଯେ ଅରାଜି ହେବେ।

ବାହା ହୋଇ ଆସିଗଲା ଚନ୍ଦ୍ର ଘରକୁ। ଘରେ ଶାଶୁ ଶ୍ୱଶୁର, ଗୋଟିଏ ଦିଅର। ଦିଅର ଗାଁ ସ୍କୁଲ ରେ ମାଷ୍ଟର।

କିଛି ଦିନ ରହି ଆସିଗଲା ଚାକିରୀ ଜାଗାକୁ। ଭଦ୍ରକ ରେ ପୋଷ୍ଟିଂ ହୋଇଥିଲା। ଭଡ଼ା ଘରେ ରହନ୍ତି।

ଆଗରୁ କଲେଜ ଛୁଟି ହେଲା ମାତ୍ରେ ଘରକୁ ଶୀଘ୍ର ଫେରି ଆସୁଥିଲେ। ଏବେ କେତେ ଦିନ ହେଲାଣି ବିଳମ୍ବ ହେଉଛି। ମାନସୀ ଭାବନାରେ ପୂର୍ଣ୍ଣ ଛେଦ ପକାଇ, ଚନ୍ଦ୍ର ହସି ହସି ଘରକୁ ପଶି ଆସିଲେ। ଦୁଇ ହାତରେ ତାକୁ ଟେକି ଧରି ଘୂରାଇ ଦେଲେ ଖୁସିରେ। ଗୋଟିଏ କାଗଜ ହାତକୁ ବଢାଇ ଦେଲେ ପଢିବାକୁ।

ଏକା ନିଃଶ୍ୱାସ ରେ ପଢିଗଲା।ଏ କଣ ଦେଖୁଛି? ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାର ଚିଠି।ସେ ଲୁଚାଇ ଏତେ କାମ କରିଛନ୍ତି କେବଳ ତାକୁ ଚମକାଇ ଦେବାକୁ। କଲେଜ ଛୁଟି ପରେ, ନିରୋଳା ରେ ପଢିବା ନିଶାରେ ଡେରି ହୁଏ। ଖାଲି ଚା ବିସ୍କୁଟ ଖାଇ ବସିଥାନ୍ତି।

ମାନସୀ ବାହାରକୁ ଯିବା କଥା ଭୁଲିଗଲା। ଭାବୁଥିଲା, ଚନ୍ଦ୍ର ସତରେ ମେଧାବୀ ବହୁତ। ଏବେ କଣ କରିବ ସେ ଭାବନା ଗୋଳମାଳ ହୋଇଯାଉଛି। ଖାଲି ସେତିକି ନୁହେଁ, ଚନ୍ଦ୍ର ଗୋଟିଏ ପ୍ୟାକେଟ ବଢାଇ ଦେଇ ଖୋଲିବାକୁ କହିଲେ। ତା ଭିତରେ ସୁନ୍ଦର ଜରି ଲଗା ନୀଳ ଶାଢ଼ୀ ଟିଏ ଥିଲା। ଯେଉଁଟା ପ୍ରଥମ ଉପହାର ବାହାଘର ପରେ। ଆଉ ଗୋଟିଏ ସୁନ୍ଦର ରଜନୀ ଗନ୍ଧାର ଗଜରା ଥିଲା,ବାହାର କଲେ।ସେ ଖୁସିରେ ପାଗଳ ହୋଇ ଯାଉଥିଲା, ଆଖିରୁ ଝରି ପଡୁଥିଲା ଖୁସିର ଲୁହ। କହିଲେ, ବାହାର ମାନସୀ ଆଜି ବାହାରେ ଖାଇବା।ମାମୁଁ ମାଇଁକୁ ଭେଟିବା। ଘରକୁ ଖବର ଦେଇ ଦେଇଛି ଆମକୁ ଗାଁକୁ ଯିବାକୁ ପଡିବ।

ହଁ, ନୂଆ ଶାଢ଼ୀ ପିନ୍ଧିବାକୁ ଭୁଲିବନି କହି କହି ଗୋଡ଼ ହାତ ଧୁଆ ଧୋଇ କରିବାକୁ ବାଥରୁମ୍ ଚାଲିଗଲେ। ମାନସୀ ତର ତର ହୋଇ ଚା କରିବ ବୋଲି ପଶିଗଲା ରୋଷେଇ ଘରକୁ। ଆଉ ଏକ ଘଟଣା. __ଏ କଣ? ମୁଣ୍ଡ ବୁଲାଇ ପଡ଼ିଗଲା।

ଚନ୍ଦ୍ର ତାର ସାଙ୍ଗ ଡକ୍ଟର ପାଖକୁ ଫୋନ କରି ଡକାଇ ପଠାଇଲା। ବିକାଶ ଆସି ପହଞ୍ଚି ଗଲେ। ପରୀକ୍ଷା କରି, ଟିକେ ହସି ଦେଲେ। ଚନ୍ଦ୍ରକୁ ଆଶ୍ଚର୍ଯ୍ୟ ଲାଗୁଥିଲା, ତା ଦୁଃଖରେ ସାଙ୍ଗ ହସୁଛି। ବିକାଶ ତା ପିଠି ଥାପୁଡାଇ କହିଲେ ରେ ଚନ୍ଦ୍ର, ତୁ କେତେ ଭଲ ଖବର ଗୋଟିଏ ଦିନରେ ପାଇବୁ? ସେ ଆଗ ତାର ଚାକିରି ରେ ଯୋଗ ଦେବା କଥା ବିକାଶକୁ କହିଥିଲା, ଟିକିଏ ଆଗରୁ। ଯା , ବାପା ହେବୁ ବୋଧେ ଲାଗୁଛି ମୋତେ, କାଲି ପରୀକ୍ଷା କରାଇ ନେବୁ। କହିବୁ କଣ ହେଲା, ମୋ ଅନୁମାନ ଠିକ କି ନାହିଁ?

ଶତ କୋଟି ଚନ୍ଦ୍ର ହାତରେ ଖସି ପଡୁଥିଲା ମାନସୀ ହାତରେ। ( କ୍ଷୁଦ୍ର ଗଳ୍ପ।)

