OJASWINEE ODIA E - PATRIKA
AUGUST -2024
1.।। ବିଶ୍ବଧର୍ମ ।।
ଅନୁଷ୍ଠାନିକ ଧର୍ମ ସବୁ ପୃଥିବୀର ଅତି
ପ୍ରିୟ ନିଜ ନିଜର ସତ୍ୟର ଦିଗକୁ ହିଁ
ବୁଝାଏ,ଅନ୍ୟ ଧର୍ମକୁ ସମ୍ମାନ ଦେଲେ
ଧାର୍ମିକ ସଂହତି ହୁଏ ସୃଷ୍ଟି ବିଶ୍ବ ଧର୍ମ
ହିଁ ଶ୍ରେୟସ୍କର ବିଶ୍ବ ଭାତୃତ୍ବ ବାର୍ତ୍ତା ରେ ।
କୂପ ମଣ୍ତୁକ ନିଜ କୂଅଠୁ ବଡ ପଥକୁ
କରେ ନାହିଁ ବିଶ୍ବାସ,କୂପମଣ୍ତୁକ ମନେ
ମନେ ଭାବେ ହିଁ ମୋ ଧର୍ମ ଠାରୁ ବଡ
ଧର୍ମ ନାହିଁ, ହିନ୍ଦୁ ମୁସଲମାନ ବୌଦ୍ଧତ୍ବ
ଖ୍ରୀଷ୍ଟିଆନ ଶିଖ ଇହୁଦି ସମ ଗୋଷ୍ଠୀ ।
ସମସ୍ତ ଧର୍ମର ଜ୍ଞାନର ଲକ୍ଷ୍ୟ ହିଁ ଏକ
ଜାଣିବା ଈଶ୍ୱରଙ୍କୁ ହିଁ ଜାଣି ମଣିଷର
କୃତ କର୍ମକୁ,ସୃଷ୍ଟିକୁ ନଜାଣି ହେବ ହିଁ
ନାହିଁ ଜାଣି ସ୍ରଷ୍ଟାଙ୍କୁ ମା ମାଟି ମଣିଷକୁ
ହତ୍ୟା କରିବା ନୁହେଁ ଧର୍ମର ସଂସ୍କୃତି ।
ଜନ୍ମ ଦିଏ ଧର୍ମାନ୍ଧତା ହତ୍ୟା ଲୁଣ୍ଠନ ଓ
ଅତ୍ୟାଚାର ଆନ ଧର୍ମକୁ ହେୟ ଜ୍ଞାନ
କରି ହିଁ, ନଜାଣି ଅନ୍ୟ ଧର୍ମର ସାର
ତତ୍ତ୍ବ ଜିଜ୍ଞାସା ହିଁ ଆଣି ସମାଧି ସ୍ବୟଂ
ଆଶା ନେଇ ବିଶ୍ବ ଭାତୃତ୍ବର ବିଶ୍ବାସ ।
କୂଅ ସହ ବିଶାଳ ସମୁଦ୍ରକୁ ତୁଳନା
ହିଁ କରି ବୃଥା ଆସ୍ଫାଳନ ନିଏ ମଣିଷ
ବିଶ୍ବଧର୍ମର ବିଶ୍ବାସ ନେଇ ଅଗ୍ରସର
ହୋଇ ଜୀବନରେ ମାନବିକ ଧର୍ମର
ପ୍ରତି ଆକୃଷ୍ଟ ହେଲେ ଜୀବନ ଧନ୍ୟ ।
ବିବିଧତା ମଧ୍ୟରେ ଏକତା ହିଁ ବିଶ୍ବାସ
ବିବିଧ ଅନୁଭୂତିର ସମନ୍ଵୟ କରି ହିଁ
ସଂହତି ସୃଷ୍ଟି କରି ହେବ ନାହିଁ କଳହ
ଧର୍ମ ଧର୍ମ ମଧ୍ୟରେ ଭେଦଭାବ ଜାଗ୍ରତ
ବିଶ୍ବ ଧର୍ମ କର୍ମ ସତ୍ୟ ଅହିଂସା ତର୍ଜମା ।
ଚିକାଗୋ ବିଶ୍ବଧର୍ମ ସମ୍ମିଳନୀରେ ହିଁ
ସ୍ବାମୀ ବିବେକାନନ୍ଦ ହିନ୍ଦୁ ଧର୍ମର ସାର
ତତ୍ତ୍ଵର ବତ୍କୃତା ଦେଇ ଜୀବନ ଦର୍ଶନ
ବାଣ୍ଟି ଆହ୍ବାନ ଦେଇ ବିଶ୍ବଧର୍ମ ବିଶ୍ବାସ
କଲେ ପ୍ରଚାର ପ୍ରସାରର ବାର୍ତ୍ତା ପ୍ରଦାନ ।।
ବିକ୍ରମାଦିତ୍ୟ ପୁରୋହିତ
ଜଗନ୍ନାଥ କଲୋନୀ ବୁଢ଼ାରଜା
ସମ୍ବଲପୁର
2.ଓଡ଼ିଶାର ବରପୁତ୍ର ବିର୍ସା ମୁଣ୍ଡା
********
ଆଜି ଓଡ଼ିଶାର ବରପୁତ୍ର ବିର୍ସା ମୁଣ୍ଡା ବିଷୟରେ କିଛି ମନେ ପକାଇବା ଓ ଜାଣିବା ଦେଶରେ ଏକ ନୂତନ ଦିଗନ୍ତର ବିସ୍ତାର ପାଇଁ |
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଂଚଳର ଘଂଚ ଜଙ୍ଗଲ ଭିତରେ ଯେଉଁ ସ୍ୱାଧୀନତା ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, ସେ ଆଗାମୀ ବଂଶଧର ମାନେ ନିହାତି ଜାଣିବା ଦରକାର | ସେ ସ୍ୱର ଥିଲା 'ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା' ,ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ | ତାହାହିଁ ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର ଓ ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା, ଯେ କି ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ଅନ୍ୟତମ। ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତୀକରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାକୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନକରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ ଓ ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରି ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍କୁ ପଠାଇ ଦିଆଗଲା।
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ।
ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା ଓ ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।
ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।
ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।
ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।
ବିର୍ସାଙ୍କ ମୃତ୍ୟୁପରେ ତାଙ୍କର କିଛି ସହକର୍ମୀମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ ଓ ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସ୍ୱୀକାର କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
********
କେମିତିକା ଯୁଗ ଇଏରେ
4.ନେତାଙ୍କ ପେନସନ
