Write your text here...

ରାଣଖାଇ ରାତି

ତାଆଡୁ କହେ

ଅନ୍ଧାର ହଜେଇ ଦେଇଛି ନିଦକୁ

ରାତି କହେ ରାଣ ଖାଇ

ଆସିବା ବଇନା ରଖୁନି ସପନ

ଆଖିର ହବାର ପାଇଁ

ବାକିରେ କିଣିକି ପହର ଗୁଡାଙ୍କୁ

ଧାଡ଼ିରେ ରଖୁଛି ଥାକେ

ତାରାଙ୍କୁ ଗଣୁଛି ଏକ ଦୁଇ କରି

ଦେହକୁ ରଖିକି ଭୋକେ ।।

ଭଲ ପାଇବାର ଶୁଣିବା ଖୁସିକୁ

ଡିଏଁଇ ଦେଇକି ସୀମା

ଧାଡ଼ିରେ ରହିକି ଆଗୁଆ କରୁଛି

କାଲି ମାନଙ୍କର ବୀମା ।।

ରୂପା ଜହ୍ନ ଫିକା ପଡ଼ିଯିବ ଭାବି

ତୋଳୁନି ବଢେଇ ହାତ

ବାଟେଗଲା ମେଘ ବରଷିବା ପାଇଁ

ଗାଉନି ମହ୍ଲାରେ ଗୀତ ।।

ଦେଖେଇ ପଢୁନି ଲେଖିବା ଚିଠିକୁ

ଛାଇଙ୍କୁ ଶୁଭିବା ଡରେ

କୋହକୁ ଗିଳୁଛି ଅଧାରୁ ଢୋକିକି

ରହିକି ଆକଟ ଘେରେ ।।

ମହେନ୍ଦ୍ର ନନ୍ଦ

୮୨୪୯୪୧୧୩୬୭

ବିପ୍ଳବୀ କବି ରବି ସିଂହ

ଉତ୍କଳ ମାଟିରେ ଅନେକ କବି ଜନ୍ମ ନେଇ, ଓଡିଆ

ଭାଷାକୁ ଋଦ୍ଧିମନ୍ତ କରି ତୋଳିଛନ୍ତି,କବି ସମ୍ରାଟ

ଉପେନ୍ଦ୍ର ଭଞ୍ଜ, ସ୍ବଭାବ କବି ଗଙ୍ଗାଧର ମେହେର,

ବ୍ୟାସ କବି ଫକିରମୋହନ, ବିଦଗ୍ଧ କବି ଅଭିମନ୍ୟୁ

ସାମନ୍ତସିଂହାର, ପଲ୍ଲୀ କବି ନନ୍ଦକିଶୋର ବଳ,

ଆଦିକବି ସାରଳାଦାସ ପ୍ରଭୃତି ଅନ୍ୟତମ।

ଯୁଗକୁ ଦେଖି ସାହିତ୍ୟିକ ମାନେ ତାଙ୍କର

ଲେଖନୀ ଚାଳନା କରିଛନ୍ତି।ସାରଳା ଯୁଗ, ପଞ୍ଚସଖା

ଯୁଗ,ସବୁଜ ଯୁଗ ରେ କବି ଆତ୍ମ ବିଭୋର ହୋଇ,

ରସାଣିତ କବିତା ମାନ ରଚନା କରିଛନ୍ତି।ସବୁଜ କବି

ମାନେ ସ୍ବପ୍ନ ବିଭୋର ହୋଇ ଯୁବପିଢି ମାନଙ୍କ ଲାଗି

କବିତା ରଚନା କରି ଓଡ଼ିଆ ସାହିତ୍ୟକୁ ରସାଣିତ

କରିଛନ୍ତି।

ଅନ୍ଯାନ୍ଯ ଦେଶ ଭଳି,ଇଟାଲୀର ଏକତ୍ରୀ

କରଣ ବେଳେ କାଭୁର, ଗାରିବାଲ୍ଡି,ଭୋଲ୍ଟାୟାର କବି

ଦେଶାତ୍ମବୋଧକ କବିତା ମାନ ରଚନା କରି,ଦେଶପ୍ରେମ

