OJASWINEE ODIA E PATRIKA - APRIL 2024
We have made quality our habit. It’s not something that we just strive for – we live by this principle every day.
କବିତା ମୋ ଜୀବନ ଧନ
ମନ୍ଦାକିନୀ ପାଢ଼ୀ
କବିତା ଚମକିତ କରେ ପୃଥିବୀକୁ
ତା'ର ଉଚ୍ଚକିତ ଧ୍ୱନି
କେତେବେଳେ ସଂଭ୍ରମିତ ହୁଏ ସେ
ଭଙ୍ଗିମା ଦେଖାଏ ଠାଣି ।।
ଅସଲଂଗ୍ନ ବିନ୍ଦୁସମ ଏ କବିତା
ସିଏ ମୋ ଜୀବନ ଧନ
ଶବ୍ଦ ଗୁଚ୍ଛର ସମାହାର ଆଣେ ସେ
ଭାବନା ମୋ ହୃଦୟର ।।
କବିତା ବୁହାଇ ଦିଏ ଦେହରୁ ଝାଳ
ଦୁଃଖ ରେ ବଞ୍ଚିବା ବେଳେ
ସ୍ନିଗ୍ଧ ଶୀତଳ ହୋଇଯାଏ ପ୍ରାଣରେ
ମନରେ ପୁଲକ ଆଣେ ।।
ସୁଖରେ ଦୁଃଖରେ କାତରରେ
ନିଆଁ ଲାଗେ ଜୀବନର
କବିର କଲମରେ ପ୍ରସ୍ତୁତ ହୋଇଯାଏ
କେତେବେଳେ ବିସ୍ଫୋରଣ ।।
କବିତା ମୟ ଆବେଗ ଭିତରେ
ଫୁଲେଇ ନଦୀ ପ୍ରବାହିତ
ବେଗବାନ୍ ହୋଇ ମାନ ଅଭିମାନ
ମନ୍ତ୍ର ଛୁଇଁ ଯାଏ ମନ ।।
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର ବରଗଡ଼
ହିନ୍ଦୁ ନବବର୍ଷ
******
ରାଗ-କୌଶିକ
ନଳିନୀ ପ୍ରଭା ଦାସ
ପ୍ରାଚୀ ଭାଗେ ରବି' ବସନ୍ତ ପ୍ରଭାତେ' ଉଦୟ ଆକାଶ'ର ବକ୍ଷେ'
ସୁନେଲି କିରଣ' ବିଛାଡି ହୋଇଛି' ଦେଖ ଗୋ 'ଧରଣୀ'ର ବକ୍ଷେ'
କେଡେ ଆନନ୍ଦ'
ସର୍ବ ପ୍ରାଣୀ ମୁଖରେ ହସ'
ଚୈତ୍ର ଶୁକ୍ଳ ପ୍ରତି'ପଦା ତିଥି ବ୍ରହ୍ମ'ଣା ସୃଷ୍ଟିର ଆରମ୍ଭ ।
ବସନ୍ତ ଆଗତେ' ନବ କିସଳୟେ' ତରୁ ବନ ଶୋଭା 'ସୁମନେ'
ହସୁଥିଲା ଧରା' ଫଗୁଣ ରଙ୍ଗରେ' କୋକିଳର କୁ'ହୁ ତାନେ'
ପ୍ରଭୁ ଶ୍ରୀରାମ
ଦଶରଥ ସୁତ' ଅଯୋଧ୍ୟା'
ରାଜସିଂହାସନ' କରି ଆରୋହଣ ' ଆରମ୍ଭିଲେ ରା'ଜସେବା ।
ଦ୍ଵାପରେ ବିଜୟ' କୁରୁକ୍ଷେତ୍ର ଯୁଦ୍ଧେ' ହୋଇଲା ପାଣ୍ଡଵ' ପକ୍ଷର'
ରାଜ୍ୟେ ଅଭିଷିକ୍ତ ' ଏହି ଦିନ ହେଲେ' ଧର୍ମରାଜ ଯୁ'ଧିଷ୍ଟିର'
ବିକ୍ରମାଦିତ୍ୟ
ସିଂହାସନ ଯେ 'ଆ 'ରୋହଣ
ବିକ୍ରମ ସମ୍ବତ' ଏହି ଦିନ ଠାରୁ'ହୋଇଥିଲା ପ୍ର'ଚଳନ 'I
ପ୍ରତିଷ୍ଠା ଦିବସ ' ଆର୍ଯ୍ୟ ସମାଜର' ଦୟାନନ୍ଦ ସରସ୍ୱ'ତୀଙ୍କର'
ଜନ୍ମ ଜୟନ୍ତୀ ଯେ' ସନ୍ଥ ଝୁଲେଲାଲ' ଗୁରୁ ଅଙ୍ଗ'ଦଙ୍କର'
ଜନମି ଥିଲେ'
ଡଃ କେଶବ ବ'ଳିରାମ'
ରାଷ୍ଟ୍ର ସଂଗଠନ ' ସଂଗଠିତ କରି' ରଚି ଯାଇଛ'ନ୍ତି ନାମ' ।
ଆନନ୍ଦ ଉଲ୍ଲାସେ' ହିନ୍ଦୁ ନବବର୍ଷ' ପାଳୁଛୁ ସର୍ବେ' ମହୀରେ'
ଆମର ସଂସ୍କୃତି' ବଞ୍ଚାଇଲେ ଆମେ' ବଞ୍ଚିବ ନିଶ୍ଚେ' ଧରାରେ'
କରୁ ବନ୍ଦନ'
ଭାରତ ମା ଜ'ୟ ଗାନ'
ଜୟ ମା ଭାରତ 'ଜୟ ମା ଉତ୍କଳ ' ଜୟ ଜୟ ହେ ହିନ୍ଦୁ'ସ୍ଥାନ ।
କବିର ବ୍ଯଥା
ସାହିତ୍ୟ ସଭାରେ ଉପସ୍ଥିତ ଯେତେ
ସାଧକ ସାଧିକା ଗଣ
କହୁଅଛି ଏକ ହୃଦୟର କଥା
ମନଦେଇ ଥରେ ଶୁଣ ।୧।
କେତେ ଭାବିଚିନ୍ତି ଲେଖୁଛନ୍ତି ଆମ୍ଭେ
ହାତରେ କଲମ ଧରି
ସଭା ସମିତିରେ ପଢୁଛନ୍ତି ଯାଇ
ସଭିଙ୍କୁ ନିଜର କରି ।୨।
କିଏ ଦିଏ ତାଳି କିଏ ଦିଏ ଗାଳି
ନଥାଏ କାହାକୁ ଡର
କବିତା ଲେଖିବା କବିତା ପଢିବା
ଏହା ମୋର ଅଧିକାର ।୩।
କବି ହୋଇ କେହି ଜନମି ନଥାଏ
ଏ ଧରା ଧାମରେ ପରା
ଈଶ୍ବର ପ୍ରଦତ୍ତ ଗୁଣ ଅଟେ ଏହା
ସାହିତ୍ୟ ଜଗତ ଧରା ।୪।
ସାହିତ୍ୟ ସାଧନା ନୁହେଁ ଛୋଟ କଥା
ନଥିଲେ ଭାବ ଓ ଭକ୍ତି
ଲେଖିବାକୁ ପଦେ ମନରେ ସାହସ
ମିଳିଛି ଈଶ୍ବର ଶକ୍ତି ।୫।
ସେହି ଶକ୍ତି ବଳେ କଲମ ମୁନରେ
କରୁଛନ୍ତି କେତେ ସୃଷ୍ଟି
କବିତା ରଚନା ମନର ଭାବନା
ସମସ୍ତେ ଦେବେକି ଦୃଷ୍ଟି ।୬।
ମରେନାହିଁ କବି ଜୀବନରେ କେଵେ
ମରଇ କବି ଶରୀର
ଈଶ୍ୱର ସୃଷ୍ଟିରେ ସମସ୍ତେ ସମାନ
ସାହିତ୍ୟ ଯାହାର ଘର ।୭।
ରାଗ ହିଂସା ଦ୍ବେଷ ନରଖି ମନରେ
ସାହିତ୍ୟ ଲେଖି ଚାଲିବା
କଳା ସଂସ୍କୃତିର ଅଟେ ଏହି ମାଟି
ନିଜକୁ ଧନ୍ୟ ମଣିବା ।୮।
ଭକତି ଭାବରେ ଈଶ୍ବରଙ୍କୁ ଡାକି
ସାଧନାରେ ହେବା ବ୍ରତୀ
ସାଉଁଟି ଆଣିବା ନୂଆ ନୂଆ ଶବ୍ଦ
ନଥିବ ଭୟ ଓ ଭୀତି ।୯।
ହାତଯୋଡି କହେ ଏ ଅଧମ ପୁଣି
ସଭିଙ୍କୁ କରି ଗୁହାରି
ନିଜ ଗୁଣେ ମୋତେ କରିଦେବ କ୍ଷମା
ନହେଲେ ଯିବି ମୁଁ ଫେରି ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ରାଜନୀତି ଓ ଦେଶପ୍ରେମର ଉଷ୍ମତାତି
🔥🔥🔥🔥🔥🔥🔥
# କବି ଦୀନବଂଧୁ ବେଜ
•••••••••••◾••••••••••
ହଁ ଏବେ ଏବେ ବସନ୍ତ ବିଦାୟ ନେଇଛି
ପତ୍ର ଝଡ଼ା ବନ୍ଧ ହୋଇଛି ଗଛ ବୃଚ୍ଛରୁ
ଥୁଣ୍ଟା ଗଛର ଡ଼ାଳ ସବୁ ଏବେ ଖେଣ୍ଟା