🤣🤣🤣🤣🤣🤣🤣🤣🤣
ଜାଗରେ ଜାଗରେ ହିନ୍ଦୁସ୍ଥାନୀ ଜାଗ
ରଖ ହିନ୍ଦୁସ୍ଥାନ ମାନ
ହିନ୍ଦୁସ୍ତାନୀ ମୁଖା ପିନ୍ଧି ଦ୍ୟନ୍ତି ଧୋକା
ସଇତାନୀ ନେତା ଗଣ ।।
ଦେଶ ସେବା ନାମେ ବୋଳୁଛି କଳଙ୍କ
ଦରମାଟା ନେଇ ଟାଣ
ପାଞ୍ଚ ବର୍ଷ ପରେ ଗାଦି ଚ୍ୟୁତ ହେଲେ
ପାଉଅଛି ପେନସନ ।।
ଭାଷଣଟା ଜୋର କାମ ଯେ ଦୁର୍ବଳ
ବୟସ ସିମାଟି ଶୁନ
ଷାଠିଏରୁ ଉର୍ଦ୍ଧ ଚାକିରିଆ ବୃନ୍ଦ
ପାଇଥାନ୍ତି ପେନସନ ।।
ଗଣତନ୍ତ୍ର ମାନ ହୁଏ ଅସମ୍ମାନ
ସଭିଏଁ ଏଠି ସମାନ
ବୟସର ସୀମା ଅଫିସିରେ ସିନା
ନେତାଙ୍କୁ ନାହିଁ ବାରଣ ।।
ଗାଦିରେ ଦରମା ପିସି ଅକଳନା
ଗାଦିଚ୍ୟୁତେ ପେନସନ
ବଙ୍ଗଳା ମାଗଣା ଟୁର୍ ଟା ମାଗଣା
ମାଗଣାରେ କଟେ ଦିନ ।।
ଶାସକେ କରନ୍ତି ବିରୋଧୀ ଗର୍ଜନ୍ତି
ଦେଖି ଦୋଷ ତ୍ରୁଟି ମାନ
ସଭିଏଁ ନୀରବ ନାହିଁ ତର୍କ ଭାବ
ରାଜକୋଷ ହୁଏ ଶୁନ ।।
ଗାନ୍ଧୀ ଗୋପବନ୍ଧୁ ସୁବାସ ପଟେଲ
ନିଃସ୍ୱାର୍ଥପରତା ଦାନ
ସ୍ୱାର୍ଥପର ନେତା ସ୍ୱାର୍ଥେ ସଦା ବନ୍ଧା
ସ୍ବାର୍ଥ ହିଁ ତାର ଜୀବନ ।।
ପୁରାଣେ ଦେବସ୍ଵ ବ୍ରହ୍ମସ୍ଵ ରାଜସ୍ବ
କରଇ ଯିଏ ହରଣ
ମାହାପାପି ପଣେ ଏ ସମାଜ ଗଣେ
ଦେଶ ଦ୍ରୋହି ବେଇମାନ ।।
କରି ଜନ ସେବା ଦରମାଟା ନେବା
ବଡ ଅପରାଧ ଜାଣ
ନେତା ସୁଧୁରିଲେ ଦେଶ ସୁଧୁରିବ
ସୁଧୁରିବ ହିନ୍ଦୁସ୍ଥାନ ।।
ତିନିଶ ସତୁରୀ ଧାରା ଉଠାଇଲ
ରାମ ମନ୍ଦିର ନିର୍ମାଣ
ସଚ୍ଚୋଟ ନେତାର ପରିଚୟ ଦିଅ
ଧାରା କରି ସଂଶୋଧନ ।।
-
କାଳନ୍ଦୀ ଚରଣ ପାଳ
4.ନେତାଙ୍କ ପେନସନ
🤣🤣🤣🤣🤣🤣🤣🤣🤣
ଜାଗରେ ଜାଗରେ ହିନ୍ଦୁସ୍ଥାନୀ ଜାଗ
ରଖ ହିନ୍ଦୁସ୍ଥାନ ମାନ
ହିନ୍ଦୁସ୍ତାନୀ ମୁଖା ପିନ୍ଧି ଦ୍ୟନ୍ତି ଧୋକା
ସଇତାନୀ ନେତା ଗଣ ।।
ଦେଶ ସେବା ନାମେ ବୋଳୁଛି କଳଙ୍କ
ଦରମାଟା ନେଇ ଟାଣ
ପାଞ୍ଚ ବର୍ଷ ପରେ ଗାଦି ଚ୍ୟୁତ ହେଲେ
ପାଉଅଛି ପେନସନ ।।
ଭାଷଣଟା ଜୋର କାମ ଯେ ଦୁର୍ବଳ
ବୟସ ସିମାଟି ଶୁନ
ଷାଠିଏରୁ ଉର୍ଦ୍ଧ ଚାକିରିଆ ବୃନ୍ଦ
ପାଇଥାନ୍ତି ପେନସନ ।।
ଗଣତନ୍ତ୍ର ମାନ ହୁଏ ଅସମ୍ମାନ
ସଭିଏଁ ଏଠି ସମାନ
ବୟସର ସୀମା ଅଫିସିରେ ସିନା
ନେତାଙ୍କୁ ନାହିଁ ବାରଣ ।।
ଗାଦିରେ ଦରମା ପିସି ଅକଳନା
ଗାଦିଚ୍ୟୁତେ ପେନସନ
ବଙ୍ଗଳା ମାଗଣା ଟୁର୍ ଟା ମାଗଣା
ମାଗଣାରେ କଟେ ଦିନ ।।
ଶାସକେ କରନ୍ତି ବିରୋଧୀ ଗର୍ଜନ୍ତି
ଦେଖି ଦୋଷ ତ୍ରୁଟି ମାନ
ସଭିଏଁ ନୀରବ ନାହିଁ ତର୍କ ଭାବ
ରାଜକୋଷ ହୁଏ ଶୁନ ।।
ଗାନ୍ଧୀ ଗୋପବନ୍ଧୁ ସୁବାସ ପଟେଲ
ନିଃସ୍ୱାର୍ଥପରତା ଦାନ
ସ୍ୱାର୍ଥପର ନେତା ସ୍ୱାର୍ଥେ ସଦା ବନ୍ଧା
ସ୍ବାର୍ଥ ହିଁ ତାର ଜୀବନ ।।
ପୁରାଣେ ଦେବସ୍ଵ ବ୍ରହ୍ମସ୍ଵ ରାଜସ୍ବ
କରଇ ଯିଏ ହରଣ
ମାହାପାପି ପଣେ ଏ ସମାଜ ଗଣେ
ଦେଶ ଦ୍ରୋହି ବେଇମାନ ।।
କରି ଜନ ସେବା ଦରମାଟା ନେବା
ବଡ ଅପରାଧ ଜାଣ
ନେତା ସୁଧୁରିଲେ ଦେଶ ସୁଧୁରିବ
ସୁଧୁରିବ ହିନ୍ଦୁସ୍ଥାନ ।।
ତିନିଶ ସତୁରୀ ଧାରା ଉଠାଇଲ
ରାମ ମନ୍ଦିର ନିର୍ମାଣ
ସଚ୍ଚୋଟ ନେତାର ପରିଚୟ ଦିଅ
ଧାରା କରି ସଂଶୋଧନ ।।
-
କାଳନ୍ଦୀ ଚରଣ ପାଳ
5.ଶିଖିବାର ଇଚ୍ଛା ଅଛି
ସାହିତ୍ୟ ସଭାରେ ପଢୁଛି କବିତା
ସଭିଙ୍କୁ ନିଜର କରି
କେହିଯଦି କୁହେ ଲାଗୁନାହିଁ ଭଲ
ଲାଜରେ ଯାଏ ମୁଁ ମରି ।୧।
ଚିନ୍ତାକରେ ବସି କବିତା ଲେଖାରେ
କେଉଁଠି ରହିଲା ତୃଟି
କାହିଁକି ପାଠକେ ବିମୁଖ ହୋଇଲେ
ଖୋଜିବି ନିଶ୍ଚେ ମୂଳଟି ।୨।
କେତେ ଗୁଣୀଜନ ଥାଆନ୍ତି ସେଠାରେ
ଦୋଷ ତୃଟି ଧରିବାକୁ
ନଧରିଣ ଦୋଷ ନୀରବ ରହିଲେ
କେମିତି ଯିବା ଆଗକୁ ।୩।
ନିଜ ରଚନାକୁ ଉତ୍ତମ ଭାବିଲେ
ବଢିଯାଏ ଅହଂକାର
ଯୁକତି କରିଲେ ପାରିବାନି ଶିଖି
ହେବାନି କାହା ନିଜର ।୪।
ଶିଖିବାର ଇଚ୍ଛା ଥାଏ ଯଦି ମନେ
ସାହିତ୍ୟ ସଭାକୁ ଯିବା
ଆଗକୁ ଯିବାକୁ ଉପଦେଶ ମାନ
ଜ୍ଞାନଶିକ୍ଷା ସାଉଁଟିବା ।୫।
ବିଭିନ୍ନ କବିଙ୍କ କବିତା ପାଠକୁ
କର୍ଣ୍ଣ ଡେରିଣ ଶୁଣିବା
ନିଜ ରଚନାରେ ଥିବା ଦୋଷ ତୃଟି
ସଙ୍ଗେ ସଙ୍ଗେ ସୁଧାରିବା ।୬।
ବଡ଼ ହେବାପାଇଁ ଆବଶ୍ୟକ ଥାଏ
ନିଶ୍ଚେ କାହା ଉପଦେଶ
ବିନମ୍ର ଭାବରେ ମଥାନତ କଲେ
ଦୂରହେବ ଅବସୋସ ।୭।
ଧୁରନ୍ଧର ହେବା କବିତା ଲେଖାରେ
ମିଳିବ ନିଶ୍ଚେ ଆଦର
କରତାଳି ଦେଇ ଆନନ୍ଦିତ ହେଵେ
କହିବେ ଲେଖା ସୁନ୍ଦର ।୮।
ଚାଲିବାକୁ ଅଛି ପଥ ବହୁଦୂର
ମନରେ ନ ଭାବ କିଛି
ଜ୍ଞାନ ଆହରଣେ ଗୁଣୀଜ୍ଞାନୀ ଖୋଜ
ଏକଥା କହି ରଖୁଛି ।୯।
ଶିଖିବାର ବହୁ ଇଚ୍ଛା ଅଛି ମୋର
କରୁନାହିଁ ଉଣା ମନ
ଉପଦେଶ ଦିଅ ଆହେ ଜ୍ଞାନୀ ଜନ
ଦେଉଛି କୋଟି ସମ୍ମାନ ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