ଚିତ୍ରା ରାଣୀ ପାତ୍ର। ବାଲେଶ୍ଵର।

।। ତଡାଗ।।

ରାଗ।। ରାମ କେରୀ।।

ଗାଆଁରେ ଗାଆଁରେ ରହିଛି

କେତେ ରମ୍ୟ ତଡ଼ାଗ

ନୀଳ ଜଳ ପୂର୍ଣ୍ଣ ମୋହଇ

ଆମ୍ଭ ମନକୁ ଆଗ।୧।

ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ

ଚାଲେ ଲୋକଙ୍କ କାମ,

ସ୍ନାନ ଶୌଚ ଜଳ ବହନ

ନାହିଁ ଟିକେ ଲଗାମ।୨।

ଶିଶୁ ଠାରୁ ଯୁବା ଯୁବତୀ

ଜଳେ କରନ୍ତି ସ୍ନାନ,

ନିଜ କର୍ମ ପାଇଁ ସକଳେ

ତହିଁ ଦିଅନ୍ତି ଧ୍ୟାନ।୩।

ସରୋବର ସମ ନାହିଏ

ଉପକାରୀ ସଂସାରେ,

ଥିଲେ ଥିବେ ମଞ୍ଜୁ ଜଗତେ

ଦିବ୍ୟ ରୂପ ସଂଭାରେ।୪।

କେତେ ଗପ ପେଡ଼ି ଖୋଲନ୍ତି

ନିତି ପୋଖରୀ ଘାଟେ,

ଗାଆଁ ମାଆ ଭାଇ ଭଉଣୀ

ଗଲେ ବାଟେ ଅବାଟେ।୫।

ବାପକାକା ଅଜା କାଳରୁ

ଗତ ଘଟଣା ବଳୀ,

ତୁଠ ପଥରରେ ସ୍ୱପଦ

ଘସୁୁ ଦିଅନ୍ତି ଖୋଲି ।୬।

ଭାଗ୍ୟ ବାନ ତୁଠ ପଥର

ଗତ ଗୌରବ କଥା,

ତା' ପେଡିରେ ବାନ୍ଧି ରଖିଛି

କିଛି ବଥା ଅବଥା।୭।

ଗାଆଁ ପୋଖରୀଟି ଜାଣିଛି

ଆମ ଜନ୍ମ କାହାଣୀ,

ଝିଅ ବୋହୂଙ୍କର ମଧୁର

ଅବା ଦୁଃଖଦ ବାଣୀ।୮।

ରସ ପୂର୍ଣ୍ଣ ମିଠା କାହାଣୀ

ଯେତେ ଅକୁହା କଥା

ଶୁଣିଛି ଜାଣିଛି ରଖିଛି

ସବୁ ତାହାର ମଥା।୯।

କେତେ ବେଳେ ପାଣି ପୁରିଛି

କେତେ ବେଳେ ଟାଙ୍ଗରା

ସବୁ ଦିନ କଥା ଜାଣିଛି

ସହି କାକର ଖରା।୧୦।

ବାରମାସ ଛଅ ଋତୁର

ଶୀତ ବରଷା ଖରା,

ଦେଖିଛି ଜାଣିଛି ସହିଛି

ଜହ୍ନ ରାତିର ତାରା।୧୧।

ବାର ମାସ ମଧ୍ୟେ ଦେଖିଛି

କେତେ ଜାତିର ଘାସ,

କେତେ ପଦ୍ମ କଇଁ ଫୁଟୁୁଛି

କରି ଋତୁର ରାସ।୧୨।

ସାରା ଜଗତରେ ଦେଖିଛି

ଯେତେ ଜଳଜ ଖେଳ,

ତଡାଗ ଦେଖିଛି ତା ନେତ୍ରେ

ନାନା ପ୍ରକୃତି ମେଳ।୧୩।

ଦେଖିଛି ଜାଣିଛି ସ୍ବଭାବ

ରାଣୀ ଲୀଳା ସକଳ,

ଧନ୍ୟ ମହା ପ୍ରଭୁ ତୁମ୍ଭର

ଦିବ୍ୟ ଲୀଳାର କଳ।୧୪।

।। ସମାପ୍ତ।।

ଶ୍ରୀ ବିଦ୍ୟାଧର ମହାନ୍ତ,ତମ୍ବାହରା,

ହରି ଚନ୍ଦନ ପୁର, କେନ୍ଦୁଝର ଓଡ଼ିଶା

ମୋ ନ ୭୮୪୮୦୦୦୦୩୦

।।। ପ୍ରୟାସ।।।

ଛୋଟ ପିଲାଟିଏ ପ୍ରୟାସ କରି

ଗୋଟି ପାଦେ ଥାଏ ଚାଲି,

ପିତା-ମାତାଙ୍କର ଅସୀମ ଆନନ୍ଦ

ପାରନ୍ତିନି କେବେ ଭୁଲି।।

ଛାତ୍ରଟିଏ ଯେବେ ପ୍ରୟାସ ବଳରେ

ଶ୍ରେଷ୍ଠ ଛାତ୍ର ହୋଇଯାଏ,

ସବୁରି ଆଦର ଆଶିଷ ଲଭିସେ

ବାପା-ମାଆ ପ୍ରିୟ ହୁଏ।।

ଅସାଧ୍ୟ ସାଧନ କରିହୁଏ ସବୁ

ଦୃଢ ପ୍ରୟାସର ବଳେ,

ପଙ୍ଗୁ ଲଙ୍ଘିଯାଏ ଗିରି-ବନ-ପଥ

ପ୍ରୟାସତା ସାଥି ହେଲେ।।

ପ୍ରୟାସ ସିନାସେ ତିନୋଟି ଅକ୍ଷର

ଥାଏ ଅଶେଷ ମହିମା,

ସେଇ ପ୍ରୟାସର ଉପଯୋଗ କଲେ

ଲଭେ ଆନନ୍ଦର ସୀମା।।

।।।ଚିତ୍ରା ରାଣୀ ପାତ୍ର।।।

।। ବାଲେଶ୍ୱର।।

ଅତୀତ ସ୍ମତିରୁ କହିବା ପଦେ

କବିତା ମାଳା ଶୀର୍ଷକ: -

🌹 ରଜଦୋଳି ଗୀତ 🌹

ଲତା ବେହେରା ।

^^^^^^^^^^^^^^^^^^

ଅତୀତ ସ୍ମୁତିର କବିତା ମାଳାରେ

ଆଜି ରଜଦୋଳି ଗୀତ

ସାଉଁଟି ଆଣୁଛି ସାହିତ୍ୟ ସଂସଦ

ମନ ହୁଏ ପୁଲକିତ ।

ମନେ ପଡେ ସେଇ ଆମ୍ବ ତୋଟା ମାଳ

ରଜ ଦୋଳି ଝୁଲା ଗୀତ

ଗୀତ ତାଳେ ତାଳେ ଦୋଳି ଝୁଲୁ ଥାଏ

ଦେହ ହୁଏ ଉଲ୍ଲସିତ ।

ଦୁଇ ପଟେ ଦୁଇ ଜଣ ବାହୁ ଥାନ୍ତି

ମଝିରେ ବସନ୍ତି ସେ ତ

ଏ ଡାଳ ସେ ଡାଳ ବାଜି ଯାଏ ଯେବେ

ମନ ହୁଏ ଭୟଭୀତ ।

ରଖ ରଖ ଦୋଳି କହି ଡାକୁ ଥାନ୍ତି

କରନ୍ତିନି କର୍ଣ୍ଣପାତ

ଥଟ୍ଟା ମଜା କରି ଜୋରରେ ବାହାନ୍ତି

ଗାଇ ସେ ଅନେକ ଗୀତ ।

ପୁର ଦିଆ ମୁଆଁ ପିଠା ଖାଉଥାନ୍ତି

ହସି ଗାଉଥାନ୍ତି ଗୀତ

ପାଣି ଢୋକେ ଢୋକେ ପିଉଥାନ୍ତି ଖାଇ

ପୋଡ ପିଠା ଧରି ହାତ ।

ପାଟିରେ ପକାଇ ରଜ ଖିଲି ପାନ

ସଜ ହୋଇଥାନ୍ତି ସେ ତ

ନୂଆ ବସ୍ତ୍ର ପିନ୍ଧି ଦୋଳି ଖେଳୁଥାନ୍ତି

ନା ଆସି ଖାଆନ୍ତି ଭାତ ।

ଯିଏ ଯେତେ ଡାକୁ ଶୁଣନ୍ତିନି କେହି

ପିଠା ନିଅନ୍ତି ସଙ୍ଗତ

ପିଠା ଖାଇ ଖାଇ ଦୋଳି ଖେଳୁ ଥାନ୍ତି

ଗୀତରେ ମନ ଉସତ ।

ବୋହୂମାନଙ୍କର ଓଢଣୀ ଖସିଲେ

ଟାହି ଟାପରାର ଗୀତ

ଥନ୍ତଲ ପେଟକୁ ଦେଖିଲେ କାହାର

ଢଗରେ ଗାଆନ୍ତି ସେ ତ ।

ସମସ୍ତଙ୍କ ପାଇଁ ଗୀତ ଗାଉଥାନ୍ତି

ଗଛେଇ ଗଛେଇ ସେ ତ

ତିନି ଦିନ ଧରି ଦୋଳି ଖେଳି ସିଏ

ଗୀତରେ ହଜାନ୍ତି ଚିତ୍ତ ।

ସେଇ ବରଗଛ ଆମ୍ବ ତୋଟା ମାଳ

ହୋଇଛି ଆଜି ଅତୀତ

ବୃକ୍ଷକୁ କାଟିଣ ଏଇତ ମାନବ

ଖୁସିରୁ ହୁଏ ବଞ୍ଚିତ ।

ଦେଖା ଯାଉ ନାହିଁ ସେଇ ଆତ୍ମୀୟତା

ସେଇ ରଜଦୋଳି ଗୀତ

ସେନେହ ମମତା ଫିକା ଫିକା ଲାଗେ

ଭାବି ଲାଗୁଛି ବିସ୍ମିତ ।

ତଥାପି ଏବେବି ହୃଦୟ ଇଲାକୁ

ଭାସେ ରଜ ଦୋଳି ଗୀତ

ଅତୀତରେ ଥିଲା ଏବେବି ରହିଛି

ରହିବ ସେ ଭବିଷ୍ୟତ ।

ଶବ୍ଦ।। ନିନ୍ଦା।।

ରାଗ।। କଳ ହଂସ କେଦାର।।

ଡିବି ଡିବି ବାଜଇ ନିନ୍ଦା ନାଗରା

ଆନନ୍ଦେ ସହେ ସବୁ ନିଲଜ୍ଜ୍ ପରା,

ନିଲଠା ପଣେମର୍ତ୍ତ୍ୟେଅଟେ ଦଘରା

ସେହିଲୋକ ଅଟଇ ବଡ଼ମଗରା।୧।

ନିଲଜ୍ୟ ପଣେ ଯିଏ ଗୁରୁ ବୋଲାଏ

ତାକୁ ଆନନ୍ଦ ଲାଗେ ମଦ ଠୋଲାଏ,

ନିଜ ଗାଲର ବ୍ରଣ ଛାଇ ବୋଲାଏ

ଉଲ୍ଲଘ୍ନ ହୋଇ ଦାଣ୍ଡେ ସହଜେଧାଏଁ।୨।

ନ ଥାଏ ଟିକେ ମୁହେଁ ଲାଜ ତାହାର

ଖାଉ ପଛେ ଦାଣ୍ଡେ ଠେଙ୍ଗା ପାହାର,

ନ ଏଁ ନାହିଁ ତାହାର ମୁଣ୍ଡ ତଳକୁ,

ଡରେନାଇଁସେକେବେଠେଙ୍ଗା ମାଡକୁ ।୩।

ଭଲ ମଣିଷ ଲାଜେ ସଦା ମରଇ

ଘର କୋଣରେ ଲୁଚି ବିଷ ପିଅଇ,

ନିନ୍ଦାଠାରୁ ଯନ୍ତ୍ରଣା ସଂସାରେନାହିଁ

ଅପମାନ ସହଇ ମିଠା ବୋଲାଇ।୪।

ନିନ୍ଦିତ ଲୋକ ସଦା ଠୋକର ଖାଏ,

ଇତର ହେଲେ ମଧ୍ୟ ଲାଜେ ପଳାଏ,

ନିଜସ୍ଵ ମାନ ଧନ ଜ୍ଞାନୀ ହରାଏ

ନିନ୍ଦିତ ଜନ ସଦା କୁଳ ବୁଡ଼ାଏ।୫

ମରଣଠୁଁ ବଳଇ ଲୋକଙ୍କ ଲଜ୍ଜ୍ୟା

ସଭାରେହାରେ ସଦାହେଲେବିରଜା,

ପଣ୍ଡିତ ହେଲେ ମଧ୍ୟ ନିନ୍ଦା ପାଇଲେ

ରାଜ୍ୟଛାଡି ପଳାଏ ରାତି ପାହିଲେ।୬।

ନିନ୍ଦାନାଗରାଲୋକେବାଜିଲେଥରେ,

ମଣିଷ ବଞ୍ଚି ଥାଉଁ ଜୀବନ୍ତ ମରେ,

ହରାଏ ସନମନ ସମାଜେ ଥରେ

ଆତ୍ମହତ୍ୟା କରଇ ଅନ୍ଧାର ଘରେ।୭

ନିନ୍ଦା ଯୋଗ୍ୟ କର୍ମକୁ ନକର ଭାଇ

ନହେଲେ ମରିଯିବ ସମ୍ପଦ ଥାଇ,

ନିନ୍ଦାରେ କଳଙ୍କିତ ହୋଇବା ଜନ

ଅଦିନେ ପାଇଥାଏ ପରା ମରଣ।୮।

ସମାପ୍ତ

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା ମୋ ନ ୭୮୪୮୦୦୦୦୩୦।

***

ନ୍ୟାୟ କିଣି ଆଣ

ଏକାମ୍ର ହାଟୁ

ମାଗୁଛ କାହିଁରେ ଭିକାରୀଙ୍କ ପରି

ହାତ ପତେଇକି ନ୍ୟାୟ

ଶସ୍ତାରେ ମିଳୁଛି ଏକାମ୍ର ହାଟରେ

ନଗଦେରେ କିଣି ଯାଅ ।।

କିଲୋ ଓଜନରେ ଗୋଟାଟା ମିଳୁଛି

ତରଳ ପଳାର ମାପେ

ମାଣରେ ଅଡାଏ ଅଫର୍ ବ୍ୟବସ୍ଥା

ପଛୁଆ ବର୍ଗଙ୍କ କ୍ଷେତ୍ରେ ।।

ଭିଡ଼ ସେତେ ନାହିଁ ମହଜୁଦ ଅଛି

କିଣାଳିଙ୍କ ସଂଖ୍ୟା ଅଳ୍ପ

ଚବିଶି ଘଣ୍ଟିଆ ବିକ୍ରି ବ୍ୟବସ୍ଥାକୁ

ପକେଇଛି କେନ୍ଦ୍ର ଚାପ ।।

ବି.ପି.ଏଲ ପାଇଁ ସ୍ୱତନ୍ତ୍ର ରିହାତି

ଜାତି ସଂରକ୍ଷଣ ଅଛି

ଅଣ ସଂରକ୍ଷିତ ବର୍ଗଙ୍କ କ୍ଷେତ୍ରରେ

ଅଳ୍ପର ରିହାତି କିଛି ।।

କିଣା ବଳିତାକୁ ଭେଜାଲ ତେଲରେ

ନଜଳେଇ ତେଜି ତେଜି

କିଣି ଆଣ ଯାଇଁ ଯେତିକିଟା ଲୋଡା

ବାଛି ବୁଛି ଖୋଜି ଖାଜି ।।

ମହେନ୍ଦ୍ର ନନ୍ଦ

୮୨୪୯୪୧୧୩୬୭

ଶୀର୍ଷକ: "ଶିଶିର ସାରସ"

(ରାଗ:-କଳହଂସ କେଦାର)

✍️ଜାନକୀ ମହାନ୍ତ

ଆସଇ ଶୀତକାଳ ଭାରି ମଞ୍ଜୁଳ

କରିଛି ସିଏ କୋଳ ଆଲୋ ବଉଳ ଯେ,

ଘନ ଘୋର କୁହୁଡ଼ି ଆସୁଛି ମାଡ଼ି

ଶୀତ ଚାଦର ଓଢି ଧରୁଛି ଭିଡ଼ି ଯେ ।।

ବାଳସ୍ୱର୍ଣ୍ଣ କିରଣ ପଡ଼େ ଝରିଣ

କୃଷ୍ଣଚୂଡ଼ା ନାରଙ୍ଗୀ ରଙ୍ଗେ ରଙ୍ଗୀନ ଯେ,

ଅପୂର୍ବ କାନ୍ତି ଶୋଭା ସୁବର୍ଣ୍ଣ ବିଭା

ଅତୀବ ମନୋଲୋଭା ଆଦିତ୍ୟ ପ୍ରଭା ଯେ ।।

ଘାସର ଗାଲିଚାରେ ମୁକୁତାହାର

ପ୍ରଭାତର ଶିଶିର ଦିଶେ ସୁନ୍ଦର ଯେ,

ଆତୁରେ ଢଳ ଢଳ କୁମୁଦ ନୀଳ

ହସେ ପୁଷ୍କର ଜଳେ ନଳିନୀ ଦଳ ଯେ ।।

ସାରସ ସରସୀରେ ହର୍ଷେ ପହଁରେ

ବିଦେଶୀ ପକ୍ଷୀ ଫେରେ ଚିଲିକା ତୀରେ ଯେ,

ସୋରିଷ ଫୁଲ ଦିଶେ ହଳଦୀ ବାସେ

ସୂରୁଜମୁଖୀ ହସେ ଅତି ଉଲ୍ଲାସେ ଯେ ।।

ପ୍ରାଣ ପ୍ରାଚୂର୍ଯ୍ୟ ଭରା କିଆରୀ ପରା

ଚାଷୀ ଉତ୍ସାହ ଭରେ ସୁଖ ପସରା ଯେ,

ଧାନ କାଟଇ ସେ'ତ ହୋଇଣ ପ୍ରୀତ

ଶୀତ ଚାଷୀର ମିତ ଗାଏ ସେ ଗୀତ ଯେ ।।

ପ୍ରତ୍ୟୁଷ ଶୋଭାରାଜି କେ ପାରେ ହେଜି

ଫେରଇ ସ୍ନାନେ ଭିଜି ବଧୂଟି ମଜ୍ଜି ଯେ,

ପାଦେ ବାନ୍ଧି ପାଉଁଜି ହୃଦୟ ତେଜି

ମନ ତା' ଯାଏ ହଜି ସମୀର ବାଜି ଯେ ।।

ଲକ୍ଷ୍ମୀ ପୁରାଣ ଗୀତ ଶୁଭେ ସଙ୍ଗୀତ

ପିଲାଙ୍କ ଛୁଟି ବେଳ ଖେଳରେ ବ୍ୟସ୍ତ ଯେ,

ପର୍ବ ପର୍ବାଣୀ ବ୍ରତେ ଯେ ଆନନ୍ଦିତ

ପାଳନ୍ତି ଏକତ୍ରିତ ହୋଇ ହର୍ଷିତ ଯେ ।।

ଶୁଭ୍ର ଶେଫାଳୀ ହସେ ଜ୍ୟୋସ୍ନାର ସ୍ପର୍ଶେ

ତା'ର ଅଳ୍ପ ଆୟୁଷେ ମଧୁ ବରଷେ ଯେ,

ବସିଛି ମୋର ଆଈ ଉହ୍ନି ଜଳେଇ

ପିଉଛି ଚାହା ସାଥେ ମୁଢ଼ି ଭିଜେଇ ଯେ ।।

ଶୀତରେ ଥର ଥର ଦେହ ସୈନ୍ୟର

ହିମାଳୟ ସମୀର ହୀମପାତ ର ଯେ,

ବିଦେଶୁ ପୁତ୍ର ଫେରେ ନୂଆ ବର୍ଷରେ

ସେ ବଣଭୋଜୀ କରେ ସପରିବାରେ ଯେ ।।

ସମ୍ଭ୍ରାନ୍ତ ପାଇଁ ଶୀତ ମନର ମିତ

ଛୁଟି ମନାଏଁ ସେହି ହୋଇଣ ପ୍ରୀତ ଯେ,

ଗରିବ ନିଆଁ ସେକି କିରଣ ମାଖି

ଦିବସ କାଟେ ଦୁଃଖୀ କୃଷ୍ଣ ତା' ସାକ୍ଷୀ ଯେ ।।

ଶୀତ ଶୀତଳ ଛୁଆଁ ଲଗାଏ ନିଆଁ

ପ୍ରଦୋଷେ ଆସି ପ୍ରିୟ କରେ କିମିଆଁ ଯେ,

ଶର୍ବରୀ ଚାନ୍ଦିନୀରେ ପୀୟୂଷ ଝରେ

କାହାର ପ୍ରଣୟରେ ଏ'ମନ ଝୁରେ ଯେ ।।

ରାଜ୍ୟ ଉପ ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ

ଭୁବନେଶ୍ୱର ଓଡ଼ିଶା

ବେଙ୍ଗାଲୁରୁ

ପରିଶ୍ରମ୍‌ ( ଖଟ୍‌ନି )

