31. ମାଛ ତେଲରେ ମାଛ ଭଜା

🖌️🖌️🖌️🖌️🖌️🖌️🖌️

ମାଛ ତେଲରେ ମାଛ ଭାଜିବା କଳା

ଜଗତେ ଯାହାକୁ ଜଣା

ଡିଣ୍ଡିମ ତାହାର ସଘୋଷେ ବଜାଏ

କରେ ତୁଛା ପ୍ରତାରଣା।

ନିର୍ଲଜ ପଣରେ ନିଜର ଫାଇଦା

ଉଠାଏ କରି ସେ ଫନ୍ଦି

ଫିକର ତା'ର ବୁଝି ନପାରି ସର୍ବେ

ହୁଅନ୍ତି କେତେଯେ ଧନ୍ଦି।

ସାହିତ୍ୟ କ୍ଷେତ୍ରରେ ଏହି ପ୍ରକ୍ରିୟାଟି

ଅଧିକ ଜାଜ୍ଜ୍ୱଲ୍ୟମାନ

ବାର୍ଷିକ ଉତ୍ସବ ସଦର୍ପେ କରନ୍ତି

ଭିନ୍ନ ଭିନ୍ନ ଅନୁଷ୍ଠାନ।

କବିତାପାଠ ପତ୍ରିକା ଉନ୍ମୋଚନ

ମାନପତ୍ର ବିତରଣ

ଲେଖକ ଲେଖିକା ମାନପତ୍ର ପାଇ

ହୋଇଯିବେ ସତେ ଧନ୍ୟ !!

ଗଳ୍ପ ବା କବିତା ପତ୍ରିକା ନିମିତ୍ତ

ପ୍ରଥମେ ସେହୁ ମାଗିବେ

ସଭାସ୍ଥଳରେ ପତ୍ରିକା ବଣ୍ଟାଯିବ

କାର୍ଯ୍ୟକର୍ତ୍ତା କହିଥିବେ।

ହ୍ବାଟସ୍ଆପ୍ ରେ ନିମନ୍ତ୍ରଣ ପତ୍ର

ପଠାଇଦେବେ ବହନ।

ନାମୀଦାମୀ ମୁଖ୍ୟ ଅତିଥିଙ୍କ ନାମ

ନିମନ୍ତ୍ରଣ ପତ୍ରେ ଥିବ।

ଅତିଥିଙ୍କ ସହ ଫଟୋ ଉଠାଯିବ

ଆକର୍ଷିବ ଲେଖକଙ୍କୁ

ଲୋଭ ଅଟେ ସିନା ଦୁଃଖର କାରଣ

ଭୁଲିଯିବେ ଏ ବାଣୀକୁ।

ସହଯୋଗ ରାଶି ପଛରେ ମାଗିବେ

32.ପରିବାର

ପରିବାର ଅଟେ ଶ୍ରେଷ୍ଠ ଆଶ୍ରମଟେ

କହିଥିଲେ ମୁନି ଋଷି,

ଚାରୋଟି ଅକ୍ଷର ସମଷ୍ଟିରେ ହୁଏ

ପରିବାର ଯୋଗ ସ୍ଥିତି।

ପବିତ୍ରତା ଯହିଁ ନ ଥାଏ ତ ତହିଁ

ପ୍ରଭୁଙ୍କ ନ ଥାଏ ବାସ,

ସରଳତା ଯଦି ନଥାଏ ସଂପର୍କେ ମନୋମାଳିନ୍ୟରେ ବିଷ।

ବାକ୍ ପଟ୍ଟୁତା ଥିଲେ କହିବାଶୈଳୀରେ

ଦୃଢରହେ ଭାବସ୍ନେହ,

ସ୍ୱର୍ଗସମ ଅଟେ ସେହି ପରିବାର

ହୁଏ ଯଦି.ରସମୟ।

ସ୍ନେହ,ଶ୍ରଦ୍ଧା,ପ୍ରେମେ,ପ୍ରୀତିର ବନ୍ଧନେ

ସବୁ ଯେ ପରିବର୍ତ୍ତନ,

ଦେବତା,ଅତିଥି ଯହିଁ ପୂଜାପାନ୍ତି

ତହିଁ ଧର୍ମ,ଅର୍ଥ ପୂର୍ଣ୍ଣ।

ଆଣିଛନ୍ତି ଯେହୁ ଏ ଧରାଧାମକୁ

ସେ ପିତାମାତା ପୟରେ

ପ୍ରଣାମ କରିବା ,ସମ୍ମାନ ଓ ସେବା

କଲେ ଆଶୀର୍ବାଦ ମିଳେ।

ସେପରି ନିର୍ମାଣ ହୁଅଇ ସନ୍ତାନ

ପରିବାରରୁ ଯା ଶିକ୍ଷା,

ଭବନ ବିଶାଳ ହେଲେ କିବା ଲାଭ

ଭାବନା ନ ଥିଲେ ଉଚ୍ଚା।

ପିତା ପୁତ୍ର ଆଉ ପତି ପତ୍ନୀ ମଧ୍ୟେ

ରହିଥିଲେ ବୁଝାମଣା,

ନଇଁବା,ସହିବା,କହିବା,ରହିବା

ଧଇର୍ଯ୍ୟେ ସମ୍ଭବ ସିନା।

ଗୁରୁଜନଙ୍କର ମତାମତ ଆଉ

ମାର୍ଗଦର୍ଶନକୁ ଘେନି,

କରୁଥିଲେ କର୍ମ,ଆପଦବିପଦ

ସମ୍ମୁଖେ ନ ଆସେ ପୁଣି।

ସମୟ ଦେଇକି ଆପଣାଜନଙ୍କୁ

ଖୁସି ଆନ…

33.🙏 ମୁଁ ସେହି ପଇସା🙏

*****ଅପର୍ତ୍ତି ସେଠୀ

ମୁଁ ପ‌ଇସା ସବୁରି ଆଶା

ଭରଷା ସଭିଙ୍କର,

ମୋପାଇଁ ସ୍ଵପ୍ନ ଯେ କିଣାବିକା

ହଂସା‌ ଉଡୁଛି କା'ର‌।

ମୁଁ ଅଟେ ପ୍ରଶ୍ନ ମୁଁ ବି ଉତ୍ତର

ଔଷଧି ଉପଚାର,

ମୁଁ ଚଳାଏ ସାରା ସଂସାର

ମୁଁ ସରକାରୀ କଳ।

ନାନା ଉପାଧି ସଂସାରେ ମୋର

ନାନା ବିଚାର ନୀତି,

ସ୍କୁଲ୍‌ରେ ଦେଲେ ଫିସ୍ ବୋଲି ତ

ସମସ୍ତେ ଜାଣୁଛନ୍ତି।

କେ ଉପହାର ଦେଉଛି ଯଦି

ଗିଫ୍ଟ‌ ବୋଲି କହେ,

ସତ୍ୟ ଲୁଚାଇ ଭିତିରି ନେଲେ

ମୁଁ ଲାଞ୍ଚ ହୋଇଯାଏ।

ବ୍ୟାଙ୍କ୍ ବେପାର ନାଁ ମୋର ଋଣ

ମଜୁରୀ‌ ମୂଲିଆର,

ନିଏ ଶ୍ରମିକ ପାରିଶ୍ରମିକ

ବେତନ ରୂପେ ତାର।

ନିଏ ସର୍କାର ମୁଁ ସେହି କର

କର୍ଜ ନେଲେ ଉଧାର,

ସେବା ନିବୃତ୍ତ ପେନସନ୍ ଜାଣ

ଭତ୍ତା ମୁଁ ବାର୍ଦ୍ଧକ୍ୟର।

ବାହା ବେଳର ଯୌତୁକ‌ ନାମ

ଦକ୍ଷିଣା ମନ୍ଦିରରେ,

ଜୋରିମାନା ମୁଁ ଯେ ହୋଇଯାଏ

ଯିଏ ତ ଭୁଲ୍ କରେ‌।

ଏମିତି କେତେ ମୋର ସ୍ଵରୂପ

ଦିଆନିଆ କାରବାର,

ସବୁରି ମୂଳେ ମୁଁ ହିଁ କାରଣ

34."ମୁହଁ ଦେଖୁଥା "