7.ମୁହଁରେ ହସ ମନରେ ବିଷ
*******
ଆଜିର ଦୁନିଆ ବଡ଼ ବିଚିତ୍ର ଲୋ
ଦେଖି ଚାହିଁ ଟିକେ ଚଳିବ
ବୋହୁରୂପୀ ଏଠି ଅଧିକ
ମୁହଁରେ ହସ ମନରେ ବିଷ
ଏଠି ମଣିଷ ଚିହ୍ନିବା ଭାରି ଲାଗଇ କଷ୍ଟ
କଥା ତାଙ୍କ ଭାରି ସରଳମଧୁର
ସୁନ୍ଦର ତାଙ୍କ ବ୍ୟବହାର।
ଏମିତି ମୋହିବେ ମନକୁ ତୁମର
ଯେମିତି ତୁମେ ହିଁ ଏକା ତାଙ୍କ ନିଜର
ନିଜର ନିଜର କହି ଅଣ୍ଟିରେ ପଶି ତଣ୍ଟି କାଟିଦେବେ ନିଜକୁ ଭଲ ଦେଖେଇ
କ୍ଷୀର ବିନା ପାଣି ରେ
ପକେଇ ଦେବେ ସେ ସର
ଉପର ତାଙ୍କର ଚହଟ ଚିକଣ
ଭିତର ପୋଡା ଅଙ୍ଗାର।
ବନ୍ଧୁ ଏ କଳି ଯୁଗରେ
ହାତେ ମାପି ଚାଖଣ୍ଡେ ଚାଲ
ଦେଖି ପରଖି ସମ୍ପର୍କ ଗଢ଼
🍁🍁🍁🍁🍁🍁
ପ୍ରଜ୍ଞା ପର ମିତା ଦାଶ
ଯାଜପୁର
8.❤ ତୁ କାହାରିକୁ ବେଶୀ
ଭଲ ପାଇବୁ ନାହିଁ ❤
*********
ଲତା ବେହେରା ।
^^^^^^^^^^^^^^^^^
ଗୋଟେ କଥା ତୋତେ ଆଜି କହୁଛି ମୁହିଁ
ତୁ କାହାରିକୁ ବେଶୀ ଭଲ ପାଇବୁ ନାହିଁ
ସ୍ବାର୍ଥପର ଏ ଦୁନିଆ ଜାଣିନୁ ତୁହି
ସ୍ବାର୍ଥ ସରିଗଲେ ଏଠି ହେବେନି କେହି ।
ଚାହିଁ ବେନି ମୁହଁ ତୋର
ହେବୁନି ବି ତୁ କାହାର
ଜଳି ଜଳି ଦୁନିଆରେ ବଞ୍ଚିବୁ ଲୋ ତୁହି ।
ତୁ କାହାରିକୁ ବେଶୀ ଭଲ ପାଇବୁ ନାହିଁ ।
ଛଳନା କପଟେ ତୋତେ ଫସେଇ ସେ ଦେବେ
ସର୍ବସ୍ବାନ୍ତ କରି ସବୁ ଛଡେଇଣ ନେବେ ।
ବିଶ୍ବାସରେ ବିଷ ଦେବେ ମନେ ରଖିଥିବୁ
ସହଜରେ କାହାକୁ ଭରସା ନ କରିବୁ ।
ବିଶ୍ବାସ କରିବୁ ନାହିଁ
ସତ ଭାବିବୁନି ତୁହି
ଛଳନାର ମାୟା ଜାଲେ ଛନ୍ଦି ଦେବେ ସେହି ।
ତୁ କାହାରିକୁ ବେଶୀ ଭଲ ପାଇବୁ ନାହିଁ ।
ସରଳ ମନଟି ତୋର ଛନ୍ଦ ଜାଣି ନାହିଁ
ନିର୍ମଳ ହୃଦ କପଟ ଜାଣିବୁ ବା କାହିଁ ।
ତୋପରି ସରଳ ଏଇ ଦୁନିଆଟା ନୁହେଁ
ପାଟି ନୁହେଁ ଏଠି ଭଲ ହାତ କଥା କୁହେ ।
ଚିହ୍ନିବାଟା ଭାରି କଷ୍ଟ
ଜୀବନ କରିବେ ନଷ୍ଟ
ମିଛରେ କଳଙ୍କ ବୋଳି କନ୍ଦେଇବେ ସେହି ।
ତୁ କାହାରିକୁ ବେଶୀ ଭଲ ପାଇବୁ ନାହିଁ ।
ସେନେହ ମମତା ଏଠି ବୁଝିବେନି କେହି
ଖଚ ମିଛ କହି ଦୋଷ ଲଦି ଦେବେ ସେହି ।
ତିଷ୍ଠି ପାରିବୁନି କେବେ ଧୋକା ଦେବେ ସେହି
ଆପଣାର ତୋର ଏଠି ହେବେନି ଲୋ କେହି ।
ସମସ୍ତେ କହିବେ ମୋର
ଦେବେ ସିଏ ଲୁହ ଧାର
ବଞ୍ଚି ପାରିବୁନି ସତ କହୁଛିଲୋ ମୁହିଁ ।
ତୁ କାହାରିକୁ ବେଶୀ ଭଲ ପାଇବୁ ନାହିଁ ।
ମିଛ ମାୟା ଏ ଦୁନିଆ କିଏ ବା କାହାର
ସ୍ବାର୍ଥ ଥିବା ଯାକେ କହୁ ଥିବେ ମୋର ମୋର ।
ଉପରେ ଅମୃତ ଥିବ ଭିତରେ ଲୋ ବିଷ
ସେ ବିଷ ଜ୍ଜାଳାରେ ତୋତେ କରି ଦେବେ ଶେଷ ।
ହାତେ ମାପି ଚାଲୁଥିବୁ
ସତର୍କରେ ରହି ଥିବୁ
ଏଇ କଥା ଗୋଟି ମନେ ରଖିବୁ ଲୋ ତୁହି ।
ତୁ କାହାରିକୁ ବେଶୀ ଭଲ ପାଇବୁ ନାହିଁ ।
🌹❤🌹❤🌹❤🌹
ଲତା ବେହେରା ।
ଜକା, ଢେଙ୍କାନାଳ ।
💅💅💅💅💅💅💅
9.ଶୀର୍ଷକ -ମୁହଁରେ ହସ ମନରେ ବିଷ
ପ୍ରଜ୍ଞାଲୀନ ସାହୁ
====================
ମଣିଷ ଜନମ ଦୁର୍ଲଭ ଜୀବନ
ବିଭୁଙ୍କ ଆଶିଷ ସତ୍ତା
ଜ୍ଞାନ ଗୁଣ ବେଶେ ପରିପୂର୍ଣ୍ଣ ହୃଦ
ବାସ ଦେହେ ପରମାତ୍ମା ||
ମୋହ ମାୟାବିନୀ ସଂସାର ପୁରର
ମୋହେ କରେ ବଶୀଭୂତ
ସରଳ ହୃଦୟ ଫସିଯାଏ ସ୍ନେହେ
ବୁଝି ନ ପାରି ଚକ୍ରାନ୍ତ ||
ଚକ୍ରବିହୁ ପୁରେ ବାସ କରି ହୃଦ
ସଜାଏ ଅହଂର ଖଣି
କୋଇଲା ତା ରଙ୍ଗ ଭାଙ୍ଗିଦିଏ ହୃଦ
ଲିଭାଇ ସ୍ପନ୍ଦନ ମଣି ||
ସୁରଭି ହୃଦୟ ବିଷରେ ବିଷାକ୍ତ
ସ୍ୱାଦିତ ଯାହାର ତିକ୍ତ
ଆନନରେ ହସ ହୃଦୟରେ ବିଷ
ଜୀବିତ ମାନ କ୍ଷତାକ୍ତ ||
ହୃଦୟ ଥାଇକି ହୁଅଇ ଅବୁଝା
ହଜାଇ ନିଜ ଅସ୍ତିତ୍ୱ
ଅହଂ କଥା ଭାବି ଭୁଲଇ ସ୍ୱ ଆତ୍ମା
ସ୍ୱ'କୁ ମାରି ପଦାଘାତ ||
ନିଜକୁ ଯିଏ ସେ ଜିଣିନାହିଁ କେବେ
ଅନ୍ୟକୁ କି'ବା ବୁଝିବ
ବାରି ଦେଖି ସିଏ ସାଉଁଟାଏ ଖୁସି
କନ୍ଦାଇ କାହାର ଭାବ ||
ଦେଖାଣିଆ ଭାବେ ଉପରେ ହସେଇ
ଆଜିର ଏ କଳିଜନ
ହୃଦୟେ ସଜାଇ ବିଷାକ୍ତର ବେଶ
ଭାଙ୍ଗଇ ସଭିଁଙ୍କ ମନ ||
ଉପରେ ହସଇ ଭିତରେ ଜଳଇ
ଯନ୍ତ୍ରଣାର ସେ ନିଆଁରେ
ବିଷାକ୍ତ ହୃଦୟ କିପରି ହସିବ
ଭିଜିକି କାହା ଲୁହରେ ||
ମାରିବା ପଛରେ ଗୋଡ଼ାଇ ଗୋଡ଼ାଇ
ନିଜେ ହିଁ ହାରୁଛି ପ୍ରାଣ
ପରମାତ୍ମା ବାସ ହୃଦୟରେ ଆମ
ବୁଝ ହେ ଅହଂର ଜନ ||
ଅଢେଇ ଦିନିଆଁ ଏହିତ ଜୀବନ
କାହିଁ ଅହଂ ହିଂସା ରୋଷ
ଆସିଅଛେ ଖାଲି ଯିବା ଖାଲିହାତେ
ତେଣୁ ବାଣ୍ଟ ସ୍ନେହ ସ୍ପର୍ଶ ||
====================
ଜଗତସିଂହପୁର
: ଜୀବନ୍
~~~
ଇ ଜୀବନ ଟା ଗୁଟେ ଶରୀର୍
ଖୋଲ୍ ଭିତରେ ଥିବାର୍
ପବନ୍ ଟେ ତ ଖାଲି
ଆଉଛୈ ଯାଉଛେ......