• • • • • • • • • • • • • •

( ୨ )

ଦେଶ୍‌ ଦେଶ୍‌ ବୁଲି ପେଟ୍‌ ପୁଷେ ଚେରେ

ନାଇଁନ ଡର୍‌

ଭୁଖେଁ ମରେ ଯାହା ଅଲ୍‌ସୁଆ ଦୁଃଖେଁ

ଆବ୍‌ରି ଘର୍‌ । ୭

ବାଇ ଚେରେ ଗଛେଁ କର୍‌ସି କେଡ଼େ

ସୁନ୍ଦର୍‌ ବସା

କୁରିଆଟେ ବିନେ ପଟ୍‌ ଅଲ୍‌ସୁଆ

ଭୁଗ୍‌ସି ଦଶା । ୮

ଘାଁସ୍‌ ଖାଇ ଦେଖ ମୁନୁଷ୍‌କେ ପଶୁ

ସାହେଜ୍‌ କରେ

ଆଶ୍‌ରିଜ୍‌ କଥା ଇ ମୁନୁଷ୍‌ ଭୁକେଁ

ଉପାସେଁ ମରେ । ୯

ସଂସାରେଁ ଦଏବ ମୁନୁଷ୍‌କେ କହ

କା'ଣା ନି ଦେଇ

ମାଗୁଥିସି ଫେର୍‌ ବାର ଦୁଆର୍‌ ବୁଲି

ଭିକାରୀ ହେଇ । ୧୦

ଆପ୍‌ନାର୍‌ ପେଟ୍‌ ପୁଷୁଛନ୍‌ କୀରା

ପତଂଗା ମାନେ

ପର୍‌ ଗୋଡ୍‌ ଧରେ ମୁନୁଷ୍‌ ଭିକାରୀ

କିଏ ନି ଜାନେ । ୧୧

( ସ ମା ପ୍ତ )

କୃଷ୍ଣଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼

ଟିକି ଚିନ୍ତନ

ଜୀବନର ସର୍ବଶ୍ରେଷ୍ଠ ଜ୍ଞାନ ଅଟେ

ଅନୁଭବ,ଅନୁଭୂତି ,

ନୂଆ ନୂଆ ଜ୍ଞାନ ହୁଏ ଆହରଣ

ଉପୁଜେ ଯା ପରିସ୍ଥିତି।

କେତେ କେତେ ଦୁଃଖ,ସୁଖ ମୁହୂର୍ତ୍ତରେ

ଦିଏ ଅମୂଲ୍ୟ ଶିକ୍ଷାକୁ ,

ବିବେକୀ ,ସୁଜ୍ଞାନୀ,ଧୈର୍ଯ୍ୟ ସାହସରେ

ମାଡୀଯାଏ ସେ ଆଗକୁ।

ସେ ହିଁ ଅନୁଭବ ଜ୍ଞାନେ ,

ନିଜେ ହିଁ ନିଜକୁ ନିଜ କ୍ଷମତାରେ

ଜୀବନକୁ ଗଢିଜାଣେ।

ମଜବୁତ୍,ଶକ୍ତ ହୋଇଯାଏ ଆପେ

ଚିହ୍ନିବା,ବୁଝିବା ଜ୍ଞାନେ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

ମୋ କୁନି ଭାଇ କୁନି ଭଉଣୀ

ପ୍ରଥମେ ଆସିଲି ଏକୁଟିଆ ଥିଲି

ସାଙ୍ଗ ମାନଙ୍କର ଭାଇ

ଦେଖି ମନଦୁଃଖେ ସବୁବେଳେ ବସେ

ମୋର ଭାଇ ଆସୁନାହିଁ l

ବୋଉ ପାଖେ ବସି କାନ୍ଦି ମୁଁ କହିଲି

କୁନି ଭାଇ ସଭିଙ୍କର

ମୋର କାହିଁକି ଭାଇ ଆସୁନାହିଁ

ମନ ମୋର ହରବର l

ଇଶ୍ୱରେ ପ୍ରଣାମ ସର୍ବଦା କରଇ

ହେ ପ୍ରଭୁ ପରମେଶ୍ୱର

କୁନି ଭାଇ ଟିଏ ମୋତେ ଦେଇଦିଅ

ସେବିଵି ତୁମ ପୟର l

ଜଗାର ଦୟାରୁ ଭାଇ ଆସିଗଲା

କୁନିକୁନି ଗୋଡ଼ ହାତ

କୁନି ଆଖି ପାଟି ନାକକୁ ଦେଖିଣ

ଲଭିଲି ହୋଇ ସନ୍ତୋଷ l

ତାର ହାତଗୋଡ଼ ବାଡିଆ ଖେଳରେ

ହସିହସି ଗଡିଗଲି

କୁନି ପାଟିରେ ତା ଦରୋଟି କଥାରେ

ଭାରି ଖୁସି ହୋଇଥିଲି l

ସାଙ୍ଗ ହୋଇ ଆମେ ଖେଳିଲୁ ବୁଲିଲୁ

ମାଡ଼ ମରାମରି ହୋଇ

ବୋଉର ପାଖରେ ଆପତ୍ତି କରିଲୁ

ଆମ ଦୋଷ କିଛି ନାହିଁ l

ଭାଇ ତ ଆସିଲା ଭଉଣୀ ଟେ ନାହିଁ

ରାକ୍ଷୀ ତ ବାନ୍ଧିବ କିଏ

ସଭିଙ୍କ ଭଉଣୀ ରାକ୍ଷୀ ବାନ୍ଧୁଛନ୍ତି

ଦେଖି ମନ ମୋହି ନିଏ l

ଜଗା ବଳିଆ ତ ଦୁଇ ଭାଇ ସାଥେ

ଭଉଣୀ ଟିଏ ତ ଅଛି

ପାତର ଅନ୍ତର ନକର ପ୍ରଭୁ ହେ

ଭଉଣୀ ଟେ ଦିଅ ବାଛି l

କୁନି ଭଉଣୀ ଟେ ତାପରେ ଆସିଲା

ନାଲି ଟୁକୁଟୁକୁ ପାଦ

ସେ ପାଦେ ଗୋଇଠା ଖାଇବାକୁ

ମୋତେ ଲାଗଇ ଭାରି ଆନନ୍ଦl

ଭାଇ ଭଉଣୀ ତ ସାଥି ହୋଇ ଖେଳୁ

ଖାଉ ପିଉ ସାଥି ହୋଇ

ଆନନ୍ଦ ମନରେ ବୋଉ ହାତ ରନ୍ଧା

ସ୍ୱାଦତା କହି ନୁହଁଇ l

ଯେତେ ତେଲ ଯେତେ ମସଲା ଦେଉଛେ

ସେ ରାନ୍ଧଣା ଆଉ ନାହିଁ

ବିନା ତେଲ ମସଲାରେ ତା ସୁଆଦ

ବାସ୍ନା ରେ ପେଟ ପୁରଇ l

ସେ ମଜା ସରିଲା ନୂଆ ଯୁଗ ହେଲା

ଭାଇ ଭଉଣୀ ନାହାନ୍ତି

ଏକା ଏକା ଖେଳ ମୋବାଇଲି ସାଥେ

ପଡିଶା ରାକ୍ଷୀ ବାନ୍ଧନ୍ତି l

ଗୋଟିଏ ପିଲାର ଜଂଜାଳ ସହିବା

କ୍ଷମତା ମାଆ ର ନାହିଁ

ଶହେ ପିଲାଙ୍କର ଜଂଜାଳ ସହିଣ

ଗାନ୍ଧାରୀ ପଟି ଭିଡଇ l

ସେ ମଜା ଏ ମଜା ଫରକ ବହୁତ

ଅନୁଭବି ସିନା ଜାଣେ

ଏକା ଚନ୍ଦ୍ର ଏବେ ଆଲୋକ ପ୍ରଦାନ

ଖଦ୍ୟୋତ କି ହେବ ପଣେ

ବିଷ୍ନୁପ୍ରିୟା ପଣ୍ଡା

ପାହଙ୍ଗା, ନିଆଳି, କଟକ

"ଘର"

(ଜୟ କୁମାର ମିଶ୍ର )

************

ଖରା, ବରଷାକୁ, ଶୀତ କାକରକୁ

ସୁରକ୍ଷା କବଚ ସିଏ,

ଦେଇ ନିରାପତ୍ତା, ବଢ଼ାଏ କ୍ଷମତା

କୋଠାବାଡ଼ି ଘର ଟିଏ ll(1)

ଥିଲେ ଝାଟି ମାଟି, ଛଣ, ଛପରଟି

ନାକ ଟେକା, ଘୃଣା ପଣ,

ଥାଉଟି ସଂସ୍କାର, ଥାଉ ଶିଷ୍ଟାଚାର

ନଜର ନଥାଏ ଜାଣ ll(2)

ଉତ୍ତାପ ହରାଇ, ହିତକର ସେହି

ଅସହ୍ୟ, ଗରମ ପାଇଁ,

ତଥାପି ମଣିଷ, ଅବୁଝାରେ ବଶ

କୁଟୀର, କୁଡିଆ ଚାହିଁ ll(3)

କରେ ମନ ଉଣା, ଅଲେଖା ଅଗଣା

ଦେଖି ଦୂରୁ ମୁହଁ ମୋଡେ

ସରସ ବଦନ, ହୋଇ ଯାଏ ମ୍ଳାନ

ବିଷର୍ଣ୍ଣରେ ସ୍ଥାନ ଛାଡେ ll(4)

ଥାଉ ଜମି ବାଡ଼ି, ତୋଟା, ଲଟା, ଗଛ

ବନ୍ଧ, ସୁନା, ରୁପା ଯେତେ,

ପକ୍କା ଘର ଟିଏ, ଯେବେଟି ନଥାଏ

ମନ ସାନ, ହୀନ ମତେ ll(5)

ନୁହେଁ ଇଟା ମାଟି, ବାଲି, ଗୋଡି ସହ

ସିମେଣ୍ଟ, ଲୁହା, ପଥର

ସଞ୍ଚୟ, ଶ୍ରମରେ, ଘର କୋଠା ଭରେ

ହୁଏ,ପୂର୍ଣ୍ଣ କଳେବର ll(6)

କେତେ ଯେ ସପନ, କେତେ ଅନୁଧ୍ୟାନ

କେତେ ଯେ ଯୋଜନା ଭରା,

କେତେ କଥା, ନଥା, ହୀନ ଓ ହିନସ୍ଥା

ଏକା,ଘର ପାଇଁ,ଯାତରା ll(7)

ବାର ଦୁଆରକୁ, ପାଦଟି ଯିବାକୁ

କରେ ବାଧ୍ୟ,ପରିସ୍ଥିତି,

କୁଲିଆ, ମୁଲିଆ,ତାପି ମିସ୍ତ୍ରୀ ଠିଆ

କମାର, ଦୁଆରେ ନିତି ,ll(8)

ଆଲୋକ ପାଣିର, ବ୍ୟବସ୍ଥା ନଜର

ଖୋଜା ଲୋଡ଼ା,ହୁଏ ପୁଣି,

ସାରି ହାତୁ ଧନ, କେତେ ବାବୁଧନ

କାକୁତି, ମିନତି ବାଣୀ ll(9)

ଦେଖି ନଦେଖିବା, ଶୁଣି ନଶୁଣିବା

ବାହାନାର ଲୁଚକାଳି,

ମିଛ ସତ ଭରା, ନଥିବା ଯାତରା

ଘର ପାଇଁ ମନ ଢାଳି ll(10)

କେତେ ନଷ୍ଟ ହୁଏ, ଚୋର ଖଣ୍ଟ ବୁହେ,

ମଧ୍ୟସ୍ତି ବାପୁଡ଼ା ଖାଏ,

ପାଣି ପରି ଧନ, ହୁଏ ବିସର୍ଜନ

ପଥର ଛାତିଟି,ସହେ ll(11)

ହୁଏ ଋଣ ବାଡ଼ି, କରଜ ବନ୍ଧକ

ଧାର, ଉଧାରଟି କେତେ,

ବିଭିନ୍ନ ପ୍ରସ୍ତାବ, କାନ ଶୁଣୁ ଥିବ

ଘର,ବାଡ଼ି,ଦାଣ୍ଡ, ପଥେ ll(12)

ଜନ, ମନ କଥା, ଭିନ୍ନ ଭିନ୍ନ ଚିନ୍ତା

ଭାବନାର ଅନୁରୂପେ,

ଆଗରେ, ପଛରେ, କିଏ ବା କାନରେ

ଟୁପୁରୁ, ଟାପୁରୁ ଗପେ ll(13)

କୁଚକ୍ରୀ ଲୋକଟି, କରୁ ଥାଏ ଖଟି

ପାଣିରେ ଲଗାଇ ନିଆଁ,

କରି ଲଗାଜୁଟା, କରେ ହଟହଟା

ବିବାଦକୁ ହୁଏ ଠିଆ ll(14)

ଜିରାରୁ ଶିରାଟି, କାଢ଼ି ଏଠି ସେଠି

ପେଞ୍ଚ, ପାଞ୍ଚ, ମନ ଗଢ଼ା,

ହୃଦୟ ସହେନା, ବଢ଼ଇ ବେଦନା

ପିଲାଠାରୁ, ବୁଢ଼ୀ,ବୁଢ଼ା ll(15)