ଧୂଷର ରଙ୍ଗ ଚ଼ାରି ଆଡ଼େ ରାଜୁତି କରୁଛି
ମରୁଭୂମିର ମତିଭ୍ରମ ସୃଷ୍ଟି କରୁଛି ସବୁଠି
ଟାଙ୍ଗରା ଭୂଇଁରେ ନଇଁ ପଡ଼ିଛନ୍ତି ସଦ୍ୟ
ମୁଣ୍ଡ ଟେକି ଉଠିଥିବା ମୁଥା ଘାସମାନେ
ସବୁଠି ବର୍ଷା ହେଉଛି ଖରାର ନିଆଁ ଝୁଲ,
ବାଲି ରାସ୍ତା ରେ ପାଦ କଣ ପକାଇବ
ଖଇ ଫୁଟିବାକୁ ଅପେକ୍ଷା କରିଛନ୍ତି ଧାନ ।
ବେଶି ଗରମ ହେଉଛି ରାଜନିତୀର ତାତି
ତାୱାରେ ରୁଟି ସେକିବାକୁ ସମସ୍ତେ ବ୍ୟସ୍ତ
ବହୁରୁପି ଏଣ୍ଡୁଅଙ୍କ ସଂଖ୍ୟା ବଡ଼ି ଯାଇଛି
ଦଳବଦଳ ଋତୁ ବୋଧହୁଏ ଏବେ ଚ଼ାଲିଛି
ହାତଛଡ଼ା କରିବାକୁ ଚ଼ାହୁଁ ନାହାଁନ୍ତି ଏଣ୍ଡୁଅ
ଯେଉଁ ପାଟି ନାନା ଭତ୍ସନା କରିଥିଲା ତାକୁ
ଏବେ ସେଠାରେ ଗୁଣଗାନ ହୁଏ ତାଙ୍କର
ଦେଖ ଋତୁଚକ୍ରରେ ଋତୁ ବଦଳୁଛି କେମିତି,
ବ୍ୟତିକ୍ରମ ହେଉନାହିଁ ଥିବା କ୍ରମାନ୍ୱୟର
କିନ୍ତୁ ରାଜନିତୀ ଋତୁଚକ୍ର ଏବେ ବଦଳିଛି।
ସବୁଜ ଗେରୁଆ ରଙ୍ଗର ପୋଷାକରେ
ରଙ୍ଗିନ ହେଉଛି ଏଣ୍ଡୁଅର ସର୍ବାଙ୍ଗ ଶରୀର
ମୈଦାନ ବି ଭରପୁର ରଙ୍ଗ ଗୋଟାଉଛି
ଗତକାଲି ଥିବା ଅହି ନକୂଳ ସଂପର୍କ
ଏବେ ରକ୍ତ ସଂପର୍କରେ ଗାଢ଼ ହୋଇଛି
ଧନ୍ୟ କହିବ ରାଜନିତୀର ଗୁଢ଼ ରହସ୍ୟ
ସକାଳୁ ମଲ୍ଲୀ ଫୁଲର ଥିବା ବାସନା ମହକ
ସଂଧ୍ୟା ବେଳକୁ ହେଉଛି ଦୁର୍ଗନ୍ଧ ଉତ୍କଟ
ଆମ୍ବୁଲ ପରି କେତେ ବେଳେ ଚଟାଚ଼ଟି
ପୁଣି କେତେ ବେଳେ ଆଜୀବନ ବାସନ୍ଦ,
ଧନ୍ୟ କହିବ ଏ ରାଜନିତୀ କାୟାକଳ୍ପ
ପ୍ରହସନ ହେଲାଣିକି ଏ ନିର୍ବାଚ଼ନ ଯୁଦ୍ଧ !
ତୁମେ ବାଛୁଥିବା ନେତା କିଛି ନକରି
ହେବାକୁ ଥିବା ବେଳେ ପ୍ରତ୍ୟାଖ୍ୟାନ
ଦଳ ବଦଳ କରି ପାଇ ଯାଉଛି ଟିକେଟ
ପ୍ରତାରଣା ଭିତରେ ବି ପାଉଛି ଭୋଟ
ଅତିକ୍ରମ କରୁଛି ରାଜନୈତିକ କ୍ରିଡ଼ାଙ୍ଗନ
ଏଇଠି ବି ପାଞ୍ଚବର୍ଷ ଶୂନ୍ୟକାଳ କାର୍ଯ୍ୟ
ତୁମେ ଦେଖିବ ତାଙ୍କ ନିଷ୍ଠୁର ବିବେକ
ସବୁ ପକେଟ ଭିତରେ ଖୁନ୍ଧା ଖୁନ୍ଧି କରି
ଖାଲି ଆଖି ଥାଇ ଆମ୍ଭେ ହେଉଛନ୍ତି ଅନ୍ଧ
ଆପେ ବଡ଼ୁଛି ତାଙ୍କର ଧନ ଓ ସଂପଦ,
କାହାକୁ କହିବା ସବୁ ଦେଖି ଅଣଦେଖା
ସବୁ ଶୁଣି ଅଣଶୁଣା ଭୋଅଟ ବଣିକ ।
ସଜାଗ ଯେ ସତର୍କ କରାଏ ସମସ୍ତଙ୍କୁ
ଚ଼େଇଁବାକୁ ବାଧ୍ୟକରେ ଅନ୍ତର ଭିତରୁ
ଚୟନ ପାଇଁ ହୋଇଯାଅ ସ୍ୱାଭିମାନୀ
ହୃଦୟରୁ ରାଷ୍ଟ୍ରପ୍ରେମ ଜାଗ୍ରତ କରାଅ
ବିଦ୍ୟା ବୁଦ୍ଧି ବିବେକରେ ମିଶ୍ରଣ ରେ
ଗଢ଼ିଉଠିବ ସ୍ୱାଭିମାନ ଭାରତର ଗଡ଼
ଦେଶପ୍ରେମ ରାଷ୍ଟ୍ରଭକ୍ତି ରଧିମନ୍ତ ପାଇଁ
ବଳିଦାନ ଦେବାପାଇଁ ଠିଆ ହୋଇପଡ଼
ଯେଉଁ ଠାରେ ଆମେ ଠିଆ.. ମାତୃଭୂମି
ତାକୁ ଭକ୍ତି ସହିତରେ ପ୍ରଣିପାତ କର,
ତା ଠାରୁ କରିବ ଯେଉଁ ଉଷ୍ମ ଅନୁଭବ,,,
ତାକୁ ତୁମେ ଭାବିନିଅ ଦ୍ୱିତୀୟ ଇଶ୍ଵର l
••••••••◾◾◾•••••••
ସଂପାଦକ
ଜାତୀୟ କବି ଲେଖକ ସଂଗଠନ
ବାସୁଦେବପୁର, ଭଦ୍ରକ, ଓଡ଼ିଶା
ଭ୍ରାମ୍ୟଭାଷ:-୭୬୮୩୯୨୦୨୨୧
ଚୈତ୍ର ଶୁକ୍ଳପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ
ଚନ୍ଦ୍ରକଳା ଦେବୀ
ଚୈତ୍ର ମାସ ଶୁକ୍ଳ ପ୍ରତିପଦା ଦିନ
ରାଷ୍ଟ୍ରୀୟ ନବ ବରଷ
ହିନ୍ଦୁ ମାନଙ୍କର ନବବର୍ଷ ରୂପେ
ହୋଇଅଛି ଅଭିହିତ l
ପୌରାଣିକ ପୃଷ୍ଠା ଉନ୍ମୋଚନ କଲେ
ଜଣାଯାଏ ବହୁ ତଥ୍ୟ
ସୃଜିଥିଲେ ବ୍ରହ୍ମା ନିଖିଳ ବ୍ରହ୍ମାଣ୍ଡ
ଏଇ ଚରାଚର ବିଶ୍ୱ l
ପ୍ରଭୁ ରାମଚନ୍ଦ୍ର ରାଜା ଯୁଧିଷ୍ଠିର
ସିଂହାସନ ଆରୋହଣ
ବିକ୍ରମଦିତ୍ୟଙ୍କ ନବ ସମ୍ବତ୍ସର
ଏହିଦିନ ପ୍ରଚଳନ l
ଦୟାନନ୍ଦ ସରସ୍ବତୀଙ୍କର ଦ୍ୱାରା
ଆର୍ଯ୍ୟ ସମାଜ ପ୍ରତିଷ୍ଠା
ରାମ ଜନ୍ମଭୂମି ଆନ୍ଦୋଳନ ପାଇଁ
ଗଢ଼ାହିନ୍ଦୁ ମହାସଭା l
ଶକାବ୍ବ,ଯୁଗାବ୍ବ, ଶାଳିବାହନାବ୍ବ
ଏହି ଦିନରେ ଆରମ୍ଭ
ବ୍ୟାସଦେବଙ୍କ ବେଦ ଉପସ୍ଥାପନା
ବାସନ୍ତିକ ପୂଜାରମ୍ଭ l
କେଶବ ବଳିରାମ ହେଡ଼ଗେୱାର
ଏଦିନ ହେଲେ ଜନମ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରଯେ
ପ୍ରତିଷ୍ଠାତା ଥିଲେ ଜାଣ l
ସମାଜ ରକ୍ଷକ ସନ୍ଥ ଝୁଲୋ ଲାଲ
ଏ ଦିବସେ ହେଲେ ଜନ୍ମ
ହିନ୍ଦୁ ଧର୍ମର ଯେ କାଳର ଗଣନା
ହୋଇଥିଲା ଏହିଦିନ l
ଚାରି ଯୁଗ ମଧ୍ୟୁ ସତ୍ୟର ଆରମ୍ଭ
ମତ୍ସ୍ୟ ଅବତାର ହରି
ମାଆ ଦଶଭୂଜା ନବରାତ୍ରୀ ପୂଜା
ନବ ବେଶଭୂଷା ଧାରୀ l
ଭେଦାଭେଦ ଶୂନ୍ୟ ଆମ ହିନ୍ଦୁଧର୍ମ
ଅହିଂସା ଯା ମୂଳମନ୍ତ୍ର
ଚରାଚର ବିଶ୍ୱ ବସୁଧା କୁଟୁମ୍ବ
ଭାଇଚାରା ଯାର ତନ୍ତ୍ର l
ଋତୁରାଜ ବସନ୍ତଙ୍କ ଆଗମନେ
ଫୁଲ ଫଳେ ପଲ୍ଲବିତ