*****

ମୁହଁ ଦେଖୁଥାଅ ଆଇନାରେ

ବୟସ ଗଡୁଛି ସମୟରେ

ସୁନ୍ଦର ଚେହେରା ବାନ୍ଦର ହୋଇବ

ପଡ଼ିଯିବୁ ହରଡ଼ ଘଣାରେ।

କେତେ ରୂପ ସଜେଇ ହେଉଛୁ

ଖାଲି କେମିକାଲ ବୋଳୁଅଛୁ

ଖାବେଡା ମୁହଁକୁ ପଲିସି କରିବୁ

ମୁହଁକୁ ଦେଖେଇ ଫସୁଅଛୁ।

ଦିନ ପରେ ରାତି ଆସେ ମାଡି

ଶୀତରେ ପଡ଼ିଲାଣି କୁହୁଡି

ଗୋଟେ ଦିନ ଗଲେ ଆର ଦିନ ହୁଏ

ଏ କଥା ମନୁ ନ ଯାଅ ପାଶୋରି।

ଭାଗ୍ୟ ଚକ୍ର ଘୁରେ ମୁହୁର ମୁହୁର୍

ଖରାରେ ଗରମ ମଜାଦାର୍

ଭାତ ବଦଳରେ ପକୋଡା ଖାଉଛୁ

ଶରୀରରେ ରୋଗ ଘୁର୍ ଘୁର୍।

ଅଢେଇ ଦିନିଆ ଏ ଜୀଵନ

ବାଟ ସାରା ଉତ୍ଥାନ ପତନ

କେତେ ଘାଟି ଡେଇଁ ପାର ତୁ ହୋଇବୁ

ଚାହିଁ ବସିଅଛି କାଳ ଯମ।

ଶରୀର ସୁନ୍ଦର ଲୋଡ଼ା ନାହିଁ

ଯଦି ଭାବନା ସଠିକ ନାହିଁ

ଅନ୍ତର ମଇଳା କାଢି ରଖ ଆଗ

କେବେ ଛାଡ଼ିଯିବୁ ଚରା ଭୂଇଁ।

ଉପର ଚେହେରା ଯେ ସୁନ୍ଦର

ଭିତରେ ଯେ କେତେ ଛାରଖାର

ଭିତରକୁ ଥରେ ଝାଙ୍କି ଦେଖ ବାବୁ

ଜାଣିବୁ ଅସଲ କଥା ସାର।

**

ହେମନ୍ତ କୁମାର ସାହୁ। ମାହାଙ୍ଗା।

35.।। ସମୟ ଓ ମଣିଷ ।।

ସବୁ ଭାବନା ଚିନ୍ତାଧାରାର ଜନ୍ମ ହୁଏ

ସମୟକୁ ନେଇ,ବହୁତ ହିଁ ମୂଲ୍ୟବାନ

ସମୟ, ଚାଲିଥାଏ ସମୟର ହିଁ ଚକ୍ର

ନିରନ୍ତର ପ୍ରକ୍ରିୟାରେ, ଦୌଡୁଥାଏ ତ

ସମୟ ଅହରହ ଚିରାଚରିତ ପଥରେ ।

ଅପେକ୍ଷା କରେନି ସମୟ କାହାରିକୁ

ଅପେକ୍ଷା କରେ ମଣିଷ ଉଚିତ ସ୍ଥିର

ସମୟର ସ୍ରୋତରୁ ପାଇବାକୁ କିଛି

ଆଶା ଆକାଂକ୍ଷା,ଅଫେରନ୍ତା ମାନସ

କରିବ ରୋମନ୍ଥନ ଗଢ଼ିବ ଭବିଷ୍ୟତ ।

ସମୟର ଗତିରେ ନଥାଏ ବିରାମ ନ

ଥାଏ ସ୍ଥିରତା, ପ୍ରେରିତ କରେ ହିଁ ତ

ଆମକୁ ଅହରହ ଜୀବନର ଅଭିଜ୍ଞତା

ବଖାଣିବାକୁ ସମସ୍ୟାର ହିଁ ସମ୍ମୁଖିନ

ହେବାକୁ, ଆଗାମୀ ଶୁଭ ସମୟକୁ ।

ବ୍ୟସ୍ତ ସମସ୍ତେ ଏଠି ନାହିଁ ତ ଧୈର୍ଯ୍ୟ

କାହାର, ଘଡ଼ିଏ ନିଃଶ୍ବାସ ନେବାକୁ ବି

ନାହିଁ ସମୟ କାହାର,ବ୍ୟସ୍ତତା ସର୍ବଦା

ବ୍ୟକ୍ତି ନିଜ ପାଇଁ ନିଜ ହିଁ ପରିବାରର

ମଙ୍ଗଳ ସକାଶେ ସୃଷ୍ଟି ହୁଏ ହିଁ ଦ୍ଵିଧା ।

ଅବସର ସମୟ ମଣିଷର ବିତାଇ ହିଁ

ମଉଜ ମଜଲିସରେ,ପାଏ ଶାନ୍ତି ଖୁସି

ଆନନ୍ଦ ଉଲ୍ଲାସରେ କରି ସମୟକୁ ତ

ବରବାଦ ଅକାରଣେ,ଅନ୍ୟ ହିଁ ଦୃଷ୍ଟିରୁ

ବୁଝନ୍ତି ବୁଦ୍ଧିଜୀବୀ କରନ୍ତି ସିଦ୍ଧିଲାଭ ।

ସମୟର ସଦୁ…

36.ଗୀତାଞ୍ଜଳି ପୃଷ୍ଟି

🌹☘️🌹☘️🌹☘️🌹☘️🌹

ଆମ ପୂର୍ବ ସୂରୀ ରକତରେ ଲେଖା

ଏ ଜାତିର ଇତିହାସ

ବାଜିଆ, ଧରମା ଜାତି ପାଇଁ ନିଜ

ଜୀବନକୁ ଦେଲେ ଝାସ ll

ବକ୍ସି ଜଗବନ୍ଧୁ ପାଇକ ସର୍ଦ୍ଦାର

ଅହିଂସାକୁ ଅସ୍ତ୍ର କରି

ବିଦେଶୀ ଇଂରେଜ ସଙ୍ଗେ ଲଢ଼ିଥିଲେ

ବୀରତ୍ୱର ବାନା ଧରି ll

ମଧୁ, ଗୋପବନ୍ଧୁ, କୃଷ୍ଣଚନ୍ଦ୍ର ସାଥେ

ଶ୍ରୀରାମ ଚନ୍ଦ୍ରଙ୍କ ମେଳି

ଓଡ଼ିଆ ଭାଷାର ସୁରକ୍ଷା ପାଇଁକି

ଗଢ଼ିଥିଲେ ସମ୍ମିଳନୀ ll

ବିନ୍ଦୁବିନ୍ଦୁ ରକ୍ତେ ନିର୍ମାଣ କରିଲେ

ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ

ସ୍ୱାଭିମାନ ଶିରେ ଗୌରବ ମଣ୍ଡିଲେ

ହେଲେ ଏ ଜାତିର ପୂଜ୍ୟ ll

ଧନ୍ୟ ତାଙ୍କ ବୁଦ୍ଧି ଅଦମ୍ୟ ସାହସ

କାଳକୁ କରିଲେ ଜୟ

ଆତ୍ମ ସ୍ୱାର୍ଥ ପାଇଁ ନଥିଲା ବି ଚିନ୍ତା

ନ ଥିଲା ମନରେ ଭୟ ll

ତାଙ୍କରି ଔରସୁ ଜାତହୋଇ ଆମେ

ବୋଲାଉ ଓଡ଼ିଆ ଜାତି

ପର ହାତଟେକା ଦରବକୁ ଚାହିଁ

ପାହୁଛି ଆମର ରାତି ll

ମାଗଣା ସନ୍ଧାନେ ଗଡ଼ିଯାଏ ବେଳ

ଆଳସ୍ୟ ଆସଇ ମାଡ଼ି

ପାଞ୍ଚଶ ଟଙ୍କାରେ ମୁଣ୍ଡ ବିକି ଆମେ

ହାତରେ ପିନ୍ଧିଛୁ ଚୁଡ଼ି ll

ପୌରୁଷତ୍ବ ଆ…

37.🪷🪷 ଗୋଧୂଳି 🪷🪷

*********

(( ବେଣୁଧର ସୂତାର ))

ଲୋହିତ ଗୋଧୂଳି ରଙ୍ଗେ

ସବୁଜ ଧରଣୀ ଅଙ୍ଗେ

ପ୍ରଦୋଷର ଚାରୁ ଚିତ୍ର ଲେଖା

ବିଲ ବନ ତୋଟା ଭୂଇଁ

ମାଟିରୁ ଆକାଶ ଛୁଇଁ

ଅସ୍ତଗାମୀ ରବି ରଶ୍ମି ରେଖା ।।

ଶାଶ୍ଵତ ର ବିରଚନ

ଗୋଧୂଳିର ସମ୍ମୋହନ

ଅନୁପମ ସୁଷମା ସମ୍ଭାର

ଫୁଲେ ଫୁଲେ ମଧୁରାସ

ବହଳ ମଳୟ ବାସ

ପ୍ରକୃତିର ଲଳିତ ବିସ୍ତାର ।।

କୃଷ୍ଣଚୂଡ଼ା ମୃଦୃହାସେ

ରଜନୀଗନ୍ଧାର ବାସେ

ଅସ୍ତଗାମୀ ଅରୁଣିମା ଘେନି

ଅସ୍ତରାଗ ଲାଲିମାରେ

ସନ୍ଧ୍ୟା କୁ ସ୍ଵାଗତ କରେ

କଳଗୀତି ସୁରେ ଏ ଅବନୀ ।।

ଛବିଳ ଦିଗ୍ ବଳୟ

ସୁଷମା ଅତୂଳନୀୟ

ଧରିତ୍ରୀର ଶ୍ୟାମଳ ଅଙ୍ଗନେ

ଅସ୍ତାଚଳ ଭାଲେ ରବି

ସୁନ୍ଦର ରୁଚିର ଛବି

ମାଙ୍ଗଳିକ ଗୋଧୂଳି ଲଗନେ ।।

ଶ୍ୟାମଳ ପ୍ରକୃତି ହସ

ଉପମାର ରମ୍ୟ ରସ

ସୁମଧୁର ବିହଙ୍ଗ ନିଃସ୍ଵନେ

ଗୋଧୂଳି ସୁଷମା ଚୁମି

ମହକଇ ମର୍ତ୍ତ୍ୟ ଭୂମି

ମାୟାପୁରୀ କୁହୁକ ସପନେ ।।

ଅଳକା ପୁରୀର ଶୋଭା

ଏ ସୃଷ୍ଟି ଅଙ୍ଗନେ ଅବା

ସାବଲୀଳ ଲଳିତ ଭଙ୍ଗିମା

ଲାସ୍ୟମୟୀ ଏ ପ୍ରକୃତି

ଗାଉଛି ମଙ୍ଗଳ ଗୀତି

ଲାବଣ୍ୟରେ ବ୍ୟାପ୍ତ ଭୂମ…

21.( କେନ୍‌ତା କର୍‌ବୁ କର୍‌ )