ର ବହ୍ନି ଜାଳିଦେଇ ଲୋକ ମାନଙ୍କ ହୃଦୟରେ ଦେଶାତ୍ମ

ବୋଧକ ଭାବ ଜାଗ୍ରତ କରି ,ଦେଶକୁ ସ୍ବାଧୀନ କରିଛନ୍ତି।

ରବି ସିଂହ ଙ୍କ କବିତା ଅନନ୍ୟ।ସେ ଦରିଦ୍ର,

ନିଷ୍ପେସିତ,ଆର୍ତ୍ତ,ପିଡୀତ,ଦୁଃଖୀ,ମାନଙ୍କ ପାଇଁ କବିତା

ଲେଖନ୍ତି।ତାଙ୍କର କବିତା ଗୁଡିିକ ଅଗ୍ନିବର୍ଷୀ,ବିଳ୍ପବାତ୍ମକ

ଧୂମାୟିତ।କବିତାର ଅନ୍ତସ୍ବର ରେ ବିପ୍ଳବର ବହ୍ନି ବାରି

ହୋଇ ଯାଏ। ପାଠକ ର ରକ୍ତ ଟକ୍ ମକ୍ ହୋଇ ଫୁଟେ।

ତାଙ୍କର ଲିଖିତ ପ୍ରେମ କବିତାରେ,ଭୋକର

ଭୂଗୋଳ ମଧ୍ଯ ବାରିହୋଇ ପଡେ।ସେ ଲେଖିଛନ୍ତି

"ତମ ଭାବ ନିକଟରେ ଦେଖ ଗୋ ସୁନ୍ଦରୀ

ଅଛି କି ଟଙ୍କାଟିଏ ,

ପ୍ରେମ କରିବାକୁ ବଳ ନାହିଁ ମୋର

ଭାରି ଭୋକ ଭାରି ଭୋକ॥

ପୁଣି ସିଏ ଗାଇ ଛନ୍ତି

ମଣିଷ କୁ ଥରେ ପଢ ପଢ

ମଣିଷ ଠାରୁ କେ ଅଛି ବଡ॥

କବି ରବିସିଂହ ଙ୍କ କବିତାରେ,ସମାଜବାଦ,କମ୍ୟୁନିଷ୍ଟ

ଚିନ୍ତାଧାର ମର୍ମେ ମର୍ମେ ଉପଲବ୍ଧ। ସମାଜର ତଳ

ଶ୍ରେଣୀରେ ରହୁଥିବା ଭୋକିଲା ମଣିଷର ବେଦନା

ଆର୍ତ୍ତଚିତ୍କାର ଶୁଭେ।ଶ୍ରେଣୀ ହୀନ ସମାଜ ଗଠନରେ

ତାଙ୍କର ଦାନ ଅନେକ। ବିପ୍ଳବ ଲଢେଇ ଯେମିତି ତାଙ୍କର

ଅସ୍ଥି ମଜା ରେ ସଲଗ୍ନ।ଧର୍ମ, ଅର୍ଥନୀତି,ଭାଷା,ଭାବନାରେ

ସମାଜ କିପରି ଅନ୍ତକରଣରେ ଭାଗ ଭାଗ ହୋଇ ଭିନ୍ନତା

ସୃଷ୍ଟି କରେ ତାଙ୍କର କବିତାରେ ଛତ୍ରେ ଛତ୍ରେ ଉପଲବ୍ଧ।

କବି ରବି ସିଂହ ଭଳି କବି ବିରଳ।ଖଟିଖିଆ

କଳ କାରଖାନାରେ କାମ କରୁଥିବା ନିଷ୍ପେସିତ ଜନତା

ପ୍ରତି ତାଙ୍କର କବିତାରେ ବାରିହୋଇ ପଡେ।

ଯେତେଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରବି ସିଂହ

ଅମର ହୋଇ ରହିଥିବେ।ମୃତ୍ୟୁ ଯେମିତି ତାଙ୍କୁ ଛୁଇଁନି।

ସେ ମେହନତି ମଣିଷ ମାନଙ୍କ ହୃଦୟରେ ଅମର ହୋଇ

ରହିଥିବେ।

ବନ୍ଦେ ଉତ୍କଳ ଜନନୀ

