1.ଏ ମାଟିକୁ ମହାନ କର - କବି ଦୀନବଂଧୁ,ବାସୁଦେବପୁର, ଭଦ୍ରକ,-P1

2.କଳି ଯୁଗ ସାବିତ୍ରୀ - କବିତା ସାହୁ , ଜୟପୁର-p1

3.ଜଗତ କଥା - ବାସନ୍ତୀ ମଞ୍ଜରୀ ହନୁମାନ , -p1

4.ସାବିତ୍ରୀ ବ୍ରତ - ଚନ୍ଦ୍ରକଳା ଦେବୀ ,ବନ୍ଧୁଗାଁ,କୋରାପୁଟ,-p2

5.ପତି ସୁହାଗିନୀ-ଡ଼.ପ୍ରିୟମ୍ବଦା ସାମଲ ,ଭୁବନେଶ୍ୱର- P2

6.ଶୀତଳ ଷଷ୍ଠୀ-ଡ଼.ପ୍ରିୟମ୍ବଦା ସାମଲ,ଭୁବନେଶ୍ୱର- P2

7.ପହିଲି ରଜ-ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

8 .ଗୋ ରାଧା -

62 .ଗାଏମା ପ୍ରେମର୍‌ ଜୟେ )- କୃଷ୍ଣଚନ୍ଦ୍ର ଭୋଇ, ଗନିଆଁପାଲି - ବରଗଡ଼

63. ସବୁତ ଗଲାନ ଲୁକି - କୃଷ୍ଣଚନ୍ଦ୍ର ଭୋଇ, ଗନିଆଁପାଲି - ବରଗଡ଼

ସଂପାଦକୀୟ ✍️

ସାହିତ୍ୟ ଜଗତରେ ଅନେକ ବାଗ୍ମୀସ୍ରଷ୍ଟା ଙ୍କ ଅନନ୍ୟ କୃତି ବିଦ୍ୟମାନ। ତଥାପି ଓଡ଼ିଆ ଭାଷା ସାହିତ୍ୟର ବହୁଳ ବ୍ୟବହାର ସତ୍ତ୍ୱେ ନିଜସ୍ୱ ଭାବ ଧାରାକୁ ବଞ୍ଚାଇ ରଖିବା ଆମରି ଯଥା ସାଧ୍ୟ ପ୍ରୟାସ ମାତ୍ର। କବିତା, ଗଳ୍ପ କି ପ୍ରବନ୍ଧ ଲେଖିଦେଲେ ଯେ ଓଡ଼ିଆ ଭାଷା ବଞ୍ଚି ରହିପାରିବ ତା ନୁହେଁ ବରଂ ସୃଷ୍ଟି,ସୃଜନୀ ଏଭଳି ହେବା ଆବଶ୍ୟକ ଯାହା ସମାଜର ହିତ ସାଧନ କରୁଥିବଏବଂ ପାଠକର ମନ ଜିଣି ପାରୁଥିବ।

ଯେଉଁ ଦେଶର କଳା ସଂସ୍କୃତି ସାହିତ୍ୟ ଯେତେ ଉନ୍ନତ ସେ ଦେଶ ସେତେ ସମୃଦ୍ଧ । କାରଣ ଏହାରି ମୁଳରେ ଜଣେ ସ୍ରଷ୍ଟା ହିଁ ବିଦ୍ୟମାନ ଥାଏ।

ସୃଜନଶୀଳ ସାହିତ୍ୟ ସୃଷ୍ଟି କରିବାର ଅଧିକାର ଆମ ସମସ୍ତଙ୍କର ଅଛି। କାରଣ ପ୍ରତ୍ୟେକ ବ୍ୟକ୍ତିର ସୂକ୍ଷ୍ମ ସତ୍ତା ଭିତରେ ଗୋଟିଏ କବି କିମ୍ବା ଗାଳ୍ପିକ ବା ଔପନ୍ୟାସିକର ହୃଦୟ କେଉଁଠି ନା କେଉଁଠି ଲୁଚି କି ଥାଏ। ଏଣୁ ଆମେ କୌଣସି ଲେଖକଙ୍କ ସୃଷ୍ଟିକୁ ନିମ୍ନ ମାନର ବୋଲି କହି ପରିବା ନାହିଁ।

ହଁ କିନ୍ତୁ କୌଣସି କବିତା ବା ଗଳ୍ପ ଯେତେ ବେଳେ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥାଏ କିମ୍ବା ପୁସ୍ତକର କଳେବର ଧାରଣ କରେ ତାର ମୂଲ୍ୟାୟନ ଅବଶ୍ୟ ହୋଇଥାଏ। ଆଉ ମୂଲ୍ୟାୟନ ହେବା ଉଚିତ୍ ମଧ୍ୟ। ପ୍ରତ୍ୟେକ କବି ଓ ଲେଖକର ସମାଜ ପ୍ରତି ଏକ ଦାୟିତ୍ତ୍ଵ ନିଶ୍ଚୟ ରହିବା ଉଚିତ୍ କାରଣ ଲେଖକର କଲମ ମୁନରେ ସମାଜ ପରିବର୍ତ୍ତନ ହୁଏ, ଶାଣିତ ହୁଏ ସଂସ୍କାରିତ ହୁଏ। ଉତ୍ତମ ନାଗରିକ ଗଠନ କରିବାରେ ପୁରୋଧା ସାଜେ।

ଭଲ ଲେଖାଟିଏ ପାଇଁ ସମ୍ପାଦକ ଲେଖକ ପାଖରେ ଋଣି ହେବା ଦରକାର।

ଲେଖକ ପ୍ରକାଶକ ପାଖରେ ନୁହେଁ!

ଓଜସ୍ୱିନି ତ୍ମାସିକ ଇ ପତ୍ରିକା ଆପଣ ମାନଙ୍କ ଠାରେ ଆଦୃତି ଲାଭ କରିଛି ଆଗକୁ ମଧ୍ୟ ଦ୍ରୁତ ବେଗରେ ପରିଚିତ ହେଉ ଏହାହିଁ ବଲାଙ୍ଗିର ମାଟିର ଇଷ୍ଟ ଦେବୀ ମାଁ ସମଲେଇଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା।

ଏହା ଲେଖକ ପାଠକ ସୁଧିଜନ ଙ୍କ ନିକଟରେ ଆଦୃତି ଲାଭ କରିବ ବୋଲି ମୋର ଆଶା ଓ ବିଶ୍ବାସ।

ଚୁମ୍ କି ଦାଶ (ମିଶ୍ର)

ସମ୍ପାଦିକା ଓଜସ୍ଵିନୀ

ଶାନ୍ତି ପଡ଼ା, ବଲାଙ୍ଗିର

1

ଏ ମାଟିକୁ ମହାନ କର

© କବି ଦୀନବଂଧୁ ™

କାନ ଡ଼େରି ଶୁଣ ବାଜିଲାଣି ଶଙ୍ଖ

ଫୁଟିଲାଣି ପଦ୍ମଫୁଲ,

ହାତ ଠାରି କହେ ପଥର ଭାସୁଛି

ବୁଡ଼ିବ ଏଥର ସୋଲ।

ପଞ୍ଚଜନ୍ୟ ଶଙ୍ଖ ମୂର୍ଚ୍ଛନା ଶୁଭୁଛି

ବିମୋହିତ ଜନମାନେ,

ନବ ଉତ୍କଳର ଶ୍ରେଷ୍ଠତମ ବାର୍ତ୍ତା

ଶୁଭିଲାଣି କାନେ କାନେ ।

ଉଡ଼ନ୍ତା ଓଡ଼ିଶା ଲମ୍ଭ ମାରିଦେବ

ଶିଖର ଛୁଇଁ ଯିବାକୁ,

କାରିଗରୀ ଓ ପ୍ରଯୁକ୍ତି ବିଦ୍ୟାରେ

ପଛ ହେବନି କାହାକୁ ।

ଖଣି ଖାଦାନରେ ଓଡ଼ିଶା ଶ୍ରେଷ୍ଠ

ବିନିଯୋଗ ବିନିର୍ମାଣ,

ସମସ୍ତ କ୍ଷେତ୍ରର କଳିଙ୍ଗ ଆଗର

ରହିବ ନିଶ୍ଚିତ ଜାଣ।

ସବୁଥିଲା ଅଛି ଥିବ ତ କାଳକୁ

ବିକା କିଣା ଛଅ ନଅ,

ତଥାପି ଓଡ଼ିଶା ନବୀନ ଓଡ଼ିଶା

ହୃଦୟରୁ ତାକୁ ଛୁଅଁ।

ତାହାରି ମାଟି ପାଣି ପବନରେ

ଆକର୍ଷଣ ଅଟେ ଭିନ୍ନ,

ମଗଧ ନୃପତି ଅଶୋକ ସମ୍ରାଟ

ଜ୍ୱଳନ୍ତ ଏହାର ପ୍ରମାଣ।

ଏହିଠାରୁ ଦୁଷ୍ଟ ହୋଇଥାନ୍ତି ସନ୍ଥ

ଏ ମାଟି ଛୁଆଁ ନିଆରା,

ଏଣୁ ପରଦେଶୀ ପାରଙ୍ଗମ ଏଠି

ସ୍ନେହପ୍ରେମେ ପଡ଼ି ଧରା ।

ଅଜ୍ଞାନ ବ୍ୟକ୍ତିକୁ ଛୁଆଁ ଦିଅନାହିଁ

ଏ ମାଟିକୁ ମହାନ କର,

ଏ ମାଟିର ଡ଼ାକ କାନେଇକି ଶୁଣ

ସେତକ ଲୋଡ଼ା ତାହାର ।

▪️▪️▪️

ସଂପାଦକ, ଜାତୀୟ କବି ଲେଖକ ସଂଗଠନ

ବାସୁଦେବପୁର, ଭଦ୍ରକ

ଓଡ଼ିଶା, ଭାରତ-୭୫୬୧୨୫

ସଂପର୍କ-୭୬୮୩୯୨୦୨୨୧..

2

କଳି ଯୁଗ ସାବିତ୍ରୀ

କବିତା ସାହୁ ଜୟପୁର

ଆଠ ଦିନ ଆଗୁ ସାଵିତ୍ରୀ ପାଇଁ

ସ୍ବାମୀ ପାଖେ ପତ୍ନୀ କହିଲେ ଯାଇଁ।

ସବୁ ବର୍ଷ ପରି ଏହି ବରଷ

ମୋ ପାଇଁ ଆଣିବ ଖଣ୍ଡୁଆପାଟ ।

ଡିଜାଇନ ଚୁଡି ଶଙ୍ଖା ସାଙ୍ଗରେ

ମେକପ ଜିନିଷ ଆଣିବ ଭଲେ।

ନଡ଼ିଆ କଦଳୀ ସେଓ ଖଜୁରି

ଲିଚୁ ପଣସ ଆମ୍ବ ସପୁରୀ।

କମଳା ଅଙ୍ଗୁର ସେପଟା କୋଳି

ଦାମିକିଆ ଫଳ ଆସିବ ଧରି।

ଗଜରା ଆଣିବ ମୋହରି ପାଇଁ

ସଭିଙ୍କଠୁ ଭଲ ଦିଶିବି ମୁହିଁ।

ନନା କହିଛନ୍ତି ଆଠଟା ବେଳେ

ପୂଜା ସାରିଦେବେ ଆସି ସକାଳେ ।

ତୁମର ଦୀର୍ଘ ଜୀବନ ପାଇଁ

ଶୁଭ ମନାସିବି ମନ୍ଦିର ଯାଇ।

ତୁମ ପାଇଁ ବ୍ରତ କରିବି ମୁହିଁ

ରୋଷେଇ କରିବ ପିଲାଙ୍କ ପାଇଁ।

ସାଗୁ ମିଶିରିକୁ ପାଣିରେ ପକାଇ

ରଖିଥିବ ଧନ ମୋହରି ପାଇଁ।

ଗୁରୁବାର ଯେଣୁ ସାବିତ୍ରୀ ବ୍ରତ

ବୁଧବାର ହେବ ମାଛ ମାଉସଁ।

ଶୁଣି କରି ପତ୍ନୀଙ୍କର ବଚନ

ବିଚାର କରନ୍ତି ଏ ସତ୍ଯବାନ।

ଧନ୍ଯ ତୁମେ ମୋର ସାବିତ୍ରୀ ରାଣୀ

ମୋ ପାଇଁ ଏ ସନ ବ୍ରତ କରନି ।

ଫଳମୁଳ ଯାହା ହୋଇଛି ଦର

ମାସ ଶେଷ ପକେଟ ମୋ ଖୋଳ।

3

ଜଗତ କଥା

ବାସନ୍ତୀ ମଞ୍ଜରୀ ହନୁମାନ

ଭାବୁଛି ମୋ ପରି ଅନୁଭବି କିଏ

ଅଛନ୍ତି କି ଆଖେ ପାଖେ

ଯିଏ ସବୁ ବେଳେ ସୁରୁଷ୍ଟି ର ତତ୍ତ୍ଵ

ଜାଣିବାକୁ ଇଛା ରଖେ

ମୋ ମନ କହୁଛି ଅଜସ୍ର ଅଛନ୍ତି

ମୋ ନୟନ ଚଉପାଶେ ।।୧ ।।

ମହା ଅନୁଭବ ଜିଜ୍ଞାସା ପ୍ରଭାବ

ଏ ତ ଜ୍ଞାନୀ ର ଚିହ୍ନଟ

ମୁଖ ଚିହ୍ନା ଦିଏ ଆପଣା ସଞ୍ଚୟ

ଯାହା ମସ୍ତିସ୍କେ ସଞ୍ଚିତ

ଖୋଲି ଯାଏ ଯେବେ ଜଣାପଡେ ତେବେ

ରସନା ପଥେ ଅମୃତ ।।୨ ।।

ଧରଣୀ ବକ୍ଷରେ ବିଶେଷ ବିଜ୍ଞପ୍ତି

ଭଲ ଦେଖିବାର ବିଦ୍ୟା

ଏହି ବିଦ୍ୟା ଯିଏ କରେ ଅକ୍ତିଆର

ସୁଖରେ ସେ ଜନ ସଦା

ଚଳି ଚଳୁ ଥାଏ ନିଜ ଭବନରେ

ତା ସମ ଆନ କେ ଅବା ।।୩ ।।

ବୁଦ୍ଧି ସିନା କହେ ଚତୁରତା ଢ ଙ୍ଗେ

ଏ ପଥେ କର ଗମନ

ଯେଉଁ ମାର୍ଗରେ ତୁ ପାଇବୁ ଅଜସ୍ର

ଧନ ରତ୍ନ ଆଉ ମାନ

ବିବେକ ଟି କିନ୍ତୁ ଅନ୍ତରରେ ଥାଇ

ଦେଖାଏ ସତ୍ୟ ଜୀବନ ।।୪ ।।

ବୁଝି ବୁଝାଇବା ଏ ନୁହେଁ ସହଜ

ସରଳ ମାର୍ଗର ଜ୍ଞାନ

ଯଦ୍ୟପି ବଖାଣି ଅଛନ୍ତି ଜଗତେ

ମହା ମହା ଜ୍ଞାନୀ ଗଣ

ତାଙ୍କରି ମୁଖରୁ ନିର୍ଗତ ଯେ ବାକ୍ୟ

କେ କରେ ତାହା ଖଣ୍ଡନ ।।୫ ।।

ଇତିହାସ ଆଜି ବଞ୍ଚି ଅଛି ସଦା

ବହି ଜ୍ଞାନୀ ଙ୍କର ଗୁଣ

କରିଛନ୍ତି ସିଏ ସଞ୍ଚୟ ଜୀବନେ

ଆସନ୍ତା କାଲି ଚିତ୍ରଣ

ନିତାନ୍ତ ଜଗତ ଦେଖିବ ସତତ

ସତ୍ୟ ନୁହେଁ ଏହା ଭ୍ରମ ।।୬ ।।

********

ବାସନ୍ତୀ ମଞ୍ଜରୀ ହନୁମାନ

ବଲାଙ୍ଗୀର

୯୪୩୮୫୪୬୬୧୪

"""""""""""""""""""""""""

6

ଶୀତଳ ଷଷ୍ଠୀ

ଡ଼.ପ୍ରିୟମ୍ବଦା ସାମଲ

ମେଘ ମେଦୁରିତ ଗଗନ ମଣ୍ଡଳ

ଶୋଭାମୟ ଅପରୂପ

ନବ ବାରିପାତେ ଉଲ୍ଲସିତ ଧରା

ଶାନ୍ତ ଶୀତଳ ସ୍ୱରୂପ।

ପ୍ରଚଣ୍ଡ ଗ୍ରୀଷ୍ମର ବିଦାୟ ଧରାରୁ

ବର୍ଷା ଋତୁ ଆଗମନ

ରୁଦ୍ର ରୂପୀ ଶିବ ଶାନ୍ତା କାନ୍ତା ଶିବା

ବିବାହର ଆୟୋଜନ।

ବୈଦିକମତେ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ

ଶୀତଳ ଷଷ୍ଠୀ ପାଳନ

ଆଡମ୍ବର ପୂର୍ଣ୍ଣ ଦିବ୍ୟ ଶୋଭାମୟ

କନ୍ୟାପିତା କନ୍ୟାଦାନ।

ବିବାହ ସମ୍ପନ୍ନ ନଗର ଭ୍ରମଣ

ସୁସଜ୍ଜିତ ରଥେ ବିଜେ

ଭକ୍ତ ଭଗବାନ ଅପୂର୍ବ ମିଳନ

ଶୀତଳ ଷଷ୍ଠୀ ବିରାଜେ।

ବାଜା ବାଣ ରୋଷଣୀର ଆୟୋଜନ

ଲୋକ ଗୀତ ନୃତ୍ୟ ତାଳେ

ଦେବ ଦେବ ମହାଦେବ ମା' ପାର୍ବତୀ

ଶୋଭନ୍ତି ଭକତ ମେଳେ।

ରୁଦ୍ରଦେବ ମାତା ଶକ୍ତିଙ୍କ ମିଳନ

ଶୀତଳ ଷଷ୍ଠୀ ପରବ

ରୁଦ୍ର ରୂପ ତ୍ୟାଗରେ ଶାନ୍ତ ସୁନ୍ଦର

ଦେବ ଦେବ ମହାଦେବ।

ପବିତ୍ର ଦିବସେ ଶିବଶମ୍ଭୁ ପାଶେ

ଭକ୍ତି ପୂତ ନିବେଦନ

ଜଗତର ଦୁଃଖ ଦୂର କର ପ୍ରଭୁ

ଶ୍ରୀପଦେ କରେ ନମନ।

ଭୁବନେଶ୍ୱର।

5

ପତି ସୁହାଗିନୀ

ଡ଼.ପ୍ରିୟମ୍ବଦା ସାମଲ

ପତି ସୁହାଗିନୀ ମଧୁର ଭାଷିଣୀ

ପତିର ମନକୁ ଜିଣି

ସୁଖ ଦୁଃଖରେ ସର୍ବଦା ସମଭାଗୀ

ସେହି ଆଦର୍ଶ ଘରଣୀ।

ମଥାରେ ମଣ୍ଡିତ ସୁହାଗ ସିନ୍ଦୂର

ହାତେ ଶଙ୍ଖା ଚୁଡ଼ି ଶୋଭା

ପରିବାର ଯତ୍ନ ନେଇଥାଏ ସଦା

ସର୍ବ ଗୁଣେ ମନଲୋଭା।

ସଂସାର ଜୀବନ କେତେ ଯେ କଷଣ

ହସି ହସି ସହେ ନାରୀ

ପତି ପରାମର୍ଶେ ଅତିକ୍ରମେ ସର୍ବ

ଜିଣି ଥାଏ ସେ ବଇରୀ।

ସାଥେ ଥିଲେ ପତି ନାହିଁ ଭୟ ଭୀତି

ପତି ଯେ ଜୀବନ ସାଥୀ

ମଥାର ସିନ୍ଦୂର ସୁରକ୍ଷା ନାରୀର

ପତି ତାର ଗତି ମୁକ୍ତି।

ମଦ୍ର ରାଜକନ୍ୟା ପତି ସୁହାଗିନୀ

ନିଜର ଭକ୍ତି ବଳରେ

ଫେରାଇଲେ ପତି ଜନ୍ତୁପତି ଠାରୁ

ନିଜର ନିଷ୍ଠା ଛଳରେ।

ସାବିତ୍ରୀ ଅନୂସୟା ଯେ ସତୀ ନାରୀ

ନିଜର ଭକ୍ତି ନିଷ୍ଠାରେ

ପତି ସୁହାଗିନୀ ସତୀ ଶିରୋମଣି

ଶୋଭା ପୁରାଣ ପୃଷ୍ଠାରେ।

ପତି ପ୍ରାଣଗତା ନାରୀ ପୁଣ୍ୟବତୀ

ପତି ହିଁ ପରମେଶ୍ବର

ପତିବ୍ରତା ନାରୀ ସଦା ସୁଖି ରହେ

ଜୀବନ ତାର ସାକାର।

ଭୁବନେଶ୍ୱର।

4

ସାବିତ୍ରୀ ବ୍ରତ

ଚନ୍ଦ୍ରକଳା ଦେବୀ

ଭାରତୀୟ ନାରୀ ଚିର ବନ୍ଦନୀୟା

ପତିବ୍ରତା ପାଇଁ ପୂଜା

ଦ୍ରୌପଦୀ ଅହଲ୍ୟା ସୀତା ମନ୍ଦୋଦରୀ

ସାବିତ୍ରୀଙ୍କ ଉଡେଧ୍ବଜା l

ପ୍ରତିବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଦିନ

ସାବିତ୍ରୀ ବ୍ରତ ହୁଅଇ

ଭକ୍ତିପୂତ ମନେ ଅହ୍ୟ ନାରୀମାନେ

ଏହି ବ୍ରତକୁ ପାଳଇ l

ବାପଘରୁ ଭାର ଆସିଣ ଥାଅଇ

ଶାଢ଼ୀ ଶଙ୍ଖା ଓ ସିନ୍ଦୂର

ନାନା ଫଳମୂଳ ନଡ଼ିଆ କଦଳୀ

ଆସଇ ନାନା ବେଭାର l

ନାଲି ଶାଢ଼ୀ ଶଙ୍ଖା ଅଳତା ସିନ୍ଦୂର

ଚନ୍ଦନ ଓ ଧୂପକାଠି

ସାବିତ୍ରୀ ବ୍ରତର ପୂଜାର ସାମଗ୍ରୀ

ନାରୀ କରଇ ଏକାଠି l

ପୂଜାସାମଗ୍ରୀକୁ ଡାଲାରେ ରଖିଣ

ମନ୍ଦିରକୁ ଯାଇଥାଇ

ମୋ ଶଙ୍ଖା ସିନ୍ଦୂର ଝଟକୁଣ ଥାଉ

ଏହି କାମନା ବାଞ୍ଛଇ l

ନାଲିଶାଢ଼ୀ,ନାଲିଶଙ୍ଖା ପିନ୍ଧିଣଯେ

ପୂଜେ ଲକ୍ଷ୍ମୀ ନାରାୟଣ

ଫଳାହାର କରି ଏହି ଦିବସଟି

ଖୁସିର ପାଳଇ ପୁଣ l

ରାଜା ଅଶ୍ଵପତି ରାଣୀକୌଶଲ୍ୟାଙ୍କ

କନ୍ୟାରତ୍ନ ହିଁ ସାବିତ୍ରୀ

ଅନିନ୍ଦ୍ୟ ସୁନ୍ଦରୀ ସର୍ବ ମନୋହାରୀ

ଅଟନ୍ତିଯେ ଜଗଦ୍ଧାତ୍ରୀ l

ଅବନ୍ତୀ ରାଜନ ସେ ଦ୍ୟୁମତସେନ

ରାଣୀ ମାଳବିକା ସାଥେ

ପୁତ୍ର ସତ୍ୟବାନ ସଙ୍ଗତେ ନେଇଣ

ବାସକରେ ବନପଥେ l

ଦୁହିତା ନାମକୁ ସାର୍ଥକ କରଇ

ଯମକୁ ହରାଇ ଦେଇ

ତିନିଗୋଟି ବର ମାଗି ଆଣିଥିଲେ

ପିତା ପତି କୁଳପାଇଁ l

ପ୍ରଥମ ବରରେ ଶାଶୁ ଶଶୁରଙ୍କ

ମାଗିଥିଲ ଚକ୍ଷୁଦାନ

ମାଗିଥିଲ ପୁଣି ରାଜ ସିଂହାସନ

ଆଉମାନ ସନମାନ l

ଦ୍ଵିତୀୟ ବରରେ ମାଗିଥିଲ ତୁମେ

ପିତାପାଇଁ ସାତପୁତ୍ର

ତୃତୀୟ ବରରେ ମାଗି ଆଣିଥିଲ

ତୁମ ଗର୍ଭୁ ଶତ ପୁତ୍ର l

ପତି ବିନା ପୁତ୍ର କିପରି ହୋଇବ

କୁହହେ ଯମ ରାଜନ

ସତୀନାରୀ ପାଶେ ହାରି ଯାଇଶେଷେ

କରିଲେ ଜୀଵନ ଦାନ l

ଦୀପଶିଖା ଭଳି ନିଜେ ଜଳି ଜଳି

ପତି ପିତୃ ବଂଶ ଲାଗି

ନିଜ ଜୀବନକୁ ଦେଲ ଜଳାଞ୍ଜଳି

ତୁମେହିଁ ମହାନତ୍ୟାଗୀ l

ସାବିତ୍ରୀ ଅଟନ୍ତି ନାରୀ ଜାତି ପାଇଁ

ଆଦର୍ଶ ଆଉ ଗୌରବ

ପିତୃକୁଳ ଆଉ ପତି କୁଳଙ୍କର

ଥିଲ ଅମୂଲ୍ୟ ବୈଭବ l

ଭାରତୀୟ ନାରୀ କେତେଯେ ମହାନ

ସାବିତ୍ରୀ ପ୍ରମାଣ କଲେ

ସତୀତ୍ୱ ବଳରେ ଯମରାଜା ଠାରୁ

ସ୍ୱାମୀ ଫେରାଇ ଆଣିଲେ l

ସାବିତ୍ରୀ ବରତ ଯେ ନାରୀ କରଇ

ଏଇଶ୍ଚର୍ଯ୍ୟ ସୁଖ ପ୍ରାପ୍ତି

ସାବିତ୍ରୀ ଅଟନ୍ତି ମହାସତୀ ବୋଲି

ଜଗତେ ରହିଛି ଖ୍ୟାତି l

ବନ୍ଧୁଗାଁ,କୋରାପୁଟ l

7

"ପହିଲି ରଜ"