ମନ କାର ଜଳେ, ଇରିଷା ଅନଳେ

ଦେଖିସହି ପାରେ ନାହିଁ,

କାଢ଼ି ମନ୍ଦବୁଦ୍ଧି, ଛନ୍ଦମନ୍ଦ ଖୁନ୍ଦି

ଅପ ପ୍ରଚାରରେ ବାଇ ll(16)

କେତେ ଖାଇ ଦେଲା, କେତେ ବୋହି ନେଲା

ଭଣ୍ଡାମୀ, ଠକାମୀ କରି,

କୃପଣ ପଣରେ, ମଗଧିଆ ଟିରେ

କରି ଘର,ବାହାଦୁରୀ ll(17)

କରିଲା ଅପହ, କେତେ କରି ଦ୍ରୋହ

ଭାଇ, ଭଗାରୀଙ୍କ ଧନ,

ହୋଇ ଏକଡୁକା, କଲା ଅଟାଳିକା

ଲୁଚା, ଚୋରାଟିରେ ମନ ll(18)

ଦିଏ ଘର,ମାନ, ସମାଜେ ଆସନ

ସଭା, ସମିତିରେ ସ୍ଥାନ,

ନୂଆ ବନ୍ଧୁ ବଢ଼େ, କିଏ ପିଣ୍ଡା ଚଢେ

ପ୍ରସ୍ତାବକୁ ଉଥାପନ ll(19)

ପୁଅ, ଝିଅ ପାଇଁ, ପାତ୍ର ଯୋଗାଡ଼ଇ

ପକ୍କା, ଘର ବାଡ଼ି ଟିଏ,

ବାହାର ସୁନ୍ଦର, କରନ୍ତି, ନଜର

ଅନ୍ୟ ସବୁ କିଏ ଚାହେଁ ?ll(20)

ଘର ଏକ ସ୍ୱପ୍ନ, ଭାବନା ମଗନ

କୁସ୍ତି, କସରତ ଖେଳ,

ସେ ଏକ ତପସ୍ୟା, ସାଧନା ଓ ନିଶା

ବହୁ ଶ୍ରମଟିର ଫଳ ll(21)

************

,ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା

ଡାକ-ଗୋରବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି, ଓଡିଶା, 761206,ଯୋଗାଯୋଗ -6372127449

ଗୃହସ୍ଥ ଆଶ୍ରମ ଜୀବନ

🎉🎉🎉🎉🎉🎉

ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଜୀବନ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଚାରୋଟି ଆଶ୍ରମ ଦେଇ ଯାତ୍ରା କରିଥାଏ। ଯଥା ବ୍ରହ୍ମଚାରୀ, ଗୃହସ୍ଥ , ବାନପ୍ରସ୍ଥ ଓ ସନ୍ନ୍ୟାସୀ। ଏ ଚାରି ପ୍ରକାର ଜୀବନ ଯାତ୍ରା ମଧ୍ୟରୁ ଗୃହସ୍ଥ ଧର୍ମ ସବୁଠୁ କଷ୍ଟ ଓ ଯନ୍ତ୍ରଣା ଦାୟକ ହେଲେ ବି ତାହା ସବୁଠୁ ମହାନ ଓ ସର୍ବ ଶ୍ରେଷ୍ଠ ଧର୍ମ। ଆଶ୍ରମ ହେଉଛି ଜୀବନରେ ଆଧ୍ୟାତ୍ମିକ ଯାତ୍ରା ର ନିବାସ। ଗୃହସ୍ଥ ଆଶ୍ରମ ଏକ ପାରିବାରିକ ଆଶ୍ରମ। ଯେଉ ଠାରେ ପତି ପତ୍ନୀ ର ବୈବାହିକ ସମ୍ପର୍କ କୁ ଉପଭୋଗ କରିବା ସହିତ ମନ ଓ ଆତ୍ମା ର ମିଳନ ରେ ଜୀବନ କୁ ସରସ ସୁନ୍ଦର୍ କରି ମଧ୍ୟ ଭାଗବତ ଆଧ୍ୟାତ୍ମିକ ଚିନ୍ତନ ଚେତନା ରେ ଆନନ୍ଦ ପାଇଥାନ୍ତି।

ଆଧ୍ୟାତ୍ମିକ ଓ ସଂସ୍କାର ନିଜର ସନ୍ତାନ ମାନଙ୍କ ଠାରେ ପ୍ରତିଷ୍ଠିତ କରିବା ଉଚିତ୍ । ସୁଖି ଏବଂ ଆନନ୍ଦ ଜୀବନ ଯାତ୍ରା କରିବା ନିମିତ୍ତ ପ୍ରତ୍ୟେହ ସାଧନା, ଆରାଧନା ଓ ଉପାସନା କରିଥାନ୍ତି। ଗୃହସ୍ଥ ଆଶ୍ରମ ରେ ରହି ନିଜର ଚିନ୍ତା ଚେତନା କୁ ସକାରାତ୍ମକ ଭାବ ସହ ଆତ୍ମ ସଞ୍ଜମ କରିବା କେତେ ଯେ …

ମୁଁ ସିନିଅର ସିଟିଜେନ୍

ଚାକିରୀ ଜୀବନୁ ନେଇ ଅବସର

ଏବେ ମୁଁ ବସିଛି ଘରେ ,

ପହିଲା ତାରିଖେ ପେନ୍ ସନ୍ ଆସି

ମିଶୁଛି ବ୍ଯାଙ୍କ ଖାତାରେ ।

ଖବର କାଗଜ ଟିଭି ଫେସବୁକ

ଦେଖୁଅଛି ନିରନ୍ତର ,

କାଳେ କିଛି ସୁବିଧା ମିଳିବ ଯେଣୁ

ସିଟିଜେନ ସିନିଅର ।

ହେଲେ ଭାରି ବାଧା ଲାଗୁଛି ମନରେ

ମଉସା ଦେଲେ କେ ଡାକି ,

କାଳେ ଆଉ କିଏ ଶୁଣି ଦେବ ତାହା

ଖୋଜେ ମୁଁ ବୁଲାଇ ଆଖି ।

ସକାଳେ ସଞ୍ଜରେ ପାର୍କ ଆଡ଼େ ଯାଇ

ବୁଲି ଆସେ ସବୁ ଦିନ ,

ଝିଅ ପୁଅଙ୍କର ଯୋଡ଼ି ଦେଲେ ଦେଖି

ଖେଳିଯାଏ ଶିହରଣ ।

ମନ ଭରି ଦିଏ ପ୍ରଭୁଙ୍କୁ ମୁଁ ଗାଳି

ହେଲି ଜନ୍ମ ଆଗେ କିଆଁ ,

ଏବେକା ପିଲାଙ୍କ ସଙ୍ଗେ ଜନ୍ମି ଥିଲେ

ବୁଲୁଥାନ୍ତି ମାରି ଡିଆଁ ।

ଧବଳ କେଶରେ କଳା ରଙ୍ଗ ବୋଳି

ନିଜକୁ ହିରୋ ଭାବଇ ,

ହେଲେ ମୋର ଅଙ୍ଗ ପ୍ରତ୍ଯଙ୍ଗ ଯେତେକ

ଗଲେଣି ଶିଥିଳ ହୋଇ ।

ଅଫିସ କଲିଗ ଛାଡ଼ି ଯେତେ ସାଙ୍ଗ

ଚିହ୍ନା ଜଣା ଛନ୍ତି ମୋର ,

ସଭିଏଁ ଜାଣନ୍ତି ଷାଠିଏ ଛୁଇଁନି

ଭିଆରେସେ ଅବସର ।

ସିନିଅର ଗ୍ରୁପ ମେମ୍ବର ହେଲେ ବି

ନିଜକୁ ସାନ ମଣଇ ,

ଗେଟ ଟୁଗେଦର ଗ୍ରୁପରେ ନଯାଇ

ଜାଣି ରହିଯାଏ ମୁହିଁ ।

ଆଲୋଚନା ସମାଲୋ…

( ଶୁନର୍‌ ଗୁନ୍‌ ))

- - - - - - - - - - -

ଶୁନ - ଶୁନ୍‌ - ଶୁନ୍‌ - ଶୁନ୍‌

ଶୁନ୍‌ ଇ ଶୁନର୍‌ ଗୁନ୍‌

ଗୁନ୍‌ ଗୁନେଇ ଶୁନ୍‌ ଶୁନାସି

କେନ୍‌ତା ମଧୁର୍‌ ଧୁନ୍‌ । ୧

ଅଂକ ଭିତ୍‌ରେଁ ଶୁନ୍‌ ତ ନାଇଁ

ହିସାବ୍‌ ବେଲ୍‌କେ ଆଏସି ଧାଇଁ

ଶୁନ୍‌କେ ଲଗାଲେଁ ଲାଗ୍‌ସି ସୁଆଦ୍‌

ଚିନି ନହେସେ କି ନୁନ୍‌ । ୨

ଶୁନ୍‌କେ ସବୁନେ ପଡ୍‌ସି ଡକା

ଶୁନ୍‌ ନୁହେ କା'ର୍‌ ବୁଆ କି କକା

ଶୁନ୍‌ ନାଇଁ ହେଲେଁ କଚ୍‌ରୋ ପାନିଆଁ

ଗଣିତ୍‌ ପାଠର୍‌ ତୁନ୍‌ । ୩

ଡେବ୍‌ରି ବସାଲେଁ ଫସର୍‌ ଫସା

ଯେତ୍‌କି ବସାବୁ ଭୁଜ୍‌ନି ବସା

ଯେତ୍‌କି ବସାଲେଁ ହେତ୍‌କି ବଢ଼ସି

ନାଇଁ ଲାଗେ ଲାଗ୍‌ ଲୁନ୍‌ । ୪

ଦଶ୍‌ନୁ ଶହେ ଶହେନୁ ହଜାର୍‌

ଶୁନ୍‌କେ ଜମାଲେଁ ଜମ୍‌ସି ବଜାର୍‌

ଶୁନର୍‌ ବିନେ ଶୁଇନ୍‌ ଅନ୍ଧାର୍‌

ମନେ ମନେ ଘାଏ ଗୁନ୍‌ । ୫

ଶୁନ୍‌ନୁ ଯଧ୍‌ରି ପାଏଲାଁ ଏତେ

ଶୁନର୍‌ ଗୁନ୍‌ ତ କେତ୍‌ନି କେତେ

ଶୁନ୍‌ ଠାନୁ ମୁଲ୍‌ ଶୁନ୍‌ ଠାନେ ଶେଷ୍‌

ତନ୍‌ ମନ୍‌ ଦ…

।।ଦଗ୍ଧ ଫୁଲବନ।।

ସୁରମ୍ୟ-ଉଦ୍ୟାନ ଆଜି ନାହିଁ ଆଉ

ଉଜୁଡି ଯାଇଛି ସବୁ,

କିଏ ନିରୀମମ ଜାଳିଦେଇଗଲା

ଦଗଧ ହେଉଛି ବୁକୁ।।(୧)।।💐

ସୁରଭି ଏବେବି ମହକିତ ହୁଏ

ମୋର ଘର-ଅଗଣାରେ,

ଜାତି ଜାତି ରଙ୍ଗ ନାଚେ ଦୃଶ୍ୟ ପଟ୍ଟେ

ଭୁଳିମୁଁ ପାରୁନି ଥରେ।।(୨)।।💐

ସବୁଜ-ଗାଲିଚା ନାହିଁ ଆଗଭଳି

ଜଳି ଯାଇଛି ତା'ଦେହ,

ମନରେ ଜାଗୁଛି ଅଜଣା ଆଶଙ୍କା

ଛାତିରୁ ଉଠୁଛି କୋହ।।(୩)।।💐

ଶିଶିର-ଭିଜାସେ ଫୁଲଗଛ ସବୁ

ମନରୁ ଯାଇନି ପୋଛି,

ତୁମ ପ୍ରେମ ଆଜି ସ୍ମୃତିରେ ଭାସୁଛି

ଦିକି-ଦିକି ଜଳୁଅଛି।।(୪)।।💐

ପତ୍ର-ଝରା ଋତୁ ହୋଇଛି ଜୀବନ

ଆଉ କିଛି ବାକିନାହିଁ,

ସୁନେଲି-ସପନ ଦେଖୁନାହିଁ ମୁଁଯେ

ଜୀବନଟା ମରୁଭୂଇଁ।।(୫)।।💐

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ୱର।।

ଶୀର୍ଷକ-ଆତ୍ମହତ୍ୟା

ପ୍ରଜ୍ଞାଲୀନ ସାହୁ

=================

ଜୀବନ ପଥରେ ସମ୍ପର୍କ ବି ଏକା

ଅର୍ଥ ନାହିଁ ସମୀପରେ

କଳିର ଯୁଗ ଏ ଧନକୁ ମାପଇ

ସ୍ନେହ ପ୍ରେମ ବିକି ପୁରେ ||

ଅନ୍ନ ଖାଇଲେ ବି ଉଦର ହସେନି

ହୃଦ ମୁହଁ ଯହିଁ କଳା

ଶରୀର ଉପର ହୀରା ଖଞ୍ଜା ମୁହଁ

ଉଦର ସଜାଏ ମେଳା ||

ବୁଝିଲା ହୃଦୟ ମିଳୁନାହିଁ ଆଉ

ସ୍ନେହ ପ୍ରେମ ବ୍ୟବସାୟ

ଲାଭ ଥିଲେ ପାଶେ ସାଜିବେ ପ୍ରେୟସୀ

କ୍ଷତି ବେଳେ ବିଷ ମୟ ||

ସେଥିପାଇଁ ଏବେ ସମ୍ପର୍କର ନାଶ

ଆତ୍ମହତ୍ୟା ଉତ୍ସଙ୍ଗରେ

ସେନେହ ଯେହେତୁ ମାରୁଅଛି ଚୋଟ

ବିଷାକ୍ତ ସର୍ପ ବେଶରେ ||

ସୁଧୁରି ଯାଅ ହେ ଆଜିର ମଣିଷ

ସମ୍ପର୍କକୁ ଗଢ଼ ସ୍ନେହେ

ନିଃସ୍ୱାର୍ଥର ରୂପ ହୋଇଥିବ ତାର

ଭୁଲିବନି କେବେ ମୋହେ ||

ହସିଲେ ସଂସାର ଭାଇ ଭାଇ ବେଶେ

ହୃଦ ରହିବନି ଏକା

ଆତ୍ମହତ୍ୟା ରୋଗ ହୋଇଯିବ ଦୂର

ଦେଖି ସ୍ନେହ ପ୍ରେମ ସଖା ||

ଶେଷରେ କହିବି ସାର କଥାଟିଏ

ନିର୍ଚ୍ଛକ ସତ୍ୟ ବଚନ

ଏହି ରୋଗ ପାଇଁ ଦାୟୀ ପରିବାର

ବୁଝନ୍ତିନି ଯିଏ ମନ ||

ତେଣୁ ହେ ଅଯୋଗ୍ୟ ଜୀବନର ଧନ

ପରିବାର ଗଢ଼ ସ୍ନେହେ

ତେବେ ଯାଇ ମୃତ୍ୟୁ ଆତ୍ମହତ୍ୟା ରୋଗ

ମରିବ ପ୍ରେମର ମୋହେ ||

=====================

ଜଗତସିଂହପୁର

ଋତୁ ଚକ୍ରର ଚତୁର୍ଥ ସ୍ତବକ

"ହେମନ୍ତ"