ଜନମ୍ ରୁ ମରଣ ଭିତରେ ସଂସାରର୍
ମହୋ ମାୟା ରେ
ଗୁରେଇ ହେଇକିଛି ଜାନି ପାରୁଛେ ଆର କିଛି ଜାନି ନୈ ଜାନି ଭାବିଛେ
ମୁନୁଷର୍ ମନ୍ ବି ପବନ୍ ବାଗି
ଗୁଟେ ଠାନେ ନୈ ରହେ..
ନିଜର୍ ସୁଖ୍ ଲାଗି ପର୍ କେ ଘେଁ ଘେଁ
କେତେ ଦୁଖ୍ ଦିଏ...
ନିଜକୁ ସିନେ ଉସତ୍ ଲାଗସି
ଆର୍ କିଏ ଲୁକସାନ୍ ସହେସି.
ସେ ବେଳା ଘଡି ଛନେ ସୁଖ ଲାଗି....
ଆର୍ ଘେଁ କେ ମନ୍ ବଦଳି ଚଲବା
ଆର୍ ଠାନେ.....
ସେଥିର୍ ଲାଗି କାର୍ କେତେ
ସହେଲା ଲୋକ୍ ଯାଏସି ସବୁ
ଆର୍ କାର୍ କାଣା ଯୈସି....
କେଁ ଯେ ମୁନୁଷ୍ ଏତେ ସିଆନ୍
ପାଉଛୁ କାଣା ସେଥି
ପବନ୍ ରୁନ୍ଦି ନେଲେ ଶରୀରେ ତୋର୍
ଆର୍ ନୈ ପାରୁ ଉଠି....
ସମକର୍ ଠାନେ ସତ୍ ବେଭାରେ
ଘିନିଥା ଲୁକର୍ ମନ୍..
ମରିଗଲେ ଝୁରବେ ସଭେ ଇଟା
ଏ ବଡ୍ ଧନ୍..
~~~~~
ସୁଶ୍ରୀ ଶୁଭଙ୍କରୀ ଦାଶ
ସୁବର୍ଣ୍ଣପୁର
10. ଗାନ୍ଧୀ ମଣିଷ ନବକୃଷ୍ଣ ଚୌଧୁରୀ
ଗାନ୍ଧୀ ବାଦର ଚିନ୍ତା ଚେତନାକୁ
ରୂପରେଖ ଦେଲା ଯିଏ ।
ସିଏ ଆମ ନବ କୃଷ୍ଣ ଚଉଧୁରୀ
ତାଙ୍କୁ ବା ନଚିହ୍ନେ କିଏ ।।1
ସମାଜର ନିମ୍ନ ଶ୍ରେଣୀ ଲୋକପାଇଁ
କାମ କରୁଥାଏ ଯିଏ ।
ବାସ୍ତବରେ ସିଏ ଅଟଇ ମହାନ
ତା ଗୁଣ ଜଗତ ଗାଏ ।।2
ଏହାଥିଲା ତାଙ୍କ ନୀତି ଆଦରଶ
ସଂଗ୍ରାମୀ ବୀର ଟିଏ ।
ଅତି ସାଧାରଣ ଜୀବନ ଶଇଳି
ଦରିଦ୍ରର ବନ୍ଧୁ ସିଏ ।।3
ତାଙ୍କ ନେତୃତ୍ୱରେ ଚାଷୀ ଆନ୍ଦୋଳନ
ଗଡ଼ ଜାତ ଆନ୍ଦୋଳନ ।
ରାଜା ମହାରାଜା ଶାସନ ହଟାଇ
ଗରିବଙ୍କୁ ସମର୍ଥନ ।।4
ଓଡ଼ିଆ ଭାଷାକୁ ସରକାରୀ ଭାଷା
ରୂପେ ପ୍ରଚଳନ କଲେ ।
ସେଥିପାଇଁ ତାଙ୍କ ଜୀବନରେ ଦିନେ
ପ୍ରଶଂସା ଭାଜନ ହେଲେ ।।5
କ୍ଷମତାକୁ ନିଜ ବୁନିଆଦି ଭାବି
ବ୍ୟବହାର କଲାବେଳେ।
ଭିନ୍ନ ରୂପରେ ଦେଖୁଥିଲେ ସିଏ
ତାଙ୍କରି ଶାସନ କାଳେ ।।6
ଜନ ମଙ୍ଗଳ କାମ କରୁଥିଲେ
ନିଜେ ନିଷ୍ଠା ସହକାରେ ।
ପ୍ରଶାସନ ଗତିବିଧି ଦେଖୁଥିଲେ
ରଖିନିଜ ଦାୟୀତ୍ୱରେ ।।7
ସାମାଜିକ ବିଧି ବ୍ୟବସ୍ଥା ଆୟିନୀ
ସ୍ଵଛଳ ନରହେ ଯେବେ ।
ଜନ ସମାଜରେ ଲୋକଙ୍କ ଉନ୍ନତି
ହୋଇ ପାରେ ନାହିଁ କେବେ ।।8
ତେଣୁ ସର୍ବଦା ଗରିବଙ୍କ ହିତେ
ଦେଉଥିଲେ ସିଏ ଧ୍ୟାନ ।
ମୁଖ୍ୟମନ୍ତ୍ରୀ ଥିବା ସମୟେ ଉତ୍କଳେ
ଭରି ଦେଲେ ସୁ ଶାସନ ।।9
ନିଜ ବ୍ୟକ୍ତିଗତ ଜୀବନ ଆଦର୍ଶ
ସାଧୁତାର କାର୍ଯ୍ୟ ପାଇଁ ।
ସମଗ୍ର ଭାରତେ ନିଜ ସ୍ୱତନ୍ତ୍ରତା
ରଖିଥିଲେ ସେ ବଜାଇ ।।10
ସାରା ଭାରତରେ ଜରୁରୀ କାଳୀନ
ପରିସ୍ଥିତି ସମୟରେ ।
ଓଡ଼ିଶାର ଆନ୍ଦୋଳନ ର ଦାୟିତ୍ବ
ନେଲେ ସେ ନିଜ କାନ୍ଧରେ ।।11
ରାଜ ନୀତିର ଏ ବିପର୍ଯ୍ୟୟ ବେଳେ
ଲୋଡ଼ା ତୁମ ପରି ନେତା ।
ଫେରି ଆସ ତୁମେ ହେ ମହାପୁରୁଷ
ଖୋଜଇ ଆଜି ଜନତା ।।12
ସୁଶାନ୍ତ କୁମାର ଦାଶ ଦକ୍ଷିଣଦିଆ
କେନାଲ ରୋଡ଼ ତାତନା
ପଟ୍ଟାମୁଣ୍ଡାଇ ।କେନ୍ଦ୍ରାପଡା
9438475703 ।
11. ଓଡ଼ିଶାର ବରପୁତ୍ର ବିର୍ସା ମୁଣ୍ଡା
********
ଆଜି ଓଡ଼ିଶାର ବରପୁତ୍ର ବିର୍ସା ମୁଣ୍ଡା ବିଷୟରେ କିଛି ମନେ ପକାଇବା ଓ ଜାଣିବା ଦେଶରେ ଏକ ନୂତନ ଦିଗନ୍ତର ବିସ୍ତାର ପାଇଁ |
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଂଚଳର ଘଂଚ ଜଙ୍ଗଲ ଭିତରେ ଯେଉଁ ସ୍ୱାଧୀନତା ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, ସେ ଆଗାମୀ ବଂଶଧର ମାନେ ନିହାତି ଜାଣିବା ଦରକାର | ସେ ସ୍ୱର ଥିଲା 'ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା' ,ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ | ତାହାହିଁ ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର ଓ ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା, ଯେ କି ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ଅନ୍ୟତମ। ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତୀକରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାକୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନକରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ ଓ ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରି ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍କୁ ପଠାଇ ଦିଆଗଲା।
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ।
ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା ଓ ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।
ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।
ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।
ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।
ବିର୍ସାଙ୍କ ମୃତ୍ୟୁପରେ ତାଙ୍କର କିଛି ସହକର୍ମୀମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ ଓ ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସ୍ୱୀକାର କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।
******
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
12. ସଚ୍ଚା ନାଗରିକ
****
ଆମ ପ୍ରଫେସର
ନିରଞ୍ଜନ ପାଢ଼ୀ
ସ୍କୁଟି ଧରି ଯାଉଥିଲେ
ସ୍କୁଟିରେ ଯାନ୍ତ୍ରିକ
ତ୍ରୁଟି ଦେଖି ସିଏ
ଅଟକି ବି ଯାଇଥିଲେ।
ଗୋବିନ୍ଦ ବୋଲି ସେ
ମେକାନିକ ପାଶେ
ଗାଡିଟିକୁ ନେଇଥିଲେ
ଗାଡ଼ିଟି ତା'ହାତେ
ସମର୍ପଣ କରି
ଚଉକିରେ ବସି ଗଲେ।
ଗୋବିନ୍ଦ ତାହାର
ଯନ୍ତ୍ରପାତି ଧରି
ଗାଡିଟିକୁ ଖୋଲୁଥିଲା
କଥାରେ କଥାରେ
ରାଜନୀତି ଖଟି
ସୁରୁ ତହିଁ ହୋଇଗଲା।
ନିରଞ୍ଜନ ଵାଵୁ
ପଚାରିଲେ ତାକୁ
"ନିର୍ବାଚନ ସରିଗଲା
ସତ କରି କହ
ଏ ନିର୍ବାଚନରେ
କେତେ ତୋର ଲାଭ ହେଲା?"
ଉତ୍ସାହିତ ହୋଇ
ଗୋବିନ୍ଦ କହିଲା,
"ଲାଭ ନିଶ୍ଚେ ମୋର ହେଲା
ମନ ମୁତାବକ
ପ୍ରାର୍ଥୀଟି ମୋହର
ନିର୍ବାଚନେ ଜିତିଗଲା।
ମଦ , ମାଂସ, ଟଙ୍କା
ବଣ୍ଟା ହେଉଥିଲା
ସାମିଲ ମୁଁ ହୋଇଗଲି
ଖିଆ ପିଆ ପରେ
ହାତରେ ମୋହର
ଦି'ହଜାର ପାଇଥିଲି।
ଜଗନ୍ନାଥଙ୍କର
ତୁଳସୀକୁ ଛୁଇଁ
ଶପଥ ମୁଁ କରିଥିଲି
ତାଙ୍କରି ଚିହ୍ନରେ
ଭୋଟ ଦେବା ପାଇଁ
ଵଚନବଦ୍ଧ ହିଁ ହେଲି।
ଭୋଅଟ କେନ୍ଦ୍ରରେ
ସେ ପ୍ରତିଶ୍ରୁତିକୁ
ଛିଇଟାଏ କରିଦେଲି
ଵିବେକାନୁମୋଦିତ
ପ୍ରାର୍ଥୀଟିକୁ ତହିଁ
ଚୟନ ମୁଁ କରିଥିଲି।"
ପାଢ଼ୀ ବାବୁ ତାକୁ
ହସି ପଚାରିଲେ
"କାହିଁକି ଏମିତି କଲୁ?
କାଳିଆ ନାଆଁରେ
ଶପଥଟା କରି
ପାପ ସିନା କମେଇଲୁ।"
ଗୋବିନ୍ଦ କହିଲା,
"ଖାଇଛି ପିଇଛି
ଟଙ୍କା ମୁଁ ନେଇଛି ସତ
ଭୋଟ ଦେଲାବେଳେ
ସେହି କାଳିଆଟା
କରିଲା ମୋତେ ଆଘାତ।
'ଵିବେକଟା ତୋର
ନିଜ ଗୁରୁ' ବୋଲି
ଚେତାଇ ସେ ମୋତେ ଦେଲା
ଵିବେକାନୁମୋଦିତ
ଭୋଟ ଦେଇ ଦେଲି
ବାଧ୍ୟ ସିଏ ମୋତେ କଲା।"
ପ୍ରଫେସର ପାଢ଼ୀ
ଖୁସି ହୋଇ ତାର
ପିଠିକୁ ଆଉଁଶି ଦେଲେ
"ଏ ଦେଶର ତୁହି
ସଚ୍ଚା ନାଗରିକ"
ମୁକ୍ତ କଣ୍ଠେ କହିଦେଲେ।
********
ଅକ୍ଷୟ ମହାନ୍ତି।
୯୯୩୭୪୬୨୫୦୭
12. ଉତୁରା ଦେହର ବତୁରା ମାଂସରୁ
ବହେ ପ୍ରଵାଳର ବାସ୍ନା ।।
ଭିଜା ଭିଜା ଋତୁ କଅଁଳ ଲାଗନ୍ତି
ସଅଳ ଅମଳ ପାଇଁ
ଫିଟା କବରୀରେ କୌନଜର ମେଘ
ଅପେକ୍ଷା ବର୍ଷିବା ପାଇଁ ।।
ବୟସ କଦମ୍ବ ଫୁଟିକି ଫାଟୁଛି
ଚୁଟ୍ କିର ଇସାରାରେ
ପ୍ରଶ୍ଵାସ ମାପୁଛି ନିଶ୍ଵାସର ତାତି
ଲୁଚିଲୁଚି ଗୋପନରେ ।।
ମହେନ୍ଦ୍ର ନଂଦ
୮୨୪୯୪୧୧୩୬୭
13...ତୁମେ ମୋ ରାତିର
ରଜନୀଗନ୍ଧା...