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

ବରଷକେ ଥରେ ଆସିଛି ରଜ

ଘେନିନୂଆ ସଜବାଜ,

ପଲ୍ଲୀଠୁ ସହର ଉତ୍ସବ ମୁଖର

ଭାଇ ଆଣିଛନ୍ତି ଚିଜ,ଲୋ ବଉଳ

----------------------------------|

ଭାଉଜ ରାଣୀମୋ ଵ୍ୟସ୍ତ ରହିଛନ୍ତି

ନଣନ୍ଦେ କରିବେ ସଜ,

ରଜପୂର୍ବ ଦିନ ହୁଏ ସାଜସଜ୍ଜା

ତା'ପରେ ପହିଲି ରଜ,ଲୋ ବଉଳ

----------------------------------|

ନୂଆବସ୍ତ୍ର ପିନ୍ଧି ଖେଳିଥାନ୍ତି ଦୋଳି

ମନ କରିଣ ମଉଜ,

ଦ୍ଵିତୀୟ ଦିନଟି ମିଥୁନ ସଂକ୍ରାନ୍ତି

ଏକଥା ମନରେ ହେଜ,ଲୋ ବଉଳ

-------------------------------||1||

ତୃତୀୟ ଦିବସ ଶେଷରଜ ଜାଣ

ମନ ନିଅଇସେ ମୋହି,

ଚତୁର୍ଥ ଦିବସେ ଭୁଦେବୀ ସ୍ନାନଯେ

ବସୁମତୀ ସ୍ନାନ କହି, ଲୋ ବଉଳ

----------------------------------|

ଲକ୍ଷ୍ମୀ ନାରାୟଣ ପୂଜନ୍ତି ସକଳେ

ପଟାନ୍ତର ତା'ର ନାହିଁ,

ଭିଜାମାଟି ଗନ୍ଧେ ବିଭୋର ହୋଇଣ

ଆନନ୍ଦ କୃଷକ ଭାଇ, ଲୋ ବଉଳ

----------------------------------|

ପହିଲି ବାରିରେ ପୁଲକିତ ମନ

ଧରା ୠତୁମତୀ ହୋଇ,

ପ୍ରକୃତି ରାଣୀର ବନ ଉପବନେ

କୋଇଲି ଗୀତି ଗାଅଇ,ଲୋ ବଉଳ

-------------------------------||2||

ପାଦରେ ପାଉଁଜି ଗୋଡ଼େ ଅଳତା

ମୁଣ୍ଡରେ ଚନ୍ଦନ ଚିତା,

ଗଭାରେ ଗଜରା ହାତରେ ଶଙ୍ଖା

ମେହେନ୍ଦିର ପୁଣି ଚିତା,ଲୋ ବଉଳ

----------------------------------|

ମୁହେଁ ପାଉଡର ଆଖିରେ କଜ୍ଜ୍ୱଳ

ମୁଣ୍ଡରେ ରିବନ ଫିତା,

କିଶୋରୀ ବାଳିକା ପିନ୍ଧିବାଟ ଚାଲେ

କଦଳୀପାଟୁଆ ଜୋତା, ଲୋ ବଉଳ

----------------------------------|

କାଟିବା ବାଟିବା ସବୁଆଜି ମନା

କୁଆଁରୀ ଝିଅ ଦୁହିତା,

ପୁଙ୍ଗୁଳା ପାଦରେ ଚାଲିଲେ ଭୂମିରେ

ରୋଷ ବହେ ବସୁମତା,ଲୋ ବଉଳ

------------------------------||3||

ଘରେ ଘରେ ରଜ ଦୋଳି ଲାଗିଅଛି

ଝିଅ ବୋହୁ ଝୁଲୁଛନ୍ତି,

ରଜ ପାନ ଖାଇ ମନସେ ମନାନ୍ତି

ପରସ୍ପରେ ବାଣ୍ଟିଥାନ୍ତି, ଲୋ ବଉଳ

---------------------------------|

ଗାଆଁ ମୁଣ୍ଡ ବରଗଛର ନିକଟେ

ପଶା, ତାସ ଖେଳିଥାନ୍ତି,

ଗ୍ରାମବାସୀ ମାନେ ଆନନ୍ଦିତ ହୋଇ

ସର୍ବେ ଖେଳରେ ମାତନ୍ତି, ଲୋ ବଉଳ

----------------------------------|

ପିଠା ପଣା ଖାଇ ଦୋଳିରେ ଝୁଲନ୍ତି

ରଜ ଗୀତି ଗାଇଥାନ୍ତି,

ଗୁରୁଜନ ପାଦେ ପ୍ରଣାମ ଜଣାଇ

ଆଶୀର୍ବାଦ ନେଇ ଥାନ୍ତି, ଲୋ ବଉଳ

--------------------------------||4||

ପୋଡ଼ପିଠା,ଚକୁଳି, ବରା, ଇଟିଲି

ଆରିସା, ମଣ୍ଡା, କାକରା,

ଘରେ ଘରେ ପ୍ରସ୍ତୁତି ଚାଲିଛି ଏବେ

ଘାଣ୍ଟ ତରକାରୀ କ୍ଷୀରା, ଲୋ ବଉଳ

----------------------------------|

ଗାଆଁ ମୁଣ୍ଡ ବରଗଛର ଡାଳରେ

ହୋଇଅଛି ଦୋଳିପରା,

ଦୋଳି ଖେଳିଥାନ୍ତି ସଭିଏଁଯେ ମିଳି

ଗଣ ପର୍ବ ଭାଇଚାରା, ଲୋ ବଉଳ

---------------------------------|

ପୂର୍ବରୁ ରହିଛି ରହିଥିବ ମଧ୍ୟ

ସଂସ୍କୃତି ଓ ପରମ୍ପରା,

ଅଦ୍ୟ ଆଷାଢ଼ର ପହିଲି ଛୁଆଁରେ

ଶସ୍ୟଶାଳୀ ହେବଧରା,ଲୋ ବଉଳ

------------------------------||5||

8

ଗୋ ରାଧା

ଗୋ ରାଧା ତୁମର ତ କିଛି ଦୋଷ ନାହିଁ

ସବୁ ଦୋଷ ଅଟଇ ମୋହର

ତୁମ ଅନାବିଳପ୍ରେମକୁ ମୁଁ କରି ହାତଦାର

ମଥୁରା ମୁଁ ଆସିଲି ସତ୍ୱର !!

ଅକ୍ରୁରରଥରେଭାଇସଙ୍ଗେ ଆସିଲି ମଥୁରା

ଫେରିବି ବୋଲି ଦେଇଥିଲି କଥା

କର୍ତ୍ତବ୍ୟ ର ତାଡନାରେ ନିଜେ ହୋଇଚାପି

ତୁମ ସଙ୍ଗେହେଲା ନାହିଁ ଦେଖା !!

ମଥୁରା ପହଁଚି କଲି ମୁହିଁ କଂସ ଵଧ

ଉଦ୍ଧାରିଲି ବନ୍ଦୀ ପିତାମାତା

ମଥୁରା ର ରାଜଦଣ୍ଡ ନିଜ ହାତେ ଧରି

ଧର୍ମ ରାଜ୍ୟ କରିଲି ପ୍ରତିଷ୍ଟା !!

ଅଷ୍ଟ ପାଟ ରାଣୀ ସହ ରଖି ମୁଁ ସମ୍ପର୍କ.

ଭୁଲି ଗଲି ମୁହିଁ ତୁମ ମୁଖ

ଯାଇଥିଲି ପିଠିକରୀ ଫେରିନାହିଁ ଆଉ

ରାଜକର୍ଯ୍ୟ ରହି ମୁହିଁ ଲିପ୍ତ !!

ଅପେକ୍ଷା ର ସେତୁବନ୍ଧ ଭାଙ୍ଗି ଗଲା ପରେ

ବାଛିନେଲ ତୁମ ନିଜବାଟ

ମୁଁ ହିଁ ଜାଣେ ମୋ ପାଇଁଏହି କଳି ଯୁଗେ

ଚାହିଁଅଛ ତୁମେ ମୋରପଥ!!

ଦୁଃଖ କର ନାହିଁ ପ୍ରିୟେ ପାଅ ନାହିଁ କଷ୍ଟ ଅପେକ୍ଷା ତ ନହୋଇବ ବ୍ୟର୍ଥ

କଳିଯୁଗ ଏଧରା ରୁ ହେବାଆଗୁ ଅନ୍ତ

ପୁଣିହେବ ତୁମ ଆମ ଭେଟ!!

=========?????=========

ଭାଗବତ ସାହୁ, ଆଶୁକବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ. କୁଟୀର

ଦୋଳପଦୀ, ବନ୍ତ, ଭଦ୍ରକ,

Mo=9437713276

9.

ହରାଇଛି ମୋର ଜୀବନ୍ତ ଦେବ

ବିଧି ମୋ ପାଇଁ ବାମ ହୋଇଗଲା

ଭାଗ୍ୟ ମୋ ସାଥ୍ ନ ଦେଲା

ପିତା ଛେଉଣ୍ଡ ମୋ ଲେଖା ବୋଧେ ଅଛି

ଭୋଗିବାକୁ ଏହା ଥିଲା !!!

ଘର ମଝି ଖୁଣ୍ଟ ଭାଙ୍ଗି ଗଲା ପରେ

ଘର ଅଵସ୍ଥା ଯା ହୁଏ

ସେହି ଅବସ୍ଥାରେ ପଡ଼ିଅଛି ଏବେ

ମନକୁ ଖାଲି ବୁଝାଏ ।।

ହସ ଖୁସି ମୋର ମରି ଯାଇଅଛି

ଭିତର କୁହୁଳି ଚାଲିଛି

ମନେ ପଡିଗଲେ ନେତ୍ର ହୁଏ ପୁର୍ଣ୍ଣ

ଅଶ୍ରୃ ଖାଲି ଉଙ୍କି ମାରୁଛି ।।

ହିତ ଉପଦେଶ କାହାଠୁ ପାଇବି

କେ ହେବ ମାର୍ଗ ଦର୍ଶକ

ସଂସାରର ବୋଝ ମୁଣ୍ଡ ପରେ ଲଦା

ସତେ କି ଭାର ସଦୃଶ।।

ଜୀବନ୍ତ ଦେବତା ଚାଲିଗଲେ ମୋର

ଉଜାଡି ଦେଇ ସଂସାର

ମାତା ଗର୍ଭଧାରୀ ନିରତେ କାନ୍ଦୁଛି

ଚତୁର୍ଦ୍ଦିଗ ତା ଅନ୍ଧାର।।

ଏକ ଅଙ୍ଗ ତାର କଟି ଯାଇଅଛି

ପାରୁନି ଜମା ବୁଝାଇ

ଏକ ଅଙ୍ଗ ନେଇ କିପରି ଚଳିବ

ଘାରି ହେଉଅଛି ସେହି ।।

ପିତା ମୋର ସ୍ଵର୍ଗ ପିତା ମୋର ଧର୍ମ

ପିତା ମୋ ପରମ ତପ

ସେହି ଧର୍ମ ଆଜି ମୋ ପାଶୁ ଅନ୍ତର

ଅଧର୍ମ ଦେଖାଏ କୋପ ।।

ଅବେଳାରେ ଛାଡି ଚାଲିଗଲ ସିନା

ଜଞ୍ଜାଳରୁ ପାଇ ତ୍ରାହି

ସେ ଜଞ୍ଜାଳ ମୋତେ ଜଡାଇ ଧରିଛି

ହାତ ଗୋଡ଼ ପାଉ ନାହିଁ।।

ତୁମେ ଥିଲ ବୋଲି ଥିଲି ବେପରୁଆ

ନ ଥିଲା ବୋଝ ମୋ ପରେ

ସ୍ଵାଧୀନ ଭାବରେ ଉଡି ବୁଲୁଥିଲି

ଯେଣେ ମୋର ମନ କରେ ।।

ଏବେ ବୁଝୁଅଛି ମୁରବି ପଣିଆ

ନିଶା ମୋର ଗଲା ଛାଡି

ଦାନ୍ତ କାମୁଡି ମୁଁ ଜଞ୍ଜାଳେ ଫସିଛି

ମନ ଯା ଯାଉଛି ପୋଡ଼ି ।।

ବାପ ଥିଲା ପୁଅ ସଭାରେ ହାରେନା

ଏ କଥା ମୁଁ ଥିଲି ଶୁଣି‌

ଏବେ ହାରୁଅଛି ପ୍ରତ୍ୟେକ କ୍ଷେତ୍ରରେ

ବାପା କି ପାରିବ ଜାଣି ?

ହୋଇଛି ମୁଁ ବାପା ଭାବେ ତୁମ କଥା

ବାପାର କର୍ତ୍ତବ୍ୟ କ'ଣ

ମରମ ଭେଦୁଛି ଜୁଆଳି ପଡିଛି‌

ବେଣା ବୁଲେ ଚାରି କୋଣ ।।

ତୁମ ମୂଲ୍ୟ ସିନା ଦେଇ ପାରିଲିନି

ସନ୍ତାପିତ ହୁଏ ଯାହା

କେ ଦେଇ ପାରିବ ପିତୃତ୍ବର ମୂଲ୍ୟ

ଖାଲି କହୁଥିବ ଆହା !!!

***

ହେମନ୍ତ କୁମାର ସାହୁ। ମାହାଙ୍ଗା।

12

ପ୍ରତାରଣା ✍️

ତୁମ ପ୍ରେମ ପ୍ରତାରଣା ସଜାଇଲା

ମିଥ୍ୟା ଆବଦ୍ଧ ଭିତରେ

ମନର ସଂସାର ଉଜୁଡି ଯାଇଛି

କୋହ କମ୍ପୁଛି ଅନ୍ତରେ।।

ହୃଦୟର ଝରକା ଖୋଲି ଦେଖିବା

ବୋଧେ ଭୁଲ୍ ହୋଇଥିଲା

ଆଘାତ ପାଇଁ ରକ୍ତାକ୍ତ ଜୁଡୁବୁଡୁ

କ୍ଷତ ବିକ୍ଷତ ହୋଇଲା।।

ତୁମ ଭଲ ପାଇବାର ଛଳନାର

ବାଲିଘରେ ପୋତି ହେଲି

ନୈରାଶ୍ୟ ର ମରୁଭୂମି ଇଲାକାରେ

ବାଟବଣା ହୋଇଗଲି।।

ଅପେକ୍ଷାର ବାହାନାରେ ଛନ୍ଦି ଦେଇ

ବନ୍ଦୀ କରି ରଖି ଦେଲ

ଛିନ୍ନବିଛିନ୍ନ ପ୍ରାଣ ଶ୍ୱାସରୁଦ୍ଧରେ

ବଞ୍ଚିଥାଉ ମାରିଦେଲ।।

ସୁଖର ସନ୍ଧାନେ ଦୁଃଖର ମେଲାଣି

ଲୁହ ଭିଜା ପଲକରେ

ହସର ଆଶାରେ ଲୋତକର ଧାର

ଆର୍ଦ୍ରତା ର ପଣତରେ ।।

ପ୍ରତାରଣା ଭରିଦେଲ ଜୀବନରେ

ପ୍ରେମର ସଂଜ୍ଞା ବୁଡାଇ

ମିଥ୍ୟା ଅଭିନୟ ଜାଲ ବୁଣିଦେଇ

ସ୍ମୁତି ସନ୍ତକ ହଜାଇ।।

ବି-ତାଡନା କରିବାର ଶେଷଫଳ

ତୁମଠୁ ଆଜି ପାଇଛି

ବଞ୍ଚିବାର ସବୁ ଇଚ୍ଛା ଲିଭିଗଲା

ପାଷାଣ ରୂପ ସାଜିଛି।।

ମଧୁସ୍ମିତା ସାହୁ

ବ୍ରହ୍ମା ନଗର ପ୍ରଥମ ଗଳି

ବ୍ରହ୍ମପୁର

ଜିଲ୍ଲା-ଗଞ୍ଜାମ

ଓଡ଼ିଶା

ମୋ---- ୯୩୪୮୨୮୫୪୧୬✍️

11

ଜ୍ୱରରେ ପୀଡିତ କଳା ସାଆନ୍ତ

==================

ଗ୍ରୀଷ୍ମ ଗୁଳୁଗୁଳି ଉତ୍ତପ୍ତେ ପ୍ରଜ୍ୱଳି

ଶରୀର ଯେ ସ୍ୱେଦଯୁକ୍ତ,

ଅସହ୍ୟ ନିଦାଘେ ଗମ୍ଭୀରା ଗୁମୁଟେ

ଲାଗିବାରୁ ବହୁ କ୍ଳାନ୍ତ।

ଗନ୍ଧଚନ୍ଦନ ମିଶ୍ରିତ,

ଶହେ ଆଠ ଗରା ସୁବାସିତ ଜଳ

ସ୍ନାହାନ ପରେ ପୀଡିତ।

ମୋ କାଳିଆ ଧନ ଦେବନି ଦର୍ଶନ

ଭୋଗୁଛି କଷ୍ଟ ବହୁତ।

ଜ୍ୱରରେ ପୀଡିତ କଳାସାଆନ୍ତ।

ଆଦ୍ର ବସନକୁ ଶ୍ରୀଅଙ୍ଗୁ ଫିଟାଇ

ତୃପତ ହୋଇଲା ସିନା,

ଥଣ୍ଡା ଜ୍ୱରେ ଏବେ କମ୍ପୁଛି ଶରୀର

କେତେ କଷ୍ଟ ପାଏ କାହ୍ନା।

ଛପନ ଭୋଗ ବ୍ୟଞ୍ଜନ,

ନିତି ଖାଏ ଯିଏ ପଥି ପାଞ୍ଚନରେ

କେମିତି କାଟୁଛି ଦିନ ?