ଗୀତାଞ୍ଜଳି ପୃଷ୍ଟି

☘️💐☘️💐☘️💐☘️💐☘️

ଋତୁ ଚକ୍ରର ଚତୁର୍ଥ ସ୍ତବକ

ହେମନ୍ତ ଆସିଛି ଧୀରେ

ବଜାଇ ଝାଞ୍ଜ ବଜାଇ ମୃଦଙ୍ଗ

ହରି ନାମ କୀର୍ତ୍ତନରେ ll

ଆଦ୍ୟ କାର୍ତ୍ତିକରେ ଧର୍ମ ଏ ମାସରେ

ଉଛୁଳି ଉଠୁଛି ଧରା

ଭରା ସବୁଜିମା ଲହଡ଼ି ଭାଙ୍ଗୁଛି

ହସେ ଧାନ୍ୟ କ୍ଷେତ ପରା ll

ଘାସ ପତରରେ କାକର ବିନ୍ଦୁରେ

ମୁକୁତାର ସମ ଶୋହେ

ନରମ ଖରାର ଆସ୍ତରଣ ସଙ୍ଗେ

ଫୁଲେ ଫୁଲେ ରଙ୍ଗ ମୋହେ ll

ମହାକାଳୀଙ୍କର ଆଗମନ ସାଥେ

ଆଲୋକର ପର୍ବ ଆସେ

ଜ୍ଞାନର ଆଲୋକ ବିଛୁରିତ କରି

ଅଜ୍ଞାନ ତମସା ନାଶେ ll

କୃଷ୍ଣ ପକ୍ଷ ଅନ୍ତେ ଶୁକ୍ଳ ପକ୍ଷ ଆସେ

ମହା ପଞ୍ଚକର ପଥେ

ଭଜନ ଜଣାଣ କାର୍ତ୍ତିକ ପୁରାଣ

ପୁଣ୍ୟ ପ୍ରଭାତର ସାଥେ ll

ଅତୀତର ସ୍ମୃତି ନୌ ବାଣିଜ୍ୟର

ଅଭୁଲା ସନ୍ତକ କହେ

ପୂର୍ଣ୍ଣିମା ପ୍ରଭାତେ ନଦୀ ସରୋବରେ

ବୋଇତ ବନ୍ଦାଣ ହୁଏ ll

ବାରବାଟୀ ପ୍ରାନ୍ତେ ବାଲିଯାତ୍ରା ସ୍ଥଳ

ଉତ୍ସବ ମୁଖର କରି

କେତେଯେ ଦର୍ଶକ କେତେ ବ୍ୟବସାୟୀ

ମେଳାରେ ଉଠନ୍ତି ପୂରି ll

କ୍ରମାନ୍ୱୟେ ପୁଣି ଆସେ ମଗୁଶିର

ସୁନେଲି ସୁଷମା ଧରି

ପକ୍ୱ ଧାନ ସାଥେ ଶୋରିଷ କିଆରୀ

ହସୁଥାଏ କିରି କିରି ll

ଭରା ଗେଣ୍ଡୁଫୁଲ ବାଡ଼ି ବଗିଚାରେ

ହଳଦିର ରଙ୍ଗ ମାଖି

ମାଣବସା ହୁଏ ପ୍ରତି ଗୁରୁବାର

ମହାଲକ୍ଷ୍ମୀ ଯା'ର ସାକ୍ଷୀ ll

ଏମିତି ଏମିତି କେତେ ପରବରେ

ହେମନ୍ତର ବକ୍ଷ ଭରି

ଧୀର ପଦ ପାତେ ଆସିଯାଏ ଶୀତ

ଉତ୍ତରା ପବନ ଧରି ll

ଅନିତ୍ୟ ସଂସାରେ ନିତ୍ୟ ନୈମିତିକ

ଦିନ ରାତି ହେଉଥିବ

ଋତୁ ପରେ ଋତୁ ଆସି ଯାଉଥିବ

ଏତ ବିଧି ନିର୍ଦ୍ଦେଶିତ ll

👏👏👏👏👏👏👏👏

ସମ୍ପାଦିକା

ପଲ୍ଲୀ ପ୍ରତିଭା ସହିତ୍ୟ ଓ ସଂସ୍କୃତି ସଂସଦ

ଗତିରାଉତପାଟଣା, ଡିହସାହି

କଟକ ସଦର- ୭୫୪୧୦୦

ମୋ..୮୯୧୭୪୧୬୨୫୧

ଶରତିଆ ପ୍ରକୃତି

🔸🔸🔸🔸🔸🔸🔸

ପ୍ରକୃତି ହେଉଛି ଭଗବାନ ଙ୍କର ଏକ ଅଦ୍ଭୁତ ଅବଂ ଅନନ୍ୟ ସୃଷ୍ଟି। ସେ ସୃଷ୍ଟିରେ ଜାତ ପଞ୍ଚଭୂତ ରୁ ବାୟୁ ଜଳ ହୁଏ ବୃଷ୍ଟି। ଵୃଷ୍ଟିରେ ନିହିତ ଜୀବନ ର ମୂଲ ଆଧାର ଯେଉଁଠି ନଈ, ନାଳ , ଝରଣା ଓ ସାଗର ର ସୃଷ୍ଟି ହୁଏ। ପ୍ରକୃତି ମାତା କୁ ଆମେ ଯଶୋଦା ମାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯିଏ ଲାଳନ ପାଳନ କରି ଶ୍ରୀକୃଷ୍ଣ ଙ୍କୁ ଏକ ଅଧିମାନସ ଚେତନା ବ୍ୟକ୍ତିତ୍ୱର ପରିଚୟ ବିକାଶ କରି ପାରିଥିଲେ। ମାନବ ଜନ୍ମ ନିଏ ନିଜର ମାତା ର ଗର୍ଭରୁ ଏହା ସତ କିନ୍ତୁ ପ୍ରକୃତି ମାତା ଆମକୁ ଉଦାରତା ସହ ନିସଂକୋଚ ଭାବରେ ନିଜକୁ ସମର୍ପଣ କରିଥାଏ। ପ୍ରକୃତି ର ଦାନ ସର୍ବଶ୍ରେଷ୍ଠ ଦାନ ଅଟେ। ବିଶ୍ଵ ଚରାଚର ବିଶ୍ଵ ପ୍ରକୃତି ଉପରେ ନିର୍ଭର କରେ। ସାରା ବିଶ୍ଵ କୁ ନିୟନ୍ତ୍ରଣ କରେ ସେଇ ପ୍ରକୃତି ଜନନୀ। ବହୁ ରଙ୍ଗ ରେ ରଙ୍ଗଣିଁ ସେ ମରକତ ବଦନୀ ଯାର ଜଳ, ସ୍ଥଳ, ବନ ଗିରି ଆକାଶ ବିଶାଳ ଅସୀମ ଭୂଖଣ୍ଡ ମାଳ ଯାହା ର ବିସ୍ତାର ଅମାପ ଓ ଅକଳ୍ପ ଅଟେ। ଜଳଚକ୍ର ଓ ଋତୁଚକ୍ର ରେ ପ୍ରକୃତି ର ଆକାର କାଳ କୁ କାଳ ବଦଳିଥାଏ।

ବର୍ଷ କୁ ଛଅ ଟି ଋତୁ ହୁଏ। ଛଅ ଋତୁରେ ବାର ମାସ ର ଗଣନା କରାଯାଇଛି। ଠିକ୍ ଯେମିତି ଭାଦ୍ରବ ଓ ଆଶ୍ୱିନ ମାସ କୁ ନେଇ ଶରତ ଋତୁ ର ଆଗମନ ହେଇଛି।

ଶରତ ସକାଳ କୁହୁଡି ବାଦଲ ସାରା ପ୍ରକୃତି ରେ ଚହଳ କରେ। ରାସ୍ତା ଘାଟ ନଦୀ ତୁଠ ଯାତାୟତ ରେ ଶିଶିର ର ଶୀତଳ ତା ଅନୁଭବ ମିଳିଥାଏ। ତରୁଲତା ମଧ୍ୟରେ ଝରିପଡୁ ଥାଏ ସେଇ ନିଶିର ଶିଶିର ଯାହା ମନ କୁ ସୁଲୁ ସୁଲୁ ମୃଦୁ ମଳୟ ରେ ଭରି ଦେଉଥାଏ ପାର୍ବଣ ର ଉନ୍ମାଦନା । ଖୁସି ଆନନ୍ଦର ମଳୟ ର ଭିତରେ ମାନବ ଜୀବନ ଉତ୍ସବରେ ଉଜ୍ଜୀବିତ ହେଉଥାଏ। ତପନ କିରଣ ରେ ଫୁଲ ଫଳ ତରୁ ଲତା ବିକଶିତ ଓ ସଂଜୀବିତ ହୋଇଥାଏ। କାଶ ତଣ୍ଡି ର ହସ ରେ ସାରା ପ୍ରକୃତି ଅତି ସୁନ୍ଦର ଓ ମନୋରମ ଦେଖାଯାଏ। ଠିକ୍ ଯେପରି ଆକାଶ ରେ ମେଘମାଳା ଧବଳ ଉଜ୍ଜଳ ଦେଖାଯାଏ ପ୍ରକୃତି ମାଆ ଶୁଦ୍ଧ ପାଟ ଶାଢ଼ୀ ପିନ୍ଧି ଜ୍ୟୋତିର୍ମୟୀ ସଦୃଶ ଦିଶୁଥାନ୍ତି। ପବନ ରେ ଶାଢ଼ୀ ଫର ଫର ଉଡୁ ଥାଏ । ନୟନ କୁ ଦେଖିବାକୁ ଅତୀବ ସୁନ୍ଦର ଲାଗୁଥାଏ।