ମନ୍ଦମନ୍ଦ ବହେ ମଳୟ ପବନ
କୋକିଳ ଗାଅଇ ଗୀତ l
ପ୍ରଭୁ ଜଗନ୍ନାଥ ଆଦ୍ୟାଶକ୍ତି ମାତ
ପାଦପଦ୍ମରେ ନମିବା
ଶଙ୍ଖ ହୁଳହୁଳି ଧୂପ ଦୀପ ଜାଳି
ବର୍ଷ ସ୍ଵାଗତ କରିବା l
ବନ୍ଧୁଗାଁ,କୋରାପୁଟ l
ହିନ୍ଦୁ ନବବର୍ଷ ପାଳନ
କବିତା ସାହୁ , ଜୟପୁର
ପାଳନ ହେଉଛି ହିନ୍ଦୁ ନବବର୍ଷ
ଚୈତ୍ର ଶୁକ୍ଳ ପ୍ରତିପଦ ତିଥି ରେ
ଆନନ୍ଦ ଉଲ୍ଲାସ ହୋଇଣ ସରବେ
ପାରୁଛନ୍ତି ହସ ଖୁସି ରେ
ମୁରୁଜ ରଙ୍ଗରେ ଝୋଟି ଚିତା ଦେଇ
କଳସ ବସାଇ ଦୁଆରେ
ଦୀପ ଜଳାଇ କରନ୍ତି ପୂଜାର୍ଚ୍ଚନା
ପିଠା ପଣା ସାଥି ରେ
ମନ୍ଦିର ଯାଇ ଦେବାଦେବୀଙ୍କୁ ଭକ୍ତି
ଆରାଧନା ପୀଠରେ
ସାତ୍ତ୍ୱିକ ଭୋଜନ ଜପ ତପ ଧ୍ୟାନ
ଶ୍ରଦ୍ଧା ବିଶ୍ୱାସ ମିଶି ରେ
ସଂସ୍କାର ସଂସ୍କୃତି ପରମ୍ପରା ରୀତି
ନବ ଚେତନା ରାଷ୍ଟ୍ର ନିର୍ମାଣରେ
ବିଶ୍ବ ଶାନ୍ତି ମୈତ୍ରୀ ହିନ୍ଦୁ ଜାଗରଣ
ମନରେ ଆସି ଶାନ୍ତି ରେ
ଆଦ୍ୟ ଦିନଟି ବ୍ରହ୍ମାଙ୍କର ସୃଷ୍ଟି
ସତ୍ୟ ଯୁଗ ଆରମ୍ଭ ରେ
ଅଭିଷିକ୍ତ ହୋଇ ଯୁଧିଷ୍ଠିର କଲେ
ଶାସନ ଧର୍ମରେ
ଶ୍ରୀ ରାମଚନ୍ଦ୍ର ବସିଥିଲେ ସିଂହାସନ
ସେ ତ ପୁରୁଷୋତ୍ତମ ରେ
ମତ୍ସ୍ୟ ଅବତାର ହୋଇଣ ଶ୍ରୀ ହରି
ବେଦ ଉଦ୍ଧାରିଲେ ଶଙ୍ଗାସୁର ମାରି
ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ
ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ
ଆହୋରଣ
ଆର ଏସ ଏସ ପ୍ରତିଷ୍ଠା ର ଦିନ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ପାଳନ ହେଉଛି ହିନ୍ଦୁ ନବବର୍ଷ ଆଜିରେ
ହେ ସରକାର
ରାଜ୍ୟ ସରକାର ରାଜ୍ୟବାସୀ ପାଇଁ
ଆଇନ କେତେ ଗଢୁଛି
ନ୍ଯାୟ ଅନ୍ଯାୟର ବିଚାର ଦାୟିତ୍ୱ
ଅଦାଲତ ନେଇଅଛି ।୧।
ସଠିକ୍ ଭାବରେ ହେଉନି ବିଚାର
ନିର୍ଦ୍ଦୋଷୀ ପାଉଛି ଦଣ୍ଡ
ବିଚାରପତିଙ୍କ ବିଚାର ଶୁଣିଲେ
ଘୁରିବ ସଭିଙ୍କ ମୁଣ୍ଡ ।୨।
ନିର୍ଦୋଷୀକୁ ହୁଏ ଜେଲ କାରାଦଣ୍ଡ
ପ୍ରକୃତ ଦୋଷୀ ଖଲାସ
ଆଇନଜୀବୀଙ୍କ ଉପସ୍ଥିତ ଯୁକ୍ତି
ତୁଟାଇ ଦିଏ ବିଶ୍ବାସ ।୩।
ଅର୍ଥବଳ ଏଠି ଷଣ୍ଢ ପରି ଗର୍ଜି
ଆଇନ କିଣି ନେଉଛି
ବିଚରା ଗରିବ ନିର୍ଦ୍ଦୋଷ ମଣିଷ
କାନ୍ଦି କାନ୍ଦି ମରୁଅଛି ।୪।
ଧର୍ମ ଅର୍ଧମର ପଶାପାଲି ଖେଳ
ବିଚାରାଳୟ ନିରବ
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଶୁଣି
ବିଚାରପତି ଲେଖିବ ।୫।
ବାଟବଣା ହୁଏ ଆଇନ ଯେ ଏଠି
ଅସତ୍ୟର ହୁଏ ଜୟ
ଧର୍ମର ନିକିତି ଧରିଥିବା ବ୍ଯକ୍ତି
ମନେମନେ ପାଏ ଭୟ ।୬।
ପ୍ରକୃତ ଫାଇଲ ହୁଏନାହିଁ ଦୃଶ୍ୟ
ଅସତ୍ୟ ଫାଇଲ ଲୋଡ଼ା
ଆହା କି ଆଇନ ଗଢିଛ ସର୍କାର
ନେବା ପାଇଁ ଫୁଲତୋଡା ।୭।
ଯେତେ ସଚେତନ ହେଲେ ଏ ମଣିଷ
ପାଉନି କାହାଠୁ ନ୍ଯାୟ
ପାଗଳଙ୍କ ପରି ଘୁରି ବୁଲୁଥାଏ
ଲୋଡିବା ପାଇଁ ସହାୟ ।୮।
ତଥାପି ଆଇନ ଫେଲ ମାରୁନାହିଁ
ସହାୟ ହେବ କହୁଛି
ମିଛ ପାଖେ ସତ ପଡିଅଛି ବନ୍ଧା
ଧରମ କେମିତି ସହୁଛି ।୯।
ପକ୍ଷପାତ ଚାଲେ ବିଚାର ତ ଏଠି
ନଥାଏ ଭୟ କି ଡର
କେମିତି ଆଇନ ଗଢିଅଛ ତୁମେ
କୁହ ଆହେ ସରକାର ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ମାଆ
ସକଳ ତୀର୍ଥ ଯେ ତୋହର ଚରଣେ
କାହିଁ ଯିବି ତୀର୍ଥ ସ୍ଥାନ
ସକଳ ସ୍ନେହ ଯେ ତୋହର ପଣତେ
କାହିଁ ଉଣା ହେବ ମନ ।୧।
ଦଶ ମାସ ଗର୍ଭେ ଧରି ଦେଲୁ ଜନ୍ମ
ମାଆ ତୁ ଧୈର୍ଯ୍ୟ ସାଗର
ସାରା ଦୁନିଆରେ ତ ସ୍ଥାନ ନେବାକୁ
ନାହିଁ କାହା ଅଧିକାର ।୨।
ଫୁଟାଇଲୁ ଆଖି ଶିଖାଇଲୁ କଥା
ତୁ ମୋର ପ୍ରଥମ ଗୁରୁ
ଜିଅନ୍ତା ଦେବୀ ତୁ ଦେଉ ଆଶୀର୍ବାଦ
ସର୍ବଦା ମମତା ଭରୁ ।୩।
ତ କୋଳ ମହୋର ନିରାପଦ ଘର
ନ ଥାଏ କାହାକୁ ଡର
ସାରା ଦୁନିଆକୁ ଆଲୋକିତ କରି
ରଖିବି ସୁନାମ ତୋର ।୪।
ଜ୍ଯୋତ୍ସ୍ନାରାଣୀ ମହାନ୍ତି
ଜଳେଶ୍ବର,ବାଲେଶ୍ଵର
ବିଷୁବ ସଂକ୍ରାନ୍ତି
ଶ୍ରୀମତୀ ଯମୁନା ଦାଶ।
ସୂର୍ଯ୍ୟ ସଂକ୍ରମଣ କ୍ରିୟା
ଅଟେତ ସଂକ୍ରାନ୍ତି,
ମେଶ ରାଶିରେ ପ୍ରବେଶ
ବିଷୁବ ସଂକ୍ରାନ୍ତି।୧।
ବସନ୍ତ ଉତ୍ସବ ଶେଷ
ଆରମ୍ଭ ଗ୍ରୀଷ୍ମ ର,
ଦଣ୍ଡ ଯାତ୍ରା ସମାପନ
ହୁଅଇ ବିଧିର।୨।
ବାୟୁ ଗତି ପ୍ରବଳ କୁ
ଅଗ୍ନି ର ପ୍ରକୋପ,
ବିଷୁବ ସଂକ୍ରାନ୍ତି,କର
ହନୁମାନ ଜପ।୩।
ଉତ୍ତର ଓଡ଼ିଶା ପାଳେ
ଚଡକ ପରବ,
ହନୁମାନ ଜୟନ୍ତି ଏ
ସଂକ୍ରାନ୍ତି ବିଷୁବ।୪।
ଚଉରାରେ ଦିଆହୁଏ
ବସୁନ୍ଧରା ଠେକି,
ବିଷୁବ ସଂକ୍ରାନ୍ତି ଠାରୁ
ଆରମ୍ଭ ହୁଏ ଟି।୫।