ଦିହିଟେ ଥିଲେଁ ରୋଗ୍‌ଟେ ଥିସି

ଦିହିଟା ରୋଗର୍‌ ଘର୍‌

ଦିହିକେ ଯତନେ ସାଜି ରଖିଥା

ଯାବତିଆ ନାଇଁ ଭର୍‌ । ୧

ଖାଏବାର୍‌ ଲାଗି ନାଇଁ ଜୀଇଁ କରି

ଜୀଇଁବାର୍‌ ଲାଗି ଖାଆ

ହିତ୍‌ ଅହିତ୍‌କେ ବିଚାର୍‌ କରି

ବତରେଁ ବତରେଁ ଥାଆ । ୨

କେତେ ରକମର୍‌ ରୋଗ୍‌ ବିଆଧି

ଦିହିକେ ଆଏବା ଢ଼ୁକି

ଥରେ ଢ଼ୁକ୍‌ଲେଁ ଯେତେ ଲୁକ୍‌ଲେଁ

କାହିଁ ନି ପାରୁ ଲୁକି । ୩

ନିଉତା ଧରି ଆଏବା ବରି

ବଜାବା ଦୁଃଖର୍‌ ଘଁଟି

ମରନ୍‌ ସଂଗେଁ କେନ୍‌ସି ଢ଼ଂଗଁ

କାଏଁଜେ ହେବୁ କଁଟି । ୪

ମାନ୍‌ବୁ ହେଲେଁ ରହେବୁ ଭଲେଁ

ଖାଏବୁ ଉଷୋ କଷା

ନାଇଁ ଜାନ୍‌ଲେଁ ନାଇଁ ମାନ୍‌ଲେଁ

ଭୁଗ୍‌ବୁ ମରନ୍‌ ଦଶା । ୫

ଧଏଲେଁ ରୋଗ୍‌ ଦୁଃଖର୍‌ ଭୋଗ୍‌

ଯମ୍‌ ଭି ବଲ୍‌ବା ଆ

ଜନମ୍‌ ହେଇଛୁ ମରନ୍‌ ଏଡ଼ି

କେନ୍‌କେ ଯିବୁ ଯା । ୬

କେତେ କିସମର୍‌ ବେମାର୍‌ ଧର୍‌ବା

ଲେସମ୍‌ ଖାଁସି ଜର୍‌

ଦିହିକେ ଛାଡ଼ି ଅଚଲ୍‌ ଗାଡ଼ି

କେନ୍‌ତା କର୍‌ବୁ କର୍‌ । ୭

କୃଷ୍ଣଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼

22.।। ନିନ୍ଦା ଅପମାନ - ଲଜ୍ଜା।।

ନିନ୍ଦା ଅପମାନ ଲଜ୍ଜା କାଟେନା

ଆଜିରଏ ମଣିଷକୁ,

ମଣିଷ ପଣିଆ ବିବେକ ହଜିଛି

ଦୁଃଖ-ଆସେ ଦେଖି ତାକୁ।।

ଯେତେ ଶିକ୍ଷା ପାଇ ହୁଏ ଅଗ୍ରସର

ସେତେ ଖସି ଆସେ ତଳକୁ ତଳ,

ମିଛ ଲାଞ୍ଚ ସବୁ ଭୂଷଣ ହୁଏ ତା

ଦେଖାଏ କେତେସେ କଳ କୌଶଳ।।

ଧିକ୍ ଆସେ ଦେଖି ଶିକ୍ଷା ସଭ୍ୟତା

ଏଇକି ଅସଲ ପରିଚୟ ,

କିଛି ଭଲ ଲୋକ ପଡିଯାନ୍ତି ଫାନ୍ଦେ

ପାରନ୍ତିନି ବୁଝି ଅଭିନୟ।।

ଭଲ କିଛିପାଇଁ ଚାଲିଛି ଦୁନିଆ

ସତ୍ୟପାଇଁ ଦିଏ ଆତ୍ମବଳି,

ସ୍ୱାର୍ଥ ତ୍ୟାଗ କରି ଦୁଃଖ ଭୋଗୁଥାନ୍ତି

ତଥାପି ରହନ୍ତି ଦୃଢ଼ ଭଳି।।

ଅରାଜକତାର ଅନ୍ତଃ ଯେଦିନ

ହୋଇବ ଆମରି ସମାଜରେ,

ଗଣତନ୍ତ୍ର ପୁଣି ଜୀବନ ପାଇବ

ରାମ ରାଜ୍ୟ ଗଢି ଉଠିବରେ।।

।। ଚିତ୍ରା ରାଣୀ ପାତ୍ର ।। ବାଲେଶ୍ଵର।।

23.।। ଘର କାମ କାହାର ।।

ସଞ୍ଚୟ କରି ଅଳ୍ପ ଅଳ୍ପ ଘରଟିଏ କରି

ସ୍ଵାମୀ ଓ ସ୍ତ୍ରୀଙ୍କର ରହିଛି ତ୍ୟାଗ ସର୍ବ

ସୁନ୍ଦର ଅତି ସ୍ନେହ ଶ୍ରଦ୍ଧା ଅବଦାନ ତ ଉଭୟଙ୍କର,ସ୍ବାମୀ କରି ରୋଜଗାର

ଚଳାଇବା ପରିବାର ଦାୟିତ୍ୱ ସ୍ତ୍ରୀଙ୍କର ।

କରି ଘରକୁ ସରସ ସୁନ୍ଦର ଅତି ସ୍ତ୍ରୀ

ସଜାଇ ଘର ନିଏ ଦାୟିତ୍ବ ସର୍ବଦା ହିଁ

ଘରକୁ ସୁନ୍ଦର ଘରଣୀ ଥିଲେ, ଉକ୍ତି

ଯଥାର୍ଥ, ରୋଷେଇ ଘରକାମ ଦେଖି

ଯତ୍ନ ନିଏ ସ୍ବାମୀ ପିଲା ଶାଶୁ ଶ୍ୱଶୁର ।

ରୋଜଗାର ବ୍ୟସ୍ତତା ମଧ୍ୟରୁ ବାହାର

କରି ସମୟ ଘର କରଣା ରେ ପୁରୁଷ

କରି ସାହାଯ୍ୟ ପୁରୁଷୋଚିତ କର୍ମରେ

ରଖି ସୁଖ ଶାନ୍ତି ଘର ପରିବାର ଖୁସି

ପାଇ ଉତ୍ତମ ସମ୍ପର୍କ ପଡୋଶୀ ସହ ।

ହେଲେ ସ୍ତ୍ରୀ ରୋଜଗାରିଆ ହୁଏ ସୃଷ୍ଟି

କଳି, ଝଗଡ଼ା, ତିକ୍ତତା ଦୋଷ ଦେଇ

ପରସ୍ପରକୁ ସୃଷ୍ଟି ହୁଏ ମନୋମାଳନ୍ୟ

ଘର କାମ କାହାର ସ୍ବାମୀ ବା ସ୍ତ୍ରୀଙ୍କ

ସୃଷ୍ଟି ହୁଏ ବଚସା, ଭରସା ଚାକରର ।

ଉଭୟଙ୍କ ବଳିଦାନରେ ଘର ହୁଏତ

ସ୍ବର୍ଗ ସମ, ଜୀବନ ରସତାରେ ପରି

ପୂର୍ଣ୍ଣ,ପୁଅ ଝିଅଙ୍କ ପାଠପଢ଼ା ବୁଝିବା

ହିଁ ଦାୟିତ୍ୱ ଉଭୟଙ୍କର, ସ୍ବାମୀ ହୁଏ

ମୁଖ୍ୟ, ସ୍ତ୍ରୀଙ୍କର ର…

24. 🪷🪷ଏଇତ ଜୀବନ 🪷🪷

*********

(( ବେଣୁଧର ସୂତାର ))

ବୟସରେ ରଙ୍ଗ ବୁକୁରେ ତରଙ୍ଗ

ଏଇ ପରା ସେଇ ମଧୁର କ୍ଷଣ

ଦିବ୍ୟ ଚେତନାର ପବିତ୍ର ସାଧନେ

ମଧୁମୟ କର ନଶ୍ଵର ପ୍ରାଣ ।।

ଭାବତନ୍ମୟର ଜୀବନ ଅଧ୍ୟାୟ

ସମ୍ଭାବନାର ଏ ସ୍ଵର ସ୍ଵାକ୍ଷର

ଭୂଇଁରୁ ଭୃଲତା ମନର ଉଷ୍ମତା

ଚେତନାର ଚାରୁ ଛନ୍ଦ ମଧୁର ।।

ଭାବାବେଗ ଚିତ୍ତ ଅନ୍ତରୁ ଅନନ୍ତ

ସୀମାହୀନ ଅଭୀଲିପ୍ସା ଜୀବନେ

କର୍ମର ମହକ ତରଙ୍ଗ ମାଳାରେ

ଭିଜି ଯାଏ ମନ ସୁନା ସପନେ ।।

ଭବ ପାରାବାରେ ମାନବ ଧର୍ମରେ

କର୍ମ ଯୋଗ ଅନୁସରି ଜୀବନେ

ଅଦୃଶ୍ୟ ଶକ୍ତିର ଅସରା ଆଶିଷ

ଲଭିବ ପବିତ୍ର କର୍ମ ସାଧନେ ।।

ଦିବ୍ୟ ଅନୁଭୂତି ଆଶିଷ ବିଭୂତି

ତନ୍ମୟ ମନର ବିଶ୍ଵାସ ଧାରା

ସୁକର୍ମ ସାଧନେ ବନ୍ଧୁତା ବନ୍ଧନେ

ମଧୁମୟ ଲାଗେ ଏ ବସୁନ୍ଧରା ।।

ଜୀବନ ଚର୍ଯ୍ୟାର ମହତ ସାଧନେ

ସଂସ୍କୃତି ସଂସ୍କାର ଚାରୁ ବିଧାନ

ମାନବୀୟ ଧର୍ମେ ମହକିତ କର୍ମେ

ମିଳଇ ଜୀବନେ ଶ୍ରଦ୍ଧା ସମ୍ମାନ ।।

ଏଇତ ଜୀବନ କରେ ଆୟୁଷ୍ମାନ

ଯଶ ଗୈାରବର ସ୍ଵର୍ଣ୍ଣ ଅଧ୍ୟାୟ

ବିଭୁ ପଦେ ଭାବ ବିଭୂତି ବୈଭବ

ଜୀବନକୁ କରେ ସୁନ୍ଦର ମୟ …

25.ଅଶାନ୍ତ ଧରିତ୍ରୀ ! (ଶେଷ ଭାଗ)

"""""""""""""""""""""" ଅମରାନନ୍ଦ ନାୟକ

କାନପୁର କଟକ।

ବିଶ୍ବାସ ଭରସାର ସଂପର୍କ ବିଲୀନ

ସ୍ବାର୍ଥକୁଣ୍ଡେ ସ୍ବାହା ବନ୍ଧନ

ବିନା ଯୁଦ୍ଧେ ନଦେବାକୁ ଇଂଚେ ମେଦିନୀ

କପଟୀ ରକ୍ତର ଆହ୍ବାନ ।।

ଅହଂର ଘୋଷଣାରେ ଶାନ୍ତିର କଷଣ

ଅଶାନ୍ତ ଧରିତ୍ରୀ ବିଷର୍ଣ୍ଣ

କ'ଣ ପାଇଛି, ପାଉଛି, ପାଇବ ମାଟି

ଯେବେ ମୋହେ ଚକ୍ଷୁ ବନ୍ଧନ।।

ସବୁ ଅନ୍ଧତ୍ୱରୁ ସୃଷ୍ଟ ଧ୍ବଂସର ପଥ

ଗର୍ବ ହିଂସା,ମୃତ୍ୟୁ ଗର୍ତ୍ତ

କିଏ ସେ ସାଇତିଛି ଗୀତାମୃତ ବାଣୀ

ମଣିଷପଣିଆ ତ ମୃତ।।

ଅଶାନ୍ତ ଧରଣୀକୁ ମୌସୁମୀ ବାଟବଣା

ପାରିଲେ କଣ୍ଟାର ବିଛଣା

ଧୂସରିତ ଫଟା ମାଟି ତୃଷିତ ପ୍ରାଣ

ଖୋଜେ କାହିଁ ପାଣି ଠିକଣା।।

ଅଶାନ୍ତ ଧରିତ୍ରୀର ବିକ୍ଷୁବ୍ଧ ଛାତିରେ

ଜଳୁଛି ଶାନ୍ତିର ମଶାଣି

ଭାରି ଅସହଜ ଏବେ ଜଳନ୍…

26.ନିଶା ଆଁରେ ଯୁବକ ଯୁବତୀ

ନିଶା କହିଲେ ରାତି

ନିଶା ପ୍ରସାରଣର ଅର୍ଥ

ଅନ୍ଧକାରକୁ ଆମନ୍ତ୍ରଣ l

ମଦ ଗଞ୍ଜେଇ ଚରସ ଅଫିମ

ହିରୋଇନ୍ ବ୍ରାଉନ ସୁଗାର

ସିଗାରେଟ ତମାଖୁ

କିଶୋର ସମାଜରେ କରୁଛି ରାଜୁତି।

ଜଳରେ ବୁଡିଗଲେ ଉଦ୍ଧାର ମିଳିପାରେ

ହେଲେ ନିଶା କବଳରୁ

ଉଦ୍ଧାର ହେବା ବହୁ କଷ୍ଟ ।

ଅସାମାଜିକ ଅସୁର ମାନେ

ଆଦର କରନ୍ତି ଅନ୍ଧାରକୁ ।

ଦୋକାନ ରେ ଏ ଅଧମ

ହୋଇଅଛି ଠିଆ

ଆସିଲେ ଦୁଇ ଯୁବତୀ

ବୟସ ଷୋହଳ ସତର

ଦୋକାନୀକୁ ମାଗିଲେ ଅଛିକି ଲାଇଟ୍

ବୁଝି ପାରିଲିନି ଲାଇଟ୍ କଣ

ଦୋକାନୀ ବଢାଇ ଦେଲା ଗୋଟେ ସିଗାରେଟ।

ଏ ତ ଝିଅଙ୍କ କଥା ପୁଅଙ୍କ କଥା ନକହିବା ଭଲ

ଘରେ ନଥାଉ ଲୁଣ ଆଉ ତେଲ

ବାକାଡି ଲେମନ ଲୋଡା ବିଅର।

ସିଗାରେଟ ଖଣ୍ଡକ ସତର ଟଙ୍କା

ଏମାନେ ଆମର ରଡ ଟୋକା।

ଯାଇନି ଶୈଶବ ଆସିନି ଯୌବନ

ନାହିଁ ନିଶ ଦାଢି ।

ଏହା କଣ ଆମ ଯୁବ ସମାଜ?