ସର ଭୋଗ ପରେ କ୍ଷୀର,ଛେନା ଫଳ

ଚକଟା ପଣାର ଭୋଗ,

ଦେହ ଲାଗି ମନ ହେଲାଣି ବିଷର୍ଣ୍ଣ

ଶିରୀହୀନ ବାସ ଅଙ୍ଗ।

ଧଳା ବସ୍ତ୍ର ପରିଧାନ,

ତୁଳସୀର ବାସେ ନାହିଁ ମନ ଆଉ

ଶୁକ୍ଳ ପୁଷ୍ପେ ଆଭୂଷଣ।

ଫୁଲୁରି ତେଲରେ ଅଙ୍ଗ ମରଦନ

ପୀଡା ସବୁ ହେବ ଦୂର,

ଶ୍ରୀ ମନ୍ଦିର ବୈଦ୍ୟ ଔଷଧ ସେବନେ

ପ୍ରଭୂଙ୍କୁ ଲାଗିବ ଭଲ।

ସର୍ବାଙ୍ଗ ଚନ୍ଦନ ଲାଗି,

ଦଶମୂଳ ଆଉ ପଥିପାଞ୍ଚନରେ

ପ୍ରଭୁ ହୋଇବେ ନୀରୋଗୀ।

ଅଣସର ପିଣ୍ଡି ଶୟନରୁ ଉଠି

ଚକା ଆସନକୁ ବିଜେ,

ଚଉଦ ଦିନରେ ଦଇତାପତିଙ୍କ

ଗୋପନୀୟ ସେବା କାର୍ଯ୍ୟେ।

ଭକତ ମନ ଅଧୀର,

ଅନବସରର ଅସୁସ୍ଥ ଠାକୁର

ଭକ୍ତ ନେତ୍ରୁ ଲୁହଧାର।

ସ୍ୱୟଂ ମହୌଷଧି ସାଂସାରିକ ବିଧି

କରନ୍ତି ଜଗତ କର୍ତ୍ତା,

ଜନ୍ମଯୁକ୍ତ ଦେହ ବ୍ୟାଧିମୁକ୍ତ ନୁହଁ

ଦିଅନ୍ତି ଏହି ବାରତା।

ଶୀଘ୍ର ପ୍ରଭୁ ହେବେ ସୁସ୍ଥ

ନବଯଉବନ ଦର୍ଶନରେ ତୃପ୍ତ

କରିବେ ପରା ଜଗତ।

ପ୍ରତ୍ୟେକ କ୍ଷେତ୍ରରେ ମାନବୀୟ ଲୀଳା

କରୁଛନ୍ତି କଳାସାଇଁ,

ମରତ ବୈକୁଣ୍ଠେ ସ୍ୱୟଂ ନାରାୟଣ

ପାଖେ ପାଖେ ଛନ୍ତି ରହି।

ବିଶ୍ୱ ବ୍ରହ୍ମାଣ୍ଡର ନାଥ,

ନଖକୋଣୁ ଯାର ସୃଷ୍ଟିର ରଚନା

ସ୍ୱୟଂ ମହାକାଳ ସେତ।

ଗ୍ରୀଷମ ଶୀତର ପ୍ରକୋପ ବେଭାର

ଲୋକ ଦେଖାଣିଆ ଏ ତ

ଜ୍ୱରରେ ପୀଡିତ କଳା ସାଆନ୍ତ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

10

ରହସ୍ୟ

ବୃତ୍ତ୍ୟାନୁପ୍ରାସ

ଜୀବନ ରହସ୍ୟ ଜାଣିଲେ ଅବଶ୍ୟ

ଜୀବୁ ତୁଟିଯିବ ମାୟା

ଜାଲ ମଧ୍ୟେ ଛନ୍ଦି ହୁଏ ଜୀବ ବନ୍ଦୀ

କେହି ନ କରନ୍ତି ଆହା ୧

ପୂର୍ବ ଜନ୍ମ କର୍ମ ଅନୁସାରେ ମନ

ଗଠିତ ଏହି ଜୀବନେ

କର୍ମ ଭୋଗି ନର ହୁଏ ଅଗ୍ରସର

ପାପ ପୂଣ୍ୟର ଶରଣେ ୨

ଜୀବନ ରହସ୍ୟ ଜାଣି ଅଟ୍ଟହାସ୍ୟ

ଦୁର୍ମତି ଦୁଷ୍କର୍ମ କରେ

ଜୀବନ ନାଟିକା ନଚାଏ ବିଧାତା

ସର୍ବଜନ ଅଗୋଚରେ ୩

ଜୀବନ ଚରିତ ଅତି ଆଚମ୍ବିତ

କ୍ଷଣୁ କ୍ଷଣ ହୁଏ ଆନ

ଲୋଭ ମୋହ ମାୟା ତ୍ୟାଗ ଆରେ ବାୟା

ପ୍ରଭୁ ପଦେ ରଖ ଧ୍ୟାନ ୪

ଜୀବନର ତତ୍ବ କେତେ ଯେ ମହତ୍ବ

ସନ୍ଧାନ ଏକ ରହସ୍ୟ

ଆଦି ଅନ୍ତ ସ୍ଥିତି ଜୀବନ ର ଗତି

ଅଟେ ବିସ୍ମୟ ଭବିଷ୍ୟ ୫

ସୁରେଶ ଚନ୍ଦ୍ର ରଥ, ଜଟଣୀ, ଖୋର୍ଦ୍ଧା

୯୭୭୭୨୩୮୬୪୦

15

ଅଳ୍ପାୟୁଷ କରିଦିଅ

ବଦଳି ଗଲାଣି ମାନଚିତ୍ର ଆଜି

ନାହିଁ ଆଉ ପୂର୍ବ ଜ୍ଯୋତି

ଗୁରୁ ଗୁରୁଜନ ହେଲେଣି ସମାନ

ମନରେ ନାହିଁ ଭକତି ।୧।

ଉଚ୍ଚନୀଚ୍ଚ ଭେଦ ଭାବ ଆଉ ନାହିଁ

ଛୋଟ କହେ ମୁହିଁ ବଡ଼

ବଡ଼ ବଡିଆ ତ ଘରେ ପଶିଲେଣି

ଭାଙ୍ଗିଲାଣି କାନ୍ଥବାଡ଼ ।୨।

ରାଜା ଜମିଦାର ଶାସନ ଗଲାଣି

ଜଳୁ ନାହିଁ ଆଉ ଚୁଲି

ପାଠୁଆ ପୁଅକୁ ଶାସନ କଲାଣି

ନୂଆବୋହୂ ଚୁଲୁବୁଲି ।୩।

ସେ କାଳର ଝିଅ ବୋହୂମାନେ ସବୁ

ଲଜ୍ଜା କ'ଣ ଜାଣିଥିଲେ

ଆଜିକାଲି ଝିଅ ଉଦ୍ଧତ ହେଇକି

ଟୋକାକୁ ଦେଖି ହସିଲେ ।୪।

ଶାଶୁ ବୋହୂଙ୍କର ମେଣ୍ଟୁନି ଝଗଡା

ଅଦାଲତ ହୁଏ ଲୋଡା

ବିଚରା ସ୍ବାମୀଟି ବସି ଚିନ୍ତାକରେ

ସତରେ ଭାଗ୍ୟଟା ପୋଡା ।୫।

ଚାରିଆଡେ ଖାଲି ନଗ୍ନର ନମୁନା

ସଂସାର ବଡ଼ ବିଚିତ୍ର

ପ୍ରେମ ବ୍ଯାପାରଟା ଏତେ ବଢିଲାଣି

ମାଳମାଳ ନଗ୍ନ ଚିତ୍ର ।୬।

ମୋବାଇଲ ଫୋନ ମୋବାଇଲ ଚାର୍ଟ

ପୁଅ ଝିଅଙ୍କ ପ୍ରଧାନ

ପୁରୁଷ ପ୍ରବର ଘରେ ନ ରହିଲେ

ସ୍ତ୍ରୀ କରେ ଯେ ଅଭିମାନ ।୭।

ଅପରିଚିତଙ୍କୁ ପ୍ରେମ ନିବେଦନ

ଘରେ ବସି କରୁଥାଏ

ହ୍ଵାଟ୍ସଆପ୍ ଖୋଲି ଚାଟିଙ୍ଗ୍ କରିଣ

ସମସ୍ତଙ୍କୁ ଭଲପାଏ ।୮।

ଜାତି କି ଅଜାତି ମାନନ୍ତିନି କେହି

ପ୍ରେମ ନିଶାରେ ପଡିଣ

ଖସିଗଲେ ଗୋଡ ଫେରି ନ ପାରନ୍ତି

ହୋଇଯାଏ ମୁଣ୍ଡ ଟିଣ ।୯।

ହତ୍ୟା ଓ ଲୁଣ୍ଠନ ନାରୀକୁ ଧର୍ଷଣ

ଘଟୁଅଛି ଦୈନଦିନ

ଶୁଣିଲେ ଦେଖିଲେ ଘୁରିଯାଏ ମୁଣ୍ଡ

କହିଲେ ଝଡ଼ ସେଦିନ ।୧୦।

ଅନ୍ଯାୟର ସୀମା ସର୍ବାଗ୍ରେ ହେଲାଣି

ଅତ୍ଯାଚାର ବଢୁଥାଏ

କର୍ମକୁ ଆଦରି ମନୁଷ୍ୟ ବିଚରା

ନିତିଦଣ୍ଡ ପାଉଥାଏ ।୧୧।

ଦେଖିବାକୁ ଧୈର୍ଯ୍ୟ ନାହିଁ ଆଉ ମୋର

ଅଳ୍ପାୟୁଷ କରିଦିଅ

ମରିବାକୁ ପ୍ରଭୁ ନାହିଁ ମୋର ଦୁଃଖ

ଚକାଡୋଳା ପାଖେ ନିଅ ।୧୨।

ମୋବାଇଲ ଯିଏ କରିଲା ବାହାର

ଉଦ୍ଦେଶ୍ୟ ଥିଲା ମହତ

ଆଜିକାଲି ନାରୀ ପୁରୁଷ ମିଶିଣ

ସାରିଲେ ମାନ ମହତ।୧୩।

ନାରୀକୁ ହରଣ ପୁରୁଷ ମାରଣ

ସୁବିଧା ମୋବାଇଲରେ

ଦୂରଦର୍ଶନ ଓ ଖବରକାଗଜେ

ମିଳୁଥାଏ ସକାଳରେ ।୧୪।

ରକ୍ତ ମାଂସେ ଗଢା ମଣିଷଟେ ମୁହିଁ

ପାରୁନାହିଁ ସହ୍ୟ କରି

ଅସହ୍ୟ ହେଲାଣି ଦେଖି ଏ ଘଟଣା

ତୁମ ପାଶେ ନିଅ ହରି ।।୧୫।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦

14

(ଧୋଇ-ମରୁଡି)

✍️🌷✍️

ଯିଏ ଯେତେ ପାର ଡେଉଁଥାଅ ପାଣିବେଙ୍ଗ ପରି ।

ଅସରାଏ ବର୍ଷାରେ ଧୋଇ ଯାଏ ଭବିଷ୍ୟ ବାଣୀ ।।

ବେଳ ହୁଁ ହୁଅ ସାବଧାନ ଗଛ କଟା ରାକ୍ଷସ ।

ବିଧାତାଙ୍କ ନିତୀ ନ'ମାନିଲେ ହୋଇଯିବ ଧ୍ବଂସ ।।

ଆସ ମିଳିମିଶି କରିବା ପ୍ରକୃତିର ସୁରକ୍ଷା ।

ଧୋଇ ମରୁଡି ବିପଦରୁ ପ୍ରଭୁ କରିବେ ରକ୍ଷା ।।

💦☀️☔

ପ୍ରହ୍ଲାଦ ଉବାଚ

13

।।।ଟୁକୁନା।।।( ଶିଶୁ କବିତା)

ଗାଲେ ହାତଦେଇ ବସିଛି ଟୁକୁନା

ଘର ଭିତରେ,

ଭାବୁଛି ଧରିବ ପ୍ରଜାପତିଟିକୁ

ବଗିଚାଟିରେ।।

କେତେ ଜାତି ଫୁଲ ଫୁଟି ମହକୁଛି

ସାରା ବଗିଚା,

ଲତା ଗଛଟିରେ ଛପି ସେ ଯାଉଛି

ଲୁଚି ଲୁଚିକା।।

ବୋଉ ଉଠିଗଲେ ଡାକରା ଛାଡିବ

ଧରି ହେବନି,

ପାଠ ପଢିବାକୁ ତାଗିଦା କରିବ

ଖେଳି ହେବନି।।

ଯେମିତି ହେଲେସେ ଯାଇ ଧରିଦେବ

ଯିବ ପାଖକୁ,

ଉଡିଯିବ ଯେବେ ଡେଇଁ ସେ ଧରିବ

ବେଗେ ତାହାକୁ।।

ହଳଦୀ ରଙ୍ଗରେ ମନଟା ଲାଗିଛି

ସେତିକି ବେଳୁ,

ବୁଦା ଉହାଡରେ ଛପି ସେ ଯାଉଛି

ମନେ ସେ ଖେଳୁ।।

କଙ୍କି ବି ବୁଲୁଛି କେତେ ରଙ୍ଗ ଆଉ

ଛିଟି ଛିଟିକା,

କେମିତି ଧରିବ ସାଥି କେହିନାହିଁ

ବସିଛି ଏକା।।

ଏବେ ସିନା ସ୍କୁଲ ବନ୍ଦ ଅଛି ବୋଲି

ମିଳୁଛି ବେଳ,

ଖୋଲିଯିବ ଯେବେ ସମୟ ନଥିବ

ପାଠର ଭିଡ।।

ସାନ ଭଉଣୀଟି ଶୋଇଛି ଏବେବି

ବୋଉ ପାଖରେ,

ଥିଲେ ପାଖେ ସିନା ସାହାଯ୍ୟ କରନ୍ତା

ଧରନ୍ତା ଥରେ।।

କେତେ ସାଙ୍ଗ ତାର କଙ୍କି ଧରି ଗୋଡେ

ବାନ୍ଧନ୍ତି ସୂତା,

ବୋଉ ଡରାଇଛି କଂକିକୁ ଧରିଲେ

ମରିବ ମାତା।।

କୁନା ଟୁନା ବୋଉ କେତେ ଗେଲ୍ହା କରି

କହନ୍ତି କଥା,

ମୋ ବୋଉଟି ଖାଲି ଶାସନ କରିବ

ପାଠର କଥା।।

ବଡ ହେଲେ କଣ ଧରିବି ଏ ସବୁ

ବୁଝୁନି ଜମା,

ନିଜେ ଖେଳୁଥିଲା କେତେ ଖେଳ ସବୁ

ଭୁଲିଛି କିବା।।

ମନ କଥା ମନେ ରଖିଦେଲା ଦୁଃଖେ

ଯିବନି ଖେଳି,

ଯାଇ କାହିଁପାଇଁ ସମସ୍ତଙ୍କଠାରୁ

ଶୁଣିବ ଗାଳି।।

💐💐💐💐💐💐💐💐💐💐💐💐

।।aଚିତ୍ରା ରାଣୀ ପାତ୍ର।ବାଲେଶ୍ୱର।।

17

ଟିକି ଚିନ୍ତନ

ଜୀବନରେ ଯେତେ ଆସୁ ଦୁଃଖ କଷ୍ଟ

ହୁଅନାହିଁ ଭାରାକ୍ରାନ୍ତ,

ଚିନ୍ତାରେ ଅବଶ୍ୟ ବେଶୀ ବଢିଯିବ

ହେବ ବେଶୀ ଚାପଗ୍ରସ୍ତ।

ନୀରବ ରହିଲେ ସଂପୂର୍ଣ୍ଣ

ଭାବରେ ବିଲ୍ କୁଲ୍ କମିଯିବ

ଧଇର୍ଯ୍ୟ ମାଧ୍ୟମେ ଅପେକ୍ଷା କରିଲେ

ସବୁ ଯେ ଉଭେଇଯିବ।

ଏହି କଥା ମନେ ଭାବ,

ଦୁଃଖର ପଛରେ ପ୍ରଭୂଙ୍କ ରହସ୍ୟ

ନିଶ୍ଚେ କିଛି ଭଲ ଥିବ।

ପ୍ରଭୁଙ୍କୁ ଟିକିଏ ଧନ୍ୟବାଦ୍ ଦେଲେ

ଦୁଃଖ ସୁଖେ ପରିଣତ ହେବ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

18

ଏମିତି ଠାକୁର …

••••••••••••••

ସେ ତ ଏମିତି ଠାକୁର ଟିଏ,

ଅଧର ସୁଂଦର ବଦନ ସୁଂଦର

କଳା କଳେବର ସର୍ବାଂଗ ସୁଂଦର,

ମହୁ ଠୁଁ ମଧୁର ହୁଏ ତା ଭଜନ

ଯେଉଁ ସୁରେ ଯେ ବି ଗାଏ !!!

ଭାବର ଠାକୁର

ଭକ୍ତିର ଠାକୁର

ରାଜାର ଠାକୁର

ରଂକୀର ଠାକୁର

ମିଳି ଯାଏ ତାକୁ ସରଗର ସୁଖ

ନାମ ତା’ର ଯିଏ ନିଏ !!

ଲୋଡା କେଉଁ ଧନ

ମାନ ସନମାନ,

ଯିଏ ଦେଇ ପାରେ

ମନୁଆଁକୁ ମନ,

ମନ ମାନିଥିଲେ ଭକତ ପଛରେ

ଛାଇ ପରି ଯିଏ ଧାଏଁ !!!

16

ଶୁଭ ସକାଳ"(ନୀତିବାଣୀ)

****

ଜଗତର ମଙ୍ଗଳ ହେଉ ଆନନ୍ଦେକ ବାର ହରିବୋଲ।

ରବିବାସରୀୟ ଶୁଭେଚ୍ଛା ଜଣାଏ

ମୋର ପ୍ରିୟ ଭାଇ ଭଉଣୀଙ୍କୁ

ପ୍ରଭାତ ହେଲାଣି ଉଠି ଆସ ସର୍ବେ

ଯିବା ପିତାମାତା ସେବିବାକୁ ।

ସୂର୍ଯ୍ୟ ଦେବ ପରା ଚାହିଁଲେଣି ଦେଖ

କର ତାଙ୍କୁ ଆଗ ନମସ୍କାର

ପାପ ନାଶନ ସେ ପାପ ଜାଳି ଦେବେ

ସତ୍ୟର ଆଲୋକ ଆଗଭର ।।

ମଣିଷ ଜନମ ପାଇଛେ ଭାଇରେ

ଛାଡି ରାଗ ଋଷା ଅଭିମାନ

ସମସ୍ତଙ୍କୁ ଆପଣାର କରିନେବା

ଅଢେ଼ଇ ଦିନିଆ ଏ ଜୀବନ।।

କେହି ରହିନାହିଁ ଆମେ ରହିବାନି

ସମସ୍ତଙ୍କ ପାଇଁ ଏ ନିୟମ

ବୃଥାରେ କାହିଁକି ଗର ଗର ହୁଅ

ସବୁ ଜଣା ପଣ୍ଡିତ ସମାନ ?

କଥା କହିବାରେ ନାହିଁ ସାଳୀନତା

ଟିଙ୍ଗାସିଆ ଭାଷା ସଦା ମୁଖେ

ଭଲ କଥା ପଦେ ଯିଏ କହିଦେଲା

ମରମ ଭେଦୁଛି ହୃଦ ଗତେ ।।

ତମ କଥା ଗୁଡା ଆନକୁ ଅଡ଼ୁଆ

ତାହା ତୁମେ ଜାଣି ପାରୁ ନାହ

ପ୍ରତ୍ୟେକ କଥାରେ କର୍କଶ ବଚନ

ଆନକୁ ଲାଗୁଛି ଦୁର୍ବିସହ।।

କୋମଳ ବଚନେ ମଧୁରତା ଅଛି

ପଶୁ ଆସି ବସୁଛି ପାଖରେ

ତମ କଥା କିଆଁ କଷ୍ଟ ଦେଉଅଛି

ମଣିଷ ଦେଖିଣ ରହେ ଦୂରେ ?

ରାଗ ନାହିଁ ବନ୍ଧୁ ଭିତରକୁ ନିଅ

ତମର ଭାବନା ଶୈଳୀ ଟିକେ

ମଣିଷ କାହିଁକି ଭଲ ପାଉନାହିଁ

କେଉଁ ଦୋଷ ଅଛି ମୋର ପାଖେ ?

ନିଜକୁ ଚିହ୍ନିଲେ ଆନକୁ ଜିହ୍ନିବ

ଏହା ଅଟେ ମଣିଷ ବେଭାର

ଟିକେ ମୋର କଥା ହୃଦୟକୁ ନେବ

ନିଜେ ହିଁ ପାଇଯିବ ଉତ୍ତର।।

**

ହେମନ୍ତ କୁମାର ସାହୁ। ମାହାଙ୍ଗା।

20

କବିତା ,ମା ମାଣିକେଶ୍ଵରୀ

ସୁରେଶ ଚନ୍ଦ୍ର ପାଢି

ଜୟ ମା ମାଣିକେଶ୍ଵରୀ

ଭବାନୀ ପାଟଣା ରାଣୀ

ତୁମ ନାମ ନେଇ ଆଗେଇ ଗଲେ

ବିପଦ ପାଖେ ଆସେନି

ଜୟ ମା ମାଣିକେଶ୍ଵରୀ .....

କାହିଁ କେଉଁ କାଳରୁ ପୂଜା ପାଉ ଅଛ

ଭକ୍ତ ମନ ଜାଣି ଫଳ କୁ ଦେଉଛ

ତୁମେ ମହା ଶକ୍ତି ହୋଇ ବସି ଅଛ

କଳାହାଣ୍ଡି ଜିଲ୍ଲାର ମା ରୂପେ ଅଛ

ପୂଜା ମନ୍ତ୍ର କିଛି ତୁମର ଜାଣିନି

ତଥାପି ଡାକୁଛି ମା ନାମ ପୁଣି

ଜୟ ମା ମାଣିକେଶ୍ଵରୀ....

ଦୁର୍ବଳ ର ବଳ ମା ତୁମେ ମୋର

ଗୁହାରି କରୁଛି ଅଧମ ତୁମର

ଲୋଭ ମାୟାର ଏଇ ସଂସାର

ଯାଚି ତୁମେ ଦିଅ ଅଭୟ ବର

ଛତ୍ର ଯାତ୍ରା ତୁମର ଆଖି ମୋ ଦେଖିନି

ତୁମ ଧାମ କୁ ଝୁରେ ଯାଇ ତ ପାରୁନି

ଜୟ ମା ମାଣିକେଶ୍ଵରୀ....

ବୁଗୁଡ଼ା,ଗଞ୍ଜାମ

19

ପ୍ରିୟା___,

ପ୍ରୀତିର ଫଲଗୁ ଝରାଇ ଝରାଇ,

ଆସୁଅଛି ମୋର ପ୍ରୀୟା,

ବ୍ୟାକୁଳିତ ହୃଦେ ପ୍ରତୀକ୍ଷା କରିଛି,

କେତେ କାଳୁ ହୋଇ ଠିଆ।।

କୋଇଲି ସୁରରେ କଥା କହି ସିଏ

ମନକୁ ଭୁଲାଇ ପାରେ,

ଯେତେ ବ୍ୟଥା ଥାଉ ହୃଦୟ ଭିତରେ,

ନିମିଷକେ ଦୂର କରେ।।

ଜୀବନ ଯନ୍ତ୍ରଣା ଭୁଲି ଯାଏ ସବୁ

ତାର ଶ୍ରୀମୁଖକୁ ଚାହିଁ,

ଅଳପ କଥାରେ ମନ ମୋହି ନିଏ,

ବୁଝିପାରେ ନାହିଁ ମୁହିଁ।।

ମୁହଁ ସଞ୍ଜବେଳେ ଧୀରେ ଧୀରେ ଆସି,

ଲାଜୁଆ ଆଖିରେ ଚାହେଁ,

କଜଳ କଳା ତା ଆଖି ପତା ତଳୁ,

ନୀରବରେ କଥା କୁହେ।।

।।ଚିତ୍ରା ରାଣୀ।।

।।ବାଲେଶ୍ଵର।।

21

ଆକାଶ ଆଖିର ଲୁହ!

""""""""""""""""""""""""""""

ଆକାଶ ଆଖିର ଲୁହ

ଶ୍ରାବଣୀ ଚିବୁକ ଧାରେ

ଟୋପା ଟୋପା ଝରି ପଡି

ଭିଜେ ମାଟି ବୁକୁପରେ ।

କିଛି ଧାର ଲୁହ ଲାଜେ

ଲୁଚେ ମେଘ ପଣତରେ

ଆଉ କିଛି ଧାର ପୁଣି

ହଜେ ଧୂମ୍ର ବାଦଲରେ ।

କିଛି ଧାର ଝରି ଯାଏ

ସାଗରେ ମିଶିବା ପାଇଁ

ଆଉ କିଛି ସାଥେ ନେଇ

ନଈ ଯାଉଥାଏ ବହି ।

ଆଉ କିଛି ଧାର ଲୁହ

ପାହାଡ ଛାତିରୁ ଖସେ

ପୁଣି ଆଉ କିଛି ଧାର

ପାଦପ ପଲ୍ଲବ ଶୋଷେ ।

ପୁଣି କିଛି ଧାର ଲୁହ

ରହେ ଫୁଲ ଓଠ ଧାରେ

ଅମାନିଆ ଲୁହ ଧାରେ

ବାଟ ଘାଟ ବୁଡି ମରେ।

କିଛି ଧିର ଲୁହ ଧାରେ

ଖସଡା ହୁଅଇ ରାସ୍ତା

ସେ ରାସ୍ତାରେ ଚାଲୁ ଚାଲୁ

ବାଟ ହୁଡେ ନବନୀତା ।

ମୁକ୍ତା ସମ କିଛି ବିନ୍ଦୁ

ତରୁଣୀ ଗଭାରେ ମାରେ

ଲୁହ ରାତି ସଉତୁଣୀ

ପ୍ରିୟ ବିରହରେ ଝୁରେ ।

ଆକାଶ ଲୁହ ଛୁଆଁରେ

ରତି ରାତି ପ୍ରୀତି ମଗ୍ନ

ପବିତ୍ର ପାପ ଫାଶରେ

ବନ୍ଧା ପଡେ ତନୁ ମନ।

ପହିଲି ଆଷାଢ଼ ଲୁହ

ଫଟା ମାଟି ତ୍ରୁଷ୍ଣା ମାରେ

କର୍ଷକ ଶ୍ଯାମଳ କ୍ଷେତ

ହସେ କିଛି ଲୁହ ନୀରେ।

ଆକାଶ ଲୁହ ଦର୍ପଣେ

ଇନ୍ଦ୍ରଧନୁ ପ୍ରତିଛବି

ଆକାଶ ବର୍ଣ୍ଣିଳ ବାଟ

ମାଟିକୁ ସେ ଯାଏ ଲମ୍ବି ।

ଆକାଶ ଆଖିର ଲୁହ

କୋହ ଆଉ ମୋହ ଭରା

ସେ ଲୁହର କିମିଆରେ

ବିଭୋରେ ନାଚଇ ଧରା ।।

********

ଅମରାନନ୍ଦ ନାୟକ ହରିପୁର କାନପୁର କଟକ ।

23

ଶୀର୍ଷକ -ସ୍ମୃତି ଫରୁଆ

ପ୍ରଜ୍ଞାଲୀନ ସାହୁ

===================

ନିର୍ଜୀଵ ପ୍ରାଣରେ ଭରଇ ଜୀବନ

ସ୍ମୃତି ଫରୁଆର ପେଡି

ତୁନି ତୁନି ସ୍ଵରେ ଗାଆଇ ତା ଗାଥା

ଚଢିବାକୁ ସୁଖ ସିଡ଼ି ||

ସ୍ମୃତିର ଫରୁଆ ହୀରା ଠାରୁ ମୂଲ୍ୟ

ଟଙ୍କାରେ କିଣି ହୁଏନି

ସ୍ନେହ ବାରି ଦେଇ ଗଢା ହୋଇଥାଏ

ହୃଦ ସ୍ପନ୍ଦନର ମଣି ||

କେତେ କାନ୍ଦ ହସ ରବ କାହାଣୀକୁ

ରଖିଥାଏ ହୃଦେ ନେଇ

ସମୟର ରଥେ ବସାଇ ନେଇକି

ଦିଏନାହିଁ ସେ ହଜାଇ ||

ରୂପ ତାର ଶୂନ୍ୟ ଘର ବି ଅନ୍ଧାର

ଦିଶେନାହିଁ କିଛି ବାଟ

ତେଣୁ ସେ ସଭିଁଙ୍କ ଆଶାବାଡି ସାଜେ

ବୁଝାଇକି ତା ଅସ୍ତିତ୍ୱ ||

ହସ ହସ ଶବ୍ଦ କରିକି ଭିତରୁ

କୁହେ ଅହଂ ନାହିଁ ମିତ

ନ ହେଲେ ହାରିବ ଅମୁଲ୍ୟ ଜୀବନ

ଯାହା(ମୁଁ)ଭୋଗିଛି ସଙ୍ଗାତ ||

ଆସଇ କୁହୁଡି କ୍ଷଣିକରେ ମାଡି

ଅନ୍ଧାରୁ ବାରିକୁ ଆଣି

ପୋଡିଦିଏ ସବୁ ସୁନାର ଫସଲ

ରକ୍ତକୁ କରିକି ପାଣି ||

ଭୟରେ ହୃଦୟ ହେଲେ ଥରହର

କୁହେ ଶୁଣ ମୋର ମିତ

ମୁହିଁ ହାରିଥିଲି ତୁମେ ହାରିବନି

ବିଶ୍ୱାସ ମୋର ସଙ୍ଗାତ ||

(ସ୍ମୃତି)ପଡି ଯାଇଅଛି ଉଠାଇବ ତୁମେ

ସେହି ବିଶ୍ୱାସେ ବଞ୍ଚିଛି

ତୁମେ ମୋର ସଖା ଭରସାର ସତ୍ତା

ଯାହା ସ୍ନେହରେ(ମୁଁ )ହସୁଛି ||

=====================

ଜଗତସିଂହପୁର

22

ଧନ,ଯଉବନ ନୁହେଁ ଚିରନ୍ତନ

================

କ୍ଷଣଭଙ୍ଗୁର ଏ ମିଛ ଦୁନିଆରେ

ଦୁଇ ଦିନର ଅତିଥି

ମାଟିରୁ ଆସିଛୁ ମାଟିରେ ମିଶିବୁ

ଧ୍ୟାନ ନାହିଁକିରେ ଏଥି ?

ଦେବତା ହୋଇ ବି ଏ ମର୍ତ୍ତ୍ୟମଣ୍ଡଳେ

ଦେହ ଛାଡୁଛନ୍ତି ଦିନେ,

ଲୋଭ,ମୋହ,ଗର୍ବ ବୃଥା ଅହଙ୍କାର

କାହିଁକି କରୁଛୁ ମନେ ?