ଚଣ୍ଡୀ,ବିରଜା, ତାରିଣୀ
ଦେବୀ ଙ୍କ ପାଖରେ,
ଝାମୁଯାତ୍ରା ଅନୁଷ୍ଠିତ
ହୁଏ ବିଷୁବ ରେ।୬।
ନୂତନ ପଞ୍ଜିକା ଚଳେ
ଏହି ଦିବସରୁ,
ଓଡ଼ିଆ ନୂତନ ବର୍ଷ
ପଣା ସଂକ୍ରାନ୍ତି ରୁ।୭।
ଧୁବେନ ପାଲି।
ବରଗଡ଼।
ଜୟ ହେ ରାମ
ଶ୍ରୀମତୀ ଯମୁନା ଦାଶ।
ରାମ ରାମ ରାମ ରାଜୀବ ଲୋଚନ
ଜୟ ଦଶରଥ ସୁତ,
କୌଶଲ୍ୟା ନନ୍ଦନ ସୀତା ପତି ପ୍ରଭୁ
ଅଯୋଧ୍ୟା ର ନରନାଥ।୧।
ଭରତ,ଲକ୍ଷ୍ମଣ, ଶତ୍ରୁଘ୍ନ ଅଗ୍ରଜ
କୁଶ ଲବ ଙ୍କ ପିଅର,
ଭକ୍ତ ହୃଦୟର ସିଂହାସନେ ବସି
ଭକ୍ତି ଭାବ ଦାନ କର।୨।
ଧରା ଧାମେ ଜାତ ଯଶୋବନ୍ତ ପ୍ରଭୁ
ମର୍ଯ୍ୟାଦା ପୁରୁଷୋତ୍ତମ,
ଯେତେ ଦୁଃଖ ହେଲେ ଜୀବନ ରେ ତୁମେ
ତ୍ଯାଗୀ ନଥିଲ ଧରମ।୩।
ପ୍ରଜାନୁରଞ୍ଜକ ସତ୍ଯ ଅନୁଗାମୀ
ସାଧୁ ସନ୍ଥ ପ୍ରିୟ ପ୍ରାଣ,
ପିତୃସତ୍ୟ ପାଳି କରିଥିଲ ପ୍ରଭୁ
ଖୁସିରେ ବନଗମନ।୪।
ଅଧର୍ମ, ଅନୀତି ଅନ୍ଯାୟର ପତି
ଦଶାନନ ସେ ରାବଣ,
ସୀତା ଛଳେ ବିଂଶବାହୁ ବିନାଶିଣ
ଧର୍ମ କଲ ସସ୍ଥାପନ।୫।
ପ୍ରଜାଙ୍କ ପାଳନେ ନିଜ ପ୍ରିୟତମା
ପତ୍ନୀ ଙ୍କୁ କରିଲ ତ୍ୟାଗ,
ଧନ୍ଯ ସୀତା ମାତା ସତୀ ଶିରୋମଣି
ବୁଝିଥିଲେ ତୁମ୍ଭ ଭାବ।୬।
ଛାଡ଼ି ସୁଖ ମାର୍ଗ ଜଗତ କଲ୍ଯାଣେ
ବିତାଇଲ ସଦା ଦିନ,
ସେଇ କଲ୍ୟାଣ କୁ ଆଶାୟୀ ଯମୁନା
ଶ୍ରୀପଦେ ମାଗେ ଶରଣ।୭।
ଧୁବେନ ପାଲି।
ବରଗଡ଼।
ଜୟ ଶ୍ରୀରାମ🙏
ଶୀର୍ଷକ ରାମ୍ ନଏମି
_______
ତେରତୟା ଯୁଗେଁ କଉଶଲ୍ୟା ଗରଭୁଁ
ଜନମ୍ ହୋଇଥିଲେ ରାମ୍
ଯୁଗ ଯୁଗ ଧରି ନାମ୍ ରଖିଗଲେ
କର୍ ଲେ ହେନ୍ତା କlମ୍।।
ସେ ଦିନ ଥିଲା ଚଇତ୍ ମାସର୍
ଉଜଲ୍ ପଖର୍ ନଏମି
ସେ ଥିର୍ ଲlଗିଁ ସେ ଦିନ ଥିଁ
ମାନସୁଁ ରାମ୍ ନଏମି।।
ରୁପ୍ ଜେନ୍ତା ତାଙ୍କର ଗୁନ୍ ଟା ବି ହେନ୍ତl
ନାଇଁ ପlରନ୍ କିହେ ବାଉନି
ଆଦର୍ ବେଭାର୍ କଅଁଳିଆ କଥା ଥିନ
ସତେଁ ଥିଲା ଅବା ମହନି ।।
ରଜା ଘରର୍ ପୋ ହେଲେଁ ଭିଲ୍
ନାଇଁ ଥାଇଁ ଟିକେ ଠାନି
ମାଁ ବୁଆର ଆଦେଶ ମାନିକରି
ବନବାସ ଗଲେ ଜାନି ।।
ତାଙ୍କର ହାତେ ମର୍ ମି ବଳିଁ
ରାବଣ କଲା ଚିନ୍ତା
କିଛି ବୁଦ୍ଧି ଶୁଦ୍ଧି ନି ପାଇକରି
ଶେଷ କେ ଚୁରାଲା ସୀତା ।।
କେତେ କେତେ ଯେ ଅସୁର ମଲେ
ଶେସେଁ ମର୍ଲା ରାବଣ
ସତୀ ସୀତା କେ ମୁକୁଲେଇ କରି
ଫିର୍ଲେ ଅଯୋଧ୍ୟା ଭୁବନ୍ ।।
ରଜା ହେଇକରି ପ୍ରଜା ପାଲ୍ ଲେ
ସଭେ ହେଲେ କେଡେ ଉଷତ
ରାମ୍ ରାଇଜର ନାଁ ରହେଲା
ସଭେ ହେଲେ ଗଦ୍ ଗଦ।।
ମୁଇଁ ବଢେ ପାପି ଆସ୍ କରିଛେଁ
ଯେନ୍ ଦିନ ଜିମି ମରି
ମୁନୁସ୍ ଜନମ ଥୁଁ ପାର୍ ହେଇଯିମି
ରାମ୍ ନାମ ମୁହେଁ ଧରି ।।
ଅନସୂୟା ଦେବତା
ଅତାବିରା ,ବରଗଡ଼
ମଳିନ ମାନବିକତା
********
ମଳିନ ପଡ଼ିଛି ଆଜି ମାନବିକତା ରେ
ଧୂଳି ଧୂସରିତ ନର ବିବେକ
ପଙ୍କ କାଦୁଅ ରେ ସତ ବୁଡ଼ିଯାଏ
ଷୋଳ ପରି ଭାସେ ଅନୀତି ଯାକ।।
ଅସଲ ସିପାହୀ ଉପରେ ଯାତନା
ଦେଉଛି ସମୟ ହୋଇ ନିଷ୍ଠୁର
ବେଙ୍ଗ ବଳୀୟାନ ହୋଇ ଧରେ ଖଣ୍ଡା
ସୁଯୋଗ ଉଣ୍ଡି କରିବାକୁ ପ୍ରହାର।।
ପଣ୍ଡିତ ଆସନ ମାଡ଼ି ବସି ମୂର୍ଖ
ଈଶ୍ୱର ଙ୍କୁ ଦେଉଅଛି ଆହ୍ଵାନ
ସଭା ମଧ୍ୟେ ବସି ବେଦ ବଖାଣୁଛି
ଚେଲା ଚାମୁଣ୍ଡା କରନ୍ତି ଶ୍ରବଣ।।
ଧର୍ମ ଯୁଧିଷ୍ଟିର ତୃତୀୟ ପାଣ୍ଡବ
ଗଦାଧାରୀ ଭୀମ ହେଲେ ଅତୀତ
ଶକୁନି ମାମୁଁ ର ପଶା ଖେଳ ପାଶା
ବଞ୍ଚି ରହି କରୁଛି କଳୁଷିତ ।।
କିଚକ ବଳରେ ବିରାଟ ଯେ ରାଜା
ଅନ୍ୟର ବଳେ ସାଜି ବଳୀୟାନ
ସତ ସିଂହ ପରାକ୍ରମ ଦେଖାଉଛି
ଭୁଲିଯାଇ ନିଜର ସ୍ବାଭିମାନ ।।
ରାଜନୀତି ଉଚ୍ଚ ଗୁପ୍ତ ନୀତି ଥିଲା
ରାଷ୍ଟ୍ର ର ବିକାଶ ଯାହାର ମୂଳ
ଆଜି ରାଜନୀତି ଚାଲିଛି ସବୁଠି
ହିଂସା ଓ ଅନୀତି ହୋଇଛି ଠୁଳ ।।
ଅନ୍ୟ ର ଉନ୍ନତି ଦିହ ସହେ ନାହିଁ
ପଛରୁ ଗୋଡ଼ କୁ ଟାଣି ଧରୁଛି
ଅମୃତ ଭାବନା ମନକୁ ନ ରୁଚେ
ଅର୍ହନିଶି ପର ମନ୍ଦ ଚିନ୍ତୁଛି ।।
ଏ କଳି କାଳରେ ସବୁ ବିପରୀତ
ବାଘ ର ଠାଣି ଦେଖାଉଛି ସ୍ୱାନ
ଭୁଲିଛି ମଣିଷ କୃତଜ୍ଞତା ଭାବ
ଈଶ୍ୱର ଙ୍କୁ ଭୃତ୍ୟ ଭାବେ କୃତଘ୍ନ ।।
ନିଜ ଅପକୃତ୍ୟ ଫଳ ଭୋଗିବାକୁ
ଠେଲି ଦିଏ ଅନ୍ୟେ ବିପଦମୁଖେ
ଅର୍ଥ ପ୍ରତିପତ୍ତି ବୈଭବ ଲୋଭରେ
ଧାଏଁ ସର୍ବଦା ପାପ ଅଭିମୁଖେ ।।
ଲାଗଇ ଆଶ୍ଚର୍ଯ୍ୟ ବିଜ୍ଞାନୀ ମଣିଷ
ପ୍ରତିକ୍ଷଣେ ପାଉଛି ଅପମାନ
ମନେ ଲାଗେ ଖେଦ ଦୁନିଆରେ ଆଜି
ମାନବିକତା ଯେ କେତେ ମଳିନ ।।
ଅନସୂୟା ଦେବତା
ଅତାବିରା ,ବରଗଡ଼
ଚିତ୍ରଲେଖା
ସହରରୁ ଅନେକ ଦୂରେ......!