ଅରାଜକତା ଆସୁରିକତାକୁ

ଆଦର କରିବା

ଦେବଭୂମିକୁ ଦୈତ୍ଯଭୂମିରେ ପରିଣିତ କରିବା କଣ ଠିକି ?

ପୁୁଅ ଝିଅ ମାନେ ନିଶାର ଲହରୀ ପ୍ରେମରେ ପାଗଳ।

ଯୁବକ ଯୁବତୀଙ୍କ ଯନ୍ତ୍ରଣା ଯୁକ୍ତ ଜୀବନ

ଯୁବ ଗୋଷ୍ଠ…

27.ଭଲକରି ନାଆ ବୁହାରେ ନାଉରୀ

================

ଭଲ କରି ନାଆ ବୁହାରେ ନାଉରୀ

ଯିବା ଆମ୍ଭେ ବହୁଦୂର l

ପହଞ୍ଚିବା ଯାଇ ନୀଳ ସିନ୍ଧୁ ତଟେ

ଜଗବନ୍ଧୁଙ୍କର ଘର ll

ଉତ୍ତୁଙ୍ଗ ଦେଉଳେ ବହୁଦୂରୁ ତାଙ୍କ

ନୀଳଚକ୍ର ଦେଖାଯାଏ l

ନୀଳଚକ୍ରେ ନେତ ପତିତପାବନ

ହାତଠାରି ଡାକୁଥାଏ ll

ପତି ତପାବନ ଦରଶନେ ତାଙ୍କ

କଳୁଷ ପଳାଏ ଦୂରେ l

ଉଲ୍ଲାସଚିତ୍ତରେ ଭକ୍ତଗାଏ ଧୀରେ

ଜୟ ଜଗଦୀଶ ହରେ ll

ଦେଉଳରେ ବିଜେ ପ୍ରଭୁ ଜଗନ୍ନାଥ

ଜଗତ ପାବନ ହରି l

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରୁଛନ୍ତି

ଭାଇ ଭଗ୍ନୀ ସଙ୍ଗେ ଧରି ll

ବଡ଼ ଭାଇ ତାଙ୍କ ପ୍ରଭୁ ବଳରାମ

ଭଉଣୀ ସୁଭଦ୍ରା ଦେଇ l

ଛପନ ପୋଉଟି ଭୋଗ ରାନ୍ଧିଥାନ୍ତି

କମଳିନୀ ମହାମାୟୀ ll

ଚୋଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା

ବିଚିତ୍ର ମହୀ ମଣ୍ଡଳେ l

ରେଣୁ ବୁଡ଼ିଯାଏ ଅଣୁ ମାତ୍ରେ ସିନା

ଗିରି ଭାସିଥାଇ ଜଳେ ll

ଭାବେ ପଡ଼ିଥାନ୍ତି ବନ୍ଧା ସିନା ସିଏ

ଭାବେ ପଡ଼ିଥାନ୍ତି ବନ୍ଧା l

ଭାବେ ବାନ୍ଧିଥିଲେ ନନ୍ଦ ନନ୍ଦରାଣୀ

28.କଳ୍ପବଟେ ତୋର ବନ୍ଧିଲି ଡୋର

++++++++((((()))))++++++++

ମନେ ଭାବି ଆଜି ଆସିଛି ତୋ ପାଶେ

କହିବି ହୃଦୟ ଖୋଲି

ଯେତେକ ଦରବ ଦେଉଅଛୁ ତୁହି

ନିଅଣ୍ଟ ହେଉଛି ବୋଲି ।

ପେଟର ବିକଳ ସହିତ ହେଉନି

ମୁଖେ କରୁନାହିଁ ଲାଜ

ଭୋକ ଉପାସରେ ଆସିଛି ତୋ ଦାଣ୍ଡେ

ଦେଖିଯିବୁ ଆସି ଆଜ ।

ଯାଇଥିଲି ଦିନେ ତୋର ଶ୍ରୀ ମନ୍ଦିର

ଦେଖିବାକୁ ତୋ ବଦନ

ପଣ୍ଡା ପରିହାରି କରନ୍ତି ଗୁହାରି

ଦେଖି ତୋଷ ହେଲା ମନ ।

ମନ୍ଦିରେ ବୁଲିଲି ଅଭଡ଼ା ଖାଇଲି

ଦେଖିଲି ପାର୍ଶ୍ଵ ଦେବତା

ପତିତ ପାବନ ନେତ ଉଡେ ତୁମ

ମନେ ଆସେ ବାସ୍ତବତା ।

ରତନ ବେଦିରେ ଭାଇ ଭଗ୍ନୀ ସାଥେ

ବସିଛ କଳା ଗୋସାଇଁ

ଜଗତ ଜନଙ୍କ ଦୁଃଖ ବୁଝୁଅଛ

ତୁମେତ ସଭିଙ୍କ ପାଇଁ ।

କଳ୍ପବଟେ ତୋର ବାନ୍ଧିଲି ମୁଁ ଡୋର

ମନରେ କରି କଳ୍ପନା

କେଉଁ ଜନମର ପୁଣ୍ୟବଳେ ଦେଖେ

ଥରଟିଏ ମୋତେ ଅନା ।।

ରାଧାଶ୍ୟାମ ମହାନ୍ତି

ଭୋଗରାଇ, ବାଲେଶ୍ୱର

29.***ଜଣାଣ***

******

ଏ ହାତକୁ ମୋର ନେଏରେ କାଳିଆ

ଯଦି ତୋର କାମ କରୁ ନାହିଁ

ଏ ପାଦ ଦ୍ବୟକୁ ନେଏରେ କାଳିଆ

ଯଦି ତୋର ପାଶେ ଯାଇ ନାହିଁ,,(୧)

ମୋର ଆଖି ଦ୍ବୟ ଫୁଟାଇ ଦେଏରେ

ଯଦି ତୋତେ ଟିକେ ଦେଖୁ ନାହିଁ

ଏ ମନକୁ ମୋର ଛଡ଼ାଇ ନେଏରେ

ତୋର କଥା ଯଦି ଭାବୁ ନାହିଁ,,(୨)

ଏ ମୁଖକୁ ମୋର ମୂକ କରି ଦିଅ

ତୋର ନାମ ଯଦି ଗାଉ ନାହିଁ

ଏ ଦେହ କୁ ମୋର ପାଉଁଶ କରିଦେ

ଯଦି ତୋର ଭାବ ପାଉ ନାହିଁ,,(୩)

ବିନା କାରଣରେ ଧନ ଅରଜିବି

କାହାକୁ ଦେବୀ ମୁଁ କାହା ପାଇଁ

ମଲା ଗଲା ବେଳେ କେହି ତ ନ ଥିବେ

କେହିବି ନ ଯିବେ ମୋର ପାଇଁ,,(୪)

ଏ ସଂସାରେ ତୋର ଯେତେ ଦୁଃଖ ଅଛି

ଦେବୁକି ତୁ ମୋତେ ଖୁସି ହୋଇ

ସହି ନ ପାରିଲେ କହିବି ନାହିଁ ମୁଁ

ଏତେ କଷ୍ଟ ମୋତେ ଦେଲୁ ତୁହି,(୫)

ଶେଷରେ ଏତିକି ମୀନତି କରୁଛି

ଦେବୁ ଟିକେ ମୋତେ ବୁଦ୍ଧି ତୁହି

ଯେଉଁ ବୁଦ୍ଧି ବଳେ ଜାଣି ମୁଁ ପାରିବି

ତୋର ବିନା ଆଊ କେହି ନାହିଁ,(୬)

********"""

ନିର୍ମଳ ଚନ୍ଦ୍ର ସାହୁ, କବିତ୍ରା, କେନ୍ଦୁଝର

ଫୋନ ନଂ ---୭୦୦୮୯୯୩୮୪୦

30. ..........ଆଶରା କରନ୍ତି

ସବୁଏ ତତେ.............

ବାପାର ବାପାର ବାପାର ବାପାକୁ

ଧଣ୍ଡା ଧରେଇକି କରିଛୁ ମେଣ୍ଢା

ତା ପୁଅ ତା ପୁଅ ତା ପୁଅ ତା ପୁଅ

ଗତରେ ପଡ଼ିକି ବତରେ ଲଣ୍ଡା ।।

ଛାମୁଁଙ୍କ ଭଣ୍ଡାରରୁ ମାମୁଁ ଘର ଲଡ଼ୁ

ହାତ ପତେଇକି ମାଗିକି ଖାଇ

ପୋଷାମନା ପ୍ରଜା ହେଇକି ରହିବା

ଅଭ୍ୟାସରେ ପଡି ଯାଇଁକି ରହି ।।

ଅଭାବରେ ଦୂରେ ରହିକି ଡେଉଁଛୁ

ଭାବରେ ରହିଲା ପରିକା ସତେ

ଖୁରି ଖାଇକିରି ହୁରି ପକୋଉଛୁ

ନାମ ରସାସୃତ ପିଇକି ପେଟେ ।।

ଲୁହା ଦେଖି ପାଣି କଣ୍ଟରେ ଦେଉଛୁ

ଅବୁଝା ଲୀଳାକୁ ବୁଝାରେ ରଖି

କରୁଣା ସିନ୍ଦୁକ ମୁକୁଳା ପକେଇ

ଡୋରି ଲଗେଇଲି ପାଖକୁ ଡାକି ।।

ଜନମ ଦେଇକି ଜାତକରେ ଅଛୁ

ଭାଗ୍ୟର ଦଉଡ଼ି ଧରିକି ହାତେ

ଅଫିଟା ଗଣ୍ଠିକୁ ଫିଟେଇ ନପାରି

ଆଶରା କରନ୍ତି ସବୁଏ ତତେ ।।

ମହେନ୍ଦ୍ର ନନ୍ଦ

ହିଲ୍ ଟାଉନ୍, ଭବାନୀପାଟଣା

୮୨୪୯୪୧୧୩୬୭

11. ।। କାନ୍ଦୁଛି ଭାରତ ମାତା।।

ଭାରତ ମାତାର ଝରଇ ଲୋତକ

ଦେଖି ସମାଜର ଚିତ୍ର,

ସନ୍ତାନଗଣଙ୍କ ଦୁଃଖ ଦେଖି ତା ' ର

ଫାଟିଯାଉଅଛି ଗାତ୍ର।(୧)।।

ରହିଛନ୍ତି କିଛି ଅଧମ ଜନତା

ନରାଧମ ପଣେ ଆଜି,

ଅମାନୁଷିକତା ବର୍ବର କାଣ୍ଡେ

ବେକ ମୋଡୁଛନ୍ତି ବସି।(୨)।।

ଆତଙ୍କବାଦର କରାଳ ଛାୟାରେ

ଥରୁଛି ଭାରତ ମାତା,

ଦିନେ ଥିଲା ତାର ଅଖଣ୍ଡ କ୍ଷମତା

ଥିଲାବି ବିଶ୍ଵ ବନ୍ଦିତା।(୩)।।

ଭ୍ରଷ୍ଟାଚାରର ନଗ୍ନ ନମୁନା

ଦେଖୁଛନ୍ତି ସବୁ ବସି,

ଭୀରୁ କାପୁରୁଷ ସାଜିଛନ୍ତି ଏବେ

ସ୍ୱାର୍ଥ ମଦ ମତ୍ତେ ଭାସି।(୪)।।

ଏଇକି ଜୀବନ ଚାହୁଁଥିଲୁ ଆମେ

ସ୍ୱାଧୀନ ଭାରତ ବାସୀ

ମାତାର ଲୁହକୁ ପୋଛିବ କିଏସେ

ବୀରପରି ହସି ହସି।।(୫)।।

।। ଚିତ୍ରା ରାଣୀ ପାତ୍ର।।

।। ବାଲେଶ୍ଵର।।

12."ଆଜି ମୁଁ ଧରିତ୍ରୀ ଛୁଇଁଲି "