କାଶ ତଣ୍ଡି ଫୁଲେ ପ୍ରକୃତି ଚଟୁଳ,

ମେଘମାଳା ଯେହ୍ନେ ଦିଶଇ ମଞ୍ଜୁଳ।

ଶ୍ରୀବତ୍ସ ମେହେର,

ମାନେଶ୍ୱର, ସମ୍ବଲପୁର

ଶିଶିର ଭିଜା ଶୀତ ସକାଳ

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ବିଜୟ କୁମାର ଜେନା

ହେମନ୍ତ ଋତୁର ଶିଶିର ବିନ୍ଦୁରେ

ଭିଜାଏ ସାରା ସକାଳ

ପ୍ରାତଃ ଭ୍ରମଣ ର ମଜା ନିଏ ମୁହିଁ

ଗଡି ଗଡି ଯାଏ ବେଳ।

ଶ୍ୟାମଳ କେଦାର ଶସ୍ୟ କେଣ୍ଡା ପରେ

ଶିଶିର ବିନ୍ଦୁ ପଡ଼ଇ

ସୁରୁଜର ରଶ୍ମି ଝଲ ମଲ କରି

ସବୁରି ମନ ହରଇ।

ନିଳିମା ଆକାଶେ ବିହଙ୍ଗମ ଗଣ

ଉଡ଼ିଯାନ୍ତି କେତେ ଦୂର

ନୀଡ଼ ରେ ରହନ୍ତି ଶାବକ ଅନେକ

ଶୀତ ସକାଳ କାକର।

ଚିଲିକା ଜଳରେ ଶୀତ ଲହରୀରେ

ନଳ ବଣେ ପକ୍ଷୀ କୁଳ

ଧୀବର ବାପୁଡ଼ା ନାବ ଚାଳିଥାଏ

ପହଞ୍ଚିବ ଘାଟ ମୂଳ।

ବନ ଉପବନ ଶିଶିର ବିନ୍ଦୁରେ

କୁସୁମ କି ଶୋଭା ପାଏ

ପରଜା ପତିଏ ଏ ଡାଳୁ ସେ ଡାଳ

ଆନନ୍ଦରେ ଘୁରୁ ଥାଏ।

ବାଡି ଲିପା ହୁଏ ଗାଈ ଗୋବରରେ

ପଡ଼ିବ ଧାନ ବେଙ୍ଗଳା

ଚାଷୀ ମନ ଜାଣି ମହାଲକ୍ଷ୍ମୀ ଦେବୀ

ଦିଅନ୍ତି ମାହେନ୍ଦ୍ର ବେଳା।

ଶିଶିର ଭିଜା ର ଶୀତ ସକାଳ କୁ

ଆବ୍ବାଳ ବୃଦ୍ଧ ବନିତା

ସ୍ଵାଗତ କରନ୍ତି ଆପଣା ଢଙ୍ଗରେ

ଭିଜା ମାଟି ଭିଜି ମଥା।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

ଏକାନ୍ତରେ

ଏକା ଏକା

ବିଶ୍ଵାସ ବୋଇତ କୂଳଠୁଁ ଦୂରରେ

ଭୁଲିଛି ଫେରିବା ବାଟ

ରାତିର ସାଇପ ସପନେ ଆଙ୍କୁଛି

ମୃତ ଜରାୟୁର ଚିତ୍ର ।।

ଭଙ୍ଗା ସିଲଟରେ ଧାଡ଼ି ମଡୋଉଛି

ଅ ଆ ହରସେଇ ଲେଖି

ପାଇକାରୀ ଦରେ ନିଲାମ ଡାକୁଛି

ବାକିରେ ହବାକୁ ବିକ୍ରି ।।

ଆପଣା ଠୁଁ ଆପେ ପର ହେଇଯାଇ

ନିଜକୁ ପାଶୋରି ଦିଏ

କାଲିଙ୍କ ଗହଳି ଆଜିର ମେଳିରେ

ଆଗରେ ଆପଣା ଛାଏଁ ।।

ଭରସା ତୁଟେଇ ଆଶାଙ୍କୁ ମାରିକି

ଲୁହକୁ ସାହାରା କରି

କୋହର ତାତିକୁ ଭିଜେଇ ମାରିକି

ଜୀଇଁଛି ମାତ୍ରକ ମରି ।।

ଫଗୁଣ ଆସୁଛି ଫିକା କରି ରଂଗ

ବସନ୍ତ ଦୋଉଛି ଧୋକା

ଏକାରେ ରୁଷୁଛି ଏକାରେ ହସୁଛି

ଏକାନ୍ତରେ ଏକା ଏକା ।।

ମହେନ୍ଦ୍ର ନନ୍ଦ

୮୨୪୯୪୧୧୩୬୭

ଟିକି ଚିନ୍ତନ

ଆବଶ୍ୟକ ନିଶ୍ଚେ ବଞ୍ଚିବା ନିମନ୍ତେ

ଧନ ଜୀବିକାର ପାଇଁ,

ବେଳେବେଳ କିନ୍ତୁ ଏଇ ଧନ ପୁଣି

ସବୁ କାମେ ଆସେନାହିଁ।

କିଛି ବି ଏପରି ଥାଏ,

ଯେଉଁଠାରେ ଟିକେ ସାହାରା ପାଇଁକି

ମଣିଷଟେ ଲୋଡା ହୁଏ।

ଧନେ ସବୁ ମିଳେନାହିଁ,

ଜରୁରୀ ଅଟଇ ଭଲ ମଣିଷଟେ

ଜୀବନର ସୁଖପାଇଁ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

ହେଇ ଯାଏ ଆପେ ବାସି (ବ୍ୟଙ୍ଗ )

=====================

ହଲାନା ହଲାନା ଆଉ ଦୋହଲାନା

କାଳେ ସେ ପଡିବ ଖସି

ବାତରା ଛତରା ଚାହିଁ ବସିଛନ୍ତି

ଘଡିକେ ନେବେ ସେ ଟେକି !!

ଭାବି ବେନି ଜମା କଣ ବୋଲିସେ

ପର ଆପଣା ସେ କିଛି

ଲୋଭତ ତାଙ୍କର ପର ଦରବରେ

ସବୁ ବେଳେ ଥାଏ ବେଶି !!

ଦେଖିଲେ ହୁଅନ୍ତି ରମ୍ପେଇ କମ୍ପେଇ

ଚିଭ କୁ ଥାଆନ୍ତି ଚାଟି

ମୀନ ଧରିବାକୁ ବଗ ପରି ସବୁ

ରହିଥାନ୍ତି ପରା ଟାକି !!

ବୁଝନ୍ତିନି ଦର ଦାମ ତ କେତେ

ଦେଇଥାନ୍ତି ହାତ ରଖି

ନିଜକୁ ନିଜେ ସେ ତଉଲନ୍ତି ନାହିଁ

ଭାବନ୍ତିନି ଭୁଲ ଠିକ !!

ଦେଖେଇ ହୋଇଲେ ମହଙ୍ଗା ପଡିବ

ଦେବେ ସିଏ ଚିତା କାଟି

ପରେ ଅନୁତାପ କରିଲେବି ଯେତେ

ଲାଭ ମିଳିବନି କିଛି !!

ନିକ ଦରବକୁ ନିଜେ ତ ସାଆତ

ତାହାକୁ ତ ଦେଇ ଢାଙ୍କି

କାହାର ଯେମିତିତୁମ ଜିନିଷରେ

ପଡିବନି ଜମା ଆଖି!!

କଥା ରେ ରହିଛି ଘୋଡେଇ ରଖିଲେ

ପଚାରେ ହୁଏନା ମାଛି

ସଜ ଦରବକୁ ଖୋଲା ରଖିଦେଲେ

ଆପେ ହେଇଯାଏ ବାସି!!

=====(((((=======(==((==(

ଭାଗବତ ସାହୁ ଆଶୁ କବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ କୁଟୀର

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276

(!)ଦିବ୍ୟା°ଶୁ,ନିଶି ଆଉ ବସୁ(!)

ରଚନା-କୁଳମଣି ବାରିକ।।

×÷×÷×÷×÷×÷×÷×÷×÷×÷×÷×÷×÷×

ନିଶିରାଣୀ ଯେବେ ପଳାଏ,ଦିବାକର ଆସନ୍ତି,

ଭାଇ ଭଗ୍ନୀ ଦୁହେଁ କରମ,ନିତି ଯେକରୁଛନ୍ତି।।

ରଜନୀର ବଡ଼ ଭ୍ରାତାଯେ,ପ୍ରଭାକର ଅଟନ୍ତି,

ଭଗ୍ନୀଯେ ଅର୍ଦ୍ଧେକ କରମ,ପ୍ରତିଦିନ କରନ୍ତି।।

ଭାଇକୁ ଅର୍ଦ୍ଧେକ ଛାଡ଼ନ୍ତି,ରଶ୍ମି କରିବେ ଦାନ,

ସେଦାନରେ ଏହି ବସୁଧା,ଚଳୁ-ଅଛଇ ଜାଣ।।

ବିକିରଣ କରି କରକୁ,ପ୍ରାଣୀ ପାଳଇ ନିତି,

ସୂର୍ଯ୍ୟ ନାରାୟଣ ନାମଟି,କଲେ ସାର୍ଥକ ଅତି।।

ସକଳ ଶକ୍ତିର ଆଧାର,ଯେଣୁ ସିଏ ଅଟନ୍ତି,

ସ୍ନାନାନ୍ତେ ମାନବଗଣଯେ,ତାଙ୍କ ପାଦେ ନମନ୍ତି।।

ଆଲୋକ ପ୍ରଦାନ କରନ୍ତି,ପ୍ରାଣୀ କରିବେ କାମ,

ଧରଣୀରାଣୀଯେ ଦେଉଛି,ତା'ର କୋଳେ ବିଶ୍ରାମ।।

ନିଶିକାଳେ ନିଶି ଦିନାଣ୍ଡ,ଯେବେ କରୁଛି ନିତି,

ସାଧୁ ଜନ ଗାଇ ଭଜନ,ନିତି କାଟନ୍ତି ରାତି।।

ବିଭ୍ରାନ୍ତ କରନ୍ତି ଜାଲିଆ,କୂଟ କପଟ ଜାଲେ,

ଜାଲ୍ ମାଲ୍ କଥା ଚାଲିଛି,ଏହି କଳି କାଳରେ।।

ଏହାକୁ ନସହି ଭାସ୍କର,କୋପ କରନ୍ତି ସଦା,

ଦୀର୍ଘାହ୍ନରେ ଦୀର୍ଘ ତପତେ,ଦେଉ ଅଛଇ ବାଧା।।

ଦିବାକୃଷ୍ଣ ଦିବା କାଳରେ,ଅଂଶୁ କରେ ପ୍ରଦାନ,

ଦିବ୍ୟା°ଶୁ କବଳେ ବସୁଧା,ଦୁଃଖେ କାଟଇ ଦିନ।।

ଦୟାଳୁ ମାନବ ହେଲେଣି,କଳି ଯୁଗେ ନିଗିଧା,

ସାଧୁ,ସନ୍ଥ ତ୍ରାହି ଡାକନ୍ତି,କାନ୍ଦେ ଆଉ ବସୁଧା।।

ଘନାଶ୍ରୟେ ଘନ ଉଦ୍ଭବ,ବର୍ଷା କାଳେ ହେଉନି,

ଘନାକର ଘନ କୋଦଣ୍ଡେ,ଆଉ ଶୋଭା ପାଉନି।।

ଘଟୁଆଳ ଆଉ ଘାଟକୁ,ଆଗ ପରି ଯାଏନା,

ଘଟକାର ଘଟ ଗଢେନା,ଘଟ କିଏ ନିଏନା।।

ଘଟରାଜ ବାରି ଶୀତଳ,ଆଉ ପିଉନି ଜନ,

ଅନ୍ନକୁ ବରଜି ପୋଳିକା,ଖାଇ କାଟନ୍ତି ଦିନ।।

ବେଳୁ ବେଳ ପ୍ରସାଧନରେ,ନର ଦେଉଛି ମନ,

ପ୍ରାକୃତିକ ବିପର୍ଯ୍ୟୟକୁ,କରେ ଯେନିମନ୍ତ୍ରଣ।।

ସୁଧୁରିବା କଥା ମାନସେ,ଧରୁ ନାହିଁ ପଳିଏ,

ମହାଭାରତର ଯୁଦ୍ଧଯେ,ବାକି ଅଛି ଓଳିଏ।।

+++++++++++++++++++++++++

ଶିଶୁଆ,ସାଲେପୁର,କଟକ।୭୫୪୨୦୨.

ଅନ୍ତର ବେଦନା

ବିପିନ ବିହାରୀ ବାରିକ

ଅନ୍ତର ବେଦନା ଅନ୍ତରେ କୁହୁଳି

ଜୀବନକୁ ଜାଳୁ ଥାଏ

ନ ଦିଶେ ସେ ନିଆଁ ନଦିଶେ ତା ଧୂଆଁ

ଜୀବନକୁ ପୋଡି ଖାଏ ll

ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି

ହୁତୁ ହୁତୁ ଜଳୁ ଥାଏ

ନିରବରେ ଜାଳେ ଅନ୍ତର ବେଦନା

ଜ୍ୱାଳା ତା ଅସହ୍ୟ ହୁଏ ll

କହି ହୁଏ ନାହିଁ ସହି ହୁଏ ନାହିଁ

କେବେ ଲାଜ କେବେ ଭୟ

କେବେ ଉଦାସ ବା ସଂକୋଚର ପଣ

ବାନ୍ଧି ଦେଇଥାଏ ମୁହଁ ll

ହିଂସ୍ର ସମାଜର ନାଲି ଆଖିପୁଣି

ଲୋକନିନ୍ଦା ଅପମାନ

ଖୋଲି କହିବାକୁ କହେ ନାହିଁ ମନ

ହଜିବ ଆତ୍ମ ସମ୍ମାନ ll

ହୃଦୟ ଅମୁହାଁ ଦେଉଳେ ନୀରବେ

ପ୍ରାଣ ପକ୍ଷୀ ଗୁମୁରଇ

ବୁକୁର ରକତ ବୁକୁ ପିଇ ଯାଏ

ବାହାରେ ଦେଖା ନ ଯାଇ ll

ଅତି ଅନ୍ତରଙ୍ଗ ପ୍ରିୟ ଜନ ଧୋକା

ପ୍ରତାରଣା, ପ୍ରବଞ୍ଚନା

କହି ନ ହୁଅଇ ସହି ନ ହୁଅଇ

ଦିଏ ଏହି ଦୁଃଖ ସିନା ll

ବାଣ୍ଟି ଦେଲେ ଦୁଃଖ ଅଧା ହୁଏ ସିନା

ଏ ଦୁଃଖ ବାଣ୍ଟି ନୁହଇଁ

ଅଜାଗା ବ୍ରଣ ଏ ଅନ୍ତର ଦହଇ

ହୁଏନା ପାଟି ଫିଟାଇ ll

ଗୋବିନ୍ଦ ନିତ୍ୟାନନ୍ଦ ନିଳୟ, ବାଲେଶ୍ୱର

ଯୈାବନର ମିଠା ସମ୍ମୋହନ🌹

(( ବେଣୁଧର ସୂତାର ))