ଖାଲଖମାର ପଥୁରିଆ ରାସ୍ତାଦେଇ
ପାହାଡ଼ ସେ'ପଟେ
ଚିତ୍ରଲେଖାର ଗାଁ ।
ଚିତ୍ରଲେଖା.......!
ଯୌବନ ଢେଉରେ କୁଳ ଖାଉଥିବା
ପୂର୍ଣ୍ଣଗର୍ଭା ନଈଟିଏ ।
ସବୁଜ ଧାନ କ୍ଷେତରେ
ଖୁଣ୍ଟି ଖାଉଥିବା ଶାଗୁଆ ଶାରୀଟିଏ ।
ଆକାଶ ଭର୍ତ୍ତି ମେଘମାଳା କେବେ ତ !
ଅଙ୍କା ବଙ୍କା ହୋଇ
ପାହାଡ଼ ଦେହରୁ ଝରି ଯାଉଥିବା
ନିରୀହ ନିର୍ଝରିଣୀଟିଏ।
ତା'ରୂପ ଯୌବନ ଆଗରେ
ଆତ୍ମହତ୍ୟା କରନ୍ତି ପ୍ରକୃତି ସମଗ୍ର ।
ଦିଗବଳୟର ରଙ୍ଗୀନ ଇନ୍ଦ୍ରଧନୁ ବି'
ଲାଜେଇଯାଏ ।
ବେଳେବେଳେ
ତା'ଚାରୁ ଚର୍ଚ୍ଚିତ ଚିତ୍ରକଳ୍ପରେ
ଚୋରା ଚୈତାଳିର ମତିଭ୍ରମ ହୁଏ ।
ଚିତ୍ରଲେଖା....!
ଶ୍ୟାମଳ ଅଙ୍ଗବସ୍ତ୍ରର
ପରିପାଟୀରେ ଶୋଭାପାଏ,
କୋମଳ ତନୁରେ ତା'ର
ସୁଢଳ ଯୌବନ ଲହଡି ଭାଙ୍ଗେ ।
କଳାମେଘର ମତିଭ୍ରମ କରୁଥିବା
ତା'ଘନ କେଶରାଶି ହୃଦୟ କିଣେ ।
ଚିତ୍ରଲେଖା,
ନିଇତି ଆସେ ତୁଠକୁ !
ସେଇ ଦୁର୍ଗମ ଅନାବନା ରାସ୍ତାରେ ହଲିଝୁଲି ।
ତା'ର ଆବର୍ତ୍ତନରେ
ଲବଙ୍ଗ ଦ୍ବୀପର ମନ୍ଦ ମଳୟ
ଅଳସ ଭାଙ୍ଗେ,
କଇଁ କଇଁ କାନ୍ଦେ
କାମନାର ଲୁବ୍ଧ ନୀଳକଇଁ
ମହମହ ମଧୁମାଳତୀର ଗଜରା ନାଇ
ଥରାଇଦିଏ ଜୁଆନ ଛାତି।
ମାଟି ଶୀତଳ ହୁଏ,
କମିଯାଏ ତାତି ।
ଆଲୁଅର ଆବେଗରେ
ଉଭାନହୁଏ ରାତି।
ତା'ସ୍ମୃତିକୁ ଖୋଜି ଖୋଜି
ବୁଲିଛି ମୁଁ ପାହାଡ଼ ଡଙ୍ଗର,
ଅନେକ ଖୋଜିଲା ପରେ
ଯେବେ ମୋତେ ଲାଗେ ଏକା ।
ପଥରେ ପଥରରେ
ଗଗନରେ ଆଉ ପବନରେ
ଅନୁଭବ କରିଛି ତା'
ଯୌବନର ଦିଗବଳୟ ରେଖା,
ରୂପ ଗୁଣେ ଅନନ୍ୟା ମୋ
ଚାରୁ ଚିତ୍ରଲେଖା ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ
ଡଃ ପ୍ରିୟମ୍ବଦା ସାମଲ
ଅନେକ ପୁଣ୍ୟ କର୍ମ ଯୋଗୁଁ
ମାନବ ରୂପେ ଜନ୍ମ ଲଭୁଁ।
କର୍ମ ଅଟଇ ମୂଳ ଲକ୍ଷ୍ୟ
କର୍ମରୁ ନ ହୁଅ ବିମୁଖ।
ସଂସାରେ ମାନବ ରୂପେଣ
ଜନମ ଲଭି ସେହି ଜନ।
କର୍ମର ନିୟନ୍ତ୍ରକ କରେ
ପରିଚିତ ଯୋଗୀ ରୂପରେ।
ଭୌତିକ କାମନା ରହିତ
ଦିବ୍ୟ କର୍ମରେ ସମାହିତ।
ଫଳାସକ୍ତି ତ୍ୟାଗ କରିଣ
ଦିବ୍ୟ ଜ୍ଞାନରେ ଜ୍ଞାନବାନ।
ଅଧିକାରୀ ଭାବରୁ ମୁକ୍ତ
ମନ ବୁଦ୍ଧି ବଶ ପୂର୍ଣ୍ଣତଃ।
ସ୍ଵଳ୍ପେ ସନ୍ତୁଷ୍ଟ ଈର୍ଷା ଶୂନ୍ୟ
ଦ୍ୱନ୍ଦରୁ ଊର୍ଦ୍ଧ୍ବ ସେ ଜୀବନ।
ସମସ୍ତ ଇନ୍ଦ୍ରିୟ ସଞ୍ଜମ
ଲୋଭ କ୍ରୋଧରୁ ପରିତ୍ରାଣ।
ବିନମ୍ର ଦୟା କ୍ଷମା ଗୁଣ
ପ୍ରାପ୍ତ କରଇ ଦିବ୍ୟ ଜ୍ଞାନ।
ସଂସାରେ କର୍ମ ଫଳ ଜ୍ଞାନ
ଅଗ୍ନି ଜାଳଇ ଖାଦ ପୁଣ।
ପବିତ୍ର ଅଟେ ଦିବ୍ୟ ଜ୍ଞାନ
ବିଶ୍ୱାସେ ପ୍ରାପ୍ତ ଭଗବାନ।
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ।
କର୍ମ କରୁଥା ସଂଯମରେ
ଈଶ୍ୱର ଚିନ୍ତାନୁ ଭକ୍ତିରେ।
ତେବେ ମାନବ ଜନ୍ମ ଧନ୍ୟ
ଭବୁ ତରିବେ ଭଗବାନ।
ଛତିଶଗଡ଼/ ଭୁବନେଶ୍ୱର।
ଓଡିଆ ନବବର୍ଷ
(ରାଗ--ରସକୁଲ୍ୟା)
ରଞ୍ଜୁଲତା ପାଢୀ
&&&&&&&&&&&&&&&।
କ୍ରମେ ମଧୁଅନ୍ତେ ମରତପୁରେ
ଗ୍ରୀଷମଟି ପାଦ ଥାପଇ ଧୀରେ
ତପନ ଉତ୍ତାପ ଅସହ୍ୟ କରେ
ତୃଷାର୍ତ୍ତ ଲୋଡଇ ଶୀତଳ ନୀରେ ସେ
ମହାବିଷୁବ ସଂକ୍ରାନ୍ତି ଯେ
ଆଦ୍ୟ ବଇଶାଖ ଏ ନବ ବରଷ
ଓଡିଆଙ୍କ ସ୍ୱାଗତୋକ୍ତି ଯେ।।
ଅଂଶୁମାନଙ୍କର ଉତ୍ତରାୟଣ
ଷଟମାସକାଳ ହେବ ଚଳନ
ମେଷ ରାଶିରେ ହେବେ ଅବସ୍ଥାନ
ନୂତନ ପଞ୍ଜିକା ହେବ ଗଣନ ସେ
ସଂସ୍କୃତି ଆମ ମହାନ ଯେ
ନବ ବରଷର ସୁଷମା ସମ୍ଭାର
ଅୟମାରମ୍ଭର ଦିନ ଯେ।।
ମହାବୀରଙ୍କର ଜନମଦିନ
ପଣା ସଙ୍କରାନ୍ତି ଶୁଭ ଲଗନ
ରାମନାମ ସଦା ହୃଦେ ଚିନ୍ତନ
ଭକ୍ତଶ୍ରେଷ୍ଠ ରୂପେ ହୋଇଲେ ଗଣ୍ୟ ସେ
କରିବା କୋଟି ନମନ ଯେ
ବୈଇଶାଖ ମାସ ଧରମର ମାସ
କଳୁଷର ବିନାଶନ ଯେ।।
ଦଣ୍ଡପାଟୁଆଙ୍କ ଲାଗିଛି ଭିଡ
ଝାମୁଯାତରାର ମାହେନ୍ଦ୍ରବେଳ
ପାଟବେତ ଧରି ଭକ୍ତ ସକଳ
ନିଆଁରେ କରନ୍ତି ଅଦ୍ଭୁତ ଖେଳ ସେ
ମଙ୍ଗଳା ହୁଅନ୍ତି ପ୍ରୀତ ଯେ