ଜୀବନ ବଞ୍ଚିବା ପାଇଁ ରୋଜଗାର

ଧନ ଅରଜନ ଲୋଡା,

ପର ତଣ୍ଟି ଚିପି ଆତ୍ମାକୁ କନ୍ଦେଇ

ସେ ଧନ ପଛେ ନ ଗୋଡା।

ନିଜେ ଖୁସୀ ରହି ଅନ୍ୟେ ଖୁସୀ ଦେବା

ଧନର ତ ପ୍ରୟୋଜନ,

ବୃଦ୍ଧ,ରୋଗୀ,ଅସହାୟଙ୍କ ସେବାରେ

କିଛି ଧନ କର ଦାନ।

ଜନ୍ମ ପରେ ଶେଷ ରୂପରେ ଶରୀରେ

ଆସେ ବାର୍ଦ୍ଧକ୍ୟ ଅବସ୍ଥା,

ସବୁ ଇନ୍ଦ୍ରିୟ ଯେ ହୁଅନ୍ତି ଅବଶ

ଶରୀର ବଡିମା ବୃଥା।

କ୍ଷଣିକ ଯୌବନ ଉନ୍ମାଦ ମାଦକେ

କାମିନୀ କାଞ୍ଚନେ ଘାରି,

ନାନା ଅପକର୍ମ ଶରୀର ଗର୍ବରେ

ସତେ ସୁଧା ପଡେ ଝରି।

ରୂପ ଅଭିମାନେ ପାପ ପୁଣ୍ୟ ଭୂଲି

କରୁ ଯେଉଁ ଉପହାସ,

ସେ ଶରୀର ଶେଷେ ମଶାଣୀ ଭୂଇଁରେ

ହେବ ମୁଠାଏ ପାଉଁଶ।

ଧନ, ଯଉବନ, ଜୀବନକୁ ନେଇ

ଯେତେ ଯେ କରିଛି ଗର୍ବ,

ସମୟ ସାଥୀରେ ସବୁ ଧ୍ୱଂସ ହୋଇ

ନିମିଷେ ହୋଇଛି ଖର୍ବ।

ପରଉପକାର ସାହାଯ୍ୟେ କାହାର

ଅବା ପ୍ରଭୁ ନିମିତ୍ତରେ,

ନ ଲାଗିଲେ ଧନ କିବା ଅବା ଲାଭ

ଖଣ୍ଟ ଖାଇବେ ଶେଷରେ।

ଧନ,ଯଉବନ,ଜୀବନ ଗର୍ବରେ

କାହାକୁ କରନି ଘୃଣା,

ଦିନେ ସେ ଘୃଣିତ ତୁମଠୁ ଅଧିକ

ସମୟେ ହେବ ଗଣନା।

ଯେତେ ପାଇଲେବି ନମ୍ର, ଉଦାରତା

ଅଟେ ମାନବୀୟ ଗୁଣ,

ମରଣଶୀଳ ଏଦୁନିଆରେ ଖାଲି

କୀର୍ତ୍ତିହିଁ ଅମର ଜାଣ।

ସଂସାରରେ ଯାହା ଅଟଇ ଯେ ସତ୍ୟ

ନିଶ୍ଚିତ କର ଗ୍ରହଣ,

ଧନ,ଯଉଦନ ନୁହେଁ ଚିରନ୍ତନ

ମନ,ବାଣୀ ଓ ବଚନ,

ମାଧ୍ୟମେ ଅନ୍ୟର ହୃଦୟ ଜିଣୁଥା

ଲୋଡାନାହିଁ ଏଥି ଧନ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

24

ରଖିଛ କି ନିଜର ଖବର❤

*********

ଲତା ବେହେରା ।

^^^^^^^^^^^^^^^^^^

ରଖିଛ କି ନିଜେ ନିଜର ଖବର

ବୁଝିଛ କି ମନ କ୍ଳେଶ

ଦେଖିଛ କି କେବେ ନିଜର ସପନ

ଲିଭି ଥିବା ଓଠ ହସ ।

ଜାଣିଛ କି ନିଜ ଦୁଃଖର ଜୀବନ

ଯନ୍ତ୍ରଣା ଭରା ହତାଶ

କହିଛ କି କେବେ ହୃଦୟ ବେଦନା

ମନେ ଥିବା ଅବଶୋଷ ।

ସହିଛ କି କେବେ ଦୁଃଖର ପାହାଡ

ଝଡ ଝଞ୍ଜାର ବତାସ

ପାଇଛ କି କେବେ ମନରେ ଆଘାତ

ବିଶ୍ବାସେ ଭରିବା ବିଷ ।

ଶୁଣିଛ କି କେବେ ଚକ୍ରାନ୍ତ ଜାଲର

କପଟତା ଉପହାସ

ବୁଝିଛକି କେବେ ମନର ସେ ଆଶା

ଜୀବନର ଅଭିଳାଷ ।

ଦେଖିଛକି କେବେ ହାରିବା ମଣିଷ

ଜୀବନ ଦୀର୍ଘ ନିଃଶ୍ବାସ

କରିଛ କି କେବେ ନିଜର କର୍ତ୍ତବ୍ୟ

ପାଳିଛ କି ଉପଦେଶ ।

ଅନ୍ୟ ପାଇଁ ନିଜେ ଜଳାଞ୍ଜଳି ଦେଇ

ଓଠ ଭରି ଦେଲ ହସ

କେବେବି ରଖିଛ ନିଜର ଖବର

ନିଜର ଠିକଣା ବାସ ।

କେମିତି ସମସ୍ତେ ଭଲରେ ରହିବେ

ଚିନ୍ତାଟି ସାରା ବରଷ

ଯୋଗାଇ ଦେଉଛ ସଭିଁଙ୍କି ଆହାର

ନିଜେ ରହି ଉପବାସ ।

ଅନ୍ୟ ପାଇଁ ନିଜ ଖୁସି ବଳି ଦେଇ

ନିଜେ ହୋଇଲ ହାରାଶ

ଅନ୍ୟ ଜୀବନର ସୁଖ ଶାନ୍ତି ଭରି

କଲ ନିଜ ସର୍ବନାଶ ।

ନିଜ ପ୍ରତି ଧ୍ୟାନ ନ ଦେଇଣ ଆଜି

ହେଇଛ କଣ୍ଟା ବାଉଁଶ

ଅନ୍ୟ ଜୀବନର ସୁଖ ଶାନ୍ତି ପାଇଁ

ଜଳି ହେଉଛ ପାଉଁଶ ।

ନିଜେ ସୁସ୍ଥ ହେଲେ ଏ ସମାଜ ସୁସ୍ଥ

ସୁସ୍ଥ ରହିବଟି ଦେଶ

ନିଜକୁ ନ ଦେଖି କେତେ ଯଥାର୍ଥତା

ଅନ୍ୟେ ଦେବା ଉପଦେଶ ।

ବୁଝି ପାରିବନି ଏଇତ ଦୁନିଆ

କରିବ ସେ ସର୍ବନାଶ

ତୁମ ସେଇ ତ୍ୟାଗ ପଡିବ ମହଙ୍ଗା

ଧୋକାରେ ହୋଇବ ଶେଷ ।।

"""""""""""""""""""""""""""""""""""""

🌹❤🌹❤🌹❤🌹

ଲତା ବେହେରା ।

ଜକା, ଢେଙ୍କାନାଳ ।

💅💅💅💅💅💅💅

25

।।।।ତାରା ।।।।***,(ଶିଶୁ କବିତା।)

ତାରାଟିଏ ମୋତେ କରିଦିଅ ପ୍ରଭୁ

ରହିବି ଆକାଶେ ଯାଇ,

ମିଞ୍ଜି ମିଞ୍ଜି ହୋଇ ଜଳୁଥିବି ସଦା

ଆକାଶର ଶୋଭା ହୋଇ।।

ତାରକା ନଥିଲେ ଚନ୍ଦ୍ରର ଶୋଭାକି

ଦେଖନ୍ତେ ଜଗତ ବାସୀ,

ତାରା ଚନ୍ଦ୍ର ଯହିଁ ଏକାଠି ଥାଆନ୍ତି

ସମସ୍ତେ ହୁଅନ୍ତି ଖୁସି।।

ନୀଳ ଆକାଶରେ ଦିକି ଦିକି ଜଳି

ଆନନ୍ଦେ ବିଭୋର ହେବି,

ଦେଖିବି ଦୂରରୁ ସ୍ରଷ୍ଟାଙ୍କର ସୃଷ୍ଟି

କେତେ ଯେ ଛବିଳ ଛବି।।

ଦିଶେ ସିନା ସାନ ଦୂରେ ଅଛି ବୋଲି

ସତରେ ତ ତାହା ନୁହେଁ,

ମିଛି ମିଛିକାର ଖେଳବି ଖେଳିଲେ

ମନଟି ଆନନ୍ଦ ହୁଏ।।

ତାରାଫୁଲେ ଶୋଭା ଦିଶଇ ସୁନ୍ଦର

ଆକାଶର ଶେଯ ପରେ,

ଅନନ୍ତ ସୁଷମା ନାହିଁ ତା ଉପମା

ନୀଳିମା ଚିତ୍ତକୁ ହରେ।।

***********

ଚିତ୍ରା ରାଣୀ ପାତ୍ର।

ବାଲେଶ୍ୱର।

26

ବନସ୍ତେ ଡାକିଲା ଗଜ

କବିତା ସାହୁ ଜୟପୁର

ବରଷକ ପରେ ଆସିଛି ରଜ

ଆସ ସାଙ୍ଗସାଥି ହୋଇବା ସଜ

ଗାଧୋଇବା ହଳଦୀ ଲଗାଇ

ପାଦରେ ଅଳତା ପାଉଁଜି ନାଇ।

ହାତରେ ମେହେନ୍ଦୀ ଦେବା ଲଗାଇ

ନଖ ପାଲିସି ରେ ହେବା ସଜେଇ

କ୍ରିମ ପାଉଡର ଟିକିଲି ନାଇ

ଟିପି ଚନ୍ଦନ ମଥାରେ ଲଗାଇ ।

ନାନା ପ୍ରକାର ମୁଣ୍ଡ କୁଣ୍ଡାଇ

ମଲ୍ଲୀ ଗୋଲାପରେ ବେଣୀ ସଜେଇ

ଭଳି ଭଳି ଚୁଡି ପିନ୍ଧିବା ହାତେ

କେଡେ ସୁନ୍ଦର ଦିଶିବ ସତେ।

ଅଳଙ୍କାର ମାନ ଜତନେ ପିନ୍ଧି

ନୂଆ ଜାମାପଟା ଚପଲ ପିନ୍ଧି

ତିନି ଦିନ କାମ କରିବା ନାହିଁ

ଦିଅଁ ଦେବତାଙ୍କୁ ପୁଜିବା ନାହିଁ।

ମାଆ ବୋଉ ଆମ କରିବେ ପିଠା

ବଟା କଟା ସାରି ଦେବା ଆଜି ଠୁ।

ସଜେଇ ହବା ଲୋ କେତେ ରଙ୍ଗରେ

ଖିଲି ପାନ ଖାଇ ନାଲି ଓଠରେ

ପୋଡ ପିଠା ସାଥେ ରଜର ପାନ

ପିଠା ପଣାରେ ବାସେ ଭବନ।

ଆମ୍ବ ଗଛ ଅବା ହେଉ ଗମ୍ଭାରୀ

ଡାଳରେ ବାନ୍ଧିବା ଦୋଳି ଆମରି

ସାଙ୍ଗ ହୋଇ ଯାଇ ବାନ୍ଧିବା ଦୋଳି

ଖେଳିବା ସଭିଏ ଏକାଠି ମିଳି ।

ତାସ କଉଡି ପଶାପାଲି ରେ

ଲୁଡୁ ଖେଳିବା ଲୋ ଖୁସି ମନରେ

ରାଗ ଅଭିମାନ ମନରୁ ଭୁଲି

ଦୋଳିରେ ଝୁଲିବା ଗୀତକୁ ବୋଲି ।

ଗଣପର୍ବ ରଜ ଭାଇଚାରାର ପର୍ବ

ତିନି ଦିନ କୃଷି କାମ ତ ବନ୍ଦ

ସାଙ୍ଗସାଥି ସାହି ପଡିଶାଘର

ବୁଲି ଯିବା ଆସ ସଙ୍ଗାତ ମୋର।

27

ରଜ

ଡଃ କିଶୋର ଚନ୍ଦ୍ର ତ୍ରିପାଠୀ

ତୁଳାପଡା,କଳାହାଣ୍ଡି

===========

ବରଷକେ ଥରେ ଆସିଅଛି ରଜ

ସଭିଏଁ କର ମଉଜ,

ଗାଁଠାରୁ ସହର ସବୁଠି ସୁନ୍ଦର

ହୋଇଅଛି ସଜବାଜ ।୧

ଆଜି ଦିବସରେ ସକାଳୁ ସକାଳୁ

ଝିଅ ମେଳି ହୋଇଥାନ୍ତି,

ଗଛର ଡାଳରେ ଦୋଳି ବାନ୍ଧିଦେଇ

ରଜ ଦୋଳି ଖେଳିଥାନ୍ତି ।୨

ପିଠା,ମିଠା,ଫଳ ବଣ୍ଟାବଣ୍ଟି ହୁଏ

ତାସ ଖେଳ ଚାଲିଥାଏ,

ଗାଆଁ ମଝି ଦାଣ୍ଡେ ରୁଣ୍ଡ ହୋଇ ସର୍ବେ

ମଜା ମଜଲିସ ହୁଏ ।୩

ରଜ ପାନ ଖାଇ ମୁହଁକୁ ଦେଖାଇ

ଦେଖିଲେ ମୁରୁକି ହସା,

ପୁଅ ଝିଅ ମାନେ କେତେ ଆନନ୍ଦରେ

ପିନ୍ଧିଥାନ୍ତି ବେଶଭୂଷା ।୪

ରଜ ପରବରେ ଆମ ଓଡିଶାରେ

ସମସ୍ତଙ୍କ ମୁହେଁ ହସ,

ଆମ ପରମ୍ପରା ଆମ ସଂସ୍କୃତିରେ

ପ୍ରଭାବିତ ଅନ୍ଯ ଦେଶ ।୫

-------------------

( କିଶୋର ଚନ୍ଦ୍ର ତ୍ରିପାଠୀ )

29

ଶିଶୁ କବିତା-

ଧାଙ୍ଗୁଡୁ ଧାଙ୍ଗୁଡୁ ଧୁଙ୍ଗୁଡୁ ଧାଙ୍ଗୁ

#******#

ଧାଙ୍ଗୁଡୁ ଧାଙ୍ଗୁଡୁ ଧୁଙ୍ଗୁଡୁ ଧାଙ୍ଗୁ

କୁନି ନାଚେ କୁନା ବଜାଏ ଚାଙ୍ଗୁ ।

ଦେଖରେ ଦୁହିଁଙ୍କ ମେଳ ।

ଯେଉଁ ଖେଳ ଦେଖି

ବିଶ୍ୱ ଚମକିବ

ସେହି ଖେଳ ତୁମେ ଖେଳ ।।

କୁଲୁରୁ କାଲୁରୁ କୁଲୁରୁ କାଲୁ

ବଣରେ ଖେଳୁଛି କାଳିଆ ଭାଲୁ ।

ଦେଖି ତାଳି ମାରେ ହନୁ ।

ଉପକାର ଯିଏ

କରିଛି ତୁମର

ଭୁଲିବନି ତାକୁ ମନୁ ।।

ଭାଗୁଲୁ ଭାଗୁଲୁ ଭାଗୁଲୁ ଭାଗୁ

ଦେଶ ପ୍ରେମ ସଦା ମନରେ ଜାଗୁ ।

ଦେଶ ପାଇଁ ଯାଉ ପ୍ରାଣ ।

ମନ ଦେଇ ପାଠ

ପଢିଲେରେ ଭଲ

ମଣିଷଟେ ହେବ ଜାଣ ।।

ପୁଙ୍ଗୁରୁ ପାଙ୍ଗୁରୁ ପୁଙ୍ଗୁରୁ ପୁଙ୍ଗା

ନଈରେ ଡେଉଁଛି ଚଗଲା ଚୁଙ୍ଗା ।

ମାନେନି କାହାରି କଥା ।

ଜୀବନରେ ଭଲ

କାମ କରିବାକୁ

ଆଜିଠୁଁ ଘୁରାରେ ମଥା ।।

ଜୁଗୁଲୁ ଜାଗୁଲୁ ଜୁଗୁଲୁ ଜାଗୁ

କାମ ନକରିତୁ କାହିଁକି ମାଗୁ ।

ପରିଶ୍ରମ କରି ଖାଆ ।

ସତ୍ୟ ଶାନ୍ତି ପଥ

ଆଦରି ନେଇରେ

ଯୁଆଡକୁ ଯାଉଥାଆ ।।

ଭକ୍ତ ଚରଣ ସାହୁ

ସଭାପତି

ମାହାଙ୍ଗା-ବଡ଼ଚଣା

ସାହିତ୍ୟ ଓ ସଂସ୍କୃତି ପରିଷଦ

ବାଲିଚନ୍ଦ୍ରପୁର, ଯାଜପୁର

୯୪୩୭୨୭୬୬୩୩

28

ନାହିଁ ସେ ରଜ ମଉଜ

*******

ବନସ୍ତରେ ଆଉ ଡାକୁନି ଗଜ ଲୋ

ନାହିଁ ରଜ ଦୋଳି ଖେଳ

ଗଛଲତା ନାହିଁ ଟାଙ୍ଗରା ସାଜିଛି

ମରୁ ହୋଇଛି ଜଙ୍ଗଲ ।।

ରଜ ମିଠା ପାନ କଥା କହନା ଆଉ ଲୋ

ନାହିଁ ଆଉ ତାର ମାନ

ପାନ ପରାଗ କୁ ସଫଳ ଗୁଟୁକା

ଠାରେ ସଭିଙ୍କର ମନ ।।

ପୋଡ଼ ପିଠା ର ସେ ମହକ ନାହିଁ ଲୋ

ନ ହୁଏ ତାହାର ଖୋଜା

ପିଜା ବର୍ଗର ମଟନ୍ ଚିକେନ

ନ ହେଲେ ଆସୁନି ମଜା ।।

ଅଳତା ପାଦରେ ଶୋଭା ପାଉନାହିଁ

ଝିଅ ଅବା ବୋହୁଙ୍କର

ଜିନ୍ସ ପ୍ୟାଣ୍ଟ୍ ସାଥେ ଉଚ୍ଚ ହିଲ ଜୋତା

ହୋଇଛି ଫେସନ ତାଙ୍କର ।।

ରଜ ପରବର ମଉଜ ଅଟଇ

ବାଗୁଡ଼ି ଓ ପୁଚି ଖେଳ

ତାସ ,ପଶା ଖେଳ ସପନ ହୋଇଛି

ମୋବାଇଲ ହୋଇଛି କାଳ ।।

ମଣିଷ ଅନୀତି ଦେଖି ଏ ପ୍ରକୃତି

ଆକାଶୁଁ ଝରାଏ ନିଆଁ

ମୌସୁମୀ ରାଣୀ ଲୁଚକାଳି ଖେଲେ

ବରଷା ର ନାହିଁ ନାଆଁ ।।

ବସୁମତୀ ସ୍ନାନ କେମିତି କରିବ

ବଦଳିଛି ପାଣିପାଗ

ରଜସ୍ୱଳା ପୃଥି ଲୁହ ଝରାଉଛି

ଶୁଷ୍କ ପଡ଼ିଛି ଭୂଭାଗ ।।

ସ୍ୱାର୍ଥପର ଏଇ ମଣିଷ ପାଇଁକି

ଅଶାନ୍ତ ଜୀବ ଜଗତ

ଜଳ,ସ୍ଥଳ, ବାୟୁ,ଆକାଶ , ଅନଳ

ସବୁ ହେଇଛି ଦୂଷିତ ।।

ଗଣ ପର୍ବ ଏ ରଜ ଅବସରେ

କରିବା ଶପଥ ଆସ

ଗଛ ଲଗାଇବା ଅଭ୍ୟାସ କରିବା

ସଜାଡ଼ିବା ପରିବେଶ ।।

ଗଢ଼ିଦେବା ଏକ ସବୁଜିମା ଭରା

ସୁସ୍ଥ ସବୁଜ ବଳୟ

ନର ପଶୁ ପକ୍ଷୀ କୀଟ ତରୁଲତା

ରହିଥିବେ ନିରାମୟ ।।

ଅନସୂୟା ଦେବତା

ଅତାବିରା ,ବରଗଡ଼

30

❤ ଧୈର୍ଯ୍ୟ❤

ଲତା ବେହେରା ।

^^^^^^^^^^^^^^^^^^

ଏଇ ଦୁନିଆରେ ବଞ୍ଚିବାକୁ ହେଲେ

ଧୈର୍ଯ୍ୟ ଏକା ଆବଶ୍ୟକ

ଏଇଠି ମିଳଇ ଯନ୍ତ୍ରଣା ଅନେକ

ଭରି ରହି ଥାଏ ଶୋକ ।

ଦେଖି ପାରନ୍ତିନି କେହି କାହା ଶିରି

ଛଳନା ଥାଏ ଅନେକ

ଯୋଜନା କରନ୍ତି କେମିତି ତାହାକୁ

କରିବେ ସେ ପଳାତକ ।

କପଟ ପଶାରେ ରଚି ଯାନ୍ତି ସିଏ

ଖେଳ ଅତି ଭୟାନକ

ମାୟା ଜାଲେ ଛନ୍ଦି ଫସେଇ ଦିଅନ୍ତି

କରି ବିଶ୍ବାସଘାତକ ।

ହାତରେ ନ ମାରି ଭାତରେ ମାରନ୍ତି

ସାଜି ଅତି ମାରାତ୍ମକ

ଉପରେ ସେନେହ ମମତା ବିଛେଇ

ଶୋଷନ୍ତି ସାଜି ସେ ଜୋକ ।

ଦୋଷ ନ କରି ବି ଲଦା ଯାଇଥାଏ

ମୁଣ୍ଡେ ସବୁ ଦୋଷଯାକ

ନିନ୍ଦା ଅପବାଦ କଳଙ୍କକୁ ବୋଳି

କରନ୍ତି ଭଲ ନାଟକ ।

ଯୁଗ ଯୁଗ ପାଇଁ ସତ୍ୟ ଅଛି ରହି

ଧୈର୍ଯ୍ୟ ହିଁ ସତ୍ୟ ଆଲୋକ

ଧୈର୍ଯ୍ୟଟି ଯାହାର ପାଖେ ରହିଥାଏ

ସିଏ ମାର୍ଗ ପ୍ରଦର୍ଶକ ।

ଧୈର୍ଯ୍ୟଟି ସର୍ବଦା ଜିତାପଟ ନିଏ

ଧୈର୍ଯ୍ୟରେ ହୁଏ ଶାସକ

ଧୈର୍ଯ୍ୟବାନ ବ୍ୟକ୍ତି ସଫଳତା ପ୍ରାପ୍ତି

ଚଳାଏ ସାରା ମୂଲକ ।

ଧୈର୍ଯ୍ୟ ସହକାରେ ସବୁ ସହେ ଯିଏ

ଦୂର ହୁଏ ତାଳ ଶୋକ

ଏଇ ଦୁନିଆରେ ତିଷ୍ଠି ପାରେ ସିଏ

ପାଏ ଜୀବନେ ଆଲୋକ ।

ଧୈର୍ଯ୍ୟଟି ସାହସ ଶକତି ଦିଅଇ

ସାଜି ଥାଏ ନିର୍ଦେଶକ

ଜୀବନର ଚଲା ରାସ୍ତାର ସାହାରା

ହୁଏ ପଥ ପ୍ରଦର୍ଶକ ।

"""""""""""""""""""""""""""""""""""""

🌹❤🌹❤🌹❤🌹

ଲତା ବେହେରା ।

ଜକା, ଢେଙ୍କାନାଳ

33

( ଭାଷାର୍‌ ପଦେ-୧୩୯୮ )

ଆଗ୍‌କେ ଲମିଛେ

ଜୀବନ୍‌ ଧର୍‌ସା

ଦେଖି ଚାହିଁ ବାଟ୍‌ ଚାଲ୍‌ ...

ଛାଡ୍‌ ବଡ୍‌ଲୁକି

ନାଇଁ ପଡ୍‌ ଝୁକି

ଅଛେ କେତେ ଢ଼ିପ୍‌ ଖାଲ୍‌ ।

କୃଷ୍ଣ ଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼

31

ଏବେବି ସମୟ ଅଛି !

ଏବେବି ସମୟ ଅଛି !