ଅସ୍ତର ତୁମେ ଆହତ ଗୋଧୂଳି
ରାତିର ରଜନୀଗନ୍ଧା
ସନ୍ଧ୍ୟାର ତୁମେ ଅଳସୀ ଜୋଛନା
ପ୍ରୀତିର ଚପଳ ଛନ୍ଦା ।।
ସ୍ବପ୍ନର ତୁମେ ଅଝାଲ ବୋଇତ
ରାତିର ଆସରା ଗପ
ପ୍ରବାଳ ଦୀପର କିଣା ହସ ତୁମେ
କୁଆଁରୀ ପ୍ରେମର ଗୀତ ।।
ମହୁ ଠାରୁ ମିଠା ମମତା ତୁମର
ହସିଲେ ଝରୁଛି ମୁକ୍ତା
ଉତୁରା ଦେହର ବତୁରା ମାଂସରୁ
ବହେ ପ୍ରଵାଳର ବାସ୍ନା ।।
ଭିଜା ଭିଜା ଋତୁ କଅଁଳ ଲାଗନ୍ତି
ସଅଳ ଅମଳ ପାଇଁ
ଫିଟା କବରୀରେ କୌନଜର ମେଘ
ଅପେକ୍ଷା ବର୍ଷିବା ପାଇଁ ।।
ବୟସ କଦମ୍ବ ଫୁଟିକି ଫାଟୁଛି
ଚୁଟ୍ କିର ଇସାରାରେ
ପ୍ରଶ୍ଵାସ ମାପୁଛି ନିଶ୍ଵାସର ତାତି
ଲୁଚିଲୁଚି ଗୋପନରେ ।।
ମହେନ୍ଦ୍ର ନଂଦ
୮୨୪୯୪୧୧୩୬୭
14.🌺🌺🌺🌺🌺🌺🌺🌺🌺
ନଅ କ ପଣକିଆ
🌺🌺🌺🌺🌺🌺🌺🌺🌺
ମିଶାଣ ଫେଡାଣ ଗୁଣନ ହରଣ
ଗଣିତର ଶ୍ରେଷ୍ଟ ପାଠ
ଜୀବନର ଅଙ୍କ କଷୁ କଷୁ ଦେଖ
ସରେ ଜୀବନର ନାଟ ।।
ଜୀବନ ଦର୍ଶନ ନଅ କ ସମାନ
ପଣକିଆ ଖନ୍ଦାଟିଏ
ପଢ଼ିବାଟା ସିନା ଅଟଇ ସହଜ
କଷିବା ସହଜ ନୁହେଁ ।।
ଯେତେ ମିଶାଇବ ସେତେ ଫେଡିହେବ
ଋଣାଙ୍କ ହୋଇବ ବେଶି
ଯେତେ ଗୁଣୁଥିବ ସେତେ ବଢୁଥିବ
ବିଧାତା ହରିବ ବସି ।।
ନଅ ଏକ ଗୁଣା ନଅ ଅଟେ ସିନା
ଦୁଇ ଗୁଣଟା ଅଠର
ଆଠ ସହ ଏକ ମିଶି ହୁଏ ନଅ
ବୁଝିବେ ଗୁଣିକ ନର ।।
ନଅ ତିନି ଗୁଣା ସତେଇସି ସିନା
ସାତ ଦୁଇ ମିଶି ନଅ
ଦଶ ଗୁଣ ଯାଏ ନଅ ହୋଇଥାଏ
ସହଜେ ପରଖି ନିଅ ।।
ଯେଉଁ ଖନ୍ଦା ଫଳ ଅଙ୍କ ସମାହାର
ଗୋଟିଏ ନିର୍ଦ୍ଧିଷ୍ଟ ସଂଖ୍ୟା
ଯେଉଁଠି ଦେଖିବ ଯେମିତି ଦେଖିବ
ଖାଲି ସେହି ପ୍ରଭୁ ଏକା ।।
ମନ ମଧ୍ୟେ ଯିଏ ପ୍ରାଣ ମଧ୍ୟେ ସିଏ
ସଦା ଆଖି ଆଗେ ଥାଏ
ଯେଉଁଠି ଦେଖିବ ତା ରୂପ ପାଇବ
ସଂସାରୁ ଉଦ୍ଧାରି ନିଏ ।।
ତନ୍ନ ତନ୍ନ କରି ନଅ କ କଷିଲେ
ବୁଝିଯିବ ତାର ଭାବ
ଜୀବନ ଦର୍ଶନ ତା ସାଥେ ଯୋଡିଲେ
ପାଇବ ତା ପରାଭବ ।।
++++++++++++++++++++++
କାଳନ୍ଦୀ ଚରଣ ପା
15.ଟିକି ଚିନ୍ତନ
ବାରମ୍ବାର ଯିଏ ଧୋକା ଖାଇ ମଧ୍ୟ
ଦୁଃଖ ପରେ ଦୁଃଖ ପାଏ ,
ତଥାପି ଯାଏନି ଭୂଲ୍ ରାସ୍ତାରେ ସେ
ନିଜ ସମ୍ମାନକୁ ଜଗିଥାଏ।
ସଚ୍ଚୋଟତା ଆଉ ସତ୍ୟର ସହିତ
କାର୍ଯ୍ୟ କରୁଥାଏ ନିତ୍ୟ,
ଏପରି ବ୍ୟକ୍ତିଟି ପ୍ରଭୁଙ୍କର ଅତି
ହୋଇଥାଏ ପ୍ରିୟପାତ୍ର।
ଏ କଥାରେ ରଖ ଲୟ,
ଏପରି ବ୍ୟକ୍ତିଟି ହାରେନାହିଁ କେବେ
ଜିତିବାଟା ନିଶ୍ଚେ ଥୟ।
ବିବାସିନୀ ପଟ୍ଟନାୟକ
କାଳୁପଡା ଘାଟ
16."ଆଷାଢ଼"
ଆଜି ଆଷାଢ଼ ଧରାକୁ ଛୁଇଁ !
ଭରିଦିଏ କେତେ ଶୋଭାର ସମ୍ଭାର
ବିଥି ଯାଏ ଅନୁପମା ହୋଇ l
ଛଳଛଳ ଆଖି କଳକଳ ନାଦେ
ମିଳନ ଗୀତିକା ଗାଇ l
ପାହାଡ଼କୁ ଚିରି ନିର୍ଝରିଣୀ ଝରି
ଝରଝର ଆସେ ବହି l
କେତେ ବନ୍ଧୁର ବାଟକୁ ଡେଇଁ l
କୂଳ ଧୋଇ ଦିଶେ କେଡେ କମନୀୟ
ସମତଳେ ହୋଇ ନଈ l
କୂଳରେ ହସନ୍ତି ଦ୍ରୁମ ମହାଦ୍ରୁମ
ଦେଇ ଫୁଲ ଫଳ ଛାଇ l
ବଣ ମଲ୍ଲୀ ଫୁଟି ବାସନା ଝାରନ୍ତି
ବାହୁ ବଳୟରେ ରହି l
ଚୁନାଚୁନା ସୁନା ଫୁଲ ନେଇ l
ସବୁଜିମା ଭରା ଶ୍ୟାମଳ କେଦାର
ବାଏ ଶୁଭ ସାହାନାଇ l
ଶୁଭ ସକାଳର ସୁନ୍ଦର ସ୍ମୃତିକୁ
ସରାଗେ ସାଉଁଟି ନେଇ l
ତରଣୀ ପରଶେ ପଦୁଅଁଟା ହସେ
ସରଣୀ ବୁକୁରେ ରହି l
ହୁଡ଼ା ଘାସ ଗାଲିଚାରୁ ଚାହିଁ l
ନାଲି ଟୁକୁ ଟୁକୁ ସାଧବ ବୋହୂଟା
ହସେ ତନୁ ମନ ଧୋଇ l
କଅଁଳ ମନରେ ବହଳେ ସପନ
ନେଇ ହେନା ଜୁଇ ଜାଇ l
ବାସନା ଝାରନ୍ତି ବଗିଚାରେ ହସି
ସବୁଜ ପତରେ ରହି l
ପିକ ଦୂର ଆକାଶକୁ ଚାହିଁ l
ସୁନା ପଙ୍ଖ ମେଲି ନାଚେ ଝୁଲିଝୁଲି
ଆଖି ଲୁହ ଝାରି ଦେଇ l
ଲାଜକୁଳୀ ଲତା ଲାଜେଇ ବନିତା
କାଖରେ କଳସୀ ନେଇ l
ଦୁଧ ଅଳତା ତା ତନୁକୁ ପଖାଳି
ଝିନ ବାସେ ହସେ ଚାହିଁ l
ସତେ ସରଗ ପରୀ ଓହ୍ଲେଇ l
ରୁଣୁଝୁଣୁ ତାଳେ ସାତସ୍ୱର ତୋଳେ