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

ଧ୍ଵନି ଯେବେ ପ୍ରତିଧ୍ଵନି ହୁଏ

ଧ୍ଵନି ଯେବେ ପ୍ରତିଧ୍ଵନି ହୋଇ

ଶକ୍ତ ଧକ୍କା ଖାଇ ଫେରି ଆସେ,

ଏକ ଶିହରଣ ସୃଷ୍ଟି ହୁଏ

ଯାହାର ନାମ ଦେଇ ହୁଏନା।।୧।।

ଅସୀମ ଭାଵନା ସବୁ ଇତଃସ୍ତତ

ବିଚ୍ଛୁରିତ ହୋଇ ଯାଏ,

ଛୁଇଁଯାଏ କୂଳ ଆଉ ଉପକୂଳ

ଯାହା ଆଉ ଛୁଇଁ ହୁଏନା।।୨।।

ମଣିଷର ଜୀବନ ସ୍ୱଳ୍ପ କାଳ

ଜାଣିବି ଚେତନାକି ଜାଗ୍ରତ?,

ତେବେ ସ୍ଵପ୍ନ ସଜାଇ ଚାଲେ

ଯାହା ବାସ୍ତବିକ୍ ଦେଖେନା।।୩।।

କେବେ ହଜିଯାଏ ଗହଳି ଭିତରେ

ପୁଣି କେବେ ନିସଙ୍ଗତା ଆସେ,

ତା' ମନର ଇଲାକାକୁ ଛୁଇଁ

ଯାହା ଦେଖାଇ ପାରେନା।।୪।।

ଦରଦୀ ପ୍ରାଣର ଅନ୍ତିମ ପ୍ରଶ୍ନକୁ

ଅଧା ବାଟରେ ହଜାଏ ସିନା,

ଯାହାକୁ ଅଣ୍ଡାଳି ଅଣ୍ଡାଳି ପାଏ

କହିବାକୁ କାହାକୁ ପାଏନା।।୫।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

ବନ୍ଦେ ଉତ୍କଳ ଜନନୀ

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

ଅନ୍ଧାର ରାଜୁତି

ଆଲୁଅ ପର୍ବେ

ଆଲୁଅର ପର୍ବେ ଅନ୍ଧାର ରାଜୁତି

ଅନ୍ୟାୟ ଜିତୁଛି ବାଜି

ଅସଭ୍ୟ ପଶୁର ଗଣ ଦୋଉଡରେ

ମଣିଷ ଦୋଉଡେ ଆଜି ।।

ପାଣିକୁ ବିକୁଛି ରକତ ମାଗଣା

ତଣ୍ଟି କାଟେ ଅଣ୍ଟି ଛୁରୀ

ମମତା ଜଳୁଛି ସନ୍ଦେହ ନିଆଁରେ

ବିଶ୍ଵାସ ଯାଉଛି ହାରି ।।

ସ୍ୱାର୍ଥର ମୁହଁରେ ଅର୍ଥର ଚାଳିଶା

ମୁଁ ର ତର୍ପଣେ ବ୍ୟସ୍ତ

ଉଦୟ ଆଗରୁ ଆଶାର ସୂରୁଜ

ଜୀବନ ଦେଖୁଛି ଅସ୍ତ ।।

ମରଣ ରାସ୍ତାରେ ମଣିଷ ପଣିଆ

କବାଡି ଖେଳୁଛି ହିଂସା

ଥିଲାବାଲା ଙ୍କର ତାଲୁକ ପ୍ରଗଣା

ସୂଚାଏ ହାଆଲ ନକ୍ସା ।।

ଭୋକଙ୍କ ଗଡରେ ଦୁଃଖଙ୍କ ଗହଳି

କଙ୍କାଳ ବଖାଣେ ବୁଲି

ହାତପତା ଙ୍କର ଶତକଡା ହାର