ଶରଣ ଅପେକ୍ଷା ମରଣକୁ ନେଇ ବାଛି

ମରି ମେଣ୍ଟିଯିବା ଏ ମାଟି ଛାତିରେ

ଲଗେଇ ଜୀବନ ବାଜି l

ଦେଶ ଦ୍ରୋହୀଙ୍କର ଛାତି ଚିରିଦେବା

ଏ ଧର୍ମ ଯୁଦ୍ଧରେ ଆଜି l

ଆମେ ସନାତନୀ ହୋଇ ସ୍ୱାଭୀମାନୀ

ବଞ୍ଚିବାରେ ପୂଣ୍ୟ ଅର୍ଜି l

କରି ଧର୍ମକୁ ଆମରି ପୁଞ୍ଜି l

ଅଖଣ୍ଡ ରଖି ଏ ଭାରତ ବର୍ଷକୁ

ଆମେ ଦେବା ଆଖି ବୁଜି l

ଆଉ କେତେଦିନ ଚାଲିଥିବା ସହି

ବିଧର୍ମୀଙ୍କ ଧୋକା ବାଜି l

ଧର୍ମ ନିରପେକ୍ଷ ରାଷ୍ଟ୍ର କହି କହି

ଆମେ ବାଟ ବଣା ଆଜି l

ଶାନ୍ତି ମଇତ୍ରୀକୁ ଖୋଜି ଖୋଜି l

କେତେଦିନ ଆଉ ଲୁହ ଝାରି ଝାରି

କାନ୍ଦୁଥିବା ଆଖି ବୁଜି l

ସବୁ ସୀମା ଆଜି ଲଙ୍ଘି ସାରିଲେଣି

ଥକିଲାଣି ଦେଖି ଆଖି l

ସବୁ ନିୟମକୁ ଭାଙ୍ଗି ସାରିଲେଣି

ଆଉ କିଛି ନାହିଁ ବାକି l

କେତେଦିନ ସତ୍ୟକୁ ନବୁଝି l

ଚାଲିଥିବା ନିଜ ଧର୍ମ ଦ୍ୱାହି ଦେଇ

ଆମେ ନମ୍ପୁଷକ ସାଜି l

ଦୁଇହାତ ଟେକି ଇଶ୍ବରଙ୍କୁ ଡାକି

କେତେଦିନ ଆଉ ବସି l

ଭାଗ୍ୟକୁ ଆଦରି ବଞ୍ଚୁଥିବା ଆମେ

ବିଧର୍ମୀଙ୍କ ମନ ତୋଷି l

ଭୂଲି ଗଲ କି ସେଦିନ ଆଜି l

ବାରଶ ବ୍ରାହ୍ମଣ ବଳି ପଡିଥିଲେ

ଇତିହାସ ସାକ୍ଷୀ ଅଛି l

ଗଜନୀ ଆସିଲା ମନ୍ଦିର ନାସିଲା

ଶିବଲିଙ୍ଗ ଦେଇ ଭାଙ୍ଗି l

ରକ୍ତରେ ରଞ୍ଜିତ କରି ସେ ବେଢାକୁ

ପଥ ପ୍ରାନ୍ତେ ଦେଲା ଫିଙ୍ଗି l

ଏଇ ମାଟିରେ ଲମ୍ପଟ ସାଜି l

ଯୌନ ଦାସୀ କରି ନଅଶ ନାରୀଙ୍କୁ

ସାଥେ ନେଇଗଲା ପାଜି l

କାହିଁ ଗଲେ ସୋମନାଥ ଦେଉଳରୁ

ଭକ୍ତଙ୍କ ବେଦନା ବୁଝି l

ପାପୀଙ୍କର ଅନ୍ତ କରିଲେନି କାହିଁ

ପ୍ରଭୂ ସଂହାରକ ସାଜି l

କହି ଗଲା ଆଲ୍ଲା ସବୁକିଛି l

ରାଜା ପ୍ରଜା ପଣ୍ଡିତଙ୍କ ପ୍ରାଣ ନେଲା

ଅକାଳରେ ଗଲେ ହଜି l

ହିନ୍ଦୁ ବ୍ରାହ୍ମଣଟା ଧର୍ମ ବଦଳେଇ

ଏଇଠି ପଠାଣ ସାଜି l

ଗଳି ଗଳି ବୁଲି ମନ୍ଦିର ଭାଙ୍ଗିଲା

ପ୍ରତିଶୋଧ ନେଲା ଖୋଜି l

ସେଇ କଳା ପାହାଡକୁ ଲୁଚି l

ବଡ ଦେଉଳରୁ ବଡ଼ଦିଅଁ ଗଲେ

ମହୋଦଧି ଜଳେ ହଜି l

ମହମ୍ମଦ ଘୋରୀ ଗଲା ଯେବେ ହାରି

ସରଣ ପଶିଲା ଆସି l

ପୃଥ୍ୱୀରାଜ ଦେଲା ସରଣ ହେଲେ ସେ

ବିଶ୍ବାସ ଘାତକ ସାଜି l

ଛୁରୀ ମାରିଲା ପଛରୁ ଲୁଚି l

ବେଇମାନ୍ ଏଇ ବିଧର୍ମୀଙ୍କୁ ଆଉ

ଚିହ୍ନିବାକୁ ବାକି ଅଛି l

ଧର୍ମ ଭୀରୁ ହୋଇ ଅସ୍ତ୍ର ଛାଡ଼ିଦେଇ

ବସିଲେ ବିଗ୍ରହ ପୂଜି l

ସୁଯୋଗ ମିଳିବ ବିଧର୍ମୀ ମାନଙ୍କୁ

ଜିତିବାକୁ ନିଜ ବାଜି l

ଯେବେ ବିଦ୍ରୋହ ଉଠିବ ତେଜି l

ରକ୍ତରେ ରଞ୍ଜିତ ହେବ ମାଟି ପୁଣି

ଦିଅଁ ରଖିବେନି ଆସି l

ଭୂଲିଗଲ ମହାଭାରତରେ ଯେବେ

ଅର୍ଜୁନ ଗାଣ୍ଡିବ ତେଜି l

ଛିଡା ହୋଇଗଲେ ରଣ ପ୍ରାଙ୍ଗଣରେ

ଆତ୍ମୀୟଙ୍କ ପ୍ରେମେ ହଜି l

ତାଙ୍କ ରଥରେ ସାରଥୀ ସାଜି l

ଗୀତା ଜ୍ଞାନ ଦେଇଥିଲେ ଗିରିଧାରୀ

କୁରୁକ୍ଷେତ୍ର ରଣ ରଚି l

କର୍ମେ ଜୀଏଁ ନର କର୍ମ ଜୀବନର

ମାନଦଣ୍ଡ ନେଇ ବାଛି l

ବଢି ବାକୁ ହେବ ବୀର ଦର୍ପେ ନେଇ

ହୃତ ଗଉରବ ରାଜି l

ଏବେ ଯେବେ ନପାରିବା ବୁଝି l

ବର୍ଣ୍ଣ ଶଙ୍କରଙ୍କୁ ଜନ୍ମ ଦେଇ ଯିବା

ଏ ମାଟିରେ କାଲି ହଜି l ଅରବିନ୍ଦ l

ଓସ୍ତପୁର, କେନ୍ଦ୍ରାପଡା l 9937641849 l

32

ଉତ୍କଳୀୟ ସଂସ୍କୃତି-

ବିଶ୍ବ ଜଗତରେ ଚାରି ଧାମରେ

ଶ୍ରୀକ୍ଷେତ୍ର ପୁରୀ ଧାମ

ଶଂଖ କ୍ଷେତ୍ରେ ଜଣା ଉତ୍କଳ ବକ୍ଷରେ

ପ୍ରସିଦ୍ଧ ପୁରୁଷୋତ୍ତମ।

ମାନବୀୟ ଲୀଳା ନାରାୟଣ ଖେଳା

ଦଶ ଅବତାରେ କରି

ଉତ୍କଳ ସଂସ୍କୃତି ନିୟମ ପର୍ବ ବିଧି

ରୀତି ନୀତିକୁ ନିର୍ଦ୍ଧାରୀ ।

ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ

ବିଷୁବ ସଂକ୍ରାନ୍ତି ଦିନ

ବୈଶାଖ ଆରମ୍ଭ ମେଷ ରାଶି ଶୁଭ

ଗ୍ରୀଷ୍ମର ପ୍ରାରମ୍ଭ ଜାଣ ।

ବୈଶାଖ ଉପବିଷ୍ଟ ଧର୍ମ ମାସ ଶ୍ରେଷ୍ଠ

ନୂଆ ତିଥି ପାଞ୍ଜି ରୀତି

ସମୟ ନିର୍ଘଣ୍ଟ କାଳ ଶୁଦ୍ଧ ଅଶୁଦ୍ଧ

ପୂଜା ପାର୍ବଣ ବିଧି ।

ବାର ମାସେ ତେର ଯାତ୍ରା ଆରମ୍ଭ

ଶ୍ରୀ ମନ୍ଦିରେ ଉତ୍କଳରେ

ଓଡିଆଙ୍କ ମଣୀ ଜଗା ଚକ୍ର ପାଣୀ

ପାଳନ୍ତି ଭକ୍ତ ଜନରେ।

ଏକାଦଶୀ,ଦ୍ବାଦଶୀ ତ୍ରୟୋଦଶୀ ଚତୁର୍ଦଶୀ

ପୂର୍ଣମୀ ପ୍ରଦୋଷ ଅମବାସ୍ୟା

ପ୍ରତି ମାସରେ ପ୍ରତି ଦିନ ପାଳି

ପର୍ବ ପର୍ବାଣୀ ଜୀବନ ପେଷା ।

ବୈଶାଖ ମାସେ ଅକ୍ଷୟ ତୃତୀୟା

ରଥ ନିର୍ମାଣ ଓ ଅକ୍ଷି ବୁଣା

ସର୍ବ କାର୍ଯାରମ୍ଭ ଶୁଭ ଅନୁକୂଳ

ନୀତି ନିର୍ଧାରେ ନିପୁଣା ।

ପୂଜା ପାଳନ ସଂସ୍କୃତି ଜାଗରଣ

ଜନ ମଂଗଳ ବିଧାନ

ଆଧ୍ଯାତ୍ମିକ ପନ୍ଥା ସଂସ୍କୃତି ବ୍ଯବସ୍ଥା

ଢନ ହିତରେ ପାଳନ।

ସାବିତ୍ରୀ ସତ୍ଯବାନ ଆଦର୍ଶ ଜୀବନ

ବୋହୁ ପୁଅ ପତି ପତ୍ନୀ

ଆଦର୍ଶ ନମୁନା ସାସାଂରିକ ଧର୍ମେ

ପିତା ମାତା କର୍ତ୍ତୁ ମାନି।

ପର୍ବ ପାଳନରେ ସଂସ୍କୃତି ସଂସ୍କାରେ

ଉଚ୍ଚ ପ୍ରଦର୍ଶିତ ମାନ

ରଥ ଯାତ୍ରା କରି ମାନବୀୟ ଲୀଳା ହରି

ଭାଇ ଭଉଣୀ ମାଆ ବଂଧନ।

ଦେବ ସ୍ନାନ ପୂର୍ଣ୍ଣିମା ସ୍ନାନ ଜ୍ବର ସେବା

ଔଷଧ ଚେରମୂଳିରେ

ବାର୍ତ୍ତା ଯୋଗାନ୍ତି ସ୍ବାସ୍ଥ୍ଯ ସମ୍ବନ୍ଧୀ

ଜୀବନ ଚର୍ଯ୍ଯା ଶୈଳୀରେ ।

ଗୀତା ଭାଗବତ ରାମାୟଣ ଗ୍ରନ୍ଥ

ବେଦ ଉପନିଷଦ

ସମସ୍ତ ଜ୍ଞାନର ଶ୍ରେଷ୍ଠ ସାର ଭଣ୍ଡାର

ସୁଧା ଝର ନିତ୍ୟ ଶୁଦ୍ଧ l

ଦଶ ଅବତାର ଏଇ ପୁଣ୍ୟ କ୍ଷେତ୍ରେ

ଭରତ ରାଜ୍ଯ ଭାରତ

ରାମ ରାଜ୍ୟ ଭୂମି ବୁଦ୍ଧ ଜ୍ଞାନ ଭୂମି

କୃଷ୍ଣ କ୍ରୀଡ଼ାଭୂମି ଖ୍ୟାତ l

ଭାରତେ ଉତ୍କଳ ପୁରୁଷୋତ୍ତମ ସାର

ଶ୍ରୀକ୍ଷେତ୍ର ଶଙ୍ଖ କ୍ଷେତ୍ର

ନୀଳାଚଳ ଧାମ ଜଗନ୍ନାଥ ଧାମ

ସର୍ବ ଶ୍ରେଷ୍ଠ ସିଦ୍ଧ ପୁତ୍ତ l

ଶ୍ରାବଣ ପୂର୍ଣ୍ଣିମା ରାକ୍ଷୀ ବଂଧନ

ଜଗନ୍ନାଥ ରାଜ ବେଶ

ଭାଇ ଭଉଣୀ ସଂପର୍କେ ସମ୍ବୃଦ୍ଧି

ଖୁଦୁରୁକୁଣୀ ସଂଦେଶ।

ଭାଦ୍ରବ ପୂର୍ଣ୍ଣିମା ବାର ଓଷା ବ୍ରତ

ମାଆ ଭଉଣୀଏ ପାଳି

ଆଶ୍ୱିନ ମାସ କୁମାର ପୂର୍ଣ୍ଣିମା

କାର୍ତ୍ତିକ ଧର୍ମ ସମ୍ଭାଳି।

ମାର୍ଗଶୀରରେ ଲକ୍ଷ୍ମୀ ମାଣବସା

ପୌଷେ ରବି ପୂଜା ବ୍ରତ

ଖଇ ମୁଆଁ କୋରା ଗୁଡ ପଦାର୍ଥ

ଅମଳ ଖୁସି ସଂଯୁକ୍ତ।

ଶାମ୍ବ ଦଶମୀ ପୂଜାରେ ପାଳନ୍ତି

ଖାଦ୍ଯ ପୃଷ୍ଟି ଶ୍ବେତ ସାର

ମିଠା ପିଠା ଭୋଗ ପ୍ରସାଦ ବାଢନ୍ତି

ସଂସ୍କୃତିରେ ସ୍ବାସ୍ଥ୍ଯ ସାର।

ଫଗୁଣ ଦୋଳ ପର୍ବ ରଂଗର ଫୁଆରା

ପ୍ରିତୀ ରଂଗେ ଦୋଳ ଯାତ

ଚଇତେ ଚିଇତି ପରବ ପାଳନେ

ଆମ୍ବ ରେ ପଣା ନବାତ।

ବାର ମାସେ ତେର ପରବ ପାଳନ

ସଂସ୍କୃତି ସଂସ୍କାର ମିଳି

ଜଗନ୍ନାଥ ସଂସ୍କୃତି ଜୀବନ ପଦ୍ଧତି

ଉତ୍କଳ ସଂପର୍କେ ଯୋଡି ।

ସୌଦାମିନୀ ତ୍ରୀପାଠୀ

ଭୁବନେଶ୍ବର-2

[Poet 11.Chitra Patra Balasore: ।।।

34

ସତ୍ୟ ଧର୍ମ

****

ବହୁ ଲୋକ ଏଠି

ସମାଜେ ଅଛନ୍ତି

ସଚ୍ଚୋଟ ବୋଲାଇ ଥାନ୍ତି

ସକାଳେ ସଂଧ୍ୟାରେ

ଗୀତା ଭାଗବତ

ଉଚ୍ଚ ସ୍ବରେ ଗାଇଥାନ୍ତି।

ସଭା ସମିତିରେ

ଵାବଦୁକ ପରି

ଅନର୍ଗଳ ଗାଇଥାନ୍ତି

ସେହି ଶିକ୍ଷାକୁ ସେ

ଆପଣା ଭିତରେ

ପାଳନ କରି ନ ଥାନ୍ତି।

ଗୀତା ଭାଗବତ

ଶହ ଶହ ଵାର

ପଢ଼ିଲେ କି ଲାଭ ହେବ?

ସେହି ଅନୁସାରେ

ଚରିତ୍ରକୁ ଯଦି

ମାର୍ଜିତ କରା ନ ଯିବ।

କୌରଵ ପାଣ୍ଡବ

ବାଳୁତ କୁମର

ଵିଦ୍ୟା ଶିକ୍ଷା କରୁଥିଲେ

ସଭିଙ୍କ ଭିତରେ

ପ୍ରଥମ ପାଣ୍ଡବ

ପଛୁଆ ହିଁ ରହୁଥିଲେ।

ଗୁରୁ ଦ୍ରୋଣାଚାର୍ଯ୍ୟ

ବହୁବାର ତାଙ୍କୁ

ତାଗିଦ୍ ବି କରିଥିଲେ

ତଥାପି ଯୁଜେଷ୍ଟି

ସମସ୍ତଙ୍କ ମଧ୍ୟେ

ପଛୁଆ ହିଁ ରହିଗଲେ।

ସତ୍ୟ ଧର୍ମକୁ ସେ

ଜୀବନରେ ତାଙ୍କ

ମୂଳ ମନ୍ତ୍ର ଭାବୁଥିଲେ

ସାଧ୍ୟ ତାକୁ ସିଏ

ନ କରିଵା ଯାଏ

ଆଗକୁ ଵଢୁ ନ ଥିଲେ।

ଗୁରୁ ଦ୍ରୋଣାଚାର୍ଯ୍ୟ

ବୁଝି ଯାଇଥିଲେ

ଯୁଜେଷ୍ଟି ପ୍ରକୃତ ଶିଷ୍ୟ

ସତ୍ୟ ଧର୍ମକୁ ସେ

ପାଳନ କରୁଛି

ସଫଳ ହେବ ଅବଶ୍ୟ।

ଜୀଵନ ଯୁଦ୍ଧରେ

ହାରି ନ ଥିଲେ ସେ

ସବୁଥିରେ ତାଙ୍କ ଜୟ

ଚତୁର୍ଦିଗେ ତାଙ୍କ

ଚାରି ଭାଇ ଥିଲେ

କାହିଁରେ ନ ଥିଲା ଭୟ।

ପତ୍ନୀ, ଚାରି ଭାଇ ,

ଶ୍ଵାନ ସଙ୍ଗେ ସିଏ

ସ୍ଵର୍ଗ ଯାତ୍ରା କରୁଥିଲେ

ଏକ ପରେ ଏକ

ପତ୍ନୀ, ଭ୍ରାତାମାନେ

ଯାତ୍ରା ପଥେ ରହିଗଲେ।

ସତ୍ୟ ଧର୍ମେ ରହି

ଶ୍ଵାନ ସଙ୍ଗେ ଯାଇ

ସ୍ଵର୍ଗରେ ପହଞ୍ଚି ଥିଲେ

ଦ୍ଵାରପାଳ ତାଙ୍କୁ

ସମ୍ମାନର ସହ

ସ୍ଵର୍ଗଦ୍ଵାର ଖୋଲିଦେଲେ।

ଯୁଧିଷ୍ଠିରଙ୍କୁ ସେ

ଅନୁମତି ଦେଲେ

ଶ୍ଵାନକୁ ଛାଡ଼ିଲେ ନାହିଁ

ବିନା ଶ୍ଵାନେ ସିଏ

ରହିଗଲେ ସିନା

ଆଗକୁ ବଢ଼ିଲେ ନାହିଁ।

ଆଶ୍ଚର୍ଯ୍ୟର କଥା

କୁକୁର ନ ଥିଲା

କୃଷ୍ଣଚନ୍ଦ୍ର ତହିଁ ଥିଲେ

ଯୁଧିଷ୍ଠିରଙ୍କୁ ସେ

ଆଲିଙ୍ଗନ କରି

ସଙ୍ଗେ ତାଙ୍କୁ ନେଇଗଲେ।

*******

ଅକ୍ଷୟ ମହାନ୍ତି।୯୮୩୭୪୬୨୫୦୭31

35

ଏବେ ହୋ ନିଶି ନାଶଗଲା

=============

ଏବେ ହୋ ନିଶି ନାଶଗଲା l

ଅରୁଣ ଆଭା ପ୍ରକାଶିଲା ll

ଲୁପ୍ତ ହୋଇଲେ ତାରାଗଣ l

ଉଦୟେ ପଦ୍ମିନୀ ରମଣ ll

ପୂରୁବ ଆକାଶ ନିର୍ମଳ l

ରାବନ୍ତି କୁମ୍ଭାଟ କୋକିଳ ll

କୁକ୍କୁଟ ହଂସ କାରଣ୍ଡଵ l

ହଳଦୀ ବସନ୍ତର ରାବ ll

କୁସୁମେ ଚୁମି ବୁଲେ ଅଳି l

କଜ୍ଵଳପତ୍ରୀର କାକଳି ll

ମନ୍ଦିରୁ ଶୁଭେ ଘଣ୍ଟା ନାଦ l

ବ୍ରାହ୍ମଣ ମୁଖୁ ମନ୍ତ୍ର ବେଦ ll

ଗଙ୍ଗ ଶିଉଳି ବନ ଛୁଇଁ l

ମନ୍ଦ ମଳୟ ଆସେ ବହି ll

ନିଦ୍ରା ତେଜିଲେ ନୀଳମଣି l

ଖଞ୍ଜା ଚନ୍ଦନ ଚୁଆ ପାଣି ll

ମୁଖ ପଖାଳି ଚକ୍ରଧର l

ଭୁଞ୍ଜନ୍ତି ବାଳଭୋଗ ସାର ll

ସାଗର ଚିରି ଛାୟା କାନ୍ତ l

ଦିଶନ୍ତି ଯେହ୍ନେ ତାମ୍ରପତ୍ର ll

ନମସ୍ତେ ଦେବ ବିବସ୍ବାନ l

ନମସ୍ତେ କଶ୍ୟପ ନନ୍ଦନ ll

ନମସ୍ତେ ଦେବ ବିଶ୍ୱ ଚକ୍ଷୁ l

ବିଶ୍ୱ ପାଳନେ ପ୍ରାଣୀ ରଖୁ ll

🙏🙏🙏

ଅର୍ଜୁନୀ

---------------------

ଅର୍ଜୁନୀ ଚରଣ ବେହେରା

ମୋ -7693091971

36

ମନ ତ ଏକ ଉଡ଼ା ଚଢ଼େଇ

===============

ମନ ତ ଏକ ଉଡ଼ା ଚଢେଇ

ଏଇଠି ଅଛି ନାହିଁ

ଘଡିକେ ଯାଏ ଦୂର ରୁ ଦୂର

ସାତ ଦରିଆ ଡେଇଁ!!

ଘଡିକେ ହୁଏ ନିଜେ ସେ ରାଜା

ତା ସମ କେହି ନାହିଁ

ସୁନ୍ଦରୀ ରାଣୀ ଖୋଜି ଆଣେ ସେ

ତାର ପସନ୍ଦ ନେଇ !!

ନିମିଷେ ତୋଳେ ତାଜ ମହଲ

ମନ ପ୍ରାଣ କୁ ଦେଇ

ଭଗ୍ନ କୋଣାର୍କ ପାଲଟି ଯାଏ

ଫେରି ଚାହେଁନା କାହିଁ !!

ଭୁଲ ଠିକ ର ହିସାବ ସେହି

କରିତ ପାରେ ନାହିଁ

ଲଗାମ ହୀନ ଘୋଡା ଟି ପରି

ଥକେ ସେ ଧାଇଁ ଧାଇଁ !!

ଵର୍ତମାନ ମାନକୁ ହଜେଇ ଦେଇ

ରୁହେ ଅତୀତ ହୋଇ

ଅନୁତାପ ର ନିଆଁ ରେ ଜଳେ

ଅବଶୋଷ କୁ ନେଇ !!