*******

ଜାଣେନା କେଉଁଠୁ ଆଗମନ ମୋର

ପୁଣି ଯିବି କେଉଁ ସ୍ଥାନକୁ

ଅନ୍ଧାରି କୋଠରୀ ମଧ୍ୟରୁ ବାହାରି

କିଏ ଠେଲି ଦେଲା ତଳକୁ ?

ଆଶ୍ଚର୍ଯ୍ୟ ଲାଗିଲା ଆଲୋକ ଦିଶିଲା

କେଉଁଠି ଆସି ପହଂଚିଲି

ଥର ଥର ହୋଇ କମ୍ପିଗଲା ଦେହି

କୁଆଁ କୁଆଁ ହୋଇ କାନ୍ଦିଲି।

ଜାଣି ପାରିଲିନି କିଏ ଟେକିନେଲା

ତାହାର କୋମଳ କୋଳକୁ

ଧୀରେ ପୋଛିଦେଇ ଗଣ୍ଡେ ଚୁମା ଦେଇ

ଆନନ୍ଦେ ବଢ଼ାଇ କରକୁ।

ଅମୃତ ପିଆଇ ସତେଜ କରାଇ

ଦେଖାଇଲା ଏ ଦୁନିଆକୁ

ବଡ଼ କରାଇଲା ମୁଖେ ଦାନା ଦେଲା

ବୁଝୁଥିଲା ମୋର ମନକୁ।

ହେତୁ ହେଲା ପରେ ଜାଣିଲି ମାଆକୁ

ଯିଏ ଅମୃତ ଦେଇଥିଲେ

କାନ୍ଧରେ ବସାଇ ବଜାର ବୁଲାଇ

ବାପା ମୋ ଖୁସି ହେଉଥିଲେ ।

ଏବେ ବାପା ମୋର ସରଗ ଧାମରେ

ମାଆ ମୋ ବୃଦ୍ଧା ଅବସ୍ଥାରେ

ରୋଗ ଦେହେ ନେଇ ମୋ ପାଶେ ରହିଛି

ମାଆ ମୋ ଦୁଃଖ ଅବସ୍ଥାରେ।

ପୁତ୍ରର କର୍ତ୍ତବ୍ୟ ଯାହା ବି କରୁଛି

ଯାହା ବୁଝୁଥିବ ମାଆ ମନ

ଅଳ୍ପ ଦିନ ପରେ ମୋହର ଅବସ୍ଥା

ହୋଇ ପାରେ ବୋଧେ ସମାନ।

ଜନମ ଦିନରେ କି ଖୁସି ବାଣ୍ଟିବି

ଆଉ କି ଖୁସି ଏ ଜୀବନେ

ବୟସ ଗଡ଼ିଲେ ସବୁ ଫିକ…

13 . ଲତା ବେହେରା ।

^^^^^^^^^^^^^^^^^^

କଳାମେଘ ଆକାଶରେ ଘୋଟି ଗଲେ

ବର୍ଷା ସମ୍ଭାବନା ଥାଏ

କଳା ମେଘ ଯେବେ ମୟୂର ଦେଖଇ

ପୁଛ ମେଲି ନାଚେ ସିଏ ।

ବିଦ୍ୟାଳୟ ଥିଲେ ଛାତ୍ର ଛାତ୍ରୀ ଯାନ୍ତି

ପାଠ ସେଠି ପଢା ଯାଏ

ପାଠ ନ ପଢିଲେ ଦୁଷ୍ଟାମୀ କରିଲେ

ମାଡ ସମ୍ଭାବନା ଥାଏ ।

ବରଷା ଆଗରୁ ଛପର ନ କଲେ

ଦୁଃଖ ସମ୍ଭାବନା ଥାଏ

ଦୁଆରେ ନ ପଡି ବରଷାର ଛିଟା

ଘର କୋଣେ ପଡି ଥାଏ ।

ପରିବାର ଥିଲେ ଝଗଡା ଝାଣ୍ଟିର

ସମ୍ଭବନା ବେଶୀ ଥାଏ

ଛୋଟ ଛୋଟ କଥା ଧରିଟି ବସିଲେ

ପରିବାର ଭାଙ୍ଗି ଯାଏ ।

ସ୍ନେହ ସମ୍ପର୍କରେ ସ୍ବାର୍ଥଟି ରଖିଲେ

ସମ୍ପର୍କଟି ତୁଟି ଯାଏ

ମନୋମାଳିନ୍ୟତା ଧୀରେ ଧୀରେ ହୋଇ

ଦୂରତା ବଢେଇ ଥାଏ ।

ସତ୍ୟ ଧର୍ମ ନ୍ୟାୟ ପଥରେ ଚଳିଲେ

ପୁଣ୍ୟ ସମ୍ଭବନା ଥାଏ

ଅଧର୍ମ ଦୁର୍ନୀତି ମାର୍ଗରେ ଯେ ଯାଏ

ନିଶ୍ଚିତ ହାରଇ ସିଏ ।

ନିଆଁକୁ ମାଡିଲେ ଫୋଟକା ହେବାର

14.ଶୀର୍ଷକ -ଅନ୍ତରିନ୍ଦ୍ରିୟ ରଖ ପବିତ୍ର

ପ୍ରଜ୍ଞାଲୀନ ସାହୁ🙏

=====================

ଅନୁଶାସନ ନ ହୋଇଲେ

ଅନୁଲୋମ

ଅନୁଲି ଧରାପଡେ

ନୁହେଁ ଏହା ସ୍ୱ ଧର୍ମ,

ଅନୁଶୀଳନ ଆଦ୍ୟ ବେଶ

ସ୍ୱ'କୁ ସୁଧାରିବା

ଅନୁଷଙ୍ଗ ଅନୁସନ୍ଧିତ୍ସା

ନିଜ ତ୍ରୁଟିକୁ ଖୋଜିବା||

ଅନୁସୃତ ଅଛି

ଅନୃତ

କିଛି କ୍ଷଣ ପାଇଁ

କିନ୍ତୁ ଜୀବନକୁ କରେ କ୍ଷତାକ୍ତ,

ଇଚ୍ଛା ହେବ ଯିବାକୁ

ଅନ୍ତକ ସାଥେ

ଅନ୍ତରାତ୍ମା ଅନ୍ତରାୟ

ଛାଡିବନି କାୟ ରଥେ ||

ଅନ୍ତରିନ୍ଦ୍ରିୟ ତେଣୁ

ରଖ ହେ ପବିତ୍ର

ଯହିଁ ଶୂନ୍ୟବ୍ରହ୍ମ ଉପସ୍ଥିତ

ଦେଖାଇବାକୁ ସତ୍ୟ ପଥ ||

ଅନ୍ତସ୍ତଳ ଭାବ

ବୁଝନ୍ତି ଅନ୍ତର୍ଯ୍ୟାମୀ

ସୁକର୍ମ କରିଯାଅ

ମାନବ ରୂପ ଧର୍ମୀ||

================

ଜଗତସିଂହପୁର

15.।। ରକ୍ତରେ ଖେଳୁଛି ହୋଲି।।

ମଣିଷ ଖେଳୁଛି ରକ୍ତରେ ହୋଲି

ରାଜରାସ୍ତାରେ ଆସି,

ପ୍ରତିବାଦ କିଏ କରୁନି ତାହାକୁ

ଦେଖୁଛି ମଜାରେ ବସି।।(୧)।।

ଦିନେ ଯେବେ ତାର ସମୟ ଆସିବ

ଅସହାୟେ ପଡ଼ିଥିବ,

ଦେଖି ନ ଦେଖିକି ଜନତା ତାହାକୁ

ଆଡେଇକି ଚାଲିଯିବ।।(୨)।।

କର୍ମ ଫଳ ସବୁ ଲେଖା ହୋଇଗଲା

ଈଶ୍ବରଙ୍କ ଦରବାରେ,

ସାଧ୍ୟ ନାହିଁ କାର ପାର କରିଦେବ

ପଡ଼ିବ ଯେବେ ଯନ୍ତାରେ।।(୩)।।

ବୁଝିଲା ବେଳକୁ ସମୟ ନଥିବ

ପାପ ଭାର ତା'ର ଭାରି,

ସବୁଦିନେ କଣ ଖସି ଯାଉଥିବ

ଅପରାଧ କରି କରି।।(୪)।।

ସୃଷ୍ଟିର ନିୟମ ଅଲଙ୍ଘ୍ୟ ଅଟଇ

କିଏ ପାରିବନି ଖସି,

ଯେତେ ଦାମ୍ଭିକତା ଧୂଳିରେ ଲୋଟିବ

ମାଟିରେ ଯିବ ସେ ମିଶି।।(୫)।।

।। ଚିତ୍ରା ରାଣୀ ପାତ୍ର।।

।। ବାଲେଶ୍ଵର।।

16.।। ବାସ୍ତୁହରାର ଦୁଃଖୀ ମଣିଷ ।।