ଘଣ୍ଟ ମୃଦଙ୍ଗର ତାଳେ ତାଳେ ସତେ
ପୁଣ୍ୟଧାରା ପ୍ରବାହିତ ଯେ।।
ନିଦାଘ କିରଣେ ଉତ୍ତପ୍ତ ଧରା
ତୃଷାର୍ତ୍ତଙ୍କ ପାଇଁ ପଣା ଆସରା
ପାଚନ ପ୍ରକ୍ରିୟା ଅମୋଘ ଧାରା
ହିତକାରୀ ସ୍ୱାସ୍ଥ୍ୟ ଅମୃତ ପରା ସେ
ସୁସ୍ୱାଦୁ ପାନୀୟ ଭରା ଯେ
ପଣା ସଂକ୍ରାନ୍ତିର ମଧୁର ଆସର
ଆଦ୍ୟ ବଇଶାଖେ ପରା ଯେ।।
ପ୍ରକୃତିର ନବ ଯୌବନବେଶେ
ସ୍ୱାଗତ କରିବା ସର୍ବେ ହରସେ
ନବାତ କଦଳୀ ନଡିଆ ବାସେ
ବେଲ ଗୁଡ ସାଥେ ମରିଚ ମିଶେ ସେ
ପଣା ବଡ ଅଭିନବ ଯେ
ନବ ବରଷରେ ମହା ହରସରେ
ବୁଣିବା ଭାତୃତ୍ୱଭାବ ଯେ।।
ବସନ୍ତରା ଠେକି ତୁଳସୀମୂଳେ
ଛାମୁଣ୍ଡିଆ କରି ବାନ୍ଧିବା ହେଳେ
ଯତନେ ଛିଦ୍ରେକ ଯେ ଦୁର୍ବାଦଳେ
ସୁଶୀତଳ ହେବ ସେ ବିନ୍ଦୁ ଜଳେ ସେ
ଦେବୀ ବୃନ୍ଦାବତୀ ତୋଷ ଯେ
ପଣାର ନୈବେଦ୍ୟ ଓଡିଆ ପ୍ରବାଦ
ଢାଳିଦେବେ ଶୁଭାଶିଷ ଯେ।।
ବିଷୁବମିଳନ ପବିତ୍ରତାର
ବାଟେଘାଟେ ଖୋଲେ ଜଳଛତର
ତୃଷା ନିବାରଣେ ପଥଚାରୀର
ବେଲପଣା ଦାନେ ତୋଷି ଉଦର ସେ
ଔଷଧୀୟ ଗୁଣ ଯୁକ୍ତ ଯେ
ଓଡିଆ ସଂସ୍କୃତି ଭିନ୍ନ ରୀତି ନୀତି
ଅମ୍ଳରୁ କରେ ମୁକତ ଯେ ।
ବିଷୁବରୁ ମେରୁ ଯେ ଜାତି ବାର୍ତ୍ତା
ପ୍ରଭୁ ଜଗନ୍ନାଥ ଯାହାର ତ୍ରାତା
ଦ୍ୱାରରକ୍ଷୀ ଭକ୍ତ ଯା' ହନୁମନ୍ତା
ଯୁଗ ଯୁଗ ଯାଏ ଜାତି ଶୋଭିତା ସେ
ସଦା ଗୌରବମଣ୍ଡିତା ଯେ
ଐତିହ ସଂସ୍କୃତି ଯା' ମସ୍ତକେ ସ୍ଥିତି
ଦେବୀ ମୋ ଉତ୍କଳମାତା ଯେ।।
ଆସ ଆସ ମୋର ଭଉଣୀ ଭାଇ
ପରବ ପାଳିବା ହରସ ହୋଇ
ନବ ବରଷର ସଂସ୍କୃତି ଗାଇ
ବିଶ୍ୱେ ଗରୀୟାନ କରିବା ତହିଁ ସେ
ଓଡିଆ ଆମେ ମହାନ ଯେ
ମାନବିକତାର ମନ୍ଦାକିନୀଧାର
ଝରାଇ, କରି ନମନ ଯେ।।
ରାଉରକେଲା।।ସୁନ୍ଦରଗଡ।।
ଦୁର୍ଜନ ସଙ୍ଗେ କଲେ ବାସ
ଡ. ପ୍ରିୟମ୍ବଦା ସାମଲ
ମନ୍ଦ ସ୍ଵଭାବ ଅଟେ ଯାର
କେବେ ନ ଚିନ୍ତେ ଭଲ କାର।
ଦୁର୍ଜନ ଲୋକ ଦୁଷ୍ଟ ବୁଦ୍ଧି
ଅନ୍ୟର ହିତ ନ ଭାବନ୍ତି।
ଦୁର୍ଜନ ସଙ୍ଗେ କଲେ ବାସ
ଅବଶ୍ୟ ଘଟେ ସର୍ବନାଶ।
ଦୁର୍ଜନ ବ୍ୟକ୍ତି ନୁହେଁ କାର
ନ ଦେଖେ ସୁଖ କେ ଜନର।
ନକାରାତ୍ମକ ଚିନ୍ତା ସଦା
କର୍ମେ ସେ ଉପୁଜାଏ ବାଧା।
ଅନ୍ୟକୁ ବିପଦେ ପକାଏ
ନିଜର ସୁଖ ଦେଖୁଥାଏ।
ଈର୍ଷା ହିଂସାରେ ଭରପୁର
ହୃଦୟ ଅଟଇ ତାହାର।
ଅନ୍ୟର ପ୍ରଶଂସା ନ ଶୁଣେ
ନିଜର ଗୁଣକୁ ବଖାଣେ।
ନିଜକୁ ଶ୍ରେଷ୍ଠ ଭାବୁଥାଇ
ଅନ୍ୟର ଦୋଷ ଖୋଜୁଥାଇ।
ଅନ୍ୟର ଖୁଣକୁ ବଖାଣେ
ନିଜର ଦୁଷ୍ଟ ବୁଦ୍ଧି ପଣେ।
ଅନ୍ୟର ହିତ ନ ଦେଖଇ
ବନ୍ଧୁତ୍ୱ ମୂଲ୍ୟ ନ ବୁଝଇ ।
ନିଜର ସ୍ବାର୍ଥେ ଲାଗିଥାଏ
ଅନ୍ୟକୁ ସେ ଭୁଆଁ ବୁଲାଏ।
ଦୁଷ୍ଟ ଦୁର୍ଜନ ଭାଗ୍ୟ ମନ୍ଦ
ମନ କୁଟିଳ ଭରା ଛନ୍ଦ ।
କପଟ ଆଚରଣ ତାର
ଭିତରେ ବାହାରେ ଅନ୍ତର।
ଦୁର୍ଜନ ବ୍ୟକ୍ତି ପରିହାର
ଜୀବନ ସୁନ୍ଦର ମଧୁର।
ଛତିଶଗଡ/ ଭୁବନେଶ୍ୱର।
ଓଡ଼ିଆ ନବବର୍ଷ ବନାମ ପଣା ସଂକ୍ରାନ୍ତି
ଡ. ପ୍ରିୟମ୍ବଦା ସାମଲ
ଉତ୍କଳବାସୀଙ୍କ ନବବର୍ଷ ଆଜି
ପଣା ସଂକ୍ରାନ୍ତି ପାଳନ
ମନ୍ଦିରେ ଗହଳି ଜନ ସମାଗମ
ବୈଶାଖ ପହିଲି ଦିନ।
ଦକ୍ଷିଣରୁ ରବି ଉତ୍ତରକୁ ଗତି
ବିଷୁବରୁ କର୍କଟକୁ
ବସୁନ୍ଧରା ଠେକି ବୃନ୍ଦାବତୀ ପାଶେ
ଜଳ ତୁଳସୀ ବୃକ୍ଷକୁ।
ସଙ୍କଟ ମୋଚନ ହନୁମାନ ଜନ୍ମ
ମଙ୍ଗଳା ଝାମୁ ଯାତାରା
ଦାଣ୍ଡରେ ଘଣ୍ଟ ପାଟୁଆ ସୋଭାମୟ
ଭକତି ଭାବେ ଅଧୀରା।
ବିଷୁବ ସଂକ୍ରାନ୍ତି ନୂତନ ପଞ୍ଜିକା
ହୋମ ଯଜ୍ଞ ସଂକୀର୍ତ୍ତନ
ନଡ଼ିଆ କଦଳୀ ବେଲ କ୍ଷୀର ଛେନା
ଗୁଡ଼ ପଣାର ଅର୍ପଣ।
ସମ୍ବିଧାନ ପ୍ରଣେତା ଆମ୍ବେଦକର
ଜୟନ୍ତୀ ହୁଏ ପାଳିତ
ବିଷୁବ ମିଳନ ଧର୍ମ ସଂସ୍କୃତିର
ଦଣ୍ଡନାଚ ଝାମୁଯାତ।
ବିଷୁବ ମିଳନ ଶୋଭିତ ମଣ୍ଡପ
କବିତା ଗଳ୍ପ ଆସର
ନୂତନ ବରଷ ହର୍ଷମୟ ହେଉ
ପ୍ରାର୍ଥନା ପ୍ରଭୁ ପୟର।
ଛତିଶଗଡ଼/ ଭୁବନେଶ୍ୱର।
ସୂର୍ପଣଖାର ପ୍ରତିଶୋଧ