======================ଭାଗବତ ସାହୁ, ଆଶୁକବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ କୁଟୀର

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276

37

୧୧୦.ହିତୋପଦେଶ

ସମୟ ପୂର୍ବରୁ ମିଳୁଥିବା ଦ୍ରବ୍ୟ ପ୍ରାପ୍ତ ହେବାଦ୍ୱାରା ମୂଲ୍ୟ ହ୍ରାସ କରିଥାଏ କିନ୍ତୁ ସମୟ ପରେ ତାହା ପ୍ରାପ୍ତ ହେଲେ ମହତ୍ତ୍ୱ ବୃଦ୍ଧି ହୋଇଯାଏ l

—ଡଃ. ନିତ୍ୟାନନ୍ଦ ଖମାରୀ

38

ମନ ର ଉଡାଣ ଆରମ୍ଭ ଆଜୀବନ ଶେଷ ହୁଏ ନାହିଁ- ୨

🍁🍁🍁🍁🍁🍁🍁🍁

ମନର ଉଡାଣ ଆରମ୍ଭ କରିଛି

ନଭର ବିହଂଗ ପରି।

ଡେଣା ଝାଡି ଝାଡି ସପନ ରେ ଉଡ଼ି

ମନରେ ଉନ୍ମାଦ ଭରି।

ଅଭୂମା ର ଭୁମା ଅଭୂମି ର ଭୂମି

ଅକଳ୍ପ କଳ୍ପ ମଣ୍ଡଳ।

ଅସୀମା ର ସୀମା ଅପୂର୍ବ ଭାବନା

ଅଦ୍ଭୁତ ଲାଗେ ସକଳ।

ମୃଗ ମରୀଚିକା ବୁଣି ଦିଏ ମନେ

ଭାବନା ର କ୍ଷଣି କ୍ଷଣି।

ଉଡିଯାଏ ଭାବ ଦୂର ରାଇଜ କୁ

ଯେହ୍ନେ ବୁଣେ ବୁଢିଆଣୀ।

ଅମାପ ଆକାଙ୍କ୍ଷା ଆଶା ଇଚ୍ଛା ଭରି

ଅବ୍ୟକ୍ତ ଅଜାଗା ଉଡ଼ି।

ଉତ୍ଥାନ ପତନ ତରଙ୍ଗ ସଙ୍ଗମ

ଅଥଳ ସାଗରେ ବୁଡି।

ଉଡାଣ ସଂଗ୍ରାମ ଅକର୍ମ ର କର୍ମ

ଅଭାବନ ଭାବ ଉଇଁ।

କୁସୁମ ରେଣୁ ର ପୁଲକିତ ତନୁ

ଉଶ୍ୱାସ ର ସ୍ଵାଦ ଛୁଇଁ।

ମନ ର ଉଡାଣ ଅବ୍ୟକ୍ତ ବର୍ଣ୍ଣନ

ଅଚେତନ ଚେତା ବହି।

ଅସୁନ୍ଦରେ ସୁନ୍ଦର ଅଜ୍ଞାନେ ଜ୍ଞାନ

ଅଶୁଦ୍ଧ ରେ ଶୁଦ୍ଧ ରହି।

ଅଦ୍ଭୁତ ମାୟାର ପ୍ରୟୋଗ ଶାଳ ଟି

ଅପୂର୍ବ ଚିନ୍ତନ ମୁଣି।

ଭାବ ର ରୋଷଣ ବିନ୍ୟାସ ଯୋଛନ

ଯାଦୁ ର କୁହୁକ ଗୁଣି ।

ମନର ତୁଣୀ ରେ ଭାବନା ର ତୀରେ

କଳ୍ପନା ର ତାରା ତୋଳେ।

ପୁଷ୍ପ ମାଳା କରି ପିନ୍ଧାଇ ଦିଏ ସେ

ପ୍ରକୃତି ଧରା ର କୋଳେ।

ପ୍ରେମ ତରଙ୍ଗିଣୀ ବହିଥାଏ ମନେ

ଇନ୍ଦ୍ରଧନୁ ରଙ୍ଗ ରଙ୍ଗି।

ଅବିବେକୀ ହେଇ ଭାସିଯାଏ କାହିଁ

କରି କେତେ ଭାବ ଭଙ୍ଗୀ।

ଜୀବନ କୁ ଭରେ ମନର ପର ରେ

ଉଲ୍ଲସିତ ତନୁ ଘରେ।

କଲ୍ଲୋଳିନୀ ପରି କଲ୍ଲୋଳିତ କରି

ପ୍ରାଣେ ଉଦ୍ଦୀପନା ଭରେ।

ମନର ଉଡାଣ ଅନନ୍ତ ଯୋଜନ

ଉଡୁ ଥାଏ ଖୁସି ପାଇଁ।

ମନ ଭ୍ରମୁ ଥାଏ ବିହଙ୍ଗମ ପରି

ସୁଖ ଦୁଃଖ ଗୀତ ଗାଇ।

ଉଡାଣ ପ୍ରାରମ୍ଭ ଶେଷ ନାହିଁ ଭାବ

ଆଜୀବନ ଥିବା ଯାଏ।

ଲକ୍ଷ୍ୟ ର ସ୍ତମ୍ଭ ରେ ଭ୍ରମି ଥାଏ ମନ

ଅନ୍ତରେ ଯାତନା ପାଏ।

ଶ୍ରୀବତ୍ସ ମେହେର

ମାନେଶ୍ୱର,ସମ୍ବଲପୁର

39

ଗଛ୍‌ ଗୁଟେ ମୁଇଁ ଆଏଁ

ଗଛ୍‌ ଗୁଟେ ମୁଇଁ ଆଏଁ ...

କହି ଦେଖ ଥରେ ଗଛ୍‌ ବଲିଁ ମତେ

କିଏ ନାଇଁ ଜାନି କାଏଁ...

ଗଛ୍‌ ଗୁଟେ ମୁଇଁ ଆଏଁ । ୧

ମୋର୍‌ ପାସ୍‌କେ ଆଏଲେଁ ତମ୍‌କୁଁ

ଦେସିଁ ଶୀତଲ୍‌ ଛାଏ

ଯାହାର୍‌ ମନ୍‌କେ ଯେନ୍‌ତା ଆଏସି

ମୋର୍‌ ଫଲ୍‌କେ ଖାଏ

ଖରା ବର୍‌ଷା ଶୀତ୍‌ ସହି ସହି

ଜୀବନର୍‌ ଗୀତ୍‌ ଗାଏଁ ...

ଗଛ୍‌ ଗୁଟେ ମୁଇଁ ଆଏଁ । ୨

ସବ୍‌କୁଁ ଦଉଛେଁ ଫୁଲ୍‌ ଫଲ୍‌ କାଠ୍‌

ଚେରି ମୁଲି ଉଷୋ କଷା

ମୋର୍‌ ଲାଗିଁ ସିନେ ତମର୍‌ ବଲ୍‌

ନେହେଲେଁ ଭୁଗ୍‌ତ ଦଶା

ଏତେ ନାଇଁ ବୁଝି ଅବିଚାରୀ ଲେଖେଁ

କାଟି ଦେସ ଧାଏଁ ଧାଏଁ ...

ଗଛ୍‌ ଗୁଟେ ମୁଇଁ ଆଏଁ । ୩

ଦୁଷିତ୍‌ ପବନ୍‌ ପିଇ କରି ମୁଇଁ

ଦଉଛେଁ ଅମ୍‌ଲଜାନ୍‌

ମୋର୍‌ ଲାଗିଁ ଅଛେ ତମର୍‌ ଜୀବନ୍‌

ଦେଖାସ ଏତ୍‌କି ଟାନ୍‌

ମୋର୍‌ ଯୁଗୁଁ ସିନେ ବର୍‌ଷା ହଉଛେ

ଇ ଧରାଥିଁ ଛାଏଁ ଛାଏଁ ...

ଗଛ୍‌ ଗୁଟେ ମୁଇଁ ଆଏଁ । ୪

ଚେରେ ଚିର୍‌ଗୁନ୍‌ କୀରା ପତଂଗା ଭି

ମୋର୍‌ ଦିହେଁ କଲେ ବାସ୍‌

ସେମାନେ ଭି ତମର୍‌ ବଡ୍‌ ଉପକାରୀ

କଥାଟେ ଜାନିଥ ଖାସ୍‌

ସବ୍‌କର୍‌ ଲାଗି ହିତ୍‌କାରୀ ମୁଇଁ

ବଅଁଚି ଥିବାର୍‌ ଯାଏଁ ...

ଗଛ୍‌ ଗୁଟେ ମୁଇଁ ଆଏଁ । ୫

ସୁଖ୍‌ ସୁବିଧାର୍‌ ଲୁଭେଁ ପଡ଼ି କିହେ

କେଭେଁ ନାଇଁ କାଟ ଗଛ୍‌

ପାରୁଛ ବଏଲେଁ ଜଗାବାରେଁ ଲାଗ

ଭାବି ଦେଖ ଆଗ୍‌ ପଛ୍‌

ଇ ଧର୍‌ତୀ ହେବା ସାଗୁଆ ସୁନ୍ଦର୍‌

ଦେଖୁଁ ଦେଖୁଁ ଝାଏଁ ଝାଏଁ ...

ଗଛ୍‌ ଗୁଟେ ମୁଇଁ ଆଏଁ । ୬

୦୦୦୦୦୦

କୃଷ୍ଣଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼

40

ଖୁଦ୍ର କବିତା

ସବୁଠାରୁ ଶ୍ରେଷ୍ଠ ଅଟେ ଉଦ୍ଭିଦ,ତାପରେ ଶ୍ରେଷ୍ଠ ଅଟେ ପଶୁପଖି ଜୀବଜଗତ।

ଯାହାକୁ ନେଇ ପରିବେଷ,ତଥା ସ୍ଥିତି ମଣିଷ ଜଗତ।

ସବୁଠାରୁ ଶ୍ରେଷ୍ଠ ବୋଲାଉଥିବା,ମଣିଷ ଅଟେ ସବୁଠାରୁ ନିକୃଷ୍ଟ।

ଉଦ୍ଭିଦ ଜୀବଜଗତଠାରୁ ଅନେକ,କିଛି ଶିଖି ଶୁଭ ଖାଇବାର ଅଛି ଏ ମୂଢ ମଣିଷ।

ସମ୍ପନ୍ନ କରିବା ପରିବର୍ତେ ଉଭୟ,ଉଦ୍ଭିଦ ଜୀବଜଗତ।

ଯଦି କରେ ବିପନ୍ନିତ ବିଘଟିତ ବିଷମିତ ନଷ୍ଟ,ତେବେ ଶେଷେ ମଣିଷ ଜଗତ କି ତିଷ୍ଠି ରହିବ ଦେଶ ବିଶ୍ବ-N.N.Jagadev,Jariput,Khordha.

41

ପ୍ରିତୀ

ତୁମେ ମୋର ଶୁଭ୍ର ସ୍ନିଗ୍ଧ ଜୋଛନା

ପୂର୍ଣ୍ଣିମା ର ମଧୁ ରାତି

ମଳୟ ମହକ ତୁମେ ମୋ ଶୀତଳ

କୋମଳ ପୂର୍ଣ୍ଣ ପ୍ରକୃତି

ତୁମେ ମୋର ତୁନୁ ତାପର ପ୍ରବାହ

ସୁଗନ୍ଧ ଚନ୍ଦନ ଲେପ

ତୁମେ ପରା ମୋର ବିଳମ୍ବିତ ରାଗ

ଅମୃତର ଅନୁଭବ

ଶ୍ଵେତ ପଦ୍ମ ତୁମେ ଶୁଭ୍ରାଙ୍ଗିନୀ ମୋର

ନୀଳଚନ୍ଦ୍ର ମୁଁ ଯେ ତୁମ

ପବିତ୍ର ପାବନ ହୃଦ ବୃନ୍ଦାବନେ

ତୁମେ ମୋର ପ୍ରିତୀ ଧାମ

ତୁମ ବିନା ସ୍ୱପ୍ନ ମାୟା ମରିଚିକା

ଅନ୍ଧାର ଜୋଚ୍ଛନା ରାତି

ମଳିନ ଗୋଧୂଳି ନିସ୍ପ୍ରାଣ ଅରୁଣ

ମୃଦୁ ହିଲ୍ଲୋଳର ଭ୍ରାନ୍ତି

ପୂର୍ଣ୍ଣିମା ପଣ୍ଡା ,ବଲାଙ୍ଗୀର

42

ଶ୍ରୀ ସିଦ୍ଧ ବଳଦେବଜୀଉ🙏

*****ଅପର୍ତ୍ତି ସେଠୀ*

ଜୟ ଇଚ୍ଛାପୁର ବିହାରୀ ହେ ନାଥ

ତୁଳସୀ କ୍ଷେତ୍ରାଧିଶ୍ଵର,

ତୁଳସୀ ରମଣ ତୁଳସୀ ଭୂଷଣ

ହେ ପ୍ରଭୁ ବଡଠାକୁର।

କଂସ ବନ୍ଦୀଘରେ ଦେବକୀ ମାଆର

ସପ୍ତମ ଗର୍ଭେ ରହିଲ,

ତୁମର ସେ ବ୍ରହ୍ମ ତେଜ ଜ୍ୟୋତି ଦ୍ଵାରା

ଅସହ୍ୟ ଯନ୍ତ୍ରଣା ଦେଲ।

ଗରଭ ବେଦନା ସୀମା ଟପିଗଲା

ମାଆ କାନ୍ଦି କହିଦେଲେ,

କିଏ ବାବୁରେ ତୁ ମୋ ପେଟରେ ଅଛୁ

ଅନ୍ତର୍ଦ୍ଧାନ ହୋଇ ଯା'ରେ।

ମାଆ କଥା ରଖି ହେ‌ ରେବତୀ ପତି

ଅଦୃଶ୍ଯରେ ଚାଲିଗଲ,

ରୋହିଣୀନକ୍ଷତ୍ର କୋଳେ ତୁମେ ନାଥ

ଆନନ୍ଦରେ ରହିଥିଲ।

ଗହ୍ମା ପୁନେଇଁରେ ଗାଈଗୁହାଳରେ

ତୁମେ ଭୂପତିତ ହେଲ,

ରୋହିଣୀ ନାମକ ଗାଈର କ୍ଷୀରକୁ

ସାଙ୍ଗେ ସାଙ୍ଗେ ପିଇଗଲ।

ସେହିଦିନ ଠାରୁ ରୋହିଣୀ ନନ୍ଦନ

ତୁମେ ପ୍ରଭୁ ବୋଲାଇଲ,

ଅଜୋନୀ ସମ୍ଭୁତ ଜନ୍ମ ମୃତ୍ୟୁ ଉର୍ଦ୍ଧ୍ଵେ

ଶୁଭ୍ର ମୂରତୀ ଧ‌ଇଲ।

ତେଣୁ କରି ଆଜି ନବକଳେବର

ପ୍ରଭୁ ତୁମ ହୁଏ ନାହିଁ,

ଶେଷ ଦେବ ତୁମେ ତୁମଠାରୁ‌ ଆଉ

ଦେବତା କେ ପୁଣି ନାହିଁ।

ଯୋଗରେ ବସିଲେ ଶେଷ ନାଗ ତୁମ

ନାକ ପୁଡାରୁ ବାହାରି,

ପାତାଳୀ ହୋଇଛି ବାସୁକୀ ରୂପରେ

ଧରିତ୍ରୀ ମସ୍ତକେ‌ ଧରି।

ରସା ଅର୍ଥ ଏଠି ପୃଥିବୀ ହୋଇଲେ

ଦାନ ଦେଇଥିଲା ବଳି,

ତେଣୁ ରସାବଳି ତୁମରି ପ୍ରସାଦ

ସେଦିନୁଁ ଆସୁଛି ଚଳି।

ଦ୍ଵାପର ଯୁଗରେ ତୀର୍ଥ ଯୋଗବେଳେ

ଲଳିତ ଗିରିରେ ଆସି,

କନ୍ଦରାସୁରକୁ ସେଠାରୁ ବିତାଡି‌

କେନ୍ଦ୍ରାପଡ଼ାରେ ବିନାଶି।

ତୁଳସୀକୁ ବରି ଇଚ୍ଛାପୁରେ ପ୍ରଭୁ

ତୋଳିଲ ତୁମ ମନ୍ଦିର,

ବ୍ରହ୍ମାଣ୍ଡ ନାଥ ହେ ବଳିଆର ଭୁଜ

ତୁମେ ବ୍ରହ୍ମାଣ୍ଡ ଈଶ୍ୱର।

ବଡଠାକୁର ହେ ରୋହିଣୀ ନନ୍ଦନ

ହଳ ମୂଷଳ ଧାରଣ ,

ମଣି ବିଗ୍ରହ ହେ ଅକ୍ଷୟ ଅନନ୍ତ

କାମପାଳ ଶଙ୍କର୍ଷଣ।

ସପ୍ତ ତତ୍ତ୍ଵ ପୂର୍ଣ୍ଣ ସପ୍ତମ ଜନମ

ସପ୍ତ ଫଣୀ‌ ଯୋଗ ସପ୍ତ,

ସପ୍ତ ଭୋଗ ତୁମ ସାତଟି ପାହାଚ

ମନ୍ଦିରର ପିଢ଼ି ସପ୍ତ।

ରସାବଳି ଖିଆ କାଦମ୍ଵରୀ‌ ପିଆ

ପ୍ରଭୁ ତୁଳସୀ ରସିଆ,

ଭକ୍ତତ‌ ମେଳିଆ ନୀଳଦୁକୁଳିଆ‌

ମଧୁ ସାଗର କୂଳିଆ।

ତୁମ ଲାଗି ଯାହା ହୁଏ ବଳଦେବ

ତାହା ହୋଇଯାଏ ଭୋଗ,

ମଣିଷ ସଂସାରେ ତୁମ କରୁଣାକୁ

କରୁଥାଏ ଉପଭୋଗ।

ଆହେ କନ୍ଦରାରୀ ଭକ୍ତ ଦୁଃଖହାରୀ

ପ୍ରଭୁ ମଧୁଦୈତ୍ଯ ଅରି,

ଗୁପ୍ତକ୍ଷେତ୍ରେ‌ ତୁମେ ଗୁପତେ କରୁଛ

ଲୀଳା ତୁମ ଅସୁମାରୀ।

ସବୁଠୁଁ ପବିତ୍ର ଏ ତୁଳସୀ କ୍ଷେତ୍ର

ତୁମପାଇଁ ଦେବରାଜ,

ତୁମେ ସ୍ଵୟଂ ବ୍ରହ୍ମ ତୁମପାଇଁ ଗଡ଼େ

ଯେଣୁ ବ୍ରହ୍ମ ତାଳଧ୍ଵଜ।

ସବୁ ଯୁଗେ ତୁମ ସାନଭାଇଙ୍କୁ ହେ

ଦେଇଅଛ ରାଜପଦ,

ଏ କଳି ଯୁଗରେ ସ୍ଵୟଂ ରାଜା ହୋଇ

ପାଳୁଛ ସାରା ବ୍ରହ୍ମାଣ୍ଡ।

ଆହେ ଆଦିକନ୍ଦ ବୁଦ୍ଧ ମୂଳପିଣ୍ଡ

ସିଦ୍ଧ ବଳଦେବଜୀଉ,

ଜଗତ ଉଦ୍ଧାର ପାଇଁ ଟେକିଅଛ

ତୁମର ସେ ମହାବାହୁ।

ପ୍ରତି ଗୋଡିବାଲି ବ୍ରହ୍ମମୟ ଏଠି

ଯହିଁ ତୁମେ ସ୍ଵୟଂ ବ୍ରହ୍ମ,

କେ ବର୍ଣ୍ଣି ପାରିବ କାହା ସାଧ୍ୟ ଅଛି

ମହିମାକୁ ପ୍ରଭୁ ତୁମ।

ଜଗା ଦରଶନ‌ କରିସାରି ଭକ୍ତ

କେନ୍ଦ୍ରାପଡ଼ା ଯେବେ ଆସେ,

ତୁମ ଦରଶନ‌ କଲାପରେ ଯାଇ

ଆନନ୍ଦେ ବୈକୁଣ୍ଠେ‌ ବସେ।

ପ୍ରଭୁ ସଂବର୍ତ୍ତକୀ‌ ହେ ରେବତୀ ପତି

ସ୍ଵୟଂ ତୁମେ ବ୍ରହ୍ମରାଶୀ,

ମୁହିଁ ହୀନମତି‌ ଅଧମ ଅପର୍ତ୍ତି

ଭବଜଳେ‌ ଭାସୁଅଛି।

(ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

ମୋ-୭୮୯୪୩୯୮୫୦୦)

🙏🙏🙏🙏🙏🙏🙏

43

ରଜ ମଉଜ

ଓଡିଆ ସଂସ୍କୃତି ପରମ୍ପରା ଆମ

ଜଗତେ ନିଆରା ଅଟେ

ବାର ମାସେ ତେର ପରବ ପାଳନ

ଓଡ଼ିଆଙ୍କ ଭାଗ୍ୟେ ଜୁଟେ ।।

ଏ ପର୍ବ ମଧ୍ୟରୁ ରଜ ଏକ ପର୍ବ

ସ୍ନେହ,ପ୍ରୀତିର ବନ୍ଧନ

ଆବାଳରୁ ବୃଦ୍ଧ ରଜର ମଉଜେ

ଖାଇଥାନ୍ତି ଖିଲି ପାନ ।।

ପ୍ରଥମ ଦିନଟି ପହିଲି ରଜରେ

ଝିଅ, ବୋହୂ ହ୍ୱନ୍ତି ସଜ

ମଣ୍ଡା,ପୋଡ଼ ପିଠା ଏଣ୍ଡୁରି, କାକରା

କରନ୍ତି ହୋଇଲେ ସଂଞ୍ଜ ।।

ଦ୍ୱିତୀୟ ଦିବସ ଭୂମିଦାହ ବୋଲି

କହିଥାନ୍ତି ପଲ୍ଲୀ ବାସୀ

ଭୂମି କର୍ଷଣରୁ ବିରତି ରୁହନ୍ତି

ଯେତେ ଭାଇ ଆମ ଚାଷୀ ।।

ତୃତୀୟ ଦିବସ ବସୁମତୀ ସ୍ନାନ

ରୂପେ ଦିନଟିକୁ ପାଳୁ

ଚାଷୀକୁଳ ଚାହେଁ ଭଲ ଚାଷବାସେ

ମାଆଙ୍କ ଆଶିଷ ମିଳୁ ।।

ଦୋଳି ଖେଳି ରଜ ବିତାନ୍ତି ନାରୀଏଁ

ହସ ଉଲ୍ଲାସରେ ଦିନ

ରଜବତୀ ନାରୀ ରୂପେ ଭୂମି ଆମ

ପାଏ ସଂସ୍କୃତିର ମାନ ।।

-------#-------

ନିକୁଞ୍ଜ କୁମାର ଘୋଷ ।

ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା ପିନ୍ -୭୫୬୦୮୭.ମୋ-୮୦୯୩୬୩୦୭୫୬.