ବଡ଼ ଦୁଃଖ ବାସ୍ତୁହରା ମଣିଷର ଏକ

ଦୁର୍ବଳତା ଭୂମିଚ୍ୟୁତ ହେବାର ଭୟର

ଆତଙ୍କର ବ୍ୟଥା ତୀବ୍ର ଅତି ତୀବ୍ରତର

ବାସ୍ତବରେ ବାସଚ୍ୟୁତ ହେବାରୁ ଧର୍ମ

ଯୁଦ୍ଧ ରାଜନୀତି ପଶାପାଲି ଦୁଃଖରେ ।

ବିତାଡିତ ମଣିଷ ନିଜ ହିଁ ମାତୃଭୂମିରୁ

ମାଡ଼ି ବସି ଦୁର୍ଗତି ବିସ୍ଥାପିତ ମଣିଷର

ମନ ସର୍ବଦା ଦୁଃଖ ଦୁର୍ଦ୍ଦଶା ଦୁର୍ଦ୍ଦିନର

ହୁଏ ସମ୍ମୁଖୀନ, ଖଟନ୍ତି ଅନ୍ୟ ଦେଶ

ବାସିନ୍ଦାଙ୍କ ପାଇଁ ହିଁ ଅନ୍ନ ସଂସ୍ଥାନରେ ।

ଦେଶ ବିଭାଜନର ଦୁଃଖ ସହି ବାସ୍ତୁ

ହରା ଭାରତ ବାସୀଙ୍କ ମାତୃଭୂମିରୁ

ବିତାଡିତ ମଣିଷ ପାକିସ୍ତାନ ବାଙ୍ଗଲା

ଦେଶର ହିନ୍ଦୁ ବ୍ୟକ୍ତିଙ୍କ ପରିବାର ହିଁ

ଶରଣାପନ୍ନ ଅଧୁନା ଦୁଃଖ ଭାରତର ।

ଶରଣାର୍ଥୀ ଶିବିର ହୁଏ ଗହଳି,ଅନ୍ୟ

ଉପାୟ ନ ପାଇ, ହୋଇ ବିକଳ କରି

ନ୍ୟୁନରୁ ନ୍ୟୁନତମ କର୍ମରେ ହୁଏ ହିଁ ତ

ରତ, ଦେଶାନ୍ତର ମଣିଷର ନାହିଁ ସ୍ଥାନ,

ଏ ବିଶାଳ ପୃଥିବୀରେ ବଞ୍ଚିବା ଅଧିକାର ।

ଅପରାଧୀ ସେମାନେ ଆଇନ ଦୃଷ୍ଟିରୁ

ନାହିଁ ପାସପୋର୍ଟ ନାହିଁ ଭିସା ରହିବା

ପାଇଁ ଅନ୍ୟ ଦେଶରେ,ହାତ ଗୋଡ଼ରେ

ପକାଇ ବେଡି ବିତାଡିତ ପଶ…

17. ........ବିଧିତା ହାତରେ

ଆଗୁଆ ଲେଖା......

ସକାଳେ ପଢିଲେ କପାଳ ରେଖାକୁ

ଭୋଗର ତାଲିକା ଦିଶିବ ସଫା

ପୂର୍ବ ପ୍ରାରବ୍ଧର ଯୋଗ ବିୟୋଗର

ବିଧାତା ହାତରେ ଆଗୁଆ ଲେଖା ।।

ପୂଣ୍ୟର ଫଳରୁ ମଣିଷ ଜନମ

ପାପ ଗଣ୍ଠେଇକି ବଂଚିବା ପାଇଁ

କରିବା କାମକୁ କରୋଉଛି ଜଣେ

ଶୁନ୍ୟ ଦେହ ଧରି ଶୁନ୍ୟରେ ରହି ।।

ସତ ଥିଲାଯାଏ ଭାତ ମିଳୁଥିବ

ପେଟ ରହିବନି ଅପୁରା କେବେ

ମାରିବାକୁ ସିଏ ତାରିବାକୁ ସିଏ

ଜଣେ ଏକା ଅଛି ଏ ସାରା ଭବେ ।।

ଦିନକୁ ଆଲୁଅ ରାତିକି ଅନ୍ଧାର

ଆକାଶକୁ ସିଏ ଦେଇଛି ଜହ୍ନ

ବିଶ୍ଵର ନିୟନ୍ତା ବିଶ୍ଵ ବିହାରୀ ସେ

ଜଡ ଦେହେ ଅଛି ହୋଇକି ପ୍ରାଣ ।।

ପଥ ଦେଖେଇଛି ମାର୍ଗ ଶିଖେଇଛି

ମାୟା ସଂସାରୁ ହେବାକୁ ପାରି

ଚରଣ କମଳେ ଶରଣ ପଶିଲେ

କୂଳରେ ଲାଗିବ ଜୀବନ ତରୀ ।।

ମହେନ୍ଦ୍ର ନନ୍ଦ

ହିଲ୍ ଟାଉନ୍, ଭବାନୀପାଟଣା

୮୨୪୯୪୧୧୩୬୭

18. ।।ଜୀବନ_ମୃତ୍ୟୁ।।

ଦଶ ଦିଗେ ଚାହିଁ ଯାହା ମୁଁ ଦେଖଇ,

ଅନ୍ତରେ ଦେଖେ ଯାହା,

ମାୟା ଜାଲ ସମ ଘେରି ରହିଅଛି,

ଭିତରେ ବାହାରେ ତାହା।।

ଉଜ୍ଜ୍ୱଳ ରବି କିରଣ ବିଛାଇ,

ଘୁରୂଛି ଅକ୍ଷ ପରେ,

କୁହୁକ ପରିକା ଆଲୋକ ଦେଖାଇ

ଲୁଚେ ଘନ ଅନ୍ଧକାରେ।।

ଜୀବନ ମୃତ୍ୟୁ ଲୁଚକାଳି ଖେଳ

ଦିବା ଆଉ ନିଶି ପରି,

ଆସହେ ବନ୍ଧୁ! ଶାଶ୍ଵତ ଆମ,

ଜୀବନ ନାଟିକା ଡୋରି।।

।।ଚିତ୍ରା ରାଣୀ।

।। ବାଲେଶ୍ୱର।।

19.।।ଅଭିମାନୀ ପ୍ରିୟା।।

ମୋ ପ୍ରିୟାଟି ବଡ ଝଗଡା କରଇ

କଥା କଥାକରେ କେତେ,

ନାକ ଅଗଟାରେ ରାଗ ଖୁନ୍ଦା ଖୁନ୍ଦି

ଭାରି ଡରଲାଗେ ମୋତେ।।

କେତେବେଳେ ରାଗେ କେତେବେଳେ କାନ୍ଦେ

ପୁଣି ଖିଲି ଖିଲି ହସେ,

ସେ ହସରେ ମୋର ଭାରି ଦୂର୍ବଳତା

ସେଇଥିପାଇଁ ମୁଁ ଫଶେ।।

ବୁଝେନାହିଁ କିଛି ଠିକ ଆଉ ଭୁଲ

ଯେବେ ବେଶି ରାଗିଯାଏ,

ଗାଳିର ବର୍ଷଣ ଯେତେ କରିଲେବି

ଥକାପଣଟି ନ ଥାଏ।।

ଯେମିତି ହେଲେବି ମନ ଲାଖି ପ୍ରିୟା

କୋଟିକରେ ସିଏ ଗୋଟେ,

ହୃଦୟ ତାହାର ଏତେ ଖୋଲା ବୋଲି

ଭୁଲି ମୁଁ ପାରେନି ମୋଟେ।।

କ୍ଷଣିକେ ରାଗି ସେ କ୍ଷଣିକେ ଭୁଲଇ

ହସି ହସି କଥା କୁହେ,

ସବୁ ଜାଣିଶୁଣି ରଗାଇ ସେ ମୋତେ

ଆନନ୍ଦ ବିଭୋର ହୁଏ।।

କି ମଜା ପାଏସେ ଏକା ଜାଣିଥିବ

ବୁଝି ମୁଁ ପାରେନି କିଛି,

ରାଗ ଅନୁରାଗ ଫେଣ୍ଟା ଫେଣ୍ଟି କରି

ହୃଦୟେ ସେ ସାଇତିଛି।।

💐💐💐💐💐💐💐💐💐💐।।

।।ଚିତ୍ରା ରାଣୀ ପାତ୍ର।।ବାଲେଶ୍ୱର।।

20. ।।ଦୂର ଆକାଶର ଜହ୍ନଟିଏ।।

ଦୂର ଆକାଶର ଜହ୍ନଟିଏ

ସ୍ଵପ୍ନ ଖାଲି ମନେ ଭରିଦିଏ ,

ଦୂରରୁ ଖାଲିତ ଦେଖିହୁଏ

ହେଲେକି ତାକୁ ଛୁଇଁ ହୁଏ?।।

ଅଜଣା ଆବେଗେ କଥାକୁହେ

ମନ ତଳ ଭାଷା ଖୋଲି କହେ,

ଏପରି କାହିଁକି ହେଉଥାଏ?