ଶହରେ ଶତୁରୀ ବୋଲି ।।

ଗଢ଼ିବା ଇଶ୍ଵର ଭାଙ୍ଗିବା ଦେବତା

ମୁଠାରେ ମୁଠେଇ ବିଶ୍ଵ

ନିଶ୍ଵ ଭିତିଭୂମି ଦୃଢ କରିବାର

ପୁଞ୍ଜି ଖଟା କାମେ ବ୍ୟସ୍ତ ।।

ମହେନ୍ଦ୍ର ନନ୍ଦ

୮୨୪୯୪୧୧୩୬୭

ଟିକି ଚିନ୍ତନ

ସମୟଟା ଯେବେ ସରି ସରି ଆସେ

ସ୍ନେହ, ଆଦର କାହିଁକି ?

ଖୋଜୁଥିଲା ବେଳେ ଅଲୋଡା ଲାଗିଲା

ଏବେ ଯାଚି ଅଜାଡି ଦିଅନ୍ତି।

ପ୍ରକୃତ ସ୍ନେହ ଏ ନୁହଁ,

କରିଥିବା କର୍ମ ଅନୁତାପ ବଳେ

ଅବଶୋଷର ଏ ସମୟ।

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

ମାଆ

ଚିର ନମସ୍ୟା ମୋ'

ଜନ୍ମଦାତ୍ରୀ ମାଆ

ଅତି ଆପଣାର ସିଏ

ପହିଲି ପ୍ରଥମେ

ସ୍ତନ୍ୟଦାନ କରି

ପରିପୁଷ୍ଟ କଲା ଯିଏ।

ମାଆ କୋଳ ଥିଲା

ପାଇଖାନା ମୋର

ମଳତ୍ୟାଗ କରୁଥିଲି

କୋଳେ ଶୋଇ ତା'ର

ଉଷୁମ ଭିତରେ

ପରିଶ୍ରା ହିଁ କରୁଥିଲି।

ପହିଲି ପ୍ରଥମ

ଶିକ୍ଷା ଦାତ୍ରୀ ଥିଲା

ସ୍ନେହମୟୀ ମୋର ମାଆ

'ମାଆ' 'ବାପା' କହି

କଥା ଶିଖେଇଲା

ଡାକୁ ଥିଲା 'ଆଆ' 'ଆଆ'।

ପହିଲି ପ୍ରଥମ

ପାଠାଶାଳା ଥିଲା

ମାଆର ରୋଷେଇ ଘର

କଥା ଶୁଣି ଶୁଣି

ଚାଲୁଥିଲି ମୁହିଁ

ହାତ ଧରି ଧରି ତା'ର।

ପହିଲି ପ୍ରଥମ

ଡାକ୍ତରାଣୀ ଥିଲା

କଲ୍ୟାଣମୟୀ ମୋ'ମାଆ

ପଡିଗଲେ କେବେ

କହୁଥିଲା ସିଏ

ହାତ ଧରି ଧରି ଆଆ।

ଜୀବନର ସିଏ

ପହିଲି ସାଙ୍ଗ ମୋ'

ହାତ ଧରି ଚାଲୁଥିଲା

ରାଜା ଝିଅ ଆଉ

ବୁଢ଼ୀ ଅସୁରୁଣୀ

କାହାଣୀ ଶୁଣାଉ ଥିଲା।

ବଡ଼ ହେଲା ପରେ

ସଂସାର ଗଢି ମୁଁ

ପର ତାକୁ କରିଦେଲି

ପୁତ୍ର କଳତ୍ରଙ୍କୁ

ଗଳା ମାଳି କରି

ହତାଦର ତାକୁ କଲି।

ଉଦ୍ଧାରକୁ ପୁଣି

ବଦଳ ହୋଇବ

ଆସୁଅଛି ବେଳକାଳ

ଯାହାଂକୁ କରୁଛି

ଗଳା ମାଳି ମୋର

ସିଏ ହେବେ ଦିନେ କାଳ।

******

ଅକ୍ଷୟ ମହାନ୍ତି।

୯୯୩୭୪୬୨୫୦୭