44

ଝିଅ ପାଇଁ ରଜ ଗୀତ

ଝରିବ ବରଷା ଧାରା

ନାନା ଫୁଲେ ତୋରା ଦିଶିବଧରା

ଦିଶିବ ଧରା ଲୋ

ରଜ ଆସିଅଛି ପରା ।।

ଲେଖାଅଛି ପୁରାଣ ରେ

ରଜସ୍ଵଳା ହେଲେ ଧରା ଏବେଳେ

ତେଣୁ ପରା ଆମେ

ରଜ ପାଳୁ ହରଷରେ ।।

ଅଲତା ସିନ୍ଦୂର ଲାଲ

ଓଡ଼ିଆ ନାରୀର ଶ୍ରେଷ୍ଠ ଶୃଙ୍ଗାର

ଶ୍ରେଷ୍ଠ ଶୃଙ୍ଗାର ଲୋ

ରଖିବା ତହିଁ ଆଦର ।।

ଝିଅବୋହୁ ପାଇଁ ରଜ

ସୃଷ୍ଟିକାରିଣୀ ସେ ରଖ ତା' ଲାଜ

ରଖିଲେ ତା' ଲାଜ

ହସିବ ଆମ ସମାଜ ।।

ପାଦେ ସୁନ୍ଦର ପଇଁରୀ

ଝିଅ ସିନା ଅଟେ ଘରର ଶିରୀ

ଘରର ଶିରୀ ଲୋ

ଗଢିବା କରି ସଂସ୍କାରୀ ।।

ଝିଅକୁ ନ ମଣ ହୀନ

ଯତନେ ହେବ ସେ ଅମୂଲ୍ଯ ରତ୍ନ

ଅମୂଲ୍ଯ ରତ୍ନ ହେ

ବଢାଇବ ତୁମ ମାନ ।।

ଗାଆଁରେ ପଶିଲା ଗଜ

ଚୁପିଚୁପି ଆଜି ଆସିଲା ରଜ

ଆସିଲା ରଜ ଲୋ

ଝିଅ କୁ କରିବି ସଜ ।।

ଝିଅ ନୁହଁ ପରୀ ମୋର

ଝୁମୁକି ପାଉଁଜି ପାଦକୁ ତୋର

ପାଦକୁ ତୋରଲୋ

ସାଜିବି ଅଲତା ଗାର ।।

ସୁନେଲି ଟିକିଲିଦେଇ

ଟିପିଟିପି ଟୋପା ଦେବି ସଜାଇ

ଦେବି ସଜାଇ ଲୋ

ଓଠେ ନାଲି ରଙ୍ଗ ଦେଇ ।।

ପିନ୍ଧିଦେ ତୋ ନୂଆ ଜାମା

କରନା ଲୋ ଧନ ମନକୁ ଊଣା

ଊଣା କରନା ଲୋ

ପିନ୍ଧି ଦେ ତୋ ନୂଆ ଜାମା ।।

ନଡିଆ ଗୁଡ ମିଶାଇ

ଘିଅ ଅଳେଇଚ ଲବଙ୍ଗ ଦେଇ

କରିଛି ମୁହିଁ ଲୋ

ପୋଡପିଠା ଦେବି ଖୋଇ ।।

ହସିଦେ ଲୋ ମୋର ପରୀ

ବାଡି ଆମ୍ବଗଛେ ବାନ୍ଧିଛି ଦୋଳି

ବାନ୍ଧିଛି ଦୋଳି ଲୋ

ଡାକିଲେଣି ସାଙ୍ଗ ତୋ'ରି ।।

ରଜ ର ଦୋଳି ମଉଜ

ଧନ ମୋ ଝୁଲୁଛି ହୋଇକି ସଜ

ହୋଇକି ସଜ ଲୋ

ସମସ୍ତ ଙ୍କୁ ଶୁଭରଜ......👩👩

ଝରଣା ପାଢ଼ୀ

କଳାହାଣ୍ଡି

45

ଆଧ୍ୟାତ୍ମିକ ଜ୍ଞାନ

- କବି ତାରକା ପ୍ରମୋଦା ମଞ୍ଜରୀ ବଳ

ଆଧ୍ୟାତ୍ମିକ ଜ୍ଞାନ ପରେ ଦିଅ ଧ୍ୟାନ

ସଦା ମଙ୍ଗଳ କାରଣ

ମନ ବଚନ ଓ କର୍ମର ଆୟତ୍ତେ

ଉଦେ ହେବ ସଦ୍ ଜ୍ଞାନ।

ଆଚରଣ ଉଚ୍ଚାରଣେ ଧ୍ୟାନ ଦିଅ

ମହାନ୍ ବ୍ୟକ୍ତିତ୍ଵ ସେହି

ଅନ୍ୟ ଭୁଲ୍ ଠିକ୍ ଵାଛିବା ପାଇଁ କି

ଯୋଗ୍ୟତା ଆସିବ ଯାଇ ।

ଆପଣାକୁ କେଵେ ସର୍ଵଜ୍ଞ ନଭାଵ

ଥିବ ଗୁଣର ଅଭାବ

ଜୀଵନ କ୍ଷେତ୍ରରେକେଵେ ବିକେଉଁଠି

କାହାଠୁ ଶିକ୍ଷା ମିଳିବ।

ପରର ଦୁର୍ଗୁଣ ନିରେଖି ନଦେଖ

ଆପଣା ଦୁର୍ଗଣ ଛାଡ

କୁସୁମ ସମ ଯେ ଵାସ ମହକିବ

ନମାନିବ ଵନ୍ଧବାଡ।

ଶତୃଠାରେ ମଧ୍ୟ ଥାଏ ଭଲଗୁଣ

ତା'ଠାରୁ ସନ୍ଧାନ କର

ଭଲ ଗୁଣ ତା'ର ଶତୃନୁହେଁ କେବେ

ସଦ୍ ଗୁଣେ କର ଆଦର।

ସଦାଚାରୀ ହୁଅ ସମାଜେ ସମ୍ମାନ

ଆପଣା ଛାଏଁ ମିଳିଵ

ହେଲେ ଦୁରାଚାରୀ ଆତ୍ମସମ୍ମାନଟି

ଆପେ ଆପେ କ୍ଷୟ ହେଵ।

ସଦାଚାରୀ ଜନ ଅଳ୍ପକେ ସନ୍ତୁଷ୍ଟ

ସଦା ସତ୍ ଚିନ୍ତନ ତା'ର

ଅସଦାଚାରୀ ଯେ ସଦା ଅସନ୍ତୋଷ

ହେଉ ଥାଏ ହରଵର।

ଦୁଃଖ ସୁଖ ଦୁହେଁ ଜୀବନର ସାଥୀ

ସଦା ରହେନାହିଁ କେହି

ସୁଖ ପରେ ଦୁଃଖନ ଆସିଲେ କେବେ

ମୂଲ୍ୟ ବୁଝି ହୁଏ ନାହିଁ।

ଆପଣା ସହିତ ସମାଜ କଲ୍ୟାଣ

ଚିନ୍ତା କରିବା ବିଧେୟ

ସମାଜ ଆମର ଆମେ ସମାଜର

ସର୍ବ କାର୍ଯ୍ୟେ ହେବ ଜୟ।

ସହ ସମ୍ପାଦିକା ମାହାଙ୍ଗା-ବଡଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ।

48

ମୁଁ ଅଟେ ଏକ ଗାଈ

============

ମୁଁ ଅଟେ ଏକ ଗାଈ

ମୋହର ଏକ ଚାନ୍ଦ ବାଛୁରୀ

ନାମ ତାହାର ଯାଈ ll

ନାମ ମୋହର ଧଳୀ

କାଳି ଗାଈର କ୍ଷୀରଟା ମିଠା

ଜଗତ ହୁଏ ଭାଳି ll

ନାମ ମୋହର ଚାନ୍ଦ

ଓଲେଇ ଗାଈ ସରବେ କହି

ପଘା ପକାଇ ବାନ୍ଧ ll

ମୋହର ଗୋଟେ ନାକ

ଦୁଇଟି ପୁଡ଼ା ନାକରେ ମୋର

ସାହି ପଡିଶା ଡାକ ll

ମୋହର ଦୁଇ କାନ

ଦୁଇଟି ଆଖି ମୁଣ୍ଡରେ ମୋର

ଶିଙ୍ଗ ଦୁଇଟା ସାନ ll

ଚାରୋଟି ଗୋଡ଼ ମୋର

ପଛରେ ପୁଚ୍ଛ ଚଅଁର ମୋର

ବୁଲଇ ଚର ଚର ll

ବୋଲାଏ ମୁହିଁ ଧେନୁ

ଗୋଲକ ପୁର ବାସ ମୋହର

ସୁରଭି କାମଧେନୁ ll

ଗୋମାତା ପୂଜ୍ୟା ନାମ

ମୋହର ପୂଜା ଦିଲ୍ଲୀପ ରାଜା

ରଘୁଙ୍କ ହେଲା ଜନ୍ମ ll

କୃଷ୍ଣ ମୋହର ଇଷ୍ଟ

ମୋ ଦହି ଖାଇ ମଥୁରା ଯାଇ

ମାଇଲେ କଂସ ଦୁଷ୍ଟ ll

ବୃଷଭ ମୋର ପତି

ହର ପାର୍ବତୀ ବାହନ କଲେ

ଶରଧା କରି ଅତି ll

କଥାରେ କଥା କହି

ଦୁଧ ଖାଇବ ଗାଈ ପୋଷିବ

ଯୁଦ୍ଧକୁ ଥିବ ଭାଇ ll

ଖାଏ ମୁଁ ଦୁବ ଘାସ

ବରଷା କାଳ ବରଷେ ଜଳ

ବୃକ୍ଷ ରୋପିବା ଆସ ll

ଶେଷକୁ କହେ ମୁହିଁ

ଗୋଚର ଦଣ୍ଡା ନ ମାର ଭାଇ

ମୋହର ଚରା ଭୁଇଁ ll

🙏🙏🙏

ଅର୍ଜୁନୀ

ଅର୍ଜୁନୀ ଚରଣ ବେହେରା

ମୋ -7693091971

46

ଆକାଶ ଆଖିର ଲୁହ!

""""""""""""""""""""""""""""

ଆକାଶ ଆଖିର ଲୁହ

ଶ୍ରାବଣୀ ଚିବୁକ ଧାରେ

ଟୋପା ଟୋପା ଝରି ପଡି

ଭିଜେ ମାଟି ବୁକୁପରେ ।

କିଛି ଧାର ଲୁହ ଲାଜେ

ଲୁଚେ ମେଘ ପଣତରେ

ଆଉ କିଛି ଧାର ପୁଣି

ହଜେ ଧୂମ୍ର ବାଦଲରେ ।

କିଛି ଧାର ଝରି ଯାଏ

ସାଗରେ ମିଶିବା ପାଇଁ

ଆଉ କିଛି ସାଥେ ନେଇ

ନଈ ଯାଉଥାଏ ବହି ।

ଆଉ କିଛି ଧାର ଲୁହ

ପାହାଡ ଛାତିରୁ ଖସେ

ପୁଣି ଆଉ କିଛି ଧାର

ପାଦପ ପଲ୍ଲବ ଶୋଷେ ।

ପୁଣି କିଛି ଧାର ଲୁହ

ରହେ ଫୁଲ ଓଠ ଧାରେ

ଅମାନିଆ ଲୁହ ଧାରେ

ବାଟ ଘାଟ ବୁଡି ମରେ।

କିଛି ଧିର ଲୁହ ଧାରେ

ଖସଡା ହୁଅଇ ରାସ୍ତା

ସେ ରାସ୍ତାରେ ଚାଲୁ ଚାଲୁ

ବାଟ ହୁଡେ ନବନୀତା ।

ମୁକ୍ତା ସମ କିଛି ବିନ୍ଦୁ

ତରୁଣୀ ଗଭାରେ ମାରେ

ଲୁହ ରାତି ସଉତୁଣୀ

ପ୍ରିୟ ବିରହରେ ଝୁରେ ।

ଆକାଶ ଲୁହ ଛୁଆଁରେ

ରତି ରାତି ପ୍ରୀତି ମଗ୍ନ

ପବିତ୍ର ପାପ ଫାଶରେ

ବନ୍ଧା ପଡେ ତନୁ ମନ।

ପହିଲି ଆଷାଢ଼ ଲୁହ

ଫଟା ମାଟି ତ୍ରୁଷ୍ଣା ମାରେ

କର୍ଷକ ଶ୍ଯାମଳ କ୍ଷେତ

ହସେ କିଛି ଲୁହ ନୀରେ।

ଆକାଶ ଲୁହ ଦର୍ପଣେ

ଇନ୍ଦ୍ରଧନୁ ପ୍ରତିଛବି

ଆକାଶ ବର୍ଣ୍ଣିଳ ବାଟ

ମାଟିକୁ ସେ ଯାଏ ଲମ୍ବି ।

ଆକାଶ ଆଖିର ଲୁହ

କୋହ ଆଉ ମୋହ ଭରା

ସେ ଲୁହର କିମିଆରେ

ବିଭୋରେ ନାଚଇ ଧରା ।।

********

ଅମରାନନ୍ଦ ନାୟକ ହରିପୁର କାନପୁର କଟକ ।

47

ରହସ୍ୟ

****ଅପର୍ତ୍ତି ସେଠୀ

ପ୍ରତ୍ଯେକ କଥା ଘଟଣା ପଛେ

ଥାଏ କିଛିଟା ତଥ୍ୟ,

ସେହି ତଥ୍ୟଟି ଅଟେ "ରହସ୍ୟ"

ଯାହାର ଅର୍ଥ ତତ୍ତ୍ଵ।

ଯେମନ୍ତେ‌ ଯଜ୍ଞ ପୂଜା ଇତ୍ୟାଦି

କାର୍ଯ୍ୟେ "ରହସ୍ୟ" ମନ୍ତ୍ର,

ସେମିତି କିଛି "ରହସ୍ୟ" ଅଛି

ଚଳେଇବାକୁ‌ ଯନ୍ତ୍ର।

ସେ ଭଳି ଯନ୍ତ୍ର ଆମ ଜୀବନ

ପରିଚାଳନା ପାଇଁ,

ଗୀତା "ରହସ୍ୟ" ପଢ଼ିବା ଭଲ

କୁହନ୍ତି ଭାବଗ୍ରାହୀ।

ଭାବରେ ବନ୍ଧା ଭାବ ଠାକୁର

ଭାବଟି ହେଲା ବଡ଼,

ସେହି ଭାବରେ "ରହସ୍ୟ" ବନ୍ଧା

ପଥ ମୁକତିଦ୍ଵାର‌।

ସତେ ଅଦ୍ଭୁତ ସାରା ଜଗତ

ଲାଗେ "ରହସ୍ୟମୟ",

ଜ୍ଞାନ ଭିତରେ ବିଜ୍ଞାନ ରସ

ଯିଏ ଅତୁଳନୀୟ।

ସତେକି ଫଳ ମଧ୍ୟରେ ରସ

"ରହସ୍ୟ" ମିଠା ସ୍ଵାଦ,

ଯେଉଁ "ରହସ୍ୟ" ଅଟେ ଅବଶ୍ଯ

ବିଷ ନିମନ୍ତେ ଗଦ‌।

"ରହସ୍ୟ" ଅଟେ ଚାବିକାଠିଟି

ଖୋଲେ ସେ ଚାରିଦ୍ଵାର,

"ରହସ୍ୟ" ଅଟେ ଦୀପଶିଖାଟି

ଅନ୍ଧାର କରେ ଦୂର‌।

"ରହସ୍ୟ" ପର୍ଦ୍ଦାଫାଶ ହୁଅନ୍ତେ

ସତ୍ୟର ବର୍ଷା ଝରେ‌,

"ରହସ୍ୟ" ଏକ ଓଠର ହସ

ଖୋଜିଲେ‌ ଜଣାପଡ଼େ।

କେଉଁଠି ହେଲା ମୃତାହତ କି

ଘଟଣା ଦୁର୍ଘଟଣା,

ଗଣମାଧ୍ୟମ "ରହସ୍ୟ" ଖୋଜି

ପ୍ରଚାର କରେ ସିନା।

ପୂର୍ବ ଅତୀତ "ରହସ୍ୟ" ଅଛି

ଇତିହାସରେ ଲେଖା,

ଏବେ "ରହସ୍ୟ" ମଜା ଜାଣିବା

ସିସିଟିଭିକୁ ଦେଖା।

"ରହସ୍ୟ" ଜ୍ଞାନ କୌଶଳ ମତ

ସୃଷ୍ଟି ସର୍ଜନା ତତ୍ତ୍ଵ,

ଏକା ପଣ୍ଡିତ ଜାଣେ "ରହସ୍ୟ"

ଜୀବନ ମୁକ୍ତିପଥ‌।

ରସରୁ ରାସ ରାସ‌ରୁ ହସ

ହସରୁ ପ୍ରେମ ସୃଷ୍ଟି,

ପ୍ରେମରେ କିନ୍ତୁ "ରହସ୍ୟ" ଅଛି

ସତେକି ଅଠାକାଠି।

ଜୀବନ ରାମାୟଣରେ ଯେବେ

ପଡିବ ଶକ୍ତିଭେଦ,

"ରହସ୍ୟ"ବିଶଲ୍ୟକରଣୀଟି

ଓଁ କାର ବ୍ରହ୍ମନାଦ।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

ମୋ - ୭୮୯୪୩୯୮୫୦୦)

49

ଭଜନ🙏🏻

ହଂସ ଖେଳୁଛିରେ ଆମ ଗାଁ ପୋଖରୀର

ନିଜର ବୋଲିଣ ତା'ର କିଛି ନାହିଁ

ପୋଖରୀ ତା'ର ନିଜର

ପୋଖରୀ ଶୁଖିଲା ସିଏ ଉଡ଼ି ଯାଏ

ଖୋଜେ ଆଉ କେଉଁ ଘର। (୧)

ବଢ଼ି ପାଣିକୁ ସେ ଡରେ ନାହିଁ କେବେ

ପାଣି ରେ ସେ ବୁଡି ରହେ

ବାଆ ବତାସକୁ ଖାତିରି କରେ ନା

ପାଣିରେ ପହଁରୁ ଥାଏ। (୨)

ଖାଇବା ପିଇବା ଖୋଜେ ନାହିଁ ସିଏ

ସବୁତ ଅଟେ ତାହାର

ଆଗରେ ପଛରେ କେହିବି ନାହାନ୍ତି

କେହି ନୁହେଁ ତା ନିଜର। (୩)

ଆଜି ଯାଏ କେହି ନିଜର ହୋଇନି

କେହି ହୋଇନାହିଁ ପର

ରହେ ଯେଉଁ ଠାରେ

ସେଇଟି ତାହାର ଚାଲି ଗଲେ ହୁଏ ପର। (୪)

🙏🏻ନିର୍ମଳ ଚନ୍ଦ୍ର ସାହୁ 🙏🏻

🏵️ କବିତ୍ରା,କେଉଁଝର 🏵️

50

।। ନବ ଯୌବନ ବେଶ।।

ତୋ ' ନବ ଯୌବନ ବେଶ ଦେଖିବାକୁ

ପ୍ରତୀକ୍ଷାରେ ଥିଲି କେତେ,

ହେଲେମୁଁ ସେଥିରୁ ବଞ୍ଚିତ ହେଲି

ଜଞ୍ଜାଳ ଘାରିଲା ମୋତେ।।୧।

ଶୁଣିଥିଲି ତୋର ଡୋର ନ ଲାଗିଲେ

ଯାଇପାରେ ନାହିଁ କେହି,

ଦର୍ଶନ ଦେଉନା ସମସ୍ତଙ୍କୁ ତୁହି

ଆପଣା ଖୋଜୁତୁ କେହି।।୨।।

ଏତେ ଛନ୍ଦ ଯଦି ମନରେ ରଖିଛୁ

ପତିତପାବନ ଉଠା,

ସେ ନାମରେ ଆଉ ଡାକିବିନି କେବେ

ନହେଉ ପଛେ ତୋ' ଦେଖା।।୩।।

ସବୁ ମାୟାରେ ତୁ ଅଟୁ ଧୂରନ୍ଧର

ତୋ' ଲୀଳା ବୁଝିବା କଷ୍ଟ,

କେତେବେଳେ ତୁହି ହରିନେଉ ଦୁଃଖ

ଦେଇପାରୁ କେତେ ସୁଖ।।୪।।

ଏଡ଼େ କପଟିଆ କାଳିଆ ଛଳିଆ

ଜାଣିବି ପାରୁନି ଭୁଲି,

ଦେଖା ପଛେ ତୁହି ନଦେଏରେ ମୋତେ

କରିଦେ ତୋ' ପାଦ ଧୂଳି।।୫।।

ରହିଥିବି ପଛେ ଧୂଳି କଣା ହୋଇ

ବେଢ଼ାର ଭିତରେ ତୋର,

ସବୁ ବେଶକୁ ମୁଁ ଦେଖୁଥିବି ସଦା

କରିବୁନି ମୋତେ ପର।।୬।।

।। ଚିତ୍ରା ରାଣୀ ପାତ୍ର।।

।। ବାଲେଶ୍ଵର।।

51

( ସବୁତ ଗଲାନ ଲୁକି )

( ୧୪୨ )

ଟାଂଗା ଗାଡ଼ି ବସି କନିଆଁ ଘର୍‌କେ

ବର୍‌ ଯାତ୍‌ରେଁ ଗଲେଁ ବର୍‌

କେନ୍‌ତା ସୁରୁତ୍‌ ମଧୁର୍‌ ସମିଆ

ଥିଲା ଭାବ୍‌ ସର୍‌ ସର୍‌ ।

ଠିକ୍‌ ଆର୍‌ ଦିନେ ଝିଇ ଖଟି ଯାଏ

ସାଂଗ୍‌ ସର୍‌ତାକୁଁ ଛାଡ଼ି

ମାଆଁ ଘର୍‌ ଛାଡ଼ି ଶାଶ୍‌ ଘର୍‌ ଯାଏ

ସେଟା ଭି ବଲଦ୍‌ ଗାଡ଼ି ।

ଏଭର୍‌ ବିହାକେ ଆଘର୍‌ ବିହାଥିଁ

ଭାବେଁ ଦେଖ ଘାଏ ଯୁଖି ......

ନାଇଁନ ଆରୁ ସେ ଆଗର୍‌ କଥା

ସବୁତ ଗଲାନ ଲୁକି ।

କୃଷ୍ଣଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼

52

।। ମଧୁ ମୁହୂର୍ତ୍ତ।।

ମଧୁ ମିଳନର ମଧୁର ମୁହୂର୍ତ୍ତ

ବିତିବାକୁ ଦିଅ ନାହିଁ,

ମଧୁର ପରଶ ମଧୁର ହରଷ

ଦୂରେଇବି ଦିଅ ନାହିଁ।।

ମଧୁ କେଶ ବାସ ମଧୁଝରା ହସ

ଲିଭିବାକୁ ଦିଅ ନାହିଁ,

ମଧୁ ରାଗିଣୀର ମଧୁର କାହାଣୀ

ଭୁଲିବାକୁ ଦିଅ ନାହିଁ।।

ସବୁ ମଧୁରର ନିର୍ଯ୍ୟାସ ମଧୁର

ମଧୁରେ ମଧୁରେ ଥାଏ,

ମଧୁମକ୍ଷିକାର ମଧୁ ଶୋଷିବାତା

ମଧୁର ଯନ୍ତ୍ରଣା ଦିଏ।।

ମଧୁ ମାସେ ଯେବେ ଆସିଲ ମୋ ପାଶେ

ମଧୁର ବାଣୀରେ କହି,

ମୋ'ମନ ମଧୁକୁ ଛଟକେ ଚୋରାଇ

ଗଲ ମଧୁ ବାର୍ତ୍ତା ଦେଇ।।

ମଧୁ ରାତି ଭଟ୍ଟା ପଡ଼ିନାହିଁ ଏବେ

ବାକି ଅଛି ମଧୁ ଯାମ ,

ତୁମେମୋ' ଜୀଵନ ମଧୁର ମୂର୍ଚ୍ଛନା

ତୁମେ ମଧୁ ବୋଳା ନାମ।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

53

ବ୍ୟଙ୍ଗ ସୃଜନ💫💫

ପ୍ରମୋସନ୍ ଦେବି ତୋତେ❤️

✍କବି ଶେଷଦେବ ପଣ୍ଡା

"""""""""""""""""""""""""""""""""

ଧରମ ଭାଇ ରେ ଧରମ ଭାଇ,

ତୋ ପାଇଁ କରିଛି ରାକ୍ଷୀ ପୁନେଇଁ,

ଆ ବାନ୍ଧିଦେବି ରାକ୍ଷୀ,

କିସ୍ ଲାଗିବ ଫିସ୍ ଲାଗିବ

ଦଶ ଦିଗପାଳ ସାକ୍ଷୀ ।

ପିନ୍ଧିଛି ତୋହର ଗିଇଫଟ୍ ଡ୍ରେସ୍,

ବାଳ ଡ୍ରାଏ କରି ହୋଇଛି ଫ୍ରେସ୍,

ଦୀପ ଜାଳି ବନ୍ଦେଇବି,

ଆଖି ଇସାରାରେ ଅଳ୍ପରେ ଅନେକ

କଥା ମୁଁ ତୋତେ କହିବି ।

ଗଲା ରାକ୍ଷୀ ଦିନେ ଚିମୁଟି ଦେଲୁ,

ମିଠା ଖୁଆ ବେଳେ କାମୁଡି ଥିଲୁ,

ଭୁଲିବି କେମିତି ତୋତେ,

ରିଚାର୍ଜ୍ ବୋଇଲେ ରିଚାର୍ଜ୍ କରୁଛୁ

ଯାତରା ନେଉଛୁ ମୋତେ ।

ଦେବଦାରୁ ତଳ ତ୍ରି-ଛକି ସ୍ଥାନେ,

ଦେଖାକରୁ ମୋତେ ନିତି ଗୋପନେ,

ଫେସବୁକ୍ ଚାଟ୍ କରି,

ପାଇଥିଲି ତୋତେ ରସିକ ନାଗର

ଭାବରେ ମରୁଛି ଝୁରି ।

ମୋତେ ନେଇ କେତେ କବିତା ଲେଖୁ,

ନୀଡ ଗଢିବାକୁ ସପନ ଦେଖୁ,

ସୁଆଗ ପାସୋରି ନାହିଁ,

ଦିଶିଯାଏ ତୋର ଚନ୍ଦ୍ରମୁଖ ଗୋଟି

ଯେବେ ବି ଖୋଲୁଛି ବହି ।

ପ୍ରମୋସନ୍ ତୋତେ ଦେବି ନିଶ୍ଚୟ,

ହଜବେଣ୍ଡ୍ ମୋର ହେବା ତୁ ଥୟ,

ଟାକିଥା ବରଷେ ଅଧେ,

କିଏ ବା ପଚାରେ ଯିଏ ଯାହା କହୁ

କୃଷ୍ଣ କୃଷ୍ଣ ରାଧେ ରାଧେ ।

ସୃଜନ ନିଳୟ

ପାଟଣାଗଡ,ବଲାଙ୍ଗିର

54

ସୋର୍ ପଡ୍ ସି ମନେ (୬୫୩)

ଜୀବନ ଆଏ ମରନର୍ ସାଥୀ

ମସାନ୍ କହେ ଶରୀରର୍ ସାରଥୀ,

ପୋ ଆଏ ଵହର୍ ସମ୍ପତ୍ତି

‌ ଝି ଆଏ ଜଏଁ ର୍ ଜୀଵନ୍ ସାଥୀ,

କିହେ ନୁହେଁ କାହାର୍ ହେଲେଁ

ବୁଢ଼ା ବେଲେଁ ବୁଢ଼ୀ ସାରଥୀ ।

ମଲାବେଲେଁ ଯିବା କରମ୍

ହଇକରି ନିଜର୍ ଶେଷ୍ ସାଥୀ।

ୠଷଭ ଵିଶି

ଜହ୍ନାପଡା, ଅତାବିରା, ବରଗଡ

55

................. ବିଶ୍ଵାସ ଧରିକି

ଜୀଇଁଛି ଯାହା...................