ଅଢେଇ ଅକ୍ଷର ପ୍ରେମ ସିଏ।।

ଅନୁରାଗେ ମୁହିଁ ଭିଜିଯାଏ

କବିତାର ପଙ୍କ୍ତି ଲେଖିଯାଏ,

ତୂଳୀ ଧରି ରଙ୍ଗ ଭରିଦିଏ

ଜହ୍ନ ଖାଲି ନେତ୍ରେ ଦିଶୁଥାଏ।।

ଜାଣେନା କାହିଁକି ଝୁରି ହୁଏ

ମରମରେ ଖାଲି ଘାରି ହୁଏ,

ଉତ୍ତରଟା ମୋତେ ଦେବ କିଏ

ପ୍ରତୀକ୍ଷା କରିଛି ସେହିଯାଏଁ

|| ଚିତ୍ରା ରାଣୀ ପାତ୍ର ||

।। ବାଲେଶ୍ଵର ।।

1. ଜୟ ଜଗନ୍ନାଥ କୁହ

------------------

ଓଡ଼ିଶା ରାଜ୍ୟ ର ଓଡ଼ିଆ କହିବା

କାହାକୁ ହେଉଛି ମନା

ଓଡ଼ିଆ କହିବା କେତେ କଷ୍ଟକର

ଏ କଥା ସଭିଙ୍କୁ ଜଣା (୧

ମୁଁ ବି କହିବି ପୁଅ ବି କହି ବ

ନାତି ବି ଓଡିଆ କହୁ

ଯାହା ବି ପଢୁଛ ତୁମେ ପଢିପାର

ଘରେ ଓଡ଼ିଆଣୀ ଥାଉ (୨

ଚପରାଶି ଠାରୁ ମନ୍ତ୍ରୀ ହେବା ଯାଏ

ସମସ୍ତେ ଓଡ଼ିଆ କୁହ

ତେବେ ଯାଇ ଆମ ଓଡିଶା ରାଜ୍ୟର

ହୋଇବ ଓଡ଼ିଆ ପୁଅ (୩

ରାଷ୍ଟ୍ରଭାଷା ହିନ୍ଦି ତାକୁ ଭଲ ପାଅ

ଓଡିଆରେ କଥା କୁହ

ତଳୁ ଉପରକୁ ଯାହା କରୁଅଛି

ଓଡିଆରେ ଲେଖୁଥାଅ (୪

ମଧୂବର୍ଣ୍ଣବୋଧ ଛାଡି ଯା ପଢିବ

ସେଥିରେ ଓଡ଼ିଆ ନାହଁ

ଉତ୍କଳ ରାଜ୍ୟରେ ଯେଉଁ ପୁଅ ଜନ୍ମ

ଓଡିଆ କୁ ଛାଡ଼େ ନାହିଁ (୫

ଉତ୍କଳ ଦିବସ ମାନି ବା କାହିଁକି

ଓଡ଼ିଆକୁ ଭୂଲି ଯାଇ

ବୃଥା ପ୍ରହସନ କରିବାର ନାହିଁ

ମିଛ କଥା କହି କହି (୬

ଆମ କଥା ଆମେ ରଖି ନ ପାରିଲେ

କିଏ ଆସି ରଖି ଦେବ

ମୁଣ୍ଡରେ ଓଢ଼ଣୀ ଲୋଗା ନ ପିନ୍ଧି ଲେ

ଓଡ଼ିଆ ବୋହୂ କି ହେବ(୭

ବାର ମାସେ ତେର ପରବ ମାନିବା

ଆମ ଓଡିଆର ପ୍ରଥା

ତାକୁ ନ ମାନିକି ଯେତେ ଯାହା କର

ସବୁ ହୋଇ ଯିବ ବୃଥା (୮

2. ।। କବି ରମାକାନ୍ତ ରଥ ।।

ହେ କବି, ଜଣାଉଛି ଅନ୍ତିମ ପ୍ରଣାମ

ଆପଣଙ୍କୁ,ହେ କବି,

ରମାକାନ୍ତ ରଥ ଆପଣ ହିଁ ତ ଓଡ଼ିଆ

ସାହିତ୍ୟ ଆକାଶର ଏକ ଧ୍ରୁବତାରା,

ଆଧୁନିକ ଭାରତୀୟ ସାହିତ୍ୟର ଏକ

ଉଜ୍ବଳତମ ନକ୍ଷତ୍ର,ବାସ କରନ୍ତି ମାଁ

ସରସ୍ଵତୀ ତବ ହୃଦୟ ସାହିତ୍ୟରେ।

ଅଭିନବ ସୃଷ୍ଟି ତୁମରି ଶ୍ରୀରାଧା ଓ

ଅନେକ କାବ୍ୟ କବିତା ରଚନାରେ

ଗଢିଛ, ସ୍ମୃତିର କୋଣାର୍କ, ଶ୍ରୀରାଧା

ସପ୍ତମ ଋତୁ,କେତେ ଦିନର, ସନ୍ଦିଗ୍ଧ

ମୃଗୟା,ସଚିତ୍ର ଅନ୍ଧାର, ଲଣ୍ଠନ,ଖରା ।

ଚନ୍ଦ୍ରମାର ଚୁଡ଼ି,ବାଘାବଲୋଚନ,ଓ

ଅନ୍ଧାର, ଅରୁନ୍ଧତୀ, ଆତ୍ମଜ୍ଞାନ,ଧର୍ମ

ପଦର ଆତ୍ମହତ୍ୟା, ସୀମାନ୍ତ ବାସ,

ଫେରି ଚାହିଁଲେ,ସବୁଦିନ ସେପାଖେ,

ସରଳ ହୃଦଗଣିତ,ପବନର ଚିତ୍ରାଙ୍କନ ।

ଦେଇଛନ୍ତି ଅନେକ ଆନନ୍ଦ ଶବ୍ଦ ଓ

ଭାବର ଅପୂର୍ବ ଲୁଚକାଳି ଖେଳରେ

ପାଠକଙ୍କୁ ଅଜସ୍ର ଆନନ୍ଦ, ଅନେକ

କବିର ସମ୍ମାନରେ ସମ୍ମାନିତ ହିଁ,ପଦ୍ମ

ଭୂଷଣ,ବିଷୁବ ସମ୍ମାନ, ଓ ଅତି ବଡି

ଜଗନ୍ନାଥ ଦାସ,ଅନେକ ସମ୍ମାନରେ

ସମ୍ମାନିତ ଆପଣଙ୍କ ନାହିଁ ପଟାନ୍ତର

ନାହିଁ କେହି ସମକକ୍ଷ ଆପଣଙ୍କର ତ

ନ ଯା ନ ଯା କହୁ କହୁ, ଜାହାଜ ହିଁ

ଆସିବ…

3. ଟିକି ଚିନ୍ତନ

କୋଇଲି ନିଜର ଭାଷାରେ ତାହାର

କୁହୁକୁହୁ ସୁର ତୋଳି

ଗାଏ ସେ ସଂଗୀତ ମୁକ୍ତକଣ୍ଠେ କେତେ

ସ୍ୱାଧୀନରେ ଉଡିବୁଲି।

କିନ୍ତୁ ଶୁଆଟିଏ କଥା କହୁଥାଏ

ଅନ୍ୟର ଭାଷାକୁ ଶିଖି,

ତେଣୁ ପଞ୍ଜୁରୀରେ ପରାଧୀନ ଭାବେ

ଜୀବନଟା ଯାଏ ବିତି।

ଅନ୍ୟ କରଗତ ହୋଇ ରହିଯାଏ

ସଦା ପଞ୍ଜୁରୀ ଭିତରେ,

ତେଣୁଟି ବିଶ୍ୱାସ ରଖିଥାଅ ସଦା

ନିଜ ଭାଷା,ଧର୍ମ ପରେ।

ନିଜପରେ ସଦା ରଖିଥାଅ ପୁଣି

ନୁହେଁ ଅନ୍ୟ କଥାପରେ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

4.ଗାଦି ଗୋସେଇଁ

*******

ଆମରି ଗାଆଁରେ

ଗାଆଁ ମଝିଟାରେ

ଚାଳ ଘରଟିଏ ଥିଲା

ସେହି ଚାଳ ଘରେ

ଉଇ ହୁଙ୍କାଟିଏ

ବହୁ ଦିନୁ ରହିଥିଲା।

ଏ ଉଇ ହୁଙ୍କାରେ

କଅଣ ରହିଛି

ଆମେ କେହି ଦେଖିନାହୁଁ

ଗାଦି ଗୋସେଇଁଙ୍କ

ପୀଠ ବୋଲି ଆମେ

ଲୋକ ମୁଖୁ ଶୁଣିଥାଉ।

ସଂଜ ହୋଇଗଲେ

ବୁଢ଼ା ଲୋକ କିଛି

ରୁଣ୍ଡ ଏଠି ହୋଇଥାନ୍ତି

ମିଳିମିଶି ସିଏ

ଭଜନ ଜଣାଣ

ଉଚ୍ଚ ସ୍ବରେ ଗାଇଥାନ୍ତି।

ଲୋକଙ୍କର କିଛି

ଚୋରି ହଜିଗଲେ

ଅଥବା ଦୁଃଖ ପଡ଼ିଲେ

ଗାଦି ଗୋସେଇଁଙ୍କୁ

ଗଞ୍ଜେଇ ଦିଅନ୍ତି

ଇଛା ତାଙ୍କ ପୂର୍ଣ୍ଣ ହେଲେ।

ଗାଆଁରୁ ବାହାରୁ

ବହୁ ଲୋକ ଆସି

ଅର୍ଥ ଦେଇ ଯାଇଥାନ୍ତି

ମନେ ହୁଏ ତାଙ୍କ

ମନସ୍କାମନାକୁ

ପ୍ରଭୁ ପୂର୍ଣ୍ଣ କରିଥାନ୍ତି।

କିଛି ବର୍ଷ ପରେ

ଗାଆଁରେ ଦେଖିଲି

ସେ ଚାଳ ଘରଟି ନାହିଁ

ପୁଜା ପାଉଛନ୍ତି

ପୀଠରେ ଠାକୁର

ଛୋଟ ମନ୍ଦିରଟେ ହୋଇ।

ସେ ପୀଠ ଉପରେ

ଗାଦି ଗୋସେଇଁଙ୍କ

ମୂର୍ତ୍ତିଟିଏ ବସିଛନ୍ତି

କେଉଁ ଶକ୍ତି ଅଛି

ସେ ପୀଠ ମଧ୍ୟରେ

ଇଛା ପୁର୍ଣ୍ଣ କରୁଛନ୍ତି।

ବହୁ ବାର ମୁହିଁ

ଅଙ୍ଗେ ନିଭାଇଛି

ଗଞ୍ଜେଇ ମୁଁ ଜାଚି ଦିଏ

କାର୍ଯ୍ୟଟା ମୋହର

ପୂର୍ଣ୍ଣ ହୋଇଗଲେ

ଗଞ୍…

         5......... ଭାରତର

        ନାଗରିକ...............