ବୟସର ଗୋଲାପି ବାସରେ

ଆଙ୍କିଦିଏ ସୁନେଲି ସପନ

ମନ ସାଜେ ମୁକ୍ତ ପ୍ରଜାପତି

ଛାତି ତଳେ ମିଠା ଆଲୋଡନ ।

ସପନର ମହୁଆ ମାଦକେ

ଆନନ୍ଦର ଉତ୍ ଫୁଲ ଉଲ୍ଲାସେ

ତନୁ ତୀର୍ଥେ ଖେଳେ ଉନ୍ମାଦନା

ମନ ମଲ୍ଲୀ ମହମହ ବାସେ ।

ମନ ହୁଏ ତନ୍ମୟ ତଲ୍ଲୀନ

ସପନର ବେଳାଭୂମି ତୀରେ

ବୁକୁ ତଳେ ପ୍ରୀତିର ଜୁଆର

ମୂର୍ଛନାର ଅପୂର୍ବ ଝଙ୍କାରେ ।

ଅଙ୍ଗେଅଙ୍ଗେ ଶିହରଣ ଜାଗେ

ମନହୁଏ ସତେ ଆନମନା

ବୟସର ଚାରୁ ଅଙ୍ଗନରେ

ବିଳାସର ବହଳ ବ୍ୟଞ୍ଜନା ।

ମିଠା ମିଠା ରୂପ ଚିତ୍ର ଆଙ୍କେ

ନୀଳ ନୀଳ ନିଟୋଳ ନୟନେ

ସପନର ଝୁଲଣା ରେ ବସି

ମନ ଝୁମେ ପ୍ରୀତି ଫୁଲଵନେ ।

ମଧୁମୟ ଲାଗେ ଏ ସଂସାର

ବୟସରେ କୃଷ୍ଣଚୂଡ଼ା ରଙ୍ଗ

ରୋମାଞ୍ଚତା ଭରିଦିଏ ଅଙ୍ଗେ

ନୟନରେ ତଡିତ୍ ତରଙ୍ଗ ।

ନୂଆ ନୁଆ ଲାଗେ ଅନୁଭବ

ତନ୍ମୟର ତନୁ ତୀର୍ଥେ ଯାର

ଯୈାବନର କାଉଁରୀ ମାୟାରେ

ମନ ଗାଏ ପ୍ରୀତିର ମହ୍ଲାର ।

ରଙ୍ଗମୟ ଛନ୍ଦମୟ ତନୁ

ଋତୁ ଲାଗେ ଫଗୁଣ ଫଗୁଣ

ସ୍ଵପ୍ନ ବୁଣେ ଏନୟନ କୋଣେ

ପୁଲକିତ ପ୍ରୀତିର ପାର୍ବଣ ।

ରୂପ ରଙ୍ଗ ରସ ସମ୍ମୋହିତ

ଲାବଣ୍ୟର ରମ୍ୟ ପଦ୍ମବନ

ତାରୁଣ୍ୟର ତନ୍ମୟ କୁଂଜକୁ

ରଙ୍ଗସ୍ଵପ୍ନେ ଆସିଛି ଯୈାବନ ।

********

କେଶଦୁରାପାଳ କେନ୍ଦୁଝର

ଦୂରଭାଷ-୯୧୭୮୫୬୮୨୪୬

"ଆଜି ଜୀବନ ଗଣିତ କଷୁଛି ବସି"