ରାତି ଭୋକ ମରେ ମାଗଣା ପାଣିରେ

ଦିନ ଭୋକ ମାରେ ଭିକ

ବିଶ୍ବାସରେ ଖାଲି ଜୀଇଁଛି ଯାହା ମୁଁ

ପରିଚୟେ ହେଇ ଲୋକ ।।

ଛାତି ଫଟେଇକି କାନ୍ଦୁଛି ଗୁମୁରି

ଦେଖେଇ ପାରୁନି ଲୁହ

ଖୋଲା ହସ କିଛି ହସୁଛି କଷ୍ଟରେ

ଚାପି ମନ ତଳେ କୋହ ।।

ଯେତେ ଉପଶବ୍ଦ ଦୟାର ଅଛନ୍ତି

ସମସ୍ତେ ଲାଗନ୍ତି ମୋଠିଁ

ନିଜ ତରଫରୁ ଫାଇଦା ଉଠାନ୍ତି

ଅବସ୍ଥାର ଦୈଘ୍ୟ ମାପି ।।

ଆବଶ୍ଯକ ତାର ଅନିଚ୍ଛା ନକ୍ସାରେ

ବ୍ୟବସ୍ଥା ରଖିଛି ମତେ

ନିଜ ପାଇଁ ନିଜେ ଅଭିଶାପ ହୋଇ

ବଂଚିଛି ଟିକେ ଯା ଅଳ୍ପେ ।।

ଅସରା ପାପର ଅଲୋଡା ଫଳକୁ

କପାଳ ଫଳାଏ ଜଗି

ଧର୍ମ ସଙ୍କଟରେ ପରିଚୟ ପଡେ

ବିଜ୍ଞାପନେ ନବା ଲାଗି ।।

ମହେନ୍ଦ୍ର ନଂଦ

୮୨୪୯୪୧୧୩୬୭

56

ଦ୍ୱାପର ଯୁଗରେ "(ନଵାକ୍ଷରୀଛନ୍ଦ)

କଵି ତାରକା ପ୍ରମୋଦା ମଞ୍ଜରୀ ବଳ

==================

ଦ୍ୱାପର ଯୁଗରେ ଯେ କଂସ

ଦେବଙ୍କୁ ଦେଲା ଵଡ କଷ୍ଟ।

ତା'ପାଦ ଘାତରେ ଧରିତ୍ରୀ

ନସହି ହେଲା ଅଶ୍ରୁମୁଖୀ।

ସର୍ଵେ ହୋଇଲେ ତହିଁ ଠୁଳ

ଆର୍ତ୍ତେ ଡାକନ୍ତି ଆଦିମୂଳ।

କ୍ଷୀରୋଦ୍ରୀ ସାଗର ତଟରେ

ଡାକନ୍ତି ଆରତର ସ୍ୱରେ।

ପ୍ରଭୁ ଅନନ୍ତ ଶୟନରେ

ଵେନି ପତ୍ନୀ ଙ୍କ ସଙ୍ଗତରେ।

ନପାଇ କୌଣସି ଉତ୍ତର

ଧ୍ୟାନେ ବସିଲେ ଵେଦ ଵର

ନିଦ୍ରା ତେଜିଣ ମହୀପାଳ

ଧ୍ୟାନେ ଦେଖନ୍ତି ଵେଦଵର।

ଜାଣିସେ ଦେବତା ଙ୍କ ମନ

କହନ୍ତି ସକଳ ଵିଧାନ।

ମଥୁରା ନଗରୀ ରେ ମୁହିଁ

ଦେବକୀ କୋଳେ ଜାତ ହୋଇ।

ନାଶିବି ଅସୁର ସକଳ

ରଖିବି ଅଵନୀ ର ଭାର।

ତୁମେ ସକଳେ ଦେଵ ଯାଅ

ଯାଦଵ କୂଳେ ଜାତ ହୁଅ।

ଗୋପ ନଗରେ ହୁଅ ଜାତ

ଗୋପୀ ଗୋପାଳ ଯେ ଵୃତ୍ତାନ୍ତ।

ଅଷ୍ଟମ ଗର୍ଭେ ଜାତ ହୋଇ

ବଢିବି ଗୋପପୁରେ ଯାଇ।

ଶୁଣି ପ୍ରଭୁଙ୍କର ଏ ଵାଣୀ

ତୋଷ ହୋଇଲେ ଦେଵ ଶୁଣି।

ଦେଵକୀ ଵସୁଦେବ ସାଥେ

ଵିଭା କରାଇ ଵେଦ ମତେ।

ରଥେ ବସାଇ ନିଏ କଂସ

ଭଗିନୀ ଵିଵାହେ ହରସ।

ଯୌତୁକ ପଣେ ଦେଲା ଯାହା

ଵର୍ଣ୍ଣି କେ କହିପାରେ ତାହା।

ଅଳପ ପଥ ଗଲା ପରେ

ଶଦ୍ଦ ଶୁଭିଲା ଗଗନରେ।

ଏଡେ ଅଜ୍ଞାନ କଂସ ତୁହି

ଯାହାକୁ ନେଉ ରଥେ ବାହି।

ତୋତେ ମାରିବ ତା'ର ସୁତ

ବିଧିର ବିଚାର ଏମନ୍ତ।

ଶୁଣିଣ କଂସ ରୋଷ କଲା

ଦେଵକୀ କେଶକୁ ଧରିଲା ।

ଗଡ୍ଗ ଧରିଲା ମୁଷ୍ଟି କରି

ଆଜି ଦେବକୀ ଦେଵି ମାରି।

ବସୁଦେବ ଯେ ଆକୁଳରେ

ବେନି ନୟନୁ ଅଶ୍ରୁ ଝରେ।

ବୋଲ ଇ ହୋଇଣ ବିକଳ

ଆପଣା ଭଗ୍ନୀରେ ନମାର।

ସେତ ନୁହଁ ଇ ତୋ ଵଇରୀ

ତା' ପୁତ୍ର ଯେଵେ ତୋତେ ମାରି ।

କରୁଛି ମୁଁ ତ୍ରିବାର ସତ୍ୟ

ଦେବକୀ ଗର୍ଭୁ ପୁତ୍ରଜାତ।

ହୋଇଲେ ଦେଵି ତୋର କର

ଶତ୍ରୁ ଵା କିଏ ହେବ ତୋର।

ଏମନ୍ତ ଵିଚାର ଶୁଣିଲା

ଦେବକୀ କେଶ ଛାଡିଦେଲା।

ରଥଯେ ନେଲା ବାହୁଡାଇ

ରଖିଲା ନିଜ ପୁରେ ନେଇ

ହେ କୃଷ୍ଣ ଦୟାର ସାଗର

ତୋ ପାଦେ କୋଟୀ ନମସ୍କାର।

🙏🌹🙏🌹🙏🌹🙏🌹

କଵି ତାରକା ପ୍ରମୋଦା ମଞ୍ଜରୀ ବଳ। ସହ ସମ୍ପାଦିକା ମାହାଙ୍ଗା-ବଡଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ। ନଳୀପୁର, ବାଲିଚନ୍ଦ୍ରପୁର, ଯାଜପୁର

57

ନୀରବ ଭାବନା

ନୀରବ ନିଶ୍ଚଳ ଏକାଗ୍ରତା ଭାବ

ମନେରେ ଯେବେ ଆସିବ

ସାହିତ୍ୟ ସାଧନା ହେବନାହିଁ କଷ୍ଟ

ସମସ୍ତ ବନ୍ଧୁ ଜାଣିବ ।୧।

ଲେଖନୀ ହୋଇବ ଚଳ ଓ ଚଞ୍ଚଳ

ଭାବନା ଆସିବ ଧୀରେ

ଶବ୍ଦ ସଂଯୋଜନା ଭାଷାକୋଷ ପୁଣି

ହୃଦୟ ମନ୍ଥନ କରେ ।୨।

ହୋଇ ଆଗଭର ନିଦ୍ରାକୁ ତେଜିଣ

କାଗଜ କଲମ ଧରି

ଭାବନାର ଶେଷ ପର୍ଯ୍ୟନ୍ତ ଲେଖନୀ

ଚାଲୁଥିବ ଥିରି ଥିରି ।୩।

ପୂର୍ଣ୍ଣ ହେବ ଯେବେ ଭାବନା ଆମ୍ଭର

ହୋଇବ ଲେଖା କବିତା

ସାହିତ୍ୟ ଉନ୍ନତି ଦେଶର ପ୍ରଗତି

ଜୟ ମୋ ଭାରତ ମାତା ।୪।

ଲେଖାଟିଏ ପଢି ମତାମତ କେହି

ଦେଲା ଯଦି ଆନନ୍ଦରେ

ସ୍ବାର୍ଥକ ହୋଇବ ରଚନା ଆମ୍ଭର

ବୋଲିବେ ବଚନେ ଧୀରେ ।୫।

ସୁନାମ ବଢିବ ସାହିତ୍ୟ ଜଗତେ

ଅପରିଚିତଙ୍କ ଭାବ

ସଭାସମିତିରେ ପଢିଲେ କବିତା

ଭୟଭ୍ରାନ୍ତି ଦୂର ହେବ ।୬।

ମିଳିମିଶି ଆମ୍ଭେ କରିବା ସ୍ବାଗତ

ସାହିତ୍ୟ ଵନ୍ଧୁ ମାନଙ୍କୁ

ପଥ ପ୍ରଦର୍ଶକ ହୋଇବା କାହାରି

ଆନନ୍ଦ ଦେବା ସଭିଙ୍କୁ ।୭।

ଭାବନା ଏତିକି କଲି ମୁଁ ସମାପ୍ତ

ନ ଧରିବ କେହି ଦୋଷ

ରଖିଥିବ ମନେ ମୋ କଥାକୁ ବନ୍ଧୁ

ପୂର୍ଣ୍ଣ ହେବ ଅବସୋସ ।୮।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦

58

ରାଧା(୨୧୮)

~~

ନୁହେ ସାଧୁସନ୍ଥ ଦିବ୍ୟ ଜ୍ଞାନ ନାହିଁ

ନୁହେଁ ପ୍ରଭୁ ମହାଯୋଗି...

ଯୋଗ ବଳେ କାହିଁ ତୁମକୁ ସାଧିବି

ନୁହେଁ ମୁଁ ଶକ୍ତସନ୍ୟାସୀ..

ମୁଁ ଛାର ନାରୀ ସଂସାର ମୟାରେ

ଭ୍ରମିତ ସଦା ମୋ ମୋ ମନ....

ତୁମ ନାମ ଜପ ବିନା କିଛି ଆଉ

. ନ ଜାଣେ ହେ ନାରାୟଣ...

~~~~~~

ସୁଶ୍ରୀ ଶୁଭଙ୍କରୀ ଦାଶ

ସୁବର୍ଣ୍ଣପୁର

59

ନାମ ଓ ନାମୀ

ରାମ ଙ୍କ ଚରଣ ତାରଣ କରିଲା

ପାଷାଣ ଅହଲ୍ୟା ନାରୀ

ରାମ ନାମ ଜପି କୋଟି କୋଟି ନର

ଭବୁ ହେବେ ହେଳେ ପାରି

ନାମୀ ଠାରୁ ନାମ କେଡେ ବଳବାନ

ବୋଲି ଜାଣିଲା ଜଗତ

ନାମ ଠାରେ ପ୍ରଭୁ ରଖିଛନ୍ତି ଶକ୍ତି

ସ୍ୱୟଂ ଠାରୁ ସେ ଅଧିକ

ସଦାନନ୍ଦ ନାୟକ

ଗଂଜାମ

60

।। ଥୁଣ୍ଟା ବୃକ୍ଷର ପକ୍ଷୀ ।।

ଉଚ୍ଚ ଉଚ୍ଚ ବୃକ୍ଷରାଜି ମଧ୍ୟରେ ହିଁ ଏକ

ଥୁଣ୍ଟା ବୃକ୍ଷର ଡାଳରେ ପକ୍ଷୀର ବସା

ଜଙ୍ଗଲରେ ଅନେକ ସବୁଜିମା ବୃକ୍ଷର

ଡାଳରେ ଅନେକ ପକ୍ଷୀଙ୍କ ବସା ପତ୍ର

ଫଳ ନାନା ବର୍ଣ୍ଣ ପୁଷ୍ପରେ ହିଁ ଶୋଭିତ ।

ଏକ ସାଧୁଙ୍କ ପଡିଲା ହିଁ ନଜର ଏକ

ପକ୍ଷୀ ଥୁଣ୍ଟା ବୃକ୍ଷରେ ବସାବାନ୍ଧି ରହି

ଉଦାସ ଦୂରେଇ ଅନ୍ୟ ବୃକ୍ଷ ସବୁଜିମା

ନାହିଁ ଏଠି କାହିଁକି ରହିଛୁ ଏକା ପ୍ରଶ୍ନ

କଲେ ସାଧୁ ଜୀବନ ଦୁର୍ବିସହ ହିଁ ଏଠି ।

ଭାଷିଲେ ସାଧୁ ତୁ ମୂର୍ଖ କିରେ ଏ ବୃକ୍ଷ

ବଞ୍ଚିବ ଅଳ୍ପଦିନ,ଛାଡ଼ି ଚାଲି ଯାଉନୁ

ତୁ ସେ ଥୁଣ୍ଟା ବୃକ୍ଷକୁ କଣ ଅଛି ସେଠି

ମହାଭାଗ ଏ ବୃକ୍ଷ ହିଁ ମୋ ଘର ଏଠି

ମୋ ମାଆ ଏ ବୃକ୍ଷ ଜନ୍ମ ମୋର ଏଇଠି ।

ଏହି ବୃକ୍ଷର ଫଳ ପୁଷ୍ପ ଖାଇ ବଡ ହିଁ

ହୋଇଛି, ଦିନେ ଫଳ ପୁଷ୍ପ ଭର୍ତ୍ତି ଥିଲା

ଏ ବୃକ୍ଷ, ଅନେକ ପକ୍ଷୀଙ୍କ ହିଁ ବସାରେ

ଭରପୁର ଥାଇ ହସୁ ହିଁ ଥିଲା ଏ ବୃକ୍ଷ

ବ୍ୟାଧର ବିଷାକ୍ତ ଶର କଲା ଶ୍ରୀହୀନ ।

ଚାଲିଗଲେ ସବୁ ପକ୍ଷୀ ଏ ବୃକ୍ଷ,ମୁଁ ନ

ଗଲି ମୋର ଆପଣାର ମାଆକୁ ଛାଡି

ବନ୍ଧୁର ବିପଦରେ ଛାଡି ଚାଲିଯିବା ହିଁ

ନୁହେଁ ଭଲ, ସାଧୁବାଦ ଜଣାଇ ସାଧୁ

ବନ୍ଧୁ ପ୍ରତି ଶ୍ରଦ୍ଧା ଭାବରେ ହେଲେ ଖୁସି ।

ସ୍ନେହମୟୀ ର ସ୍ନେହରେ ଦେଇ ସାଧୁ

ଆଶିଷ ଉକ୍ତ ବୃକ୍ଷକୁ ହିଁ ଜୀବନ ଦାନ

କରି ସାଧୁ ସନ୍ଥ ମଣିଷ ପକ୍ଷୀଟିକୁ ହିଁ

ଧନ୍ୟବାଦ ଦେଇ ଚାଲିଗଲେ ଗନ୍ତବ୍ୟ

ପଥରେ,ସବୁଜିମା ଭରା ବୃକ୍ଷ ହିଁ ପତ୍ର

ପୁଷ୍ପ ଭର୍ତ୍ତି ଗହଳ ଚହଳ ସୃଷ୍ଟି ରାଜି ‌।।

ବିକ୍ରମାଦିତ୍ୟ ପୁରୋହିତ

ଜଗନ୍ନାଥ କଲୋନୀ ବୁଢ଼ାରଜା

ସମ୍ବଲପୁର

61

ବେଳୁ ହୁଅ ସାବଧାନ

ଉମା ବଲ୍ଲଭ ଷଡ଼ଙ୍ଗୀ

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ବେଳୁ ହୁଅ ସାବଧାନ ସର୍ବ ଜନ

ବେଳୁ ହୁଅ ସାବଧାନ

ମାଟି ଲୁଚୁ ଅଛି ବୃକ୍ଷ ଲୁଚୁ ଅଛି

ଲୁଚନ୍ତି ପାଣି ପବନ।(୧)

ଗଛ ଲଗାଇବା ମନେ ବିଚାରୁଛ

ରହି ଅଛି ଯେତେ ସ୍ଥାନ

ମୁଣ୍ଡ ଗୁଞ୍ଜିବା କୁ ଜାଗା ପାଇବା ନି

ଘୋଟି ଅସେ ସେହି ଦିନ ।(୨)

ହୁତୁ ହୁତୁ ହୋଇ ବଢେ ଜନ ସଂଖ୍ୟା

ତହିଁରେ ଦିଅ ନଜର

ନହେଲେ ସବୁ ତ ଭୂମି ଲୁଚି ଯିବ

ସାଗରେ କରିବା ଘର ।(୩)

ପଚାଶ ବର୍ଷ ରେ ଚାଳିଶ କୋଟି ରୁ

ହେଲେ ଦେଢ଼ ଶହ କୋଟି

ସେଥି ପାଇଁ ସିନା କ୍ରମେ କ୍ରମେ ଆମ

ଲୁଚି ଯାଏ ଏହି ମାଟି ।(୪)

ତୀବ୍ର ଗତିରେ ତ ଜନ ସଂଖ୍ୟା ବଢେ

ଟିକିଏ ଦିଅ ନଜର

ବରଷ କୁ କେତେ ବଢ଼ୁ ଛନ୍ତି ତାହା

ମନ ରେ ହିସାବ କର। (୫)

ପାଞ୍ଚ ସାତ ଦଶ ପିଲା ଥିଲା ବେଳେ

ଲୋକ ସଂଖ୍ୟା ଯେତେ ଜଣ

ଆମେ ଦୁଇ ଆମ ଦୁଇ ନିୟମ ରେ

ବଢିଲେ ତ ଚାରି ଗୁଣ ।(୬)

ସେଥି ପାଇଁ କାହା ମନେ ନାହିଁ ଚିନ୍ତା

ପ୍ରକୃତି ସଙ୍ଗରେ ଖେଳି

ଆନନ୍ଦ ମନରେ ଧ୍ଵଂସ କରି ତାକୁ

କୋଠା ଘର ଦେଉ ତୋଳି।(୭)

ଯେତେ ଥିଲା ଆମ ଗୋଚର,ଜଙ୍ଗଲ

ଅନାବାଦି, ଚାଷ ଜମି

କଳ କାରଖାନା କୋଠ ଘର ରାସ୍ତା

ହୋଇଲା ସମସ୍ତ ଭୂମି ।(୮)

ଗ୍ରାମ ଟି ସହର ସହର ନଗର

ନଗର ମହା ନଗର

ପାଲଟି ଯାଉଛି ମାଟି, ଗଛ ନାହିଁ

ଦିଶେ ଖାଲି ପକ୍କା ଘର।(୯)

ବିଜ୍ଞାନ ଯେତିକି କରୁଛି ଉନ୍ନତି

ସେତିକି କମିଛି ସ୍ଥାନ

ବୃକ୍ଷ, ଲତା, ଜଳ ,ବାୟୁ କମିବା ରୁ

ନାନା ରୋଗ ବର୍ଦ୍ଧମାନ।(୧୦)

ମାଟି କମିଲା ତ ବୃକ୍ଷ ବି କମିଲା

କେ ଘେନିବ ରବି ତାପ

ପକ୍କା ରାସ୍ତା, ଘର ନିଶ୍ଚୟ କରିବ

ବିକିରଣ ଯେ ଉତ୍ତାପ।(୧୧)

ଯେତିକି ଆନନ୍ଦ ଲଭୁ ଅଛୁ ମନେ

ସେତିକି ପାଉ କଷଣ

ଜନ ସଂଖ୍ୟା ବୃଦ୍ଧି ରୋକିବାକୁ କିଆଁ

ବଳୁନାହିଁ କାହା ମନ ।(୧୨)

ଦିନୁ ଦିନ ଯଦି ବଢେ ଜନ ସଂଖ୍ୟା

ପାଇବା ନି ଟିକେ ସ୍ଥାନ

ସଂକଳ୍ପ କରିବା ରୋକିବାକୁ ତାହା

ବେଳୁ ହେବା ସାବଧାନ।(୧୩)

62

ଗାଏମା ପ୍ରେମର୍‌ ଜୟେ )

ପ୍ରେମ୍‌ ଆଏ ଏକା ପରମ୍‌ ପଦ୍‌ଟେ

ପର୍‌କେ ଆପ୍‌ନା କରେ

ପ୍ରେମ୍‌ ଲାଗି ସିନେ ମାଟିର୍‌ ମରତେଁ

ସରଗର୍‌ ସୁଖ୍‌ ଝରେ । ୧

ପ୍ରେମ୍‌ ଲାଗି ସିନେ ଇ ସାରା ସଂସାର୍‌

ସବ୍‌କୁଁ ଲାଗ୍‌ସି ହିତ୍‌

ଜୀବନ୍‌ଟା ହେସି ସରସ୍‌ ସୁନ୍ଦର୍‌

ଗାଏଲେଁ ପ୍ରେମର୍‌ ଗୀତ୍‌ । ୨

ପ୍ରେମର୍‌ ମହକ୍‌ ବଢ଼ାସି ତହଁକ୍‌

ପ୍ରେମ୍‌ ଅମ୍‌ରୁତ୍‌ ଧାର୍‌

ପ୍ରେମ୍‌ ଭାବ୍‌ ଥିଲେଁ ଦୁଃଖୀକେ ଉସାସ୍‌

ଲାଗ୍‌ସି ଦୁଃଖର୍‌ ଭାର୍‌ । ୩

ପ୍ରେମ୍‌ ଶବଦ୍‌ଟା ସବୁନୁ ସୁନ୍ଦର୍‌

ପ୍ରେମ୍‌ ପାରିଜାତ୍‌ ଫୁଲ୍‌

ପ୍ରେମ୍‌ ନାଇଁ ମାନେ ଅଭାବ୍‌ ସଭାବ୍‌

ପ୍ରେମ୍‌ଟା ଅମୁଲ୍‌ ମୁଲ୍‌ । ୪

ପ୍ରେମର୍‌ ମଧୁର୍‌ ମହକନ୍‌ ଧରି

ଇ ସାରା ସଂସାର୍‌ ହଁସେ

ନିର୍‌ମଲ୍‌ ମନ୍‌ ମଧୁର୍‌ ଭାବ୍‌ଥିଁ

ପ୍ରେମୀର୍‌ ମନ୍‌ଟା ରସେ । ୫

ପ୍ରେମର୍‌ ଡୋରିଥିଁ ବନ୍ଧା ହେଇଥିଲେ

ଗୋପର୍‌ ଯେତେକ ବାଲା

ପ୍ରେମର୍‌ ପରମ୍‌ ଭାବ୍‌କେ ରାଧିକା

କର୍‌ଲେ ଗଲାର୍‌ ମାଲା ।୬

ପ୍ରେମ୍‌ ଚିରନ୍ତନ୍‌ ଶାଶ୍ବତ୍‌ ଆଏ

ପ୍ରେମ୍‌ଟା ମହତ୍‌ ଧନ୍‌

ଅଭାବ୍‌ ହେଲେଁ ଭି ପ୍ରେମର୍‌ ଭାବ୍‌ଥିଁ

ବନ୍ଧା ସବ୍‌କର୍‌ ମନ୍‌ । ୭

ପ୍ରେମର୍‌ ସୁଆଦ୍‌ ମହୁନୁ ମଧୁର୍‌

ପିଇଲେଁ ପ୍ରେମର୍‌ ରସ୍‌

ପ୍ରେମର୍‌ କହଁର୍‌ ପାଏଲେଁ ରସିଆ

ଆପେଁ ହେଇଯାଏ ବଶ୍‌ । ୮

ପ୍ରେମ୍‌ କାଲେଁ କାଲେଁ ଅଖଏ ଅମର୍‌

ପ୍ରେମର୍‌ ନାଇଁନ କ୍ଷୟେ

ପ୍ରେମ୍‌ ଭାବ୍‌ ଧରି ଜୀଇଁମା ମର୍‌ମା

ଗାଏମା ପ୍ରେମର୍‌ ଜୟେ । ୯

୦୦୦୦୦୦

କୃଷ୍ଣଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼

63

( ସବୁତ ଗଲାନ ଲୁକି )

( ୧୪୩ )

ଗୋମାତା ବଲିଁ ପୂଜା କରୁଥିଲେ

ସବୁ ଘରେଁ ଥିଲେ ଗାଏ

ଗୋମାତାର୍‌ ପୂଜା ହଜି ନଶି ଗଲା

ନିଘା କରି ଦେଖ ଘାଏ ।

ଏଭର୍‌ ଲୁକେ ତ ବେପାର୍‌ କର୍‌ଲେ

ଗାଏର୍‌ ଗୁରସ୍‌ ବିକି

ଗୋମାତାର୍‌ ପୂଜା ସେବା ବିଧି ଯାକ

ଖତ୍‌ଗାଡ଼େଁ ଦେଲେ ଫିକି ।

ଲାଭେଁ ଆର୍‌ ଲୁଭେଁ ପଡ଼ିଗଲେ ଲୁକେ

ସ୍ବାର୍‌ଥର୍‌ ଜାଲେଁ ଢ଼ୁକି ......

ନାଇଁନ ଆରୁ ସେ ଆଗର୍‌ କଥା

ସବୁତ ଗଲାନ ଲୁକି ।

କୃଷ୍ଣଚନ୍ଦ୍ର ଭୋଇ

ଗନିଆଁପାଲି - ବରଗଡ଼