ପାଦର ନୂପୁର ବାଇ l
ନୀଳ ଆକାଶର ବିପୁଳ ବିସ୍ତାର
ମେଘ ମଲ୍ଳାରକୁ ନେଇ l
ବିଥି ଗାଲିଚାରେ ପ୍ରୀତି ପରଶୁଛି
ଆଜି ମୋତି ଝାରିଦେଇ l
ସଞ୍ଜ ସରଣୀରେ ଫୁଟି କଇଁ l
ଭୂମିରୁ ଭୂମାକୁ ଚାହିଁ ଖୋଜେ ତାର
ପ୍ରିୟତମ ଜହ୍ନ କାହିଁ l ଅରବିନ୍ଦ l
ଓସ୍ତପୁର, କେନ୍ଦ୍ରାପଡା l 9937641849
17.ନିଦାଘ ଫସଲ ଢେଉ
,,,,,,,,,,,,,,,,,,,,,,,,
ଫସଲ ର ଢେଉ ମାରୁଛି ହୁଙ୍କାର
ସମୀର ସଙ୍ଗୀତ ସୁରେ।
ଅନ୍ନଦା ର ଚାରୁ କଳା ନୃତ୍ୟ ଦେଖି
ଚଷା ଭାଇ ମନ ଝୁରେ।
ଅପୂର୍ବ ସୁନ୍ଦର କନକ ର ହାର
ମର୍କତ ଗହଣା ଧଡ଼ି।
ବିସ୍ତୃତ ବିଗ୍ରହେ ଆନନ୍ଦ ହୃଦୟେ
ସାଗର ଯେହ୍ନେ ଲହଡ଼ି।
ଅନ୍ନଦା ର ଗଭା କନକ ପ୍ରତିଭା
କେଣ୍ଡା କେଣ୍ଡା ବୁଆ ବିଲ ।
ଐଶ୍ୱର୍ଯ୍ୟ ଭଣ୍ଡାର ନୟନ ପ୍ରଭାରେ
ପ୍ରକୃତି ଦିଶେ ଛବିଲ।
ଭୂମି ରୁ ଭୂମା ମୁକୁଳା ସବୁଜିମା
ମୁକ୍ତ ସିକ୍ତ ମଧୂରିମା।
ତରୁ ଲତା ବନ ଗିରି ଓ କାନନ
ଦିଶେ ଶୁଦ୍ଧ ନଭଶ୍ଚୁମ୍ମା।
ନଗ୍ନ ଭଗ୍ନ ଦେହି ରମ୍ୟ ପରିବହୀ
ଅସୁନ୍ଦରେ ରମ୍ୟା ରହି।
ପ୍ରାଣର ବିକଳେ ବିଳାସ ଭୁ ତଳେ
ଭ୍ରମ କରେ କର୍ମେ ସହି।
ଖଗ ର ଉତ୍କଟ ରଟ ର ପ୍ରକଟ
ଶୂନ୍ୟେ ପ୍ରତିଫଳ ନାଦ।
ଗୁଞ୍ଜି ଉଠେ ଘନେ ଗଗନେ ପବନେ
ମେଘ କରେ ନାହିଁ ବାଦ ।
ତପତ ଭୂମିକା ମରୁ ମରୀଚିକା
ସମୀର ନର୍ତ୍ତନ ବୀଚି।
ଝାଞ୍ଜୁଆ ପବନ ଦିଶେ ମିଞ୍ଜି ଭ୍ରମ
ଯେହ୍ନେ ବାରି ରାଶି ସିଞ୍ଚି।
ତପନ ମରୀଚି ପ୍ରଖର ତାପତି
ଯେହ୍ନେ ନିଦାଘେ ଅନଳ।
ଦୁଃଖ ର ସମ୍ଭାରେ ସୁଖର ତୃଷ୍ଣା ରେ
ମନ ହୁଏ ବିଚଞ୍ଚଳ ।
ଶ୍ରୀବତ୍ସ ମେହେର
ମାନେଶ୍ୱର,ସମ୍ବଲପୁ
18.କାମନା କଳ୍ପନା ….
•••••••••••••
ନ ଥିଲେ କଳିତ କଳ୍ପନାରେ ରେ ସାଥୀ
ଗଢଂତା କେ ମୂର୍ତ୍ତି କାଷ୍ଠ ପାଷାଣୁ,
ନ ଥିଲେ ଅଧରେ କା ଅଧର ମଧୁ,
ମଧୁଵନ ହଜି ଯାନ୍ତା ଜୀଵନୁ!!
ନ ଥିଲେ ଗଗନେ ଚଂଦ୍ରର ଚାଂଦିନୀ,
ଚାହିଁ ରହିଥାଂତା କି’ ଏ କୁମୁଦିନୀ,
ରାତି ଜଗା ପକ୍ଷୀ କା’ରେ ଡାକି ଡାକି,
ହଜାଉ ଥାଆଂତା ନିଦ କି ନୟନୁ !!
ଶୀତଳ ସମୀର ନ ହେଲେ ଅଧୀର,
ଲୁଚି ଯାନ୍ତା ଧ୍ବନି ମଧୁର ବିଧୁର,
କିଏ ଚୋରି କରି ନେଇ ଯାଉ ଥାନ୍ତା
ଧୀର ଶିହରଣ ଏଇ ଭୁଵନୁ!!!
ବହି ଯାଏ ଯେଉଁ ଜୀବନ ଯମୁନା,
ଗାଇ ଗାଇ ସୁଖ ଦୁଃଖର ମୂର୍ଛନା,
ତା’ର ତୀରେ ତୀରେ ଫୁଟି ଉଠେ ଧୀରେ
କାମନା କଦଂବ ମୁଗ୍ଧ ଏ ମନୁ @@@
ସୁବଳ ରାଉତରାୟ
ଭୁବନେଶ୍ବର
19.କବିତା,କୃଷ୍ଣ ଚୁଡା
ସୁରେଶ ଚନ୍ଦ୍ର ପାଢୀ
କୃଷ୍ଣ ଚୁଡା କେତେ ସୁନ୍ଦର ହୋଇଛି
ପ୍ରଭୁ ଙ୍କ ମଥାରେ ସେ ଲାଗି ହେଉଛି
ଗୁମ୍ଫା ହୋଇ ଫୁଟି ଥାଏ ସେ ନୀତି
ଲାଲ ରଙ୍ଗରେ ସେ ସର୍ବଦା ଫୁଟଇ
କୃଷ୍ଣ ଙ୍କ ସେ ଅତି ପ୍ରିୟ ଫୁଲ ହେଲା
ସର୍ବଦା ପ୍ରଭୁ ଙ୍କ ପାଇଁ ଫୁଟି ଉଠିଲା
କଳା କାହ୍ନୁ ନୀତି ଖୋଜେ ଫୁଲକୁ
ଫୁଲ ରସିଆ ସେ ଭଲ ପାଏ ତାକୁ
ଦୂରେ ଯେବେ କୃଷ୍ଣ ଚୁଡା ଦିସୁ ଥାଏ
ବୃକ୍ଷ ରେ ପରି ପୁର୍ଣ ହୋଇ ରହି ଥାଏ
କେତେ ଭାଗ୍ୟ ତାର ସତେ ହୋଇଲା
ସୁନ୍ଦରୀ ହେବା ସହ ପ୍ରଭୁ ଙ୍କ ହେଲା
କୃଷ୍ଣ ଚୁଡା ପାଇଁ ପ୍ରକୃତି ସୁନ୍ଦର ହୋଇଛି
ଯୋଗୀ ରୁଷି ଙ୍କ ମନ କୁ ଛୁଇଁ ସେ ପାରିଛି
ବୁଗୁଡ଼ା,ଗଞ୍ଜାମ
20.ପାଣି ଫୋଟକାରେ ମଣିଷ ଜୀବନ
==================
ପାଣି ଫୋଟକାରେ ମଣିଷ ଜୀବନ
ମଣିଷ ଜାଣିଛି ନିଜେ
ଯାଇଛି ପ୍ରଶ୍ୱାସ ନ ଫେରି ଲା ଯେବେ
ଚାହୁଁ ଚାହୁଁ ଆଖି ବୁଜେ !!
ତଥାପି ମାୟାରେ ଏମିତି ସେ ବାୟା
ସକଳ ସମ୍ପଦ ଖୋଜେ
ମନରେ ତାହାର କାମନା ବାସନା
ତରୁଣୀ ପ୍ରେମରେ ମଜେ !!
ହାତ ଗୋଡ଼ ତାର କାମ କରେ ନାହିଁ
ସ୍ଵାର୍ଥେ ମାରିବାକୁ ଖୋଜେ
ରାଗେ ଉଠୁ ଉଠୁ ପଡିଯିବକାଳେ
ମନେ ଭାବେ ନାହିଁ ନିଜେ !!