ସବୁ ଦେବା ଦେବୀ ପୃଥିବୀ ସାରାର

ଭାରତର ନାଗରିକ

କ୍ଷମତା ଲଢେ଼ଇ ପତିଆରା ପାଇଁ

ଚାଲିଛି ବରଷ ଯାକ ।।

ହାତା ହାତି ହବା ସାଧାରଣ କଥା

ଚଦା ଚଦି ଛକା ପଂଝା

ଶାଳୀନତା ସୀମା ଟପିକି ସବୁଏ

ବୁଢା ବୁଢ଼ୀ ଅଣ୍ଡା ବଚା ।।

ମଝିରେ ମଝିରେ କ୍ଷମତାକୁ ନେଇ

ହୋଉଛି ବାଡିଆ ବାଡି

ବଂଧୁକ ଫୁଟେଇ ଭୁଜାଲି ଚଲେଇ

ଖେଳୁଛନ୍ତି ରକ୍ତେ ହୋଲି ।।

ସମସ୍ତଙ୍କ ପାଖେ ହୁଣ୍ଡା ଭକ୍ତ କିଛି

ପୋଷାମନା ବ୍ରତ ରଖି

ସୁରକ୍ଷା ଯୋଗାନ୍ତି ପରୀକ୍ଷା ମୂଳକ

କଛା କୌପୀନ ଟେକି ।।

ପ୍ରଜାତି ଭିତିରେ ସ୍ୱଜାତି ଲଢ଼େଇ

ଭିତର ବାହାର କମ୍ପେ

ପଥର ଦେଉଳ ବ୍ୟଥାରେ ରଡୁଛି

ମୂଷା ଚୁଚୁନ୍ଦ୍ରାଙ୍କ ଭୋକେ ।।

ମହେନ୍ଦ୍ର ନନ୍ଦ

ହିଲ୍ ଟାଉନ୍, ଭବାନୀପାଟଣା

୮୨୪୯୪୧୧୩୬୭

6. ରକ୍ତବୀର୍ଯ୍ୟ

ରମ୍ଭର ଟିତାରେ ଝାସଦେଲାପରେ

ଅଗ୍ନିରୁ ଯେ ଭୟଙ୍କର,

ଜନ୍ମିଣ ଅସୂର ନାମ ରକ୍ତବୀର୍ଯ୍ୟ

ଯକ୍ଷ ଗଣଙ୍କୁ ପ୍ରହାର।

ସମସ୍ତ ମଇଁଷି କ୍ରୋଧରେ ନିପାତି

ଇନ୍ଦ୍ର,ଚନ୍ଦ୍ର,ସୂର୍ଯ୍ୟ,ବାୟୁ,

ସଭିଙ୍କୁ ପରାସ୍ତ,ଖାଲି ରମ୍ଭସୂତ

ମହିଷାରେ ନୋହି ଦାଉ।

ଅଗ୍ନିଙ୍କ ବରରେ ମହା ପରାକ୍ରମୀ

ମହିଷାର ଆକ୍ରମଣେ,

ଦେବ ଯେ ଭୟରେ ସ୍ୱର୍ଗକୁ ତେଜିଲେ

ବିଷ୍ଣୁ ପରାମର୍ଶ କ୍ରମେ।

ପଚାଶର ଦିନ ଚାଲିଲା ସଂଗ୍ରାମ

ଚଣ୍ଡ ମୁଣ୍ଡ ବଧପରେ,

କମ୍ବୁ,ଧୂମ୍ର ଆଉ କାଳକେୟ ଆଦି

ଧନୁର ଟଙ୍କାର ଦେଲେ।

ବ୍ରହ୍ମା,ବିଷ୍ଣୁ,ଶିବ,ଇନ୍ଦ୍ର,କାର୍ତ୍ତିକେୟ

ଆଦିଙ୍କ ଶକ୍ତି ସ୍ୱରୂପା,

ଧାରଣ କରିଲେ ବ୍ରାହ୍ମଣୀ,ବାରାହୀ,

ବୈଷ୍ଣବୀ,କୌମାରୀ,ଚାମୁଣ୍ଡା।

ରକ୍ତବୀର୍ଯ୍ୟ ପୂର୍ବ ବରରେ ଆସ୍ଫର୍ଦ୍ଧା

ଅମରକୁ ହୋଇ ପ୍ରାପ୍ତ,

ଦେବୀଙ୍କୁ ସାମାନ୍ୟ ନାରୀ ଭାବନାରେ

ବାରମ୍ବାର ଅସ୍ତ୍ରାଘାତ।

ତ୍ରିଶୂଳ,ଖଡ୍ଗ,ଗଦା,ଶଙ୍ଖ,ଚକ୍ର

ଦେବୀ ଯେତେ ପ୍ରହାରନ୍ତି,

ଲକ୍ଷ ଲକ୍ଷ ରକ୍ତ ବୀଜ ପରିବ୍ୟାପ୍ତ

ମହାମାୟୀ ହୋଇ ଚିନ୍ତି।

କାଳିକାଙ୍କୁ ଶୀଘ୍ର ଦେଲେ ଯେ ଆଦେଶ

ମୁଖ କରି ଭୟଙ୍କର,

ବିକଟାଳ ଆଉ ବୃ…

7.ନାହିଁ କିଛି ବାଟ

--------------------

ତୁମେ ଯେଉଁ ବାଟେ ଆସିଲ ସଜନୀ

ସେଇଟା ମୋହର ଚଲା ବାଟ

ଗଳି କନ୍ଦି ସବୁ ଦେଖି ଅଛି ମୁହିଁ

ଭୂଲି ପାରୁ ନାହିଁ ସେହି ବାଟ,(୧)

କେତେ କେତେ ରାତି ଅନିଦ୍ରା ହୋଇଛି

ଚାଲି ଶିଖିବାକୁ ସେହି ବାଟ

ଗୁରୁଙ୍କ ପାଖରୁ ଗାଳି ଖାଇଅଛି

ପିଠିରେ ଖାଇଛି କେତେ ଛାଟ,(୨)

ଚାଲି ଶିଖିବାର ଜ୍ଞାନ ପାଇବାରୁ

ହୋଇଲେ ମୋହର କେତେ ଚାଟ

ତାଙ୍କୁ ମୋର ଜ୍ଞାନ ଦେଇ ଦେବା ଦିନୁ

ଦୃବଳ ହୋଇଲା ମୋର ଘଟ (୩)

ଭୂଲି ପାରୁ ନାହିଁ ସେ ବାଟକୁ ମୁହଁ

ଖୋଜିଲାଣୀ ଏବେ ଅନ୍ୟ ବାଟ

କିଏ ସତେ ଅବା ଡାକୁ ଅଛି ମୋତେ

ଜଗିଲାଣୀ ଆସି ମୂଖ୍ୟ ବାଟ (୪)

ଇଛା ହେଉ ନାହିଁ ଛାଡ଼ିଯିବା ପାଇଁ

ମୋହର ଅଛନ୍ତି ଯେତେ ଚାଟ

ସେମାନେ ମାନନ୍ତୁ ଅବା ନ ମାନନ୍ତୁ

ମୋତେ ଦିଶୁ ନାହିଁ କିଛି ବାଟ (୫)

*********

ନିର୍ମଳ ଚନ୍ଦ୍ର ସାହୁ, କବିତ୍ରା, କେନ୍ଦୁଝର

ଫୋନ ନଂ -୭୦୦୮୯୯୩୮୪୦ ,

*********

8. ଚୋରାଇ ନେଇଛ-

ଚୋରାଇ ନେଇଛ ନିଦ ମୋ'

ଆଖିରୁ

କେଡେ ଛଟକରେ ଆସି,

ଭୁଲାଇ ଦେଇଛ ମନକୁ ମୋହର

ଅମୃତ ବଚନେ ଭାସି।।

କିଏ ଶିଖାଇଲା ଏ ଗୂଢ କଥାକୁ

ବୁଝିବି ବୁଝି ପାରେନି,

ମରମ କଥାଟି କହିବାକୁ ଚାହିଁ

ଫିଟାଇ କହି ଜାଣେନି।।

ଅଢେଇ ଅକ୍ଷର ପ୍ରେମ କଥାଟିକୁ

ଶୁଣିଥିଲି କେବେ ଦିନେ,

ତୁମେ ଆସିଗଲ ଅତର୍କିତେ ଭାବେ

ହୃଦେ ରହିଲ ଗୋପନେ।।

ଥିବ ଚିରକାଳ ମୋ' ସାଥିରେ ତୁମେ

ଦୁଃଖ ସୁଖ ସବୁ ବାଣ୍ଟି,

ପ୍ରେମ ଲହରୀରେ ଭସାଇ ନେବ ଗୋ

ରହିଥିବି ସୁଖେ ଆଣ୍ଟି।।

ଭସା ବାଦଲରେ ଉଡ଼ାଇ ନେବନି

କାଳେ ମୁହିଁ ହଜିଯିବି,

ଗଭା ଗଜରାରେ ବାନ୍ଧି ରଖିଦେବି

ପଣତରେ ଭିଡ଼ି ନେବି।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

9. ଆମ ଘର ପାଖ କୋଇଲି

🌸🌸🌸🌸🌸🌸

ବସନ୍ତ ଆସିଲା କୋଇଲି କହିଲା

ବୁଲି ବୁଲି କାନେକାନେ,

ମନ ଗହନରେ ମାଦକତା ଭରି

ସୁମଧୁର କୁହୁ ତାନେ l

ଗଲାସନ ସେହି ଆସିଥିଲା ବେଗି

ଫଗୁଣଟା ଛୁଉଁ ଛୁଉଁ,

ମାନ ମାରି ଏବେ ବସିଛି ବଉଳ

ଶୁଣିବାକୁ ତାର କୁହୁ l

ଗାଁଗହଳି କି ସହର ଘାଟରେ

ନାହିଁ ଆଉ ଚ୍ୟୁତ ବନ,

ତୋଟା ବଗିଚା ଓ କାନନ ବିହୁନେ

କୋଇଲିର ଫିକା ମନ l

ମୋର ପିଲାବେଳେ ବସୁଥିଲି କେତେ

କୋଇଲି ସାଥିରେ ମିତ,

ତାର କୁହୁ ସହ ମୋ କୁହୁ ମିଶାଇ

ଗାଉଥିଲୁ ଦୁହେଁ ଗୀତ l

ଗୁଣ୍ଡୁଚି ଲଟାରେ ହାର ନାଇ ବେକେ

ଖାଉଥିଲୁ ଆମ୍ବକଷି,

ବର ଓହଲରେ ଝୁଲା ଖେଳୁଥୁଲୁ

ମଧୁର ମଳୟ ଷୋଶି l

ଆଜି ମୁଁ ଖୋଜୁଛି ମୋର ଚଉପାଶେ

ଅଭୁଲା ସେ ପରିବେଶ,

ମୋ ଘର ପାଖର କୋଇଲିର କୁହୁ

ମନ ଖୋଲା ପୂର୍ବ ହସ l

ସହରୀ ସଭ୍ୟତା ମାଡ଼ିବସିଲାଣି

ଆମ୍ବ ତୋଟା, ବାଡ଼ି ବିଲ,

ଯେ ଯାଏଁ ଯାଉଛି ନଜର ସେଠାଏଁ

ନଭଶ୍ଚୁମ୍ବି ଯେ ମହଲ l

ବସନ୍ତ ମଳୟ ବାଜୁନି ଦେହରେ

ବିଷାକ୍ତ ଧୁମ୍ର ପ୍ରକାଶ ,

ୠତୁରାଜ ପରେ ରାଜତ୍ୱ ଗ୍ରୀଷ୍ମର

ତପ୍ତମୟ ପରିବେଶ l

ମୋ ଘର ପାଖର କୋଇଲିର ସ୍ୱର

ବସନ୍ତରେ…

10. ସେଇ ପାଦ ଲାଗି

--------------------

ଯେଉଁ ପାଦ ଲାଗି ରଧା ପାଗଳିନୀ

ଧୂଳିର ମାହାତ୍ମ୍ୟା ରାଇ ଭୁଲିଲାନି

କେତେ ପୁଣ୍ଯ ଫଳେ ଜନମ ଲଭିଲା

ଛାଡି ଘରଦ୍ବାର ଅନାଥ ହୋଇଲା॥

ଅକାଟ୍ୟ ଯୁକ୍ତିରେ ପଦାନତ କଲା

ଅଧ ଫୁଟା କଢି ପ୍ରଷ୍ପୁଟିତ ହେଲା

ସୁଗନ୍ଧିତ ପଦ୍ମ ଦିଗ ଚହଟିଲା

ସୁନ୍ଦର ରୂପରେ ପ୍ରସନ୍ନ ଭରିଲା॥

ଯେଉଁ ନାମାମୃତ କଲେ ଉଚ୍ଚାରଣ

ଯାର ପାଦ ପଦ୍ମେ ପଶିଲେ ଶରଣ

ସମଗ୍ର ବିଶ୍ବରେ କରିଛି ଧାରଣ

ଜୀବନ ସାର୍ଥକ ହୁଅଇ କାରଣ॥

ମୀରା ବାନ୍ଧିଦେଲା ପାଦରେ ନୂପୁର

ବାନ୍ଧି ଘୁଙ୍ଗୁର କୁ ନାଚିଲା ସତ୍ବର

ଶ୍ୟାମ ଙ୍କୁ କରିଲା ସବୁଠୁ ନିଜର

ପାଦେ ମନ ଦେଲା ଭୁଲି ଘର ଦ୍ବାର॥

ଋଣୁଝୁଣୁ ବାଜି ହୋଇଲା ବିଭୋର

ବେଣୁଧର କୃଷ୍ଣ ତାହାର ନାଗର

ତୁଚ୍ଛ ସନ ମାନ ପ୍ରାସାଦ ନଗର

ପ୍ରେମରେ ହାରିଛି ହୋଇଛି ବିଭୋର॥

ସମ୍ପତି ଲୋଭରେ ପିଆଇଲେ ବିଷ

ପିିଇଲେ ମଦିରା କୃଷ୍ଣ ସାର ରସ

ଲେଖିଲେ ଭଜନ ସତେକି ପିୟୂଷ

କହେ ଋତୁରାଜ …