********

ଜୀବନର ଏହି ମିଶାଣ ଫେଡାଣ

ଗୁଣନ ହରଣ ମଧ୍ୟରେ

ଏମିତି ଗଣିତ କଷିବି ଦିନେ ମୁଁ

ଭାବନା ନ ଥିଲା ମନରେ ।।

ଜାଣିଥିଲି ଦିନେ ଏହି ପାଠ ମଧ୍ୟେ

ହର ଗୁଣ ଫେଡ ଓ ମିଶା

ଆଉ ସବୁ ପାଠ ଫସର ଫସା

ଗଣିତ ମଧ୍ୟରେ ଏ ନିଶା ।।

ମିଶେଇ ମିଶେଇ ବଡ଼ ପରିବାର

ଫେଡି ଫେଡି ଥକିଲିଣି

ଗୁଣି ଗୁଣି ବନ୍ଧୁ ବାନ୍ଧବ ଅନେକ

ହରି ହରି ହାରିଗଲି‌ ।।

କେମିତି କଷିବି ଜୀବନ ଗଣିତ

ଭାଗଶେଷ ପଡ଼େ ବଳି

କଷି କଷି ଖାତା ସରି ମୋ ଗଲାଣି

ଝୁଣ୍ଟି ପଡୁଅଛି ଖାଲି।।

ଯୋଗ କରିଅଛି ଯେଉଁ ସଂଖ୍ୟା ସଙ୍ଗେ

ସେହି ହିଁ ଗଣିତ ମଞ୍ଜି

ଫେଡୁଛି ଗୁଣୁଛି ବାରମ୍ବାର ମୋତେ

ମାୟାରେ ଯାଇଛି ହଜି ।।

ଏତେ ଲମ୍ବା ଏହି ଜୀବନ ଗଣିତ

ଏବେ ମୁଁ ପାରୁଛି ଜାଣି

ତଥାପି କଷିବା ସରୁ ନାହିଁ ମୋର

ଦୁଆତରେ ନାହିଁ କାଳି।।

କଷି କଷି ଖାତା ସରିଲାଣି ପଛେ

ଆହୁରି ଗଣିତ ବାକି

ଟିୟୁସନ ମାଷ୍ଟର ଛାଟ ଧରିଛନ୍ତି

ସହଜେ ନ ପାରେ ଫାଙ୍କି ।।

ଶେଷ ଯାଏ ମୋତେ କଷିବାକୁ ହେବ

ମୋର ଜୀବନ ଗଣିତ

ଭାଗଶେଷ ଶୂନ ନ ହୋଇବା ଯାଏ

କଷିବାର ନାହିଁ ଅନ୍ତ ।।

ଏତେ କଷ୍ଟକର ଗଣିତ ବୋଲି ମୁଁ

ଏବେ ପାରିଲଇ ଜାଣି

କାଳିଆ ଠାକୁର ସାହା ହେବ ମୋତେ

ଗଣିତେ ହୁଏ ଅଗ୍ରଣୀ ।।

**

ହେମନ୍ତ କୁମାର ସାହୁ। ମାହାଙ୍ଗା।

Used Scooty for sale - Rs 33000

Contact - 9668072655

।। ମନପକ୍ଷୀ।।

ରାଗ।। ବଙ୍ଗଳା ଶ୍ରୀ।।

ମନ ପକ୍ଷୀ ମୋର ଉଡ଼ି ବହୁ ଦୂର

ଦେଖିଲୁ ତୁ ବହୁ ସ୍ଥାନ,

ପର୍ବତ ସାଗର ସୁଦୃଶ୍ୟ ଅପାର

ଲୀଳାଖେଳା ବର୍ତ୍ତମାନ।୧।

ମନ ପକ୍ଷୀ ମୋର ଦିଶୁତୁ ସୁନ୍ଦର

ନୀଳ ଗଗନର ପକ୍ଷୀ

କି ସୁନ୍ଦର ଆହା ବସୁମତୀ ମାଆ

ଉଡୁ ଚାରୁଶାଳା ଲକ୍ଷି।୨।

ମନ ବିହଙ୍ଗର ରୂପ ନାହିଁ ତୋର

ନାହିଁ ଡେଣା ନାହିଁ ପର,

ନାହିଁ ଗୋଡ ନାହିଁ ପେଟ ପିଠି ନାହିଁ

ଉଡୁ କିନ୍ତୁ ଫର ଫର।୩।

ନାହିଁ ମୁଣ୍ଡ କାନ ଆଖି ଥଣ୍ଟ ଜାଣ

ମନ ପକ୍ଷୀ ନିରାକାର ,

ଆକାଶେଉଡୁରେ କେତେସରାଗରେ

ଆନନ୍ଦରେ ନିରାଧାର।୪।

ତୋର ବେଗ ଗତିି ଅନେକ ପ୍ରଗତି

ଚାହୁଁ ଚାହୁଁ ସ୍ବର୍ଗ ଯାଉ,

ସୁଯୋଗ ପାଇଲେ ଉଡୁଥାଉ ଭଲେ

ମେଲିଦେଇ ଦୁଇବାହୁ।୫।

ଦୂର ଆକାଶରେ ଜହ୍ନ ରାଇଜରେ

କିମ୍ବା ସୂର୍ଯ୍ୟ ମଣ୍ଡଳରେ,

ମହାଶୂନ୍ୟ ଶୂନ୍ୟ ଭ୍ରମି ହେଉ ଧନ୍ୟ

ମନ ପକ୍ଷୀ ଅନଳରେ।୬।

ଅନାହାରେ ଥାଉ ମନ ସୁଖେ ଥାଉ

ଅଶରୀରୀ ମନ ପକ୍ଷୀ,

ରୂପ ରଙ୍ଗ ନାହିଁ ଶୂନ୍ୟେ ବୁଲୁ ଥାଇ

ଅଦୃଶ୍ୟ ରୂପ ଅଲକ୍ଷି।୭।

ଯା କହିଲେ ଯାଉ ଖା କହିଲେ ଖାଉ

ପରମବ୍ରହ୍ମ ସ୍ୱରୂପ,

କେଉଁ ସ୍ଥାନେ ବସା ତୁ ବିଶାଳ ଯଶା

ଜଳେବିଶ୍ଵ କଲେକୋପ।୮।

ମନ ପକ୍ଷୀ ସତ୍ତ୍ୱେ ମଣିଷର ହାତେ

ଧରା ନ ଦେଉ ମାୟାରେ,

ମାୟାକୁ ଛିଡାଇ ବିଶ୍ୱେ ଉଡୁ ଥାଇ

ଜପୁଥା ମନ ବାୟାରେ।୯।।

ଜଗତ କଲ୍ୟାଣ କରୁରେ ଛଞ୍ଚାଣ

ଦୃଷ୍ଟି ସାରା ବିଶ୍ବ ତୋର,

ସର୍ବଦା ଡାକଇ ମନ ପକ୍ଷୀ ଧ୍ୟାୟୀ

ବାନ୍ଧି ରଖ ମନ ଭାଇ।୧୦।

।। ସମାପ୍ତ।।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା,

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା ମୋ ନ ୭୮୪୮୦୦୦୦୩୦।

।। ଗଧ ମଣିଷର ଜୀବନ ।।

ମଣିଷ ମଣିଷ ମଧ୍ୟରେ ଛିଡା କରାଏ

ବିଭାଜନ ପ୍ରାଚୀର,ଆଜିର ବାବାଜୀ ସାଧୁ ସନ୍ଥ ସନ୍ନ୍ୟାସୀ ମାତା ରାଧେମା

ମଠ ପୀଠ କରି ନିର୍ମାଣ ଗଧ ମଣିଷ

ମାନଙ୍କୁ କରି ବୋକା ଧର୍ମ ଗୁହାଳେ ।

ସହର ସହର ବୁଲି ପ୍ରବଚନ ଆଦି

ଦେଇ ପ୍ରତିଶ୍ରୁତି ଅନ୍ଧବିଶ୍ୱାସ ରହିଛି ଶାଶ୍ବତ ପ୍ରେମରେ ପଡିଛନ୍ତି ଗଧର

ମଣିଷ ପଣିଆର ଜୀବନ ବଗିଚାର ସାଜି ଭ୍ରମର ପୂଜା କରି ହୁଏ ଗଧ ।

ଭାର ହିଁ ବୋହି ଅତିରିକ୍ତ ବୋଝରେ

ପରିବାରର ସଂସାରର ୠଣ ହିଁ ସୁଝି

ଖଟି ଜୀବନ ସାରା କରି ପୂଜା ଗଧ

ମଣିଷର ଅତି ବ୍ୟତିବ୍ୟସ୍ତ ଜୀବନର

ଗଢି ଜାଣିଲେ ଘର ସୁନ୍ଦର ଭାବରେ

ଗଧ ଭୋଜନ କୁକୁର ଧାଉଁଡି କାକ

ସ୍ନାନରେ ରହି ବ୍ୟସ୍ତ ଆଜିର ମଣିଷ

ଜୀବନ ଶୈଳୀର ସାମାଜିକ ଯୁବକ

ହୁଅନ୍ତି ଭ୍ରଷ୍ଟ ଗଧ ପୂଜା ବାବା ମାତା

କଠଉ ଭିଭୂତି ପୂଜାର ହିଁ ମାହାତ୍ମ୍ୟ

ଅନ୍ଧ ବିଶ୍ୱାସର ହିଁ ହୋଇ ବଶବର୍ତ୍ତୀ

ଗଧ ସମ ଗୁରୁ ବଚନ ଶୁଣି ହର୍ଷରେ

ପାଶ୍ଚତଧାବନ ନକରି ସତ୍ୟର ଅତି

ଅନୁସନ୍ଧାନ ଯନ୍ତ୍ରଣା ହିଁ ଭୋଗନ୍ତି ଗଧ

ମଣିଷର ଜୀବନ ଦର୍ଶନ ଠକାମୀର

ଆଉ କେତେ ଦିନ ଏହି ଗଧ ପୂଜାର

ଆୟୋଜନରେ ଖଟିବ ଏ ମଣିଷ ତ ଅମୃତ ପ୍ରେମ କଥାକୁ ମଣି ରସାମୃତ

ଭକ୍ତି ଶ୍ରଦ୍ଧା ମମତାର ବନ୍ଧନରେ ହିଁ ବାନ୍ଧି ହୋଇ ଅନ୍ଧ ବିଶ୍ୱାସର ନିଦର୍ଶନ

ବାବା ମାତା ସାଧୁ ସନ୍ଥ ମଣିଷ ମାନେ

କରନ୍ତି ବୋକା ଗଧ ମଣିଷ ମାନଙ୍କୁ

କବର ଉପରେ ହିଁ ଅସତ ସାଧୁ ସନ୍ଥ

ଫକୀର ମାନଙ୍କ ପାଦ ପୂଜାରେ ଅତି ବ୍ୟସ୍ତ ରହି ନିଜସ୍ଵ ଜୀବନ ନଷ୍ଟ ଭ୍ରଷ୍ଟ

ବିକ୍ରମାଦିତ୍ୟ ପୁରୋହିତ

ଜଗନ୍ନାଥ କଲୋନୀ ବୁଢ଼ାରଜା

ସମ୍ବଲପୁର

ମଣିଷ ଗଛ

ଏଠି ଦିନ ସରେନା କି ରାତି ସରେନା

ମଣିଷ ଭିତରେ ଖାଲି ମିଛ ଛଳନା

ସପନ ରହିଣ ଯାଏ ରାତି ନଥାଏ

ସୁଖ ସାତପର ଦୁଃଖ ନିଜର ହୁଏ ।

କିଏ ଭାଇ ହୁଏ ପୁଣି କିଏ ଭଗାରୀ

ଛାଡି ଚାଲିଯାଏ ସ୍ୱାର୍ଥ ଗଲେ ତା ପୂରି।

ଚିକ୍କଣ ଚାକଣ କଥା ଅତି ମଧୁର

ବଚନ ପ୍ରକାଶୁ ଥିବ ହୋଇ ଚତୁର ।

ସମୟ ସୁଯୋଗ ଦେଖି ତଣ୍ଟି କାଟଇ

ହାତ ତିଆରି ମଣିଷ ଗଛଟି ସେହି।

ମଣିଷ ଗଛ ହୋଇ କାଟେ ଆନ ଚେର

କାହାପାଇଁ ଖେଳ ଏ କାହାପାଇଁ କାଳ ।

କହାକୁ ପକାଏ ନିଜ ସ୍ୱାର୍ଥର ବଳି

ମଣିଷ ଗଛକୁ କେହି ପାରେନା କଳି।

ଅନ୍ୟର ସୁନେଲି ସ୍ୱପ୍ନ କରଇ ଚୂନା

ଭଲ ମଣିଷକୁ ଏଠି ବଞ୍ଚିବା ମନା।

ମଣିଷ ଗଛକୁ ଯେବେ ଲଗାଇ ଦେଲୁ

ଭଲ ମଣିଷ ହୋଇ ଆପେ ମରିଲୁ।

ବାପା ଧର୍ମ ସଂକଟରେ ଏଠି ପଡୁଛି।

ଲଗାଇ ଥିବା ଗଛଟି ଘରୁ ତଡୁଛି

ପର ହେଉଛି ଆପଣା ନିଜର ପର

ଆପଣା ତିଆରି ଗଛ ନୋହେ ତୋହର।

ମଣିଷ ଗଛ ଲଗାଅ ହେବ ବଇରୀ

ତାହା ପାଇଁ ସୁଖ ଶାନ୍ତି ଯିବରେ ସରି।

କାହାକୁ କହିବୁ ଏଠି କିଏ ଶୁଣିବ ?

ମଣିଷ ଗଛ ରୋପିଛ ନିଜେ ଭୋଗିବ।

ଚାଲିବୁ ଘୋର ଖରାରେ ବୋଝକୁ ସହି

ମଣିଷ ଗଛର ଛାଇ ପାଇବୁ ନାହିଁ।

ନିଜ ଲୁହକୁ ପିଇ ହସ ବାଣ୍ଟୁଥିବୁ

କଣ୍ଟାରେ ଚାଲି ତୁହି ଫୁଲ ବିଞ୍ଚୁଥିବୁ

କାହିଁକି ଲଗାଉ ଗଛ ଜାଣିନୁ ତୁହି।

ମିଳିବନି କେବେ ତୋତେ ମଣିଷ ଛାଇ।

ସମୟ ବଦଳି ଯାଏ ବଦଳେ ଦିନ

ଜୀବନ ପରିଧି ତୋର ଅଢେଇ ଦିନ ।

ମାଟିର ଶରୀର ଦିନେ ହୋଇବ ଚୂନା

ସେବା ନକରିଲେ କେଉଁ ଗଛରେ ଗଣା।

ଲଗାଇବ ଯେବେ ତୁମେ ମଣିଷ ଗଛ

ସେହି ଗଛ ଦିନେ ତୋତେ ମଣିବ ତୁଚ୍ଛ।

*********

ବଟକୃଷ୍ଣ ପଣ୍ଡା ,ଢେଙ୍କାନାଳ

ଗୃହସ୍ଥ ଆଶ୍ରମ ଜୀବନ

🎉🎉🎉🎉🎉🎉

ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଜୀବନ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଚାରୋଟି ଆଶ୍ରମ ଦେଇ ଯାତ୍ରା କରିଥାଏ। ଯଥା ବ୍ରହ୍ମଚାରୀ, ଗୃହସ୍ଥ , ବାନପ୍ରସ୍ଥ ଓ ସନ୍ନ୍ୟାସୀ। ଏ ଚାରି ପ୍ରକାର ଜୀବନ ଯାତ୍ରା ମଧ୍ୟରୁ ଗୃହସ୍ଥ ଧର୍ମ ସବୁଠୁ କଷ୍ଟ ଓ ଯନ୍ତ୍ରଣା ଦାୟକ ହେଲେ ବି ତାହା ସବୁଠୁ ମହାନ ଓ ସର୍ବ ଶ୍ରେଷ୍ଠ ଧର୍ମ। ଆଶ୍ରମ ହେଉଛି ଜୀବନରେ ଆଧ୍ୟାତ୍ମିକ ଯାତ୍ରା ର ନିବାସ। ଗୃହସ୍ଥ ଆଶ୍ରମ ଏକ ପାରିବାରିକ ଆଶ୍ରମ। ଯେଉ ଠାରେ ପତି ପତ୍ନୀ ର ବୈବାହିକ ସମ୍ପର୍କ କୁ ଉପଭୋଗ କରିବା ସହିତ ମନ ଓ ଆତ୍ମା ର ମିଳନ ରେ ଜୀବନ କୁ ସରସ ସୁନ୍ଦର୍ କରି ମଧ୍ୟ ଭାଗବତ ଆଧ୍ୟାତ୍ମିକ ଚିନ୍ତନ ଚେତନା ରେ ଆନନ୍ଦ ପାଇଥାନ୍ତି।

ଆଧ୍ୟାତ୍ମିକ ଓ ସଂସ୍କାର ନିଜର ସନ୍ତାନ ମାନଙ୍କ ଠାରେ ପ୍ରତିଷ୍ଠିତ କରିବା ଉଚିତ୍ । ସୁଖି ଏବଂ ଆନନ୍ଦ ଜୀବନ ଯାତ୍ରା କରିବା ନିମିତ୍ତ ପ୍ରତ୍ୟେହ ସାଧନା, ଆରାଧନା ଓ ଉପାସନା କରିଥାନ୍ତି। ଗୃହସ୍ଥ ଆଶ୍ରମ ରେ ରହି ନିଜର ଚିନ୍ତା ଚେତନା କୁ ସକାରାତ୍ମକ ଭାବ ସହ ଆତ୍ମ ସଞ୍ଜମ କରିବା କେତେ ଯେ କଷ୍ଟ ତାହା ଅନନ୍ୟ ଓ ଅସାଧାରଣ ପରି ଲକ୍ଷିତ ହୁଏ। ସେଇ ଯନ୍ତ୍ରଣା ଅବ୍ୟକ୍ତ ହେଲେ ମଧ୍ୟ ଧ୍ୟାନ ଯୋଗ ସାଧନା କରୁଥିବା ବ୍ୟକ୍ତିତ୍ଵ ଏ ହାର ପରିମାପ ଅତି ଉତ୍ତମ ଭାବରେ ଉପସ୍ଥାପନା କରିପାରିଥାନ୍ତି। ଏହା ସରଳ ଏବଂ ସହଜ ହେଇ ପାରେ ଯଦି ନିଜର ମନର ଇଚ୍ଛାକୁ, ପ୍ରାଣ ର ତୃଷ୍ଣା କୁ ଯଥା ପଥରେ ପ୍ରୟୋଗ କରି ତାକୁ ତ୍ୟାଗ କରି ଦିଆଯାଏ। ଠିକ୍ ଯେପରି ନଦୀ ର ସ୍ରୋତ କୁ ଶସ୍ୟ କ୍ଷେତ୍ର ରେ ମଡା ଦିଆଯାଏ, ତାହା ହେଲେ ସେ ଶସ୍ୟ କ୍ଷେତ୍ର ଟି ଫଳ ଫୁଲ ରେ ସୂ ସଜ୍ଜିତ ହେଇ ଛବିଳ ମଞ୍ଜୁଳା ଦେଖାଯିବ।

ହିଂସା, ଅହଙ୍କାର, ଲୋଭ,ମୋହ କାମନା ମନର ଦୁଶ୍ଚିତା କୁ କାଢି ନିଜ ଗୃହସ୍ଥ ଜୀବନ ରେ ଏକ ଆଦର୍ଶ , ନିଷ୍କପଟ ସରଳ ଭାବମୂର୍ତ୍ତି ସହ ନିରପେକ୍ଷ ଭାବ ସ୍ରୋତ ଦେଇ ସେଇ ଉତ୍ଥାନ ପତନ ସମାଜ ସାଗର କୁ ଶାନ୍ତ କରିବାକୁ ପ୍ରେରଣା ଦେବା ଉଚିତ୍। ସମାଜ ର ଏକ ଦିଗ ଦର୍ଶକ ସହ ପଥ ପ୍ରଦର୍ଶକ ଭାବରେ ବିହିତ ମାର୍ଗ କୁ ପ୍ରଦର୍ଶନ କରିବା ବିଧେୟ।

ଗୃହସ୍ଥ ଆଶ୍ରମ ଜୀବନ ସମୂର୍ଣ୍ଣ ଆଧ୍ୟାତ୍ମିକ ଚେତନା ଜାଗରଣ ଯାତ୍ରା

ଯେଉ ଯାତ୍ରା ସମାଜରେ କଠିନ ହେଲେ ମଧ୍ୟ ଜଳ ଭଳିଆ ନିର୍ମଳ ଏବଂ ଶୁଦ୍ଧ ଆଚରଣ କଲେ ମନ ଗୃହସ୍ଥ ଆଶ୍ରମ ଜୀବନ ଏକ ଶ୍ରଦ୍ଧା ,ନିଷ୍ଠା ଓ ଆନ୍ତରିକ ସମର୍ପଣ ରେ ଗଠିତ ଆଧ୍ୟାତ୍ମିକ ଜୀବନ ଯାତ୍ରା ଅଟେ। ଯେ ଉ ଯାତ୍ରା ରେ ଅସୁର ରୂପକ ଲୋଭ ମୋହ ଓ ତୃଷ୍ଣା ର ମରୀଚିକା ଦେଖାଇ ଜୀବନ ଯାତ୍ରା କୁ ଅସଫଳ କରିବାରେ ବ୍ୟସ୍ତ। ସେଥିପାଇଁ ମନ ର ସାଧନା ନିରନ୍ତର ଆବଶ୍ୟକ। ମନକୁ ସାଧନ କରିବାକୁ ହେଲେ ନିଜକୁ ଶଙ୍କେନ୍ଦ୍ରଣ ଓ ଅଭିନିବେଶ ଭାବ ରଖି ଯୋଗ ଧ୍ୟାନ କରିବା ଉଚିତ। କାହିଁକି ନା ମନ ହେଉଛି ଦୁଶ୍ଚିନ୍ତା ର ମୂଳ କାରଣ। ମନ ଓ ପ୍ରାଣ ର ଲକ୍ଷ୍ୟ ହେଉଛି ଭାଗବତ ପ୍ରାପ୍ତ କରିବା। ମନ କୁ ଠିକ୍ ଭାବରେ ଉପଯୋଗ ନ କଲେ ଗୃହସ୍ଥ ଜୀବନ କଷ୍ଟ ହେଇଥାଏ। ନିଜ କୁ ବୁଝିବାକୁ ପଡ଼ିବ। ନିଜକୁ ଜାଣିବାକୁ ହେବ ଯେ ଏ ଧରା କୁ ଆସିବାର ନିଜର ଲକ୍ଷ୍ୟ କଣ। ସେଇ ରହସ୍ୟକୁ ଉନ୍ମୋଚନ କରି ନିଜର ମନ କୁ ସଞ୍ଜମ କରିବାକୁ ନିରନ୍ତର ଉଦ୍ୟମ ରହିବା ଉଚିତ୍। ନିଜର ଅନ୍ତର ଚେତନା ଆଲୋକ କୁ ଉଜଳିତ କରି ମନ ର ଭାବ କୁ ସକାରାତ୍ମକ ଭାବ ଦେଇ କଷ୍ଟ କୁ ଆନନ୍ଦ ରେ ପରିଣତ କରିବାର ବିଧି କୁ ଆପଣାଇବା ବିଧେୟ । ଏ ବିଷୟ ରେ ଲେଖି ବସିଲେ କାଳ ମଧ୍ୟ କମ ହୋଇଯିବ ହେଲେ ଗୃହସ୍ଥ ଆଶ୍ରମ ଜୀବନ ର ମର୍ମ ତତ୍ତ୍ଵ ଓ ଆନନ୍ଦ ତତ୍ତ୍ଵ କେବେ ସରିବ ନାହିଁ। କାହିଁକି ନା ଜୀବନ କାହାଣୀ ସେତେ ଛୋଟ ନୁହେଁ। ଏହା ଭୂମି ଠାରୁ ଭୂମା ଯାହା ଅସୀମା ବିସ୍ତାର ଅଟେ। ଜନ୍ମ ଓ ମୃତ୍ୟୁ ର ଖେଳ ଏଇ ସଂସାର ରେ ଅଦ୍ଭୁତ ଜନିତ ବୋଲି କୁହାଯାଇପାରେ । ଶ୍ରୀବତ୍ସ ମେହେର, ମାନେଶ୍ୱର, ସମ୍ବଲପୁର