*****
ଲଙ୍କା ରାଇଜର ଏକଇ ନନ୍ଦିନୀ
ନାମ ତାର ସୂର୍ପଣଖା
ବିଦ୍ୟୁତଜିହ୍ଵ ଦୈତ୍ୟରାଜକୁ ବରିଣ
କରିଥିଲା ହୃଦ ସଖା ।
ଦିଗବିଜୟ ଆଶେ ଲଙ୍କାର ରାବଣ
ବାହାରିଲା ଯୁଦ୍ଧ କରି
ସୈନ୍ୟ ସାମନ୍ତଙ୍କୁ ସାଙ୍ଗରେ ଧରିଣ
ବୀର ଦର୍ପେ ଲଙ୍କ ଶିରି ।
କାଳକେୟ ମଧ୍ୟେ ଅଶ୍ୱ ନଗର ରେ
ରାବଣ ରଚିଲା ଯୁଦ୍ଧ
ମୁହୂର୍ତ୍ତ ମଧ୍ୟରେ ଚାରି ଶହ ସୈନ୍ୟ
କରି ପକାଇଲା ବଧ ।
ସେ ସୈନ୍ୟ ମଧ୍ୟରେ ବିଦ୍ୟୁତଜିହ୍ଵ ବୀର
ଅଜାଣତେ ହେଲା ହତ
ରାବଣ ଜାଣିଲା ଭଉଣୀର ଆଜି
ଦୁଃଖ ହେଲା ଦ୍ବିଗୁଣିତ ।
ଦିଗବିଜୟ ସାରି ଫେରି ଲଙ୍କେଶ୍ୱର
ଯାହା ଦେଖିଲା ନୟନେ
ଭଗ୍ନୀ ସୂର୍ପଣଖା ଭୂମିପରେ ଲୋଟି
ବିହ୍ଵଳିତ ସେ କ୍ରନ୍ଦନେ ।
ଦେଖିଣ ରାବଣ ପ୍ରବୋଧି କହିଲା
ଶୁଣ ମୋ ସୁନା ଭଉଣୀ
ଯୁଦ୍ଧରେ ପ୍ରମତ୍ତ ହୋଇ ମଦମତ୍ତ
ନ ପାରିଲି କିଛି ଜାଣି ।
ଆଶ୍ୱାସନା ଦେଇ କହେ ଲଙ୍କସାଇଁ
କ୍ଷମା କରିଦେବୁ ମୋତେ
ଅଧିକୁ ଅଧିକ ଯତ୍ନର ସହିତ
ସୁଖରେ ରଖିବି ତତେ ।
ଖର ଦୁଷଣ ଓ ତ୍ରିଶୀର ସହିତ
ଚଉଦ ସହସ୍ର ସୈନ୍ୟ
ସେନାଧ୍ୟକ୍ଷ ହୋଇ ରହିବୁ ଭଉଣୀ
ମଧୁ ପଞ୍ଚବଟୀ ବନ ।
ସେଦିନୁ ଅସୁରୀ ଦଣ୍ଡକା ଅରଣ୍ୟେ
ନିଜେ ଅଧିଷ୍ଠାତ୍ରୀ ହେଲା
ଭାଇ ରାବଣକୁ ପ୍ରଥମ ସ୍ଥାନୀୟ
ଶତ୍ରୁ ଭାବରେ ମଣିଲା ।
ସ୍ୱାମୀ ଇହ ପର କାଳର ଦେବତା
ସ୍ୱାମୀ ବିନେ କିଛି ନାହିଁ
ଅନ୍ତରେ ଅନ୍ତରେ ପ୍ରତିହିଂଶାନଳେ
ପ୍ରଜ୍ବଳିତ ହୁଏ ତହିଁ ।
କୂଟ ଓ କପଟ ମନ୍ତ୍ରଣା କରିଲା
କୁତ୍ସିତ ମନ୍ଥରା ନାରୀ
ବନବାସ ଅର୍ଥେ ଶ୍ରୀରାମ ଲକ୍ଷ୍ମଣ
ସିତୟା ଗଲେ ବାହାରି ।
କିଛି କାଳ ଅନ୍ତେ ଶ୍ରୀରାମ ଲକ୍ଷ୍ମଣ
ଜନକ ନନ୍ଦିନୀ ସୀତା
ପିତୃ ସତ୍ୟ ପାଳି ଦଣ୍ଡକାରଣ୍ୟରେ
ଆସି ହେଲେ ସେ ସ୍ଥପିତା ।
ସୂର୍ପଣଖା ଜଳେ ପ୍ରତିହିଂଶାନଳେ
ଦଣ୍ଡକାରଣ୍ୟରେ ଥାଇ
ରାମ ଲକ୍ଷ୍ମଣଙ୍କ ବଳ ପରାକ୍ରମ
ମନେ ମନେ ନିରେଖଇ ।
ଭାବିଲା ସେମନେ ଯେମନ୍ତ ପ୍ରକାରେ
ରାବଣ ହେଉ ନିହତ
ସୁନ୍ଦରୀ ତରୁଣୀ ବେଶରେ ଅସୁରୀ
ରାମ ଆଗେ ଉପସ୍ଥିତ ।
କାମାର୍ତ୍ତ ଅନଳେ ଅଭିନୟ କରି
ରାମ ଆଗେ ତାମ୍ରକେଶୀ
ପ୍ରେମ ନିବେଦନ ରଖିଲା ପୟରେ
ଧିକ୍କାରିଲେ ରଘୁବଂଶୀ ।
ମୁହିଁ ସପତ୍ନୀକ କହିଣ ଶ୍ରୀରାମ
ପ୍ରେରିଲେ ଲକ୍ଷ୍ମଣ ପାସ
ଧିକ୍କାରି କହନ୍ତି ସେ,ଯେ ଉଗ୍ରମୂର୍ତ୍ତି
ମୁହିଁ ଶ୍ରୀରାମଙ୍କ ଦାସ ।
ଦାସର ଭାରିଜା ନହୋଇ ସୁନ୍ଦରୀ
ପ୍ରଭୁଙ୍କ ପୟରେ ଭଜ
ଲକ୍ଷ୍ମଣଙ୍କ ବ୍ୟଙ୍ଗ ବାକ୍ୟରେ ଅସୁରୀ
ଶ୍ରୀରାମ ଆଗରେ ସଜ ।
ବୃଦ୍ଧା ମାନୁଷିକୁ ଛାଡ଼ିଣ ଶ୍ରୀରାମ
ମୋତେ କର ହୋ ବରଣ
ଏମନ୍ତ କହିକି ଜନକ ସୁତାଙ୍କୁ
କରିବାକୁ ସେ ଭକ୍ଷଣ ।
ଉଦ୍ୟତ ହୁଅନ୍ତେ ରାମଙ୍କ ଆଦେଶେ
ଉଠିଲେ ରାମର ସାନ
ବିରୂପ କରିକି ସେ ସୂର୍ପଣଖାକୁ
କାଟିଦେଲେ ନାଶାକର୍ଣ୍ଣ ।
ଭାଇ ଭାଇ ବୋଲି ଅସୁରୀ ଚଲିଲା
ଖର ଦୁଷଣଙ୍କ ପାସ
ତ୍ରିଶୀର ସହିତେ ଚଉଦ ସହସ୍ର
ସୈନ୍ୟଙ୍କୁ କରିଲେ ନାଶ ।
ରାବଣକୁ ଯାଇ ସମସ୍ତ ବୃତ୍ତାନ୍ତ
କାନ୍ଦି କହେ ସୂର୍ପଣଖା
ଦଣ୍ଡକା ଅରଣ୍ୟେ ଜଟାଧାରୀ ବେନି
ହୋଇଗଲେ ଆଜି ଦେଖା ।
ସଙ୍ଗତେ ସୁନ୍ଦରୀ ତରୁଣୀ ମଣି ଏ
ଲକ୍ଷେ ବ୍ରହ୍ମାଣ୍ଡର ଜ୍ୟୋତି
କୋଟିଏ ବ୍ରହ୍ମା କି ସମର୍ଥ ହୋଇବେ
ଗଢିବାକୁ ସେଇ ମୂର୍ତ୍ତି ।
ତାକୁ ଆଣି ତୋତେ ଦେବି ବୋଲି ଗଲି
କାଟିଲେ ମୋ ନାଶା କର୍ଣ୍ଣ
ଖର ଦୁଷଣ ଓ ତ୍ରିଶିର ମାରିଲେ
ଦେଖାଇ ବୀରତ୍ୱ ପଣ ।
କ୍ରୋଦ୍ଧଭର ହୋଇ ଗର୍ଜିଲା ରାବଣ
କିଏ ସେ ରାମ ଲକ୍ଷ୍ମଣ
ତୁରନ୍ତ ଯିବି ମୁଁ ସୀତା ଆଣିବାକୁ
କରୁଅଛି ଏହି ପଣ ।
ରାଇଲା ମାରିଚ ଶୀଘ୍ର ଘେନ ତୁହି
ହେମ ହରିଣୀର ବେଶ
ଅସୁରୀ ପ୍ରବୀଣା ଜାଣିଲା ଅନ୍ତରେ
ହୋଇବୁ ଅବଶ୍ୟ ନାଶ ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ତ୍ରିଶୂଳ ଧାରିଣୀ