ଘର ଜମି ବାଡ଼ି କରିଛି ଅନେକ
ଭଣ୍ଡି. ତଣ୍ଡୀ କରି ସେଜେ
ବୁଢା ହେଲା ପରେ ନୁହେଁ ସେ ତାହାର
ମନରୁ ପାଶୋରେ ନିଜେ !!
ମଲେ ପୁଅ ବୋହୁ ମନା କରିଥାନ୍ତି
ଜଗା ଦିଅନ୍ତିନି ଗଜେ
ଛଅଖଣ୍ଡ ବାଉଁଶ କୋକେଇ ରେ ନେଇ
ମଶାଣୀ ପଦା ସେ ଖୋଜେ !!
ପୁଅ ନାତି ସୁଧ ହେବେକି ନହେବେ
ସେକଥା ଭାବେନା ନିଜେ
ଦେଖି ଶୁଣି ସବୁଏ ମଣିଷ ଅନ୍ଧ
ପରର ଅନିଷ୍ଟ ଖୋଜେ !!
======================
ଭାଗବତ ସାହୁ, ଆଶୁକବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ବନ୍ତ, ଭଦ୍ରକ,
Mo=9437713276
21.***ହଏଗୋବର୍ଷା***
ମନୋଜ୍ ବାଗ୍
==============
କଁଟ୍ ପୁରିଘଲେ ନାଇଁ ଆଏଲ
ହଏଗୋ ବର୍ଷା ରାନି
ସତ୍ କରି କହ କାର୍ ଭୂଲେ ପଡ଼ି
ଆମ୍କୁ ଗଲନ ଭୁଲି।
ଫୁଲ୍ଟେଫୁଟ୍ଲେମହକିସି ଧନ
ସତ୍ କଥା ନାଇଁ ଲୁକେ
ଆର୍କେନେତୁମେବର୍ଷୁଛ ଧନ
ବିଜ୍ଲି ମାରୁଛେ କେତେ ।
ଠଡନ୍ ସୁଖା ବନ୍ଦ୍ କଟା ଢୁଡା
ମନର୍ ମାଏଟ୍ଭି ଗଲାନ ଫାଟି
ବାଟ୍ ଦେଖିଦେଖି ଅଲାଜିଆ ସତେ
ଆସ କାହାକେ ରହିଛ ଟାକି।
ମଉସୁମି ସଙ୍ଗେ ଆଇଛ ବଲିଗୋ
ହେଲାନ ତ ହୁଲାଜାରି
କେନ୍ କଥା ଲାଗି ଭାଙ୍ଗିଛେ ମନ୍ କେଁ
କହ କେନ୍ନ ଦେଇଛ ଲୁକି ।
କେନ୍ କଥା ଲାଗି ରୁସିଛ କାଏଗୋ
କହାର୍ କଥାନେ ହେଇଛ ବାଇ
କଥା ଦେଇଥିଲ ସମିଆକେ ଧନ
କେନ୍ତା ଜାଉଛଭୁଲି
ମୁଇଁ ତ ସମିଆ ତୁମେମୋର୍ ବର୍ଷା
କାହିଁ ଦେସ ମୁହୁଁ ମୁରିଁ
ସମିଆ ଜାନି ଆସାଗୋ ବର୍ଷା
ଶୁଖିଁ କଁଟା ହେଲି ଝୁରି ଝୁରି
================
ବିଶିପଡ଼ା ୱl ନ-୭ ବରଗଡ଼
22.ଆଜିର କିଛି ଝିଅ....
🍁🍁🍁🍁
ଆଜିର କିଛି ଝିଅ ନିଜକୁ ନିଜେ (modern)ଭାବି ଛୋଟ ଛୋଟ ଡ୍ରେସ ପିନ୍ଧି ଦେହର ଅଧା ଅଙ୍ଗ ଦେଖେଇ ସେ ନିଜକୁ ନିଜେ ଭାବୁଛନ୍ତି ସେ ଭାରି ସୁନ୍ଦର। ହେଲେ ସିଏ ଜାଣିପାରୁନାହାନ୍ତି ସେ ନିଜେ ନିଜର ଇଜତ ନିଜ ପାଦରେ ଦଳି ଦେଉଛନ୍ତି। ଆଉ ଏଇ କିଛି ଝିଅ ଙ୍କ ପାଇଁ ଭଲ ଆଉ ନିରୀହ ଝିଅ ବଳି ବଡିଯାଉଛନ୍ତି।ଆଉ ବଳତ୍କାର ଶିକାର ମଧ ହେଉଛନ୍ତି। ଆରେ ଟିକେତ ଚିନ୍ତା କର। ଗୋଟିଏ (modern )ହେଲେ କଣ ଖାଲି ଛୋଟ ଡ୍ରେସ ବିନ୍ଧି ଦେହର ଅଙ୍ଗ ଦେଖେଇବା ଦରକାର।କି
ଆରେ (modern)ହେବାର ଅଛିତ ଏମିତି ହୁଅ ଆଉ ଏମିତି ଡ୍ରେସ ପୋଷାକ ପିନ୍ଧ ଆଉ ଏମିତି ସଜେଇ ହୁଅ ଯେମିତି ନିଜର ସଂସ୍କାର, ଆଉ ନିଜର ସଂସ୍କୃତି ମଧ୍ୟ ବଜାୟ ରହିବ।
ଆଉ କେହିବି ତୁମକୁ ଦେଖି କହିବେ ନାହିଁକି ତୁମର ସଂସ୍କାର ନାହିଁ। କାରଣ ଗୋଟିଏ ଝିଅ ପାଖରେ ଦୁଇଟି ଜିନିଷ ନିହାତି ରହିବା ଦରକାର ପ୍ରଥମ -ଇଜତ ଦ୍ୱିତୀୟ -ସଂସ୍କାର।
🙏🏻🙏🏻🙏🏻🙏🏻🙏🏻
ଦୟା କରି ଭୁଲ ଥିଲେ କ୍ଷମା କରିବେ
ପ୍ରଜ୍ଞା ପର ମିତା ଦାଶ
ଯାଜପୁର
।। ପ୍ରେରଣା।।
ପିତା ମାତା ହେଲେ ସରଗଠୁ ବଳି
କିଏ ହେବ ତାଙ୍କ ସରି?,
ତାଙ୍କରି ଆଦର୍ଶ ପ୍ରେରଣାରେ ଗଢା
ଏଇ ଜୀବନ ମୋହରି।।
ସେମାନେ ଆମର ପ୍ରଥମ ଗୁରୁଯେ
ଦେବତାଙ୍କ ଠାରୁ ବଡ,
ଜୀବନର ପ୍ରତି ବିପଦେ ଆପଦେ
ସାହା ସବୁଠାରୁ ବଡ।।
ପ୍ରେରଣା ତାଙ୍କର ନ ଥିଲେ ଜୀବନେ
ଆଜି କି ହୁଅନ୍ତି ଭଲ ମଣିଷ,
ବଡ ଲୋକଙ୍କର ଜୀବନୀ ଶୁଣାଇ
ଗଢୁଥିଲେ ଦେଇ ତାଙ୍କ ଆଦର୍ଶ।।
ଭୁଲିବୁନି କେବେ ତାଙ୍କରି ମମତା
ସ୍ନେହ ଭରା କେତେ କାହାଣୀ କଥା,
ଯେତେ ଜ୍ଞାନ ଥାଉ ମଣିଷ ନହେଲେ
ସବୁ ହୁଏ ବୃଥା ଜୀବନ ଗାଥା।।
ସେ ତ ଥିଲେ ଆମ ପ୍ରେରଣାର ଉତ୍ସ
ଅନ୍ଧକାର ଘରେ ଆଲୋକ ସମ,
ଜୀବନ ଯଜ୍ଞରେ ଜିତାଇବା ଥିଲା
ପ୍ରଥମେ ତାଙ୍କରି ସତ କରମ।।
କୃତାଞ୍ଜଳି ପୁଟେ ବନ୍ଦିବୁ ତାଙ୍କର
ଚରଣ କମଳ ଭକ୍ତି ଶ୍ରଦ୍ଧାରେ,
ସେଇ ଆମ ଗୁରୁ ମାତା ପିତା ସଖା
ପରମ ହିତୈଷୀ ମହୀ ମଣ୍ଡଳେ।।
💐💐💐💐💐💐💐💐💐💐💐💐💐💐
ଚିତ୍ରା ରାଣୀ ପାତ୍ର।ବାଲେଶ୍ୱର।