ଦୁର୍ଗତିନାଶିନୀ ହେ ସିଂହ ବାହିନୀ
କରୁଣା ମୟୀ ତୁହି ମା
ତ୍ରିଶୂଳ ଧାରିଣୀ ସିନ୍ଦୁର ମଣ୍ଡିନୀ
ଯୁଗେ ଯୁଗେ ହେଉ ସାହା||
ଲାଲ ରଙ୍ଗରେ ଲୋଭ ଥାଏ ବୋଲି
ଗଳାରେ ମନ୍ଦାର ମାଳ
ଓଠରେ ଲାଲିମା ପୟରେ ଅଳତା
ଆଖିରେ କଜଳ ଧାର ||
ଯୁଗେ ଯୁଗେ ତୋର ରହିଛି ମହିମା
ଅନେକ ନାମେ ଯେ ଜାତ
ପାପ ଭାର ଯେବେ ବଢିଯାଏ ପୁଣି
ପାପିଙ୍କୁ କରିତୁ ହତ ||
ନାରୀଙ୍କ ମଧ୍ୟରେ ବିରାଜିତ ତୁହି
ସଦା ସର୍ବଦା ଯେ ସାହା
ତାହାପ୍ରତି କେବେ ଅନ୍ୟାୟହୋଇଲେ
ଦେଖାଉ ଯେ ରୂପ ନୂଆ||
ନାରୀ ଅସମ୍ମାନ କରେ ଯେଉଁ ନର
ହୁଏ ରସତଳଗାମୀ
ଅନ୍ୟାୟେ ତା ଚକ୍ଷୁରୁ ଝରିଲେଲୁହ
ହୁଏ ବିଶ୍ୱରୂପଗାମୀ ||
କାରଣ ନଥାଇ କଦାପି ନାରୀଙ୍କୁ
ଦିଅ ନାହିଁ ଦୁଃଖ କଷ୍ଟ
ଆୟୁଷ ତୁମର ହ୍ରାସ ହୋଇଯିବ
ଧର୍ମ କର୍ମ ହେବ ନଷ୍ଟ ||
କବୟିତ୍ରୀ -ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ (ଶିକ୍ଷୟିତ୍ରୀ )କଟକ, ବାଙ୍କୀ
ଵିଶ୍ଵାସ କର ରଶ୍ମି
କୁମାରୀ ମାତୃତ୍ଵର ଯନ୍ତ୍ରଣାରେ ନିଇତି କ୍ଷତାକ୍ତ ହେଉଥାଏ ରଶ୍ମି । ହାତ ତିଆରି କଣ୍ଢେଇଟି ପରି ରଶ୍ମିର ଚେହେରା ପୁରା କଳା କାଠ ପଡିଗଲାଣି । ଘରଠୁ ଵାହାର ପର୍ଯ୍ୟନ୍ତ ଚିହ୍ନା ଅଚିହ୍ନା ଲୋକମାନଙ୍କର କଥା ଶୁଣି ଶୁଣି ଦେହରେ ଜୁଉଁ ନାହିଁ , କେଵଳ ରକ୍ତ ମାଂସର ଶରୀରଟାରେ କାନ୍ଥକୁ ଆଉଜି ଦୂର ଆକାଶକୁ ଅନେଇ ରହିଥାଏ । ଆଉ ଭାଵି ଵସେ ଦୁଇ ବର୍ଷ ତଳର କଥା । ସେ ଦିନ ଥିଲା ସରସ୍ଵତୀ ପୂଜା । ସ୍କୁଲରେ ପୂଜା ସରିଲା ପରେ ଭୋଜି ଖାଇ ଘରକୁ ଫେରିବା ସମୟରେ ରଞ୍ଜନ ସହ ରଶ୍ମିର ଦେଖା ହୁଏ । ଉଭୟ ଉଭୟଙ୍କୁ ଦେଖି ହସି ଦେଇ ଚାଲିଯାଆନ୍ତି । ତା'ପରେ ବିଭିନ୍ନ ଵାହାନା ଖୋଜି ପରସ୍ପର ଭେଟନ୍ତି ଆଉ କଥା ହୁଅନ୍ତି । ମାତ୍ର ସମୟକୁ ନିଘା ନ ଥାଏ । ଘରକୁ ଫେରିବାର ସମୟ କେତେବେଳେ ଅତିକ୍ରମ କରିଯାଏ କେହି ଜାଣି ପାରନ୍ତି ନାହିଁ । ତଥାପି ମନ ପୂରେନି ରଶ୍ମିର, ଇଛା ହୁଏ ଆଉ କିଛି ସମୟ କଥା ହେବା ପାଇଁଁ । ମାତ୍ର ଅତିକ୍ରାନ୍ତ ସମୟ ପାଇଁ ଵାଧ୍ୟ ହୁଏ ଆଉ ଘରକୁ ଫେରେ ।
ରଞ୍ଜନ ସେହି ଗାଁର ଜଣେ ଯୁବକ ରଶ୍ମି ଠାରୁ ପାଞ୍ଚ ବର୍ଷ ବଡ଼ ହେଵ । ଏଵେ ସେ କଲେଜରେ ପାଠ ପଢୁଛି । ପାଠରେ କାହାର ଵି ମନ ଲାଗୁ ନଥାଏ । ପାଠ ପଢିବା ପାଇଁ ଵହି ଖୋଲିଲେ, ଵହିର ପୃଷ୍ଠାରେ ସତେ ଯେମିତି ପରସ୍ପର ପରସ୍ପରର ପ୍ରତିଛଵି ଦେଖନ୍ତି । ଵହି ପଢ଼ୁଥାନ୍ତି, ମାତ୍ର ସେମାନଙ୍କର ମନ ପରସ୍ପରକୁ ମିଳନର ଆହ୍ବାନ କରେ । ଲୁଚି ଲୁଚି ଫୋନରେ ଅନେକ କଥା ହୁଅନ୍ତି, ସତେ ଯେମିତି ନବ ବିବାହିତା ଦମ୍ପତି ପରି । "କାଲି ତ ରବିବାର ସ୍କୁଲ କଲେଜ ଛୁଟି ଅଛି । ନଈପଠାକୁ ଆସନା ଥରେ ଦେଖା ହେବା " ଏମିତି ବାରମ୍ବାର ରଞ୍ଜନ ରଶ୍ମିକୁ ଆସିଵା ପାଇଁ ଅନୁରୋଧ କରେ, ରଶ୍ମିର ଇଛା ଥାଇ ମଧ୍ୟ ମନା କରେ ।କାରଣ କିଏ କେତେବେଳେ ଦେଖି ନେବ ? ମାତ୍ର ରଞ୍ଜନର ଅନୁରୋଧ ଆଗରେ ହାର ମାନିଯାଏ ରଶ୍ମି । ଆଉ ଦେଖା କରିବ ବୋଲି 'ହଁ ' ମାରେ ।
ସକାଳଠୁ ରଶ୍ମିର ମନ ଢେର୍ ଖୁସି ଥିଲା ପରି ରଶ୍ମିର ମାଁ ଵାରି ନିଅନ୍ତି ଆଉ ଖୁସିର କାରଣ ପଚାରିଲେ ରଶ୍ମି କିନ୍ତୁ ମିଛରେ କହେ "ଆଜି ରବିବାର ସ୍କୁଲ ଯିବାକୁ ହେବନି । ସାରା ଦିନ ଘରେ ରହିଵି ତୁମ ପାଖରେ ।ତେଣୁ ମତେ ଆଜି ଖୁସି ଲାଗୁଚି ।" ମାତ୍ର ମନେ ମନେ ରଞ୍ଜନ କହିଥିବା ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରିଥାଏ ରଶ୍ମି । ଆଉ ମନରେ ଅନେକ ସ୍ୱପ୍ନ ଆଙ୍କେ ରଞ୍ଜନକୁ ନେଇ । ଆଉ ଠିକ୍ ସମୟରେ ମା'ଙ୍କ ପାଖରେ ଵାହାନା କରି ରଶ୍ମି ଘରୁ ଵାହାରି ଯାଏ ରଞ୍ଜନ ସହ ଦେଖା କରିଵା ପାଇଁ ନଈ ପଠାକୁ ।
ନଈ ପଠାରେ ଭେଟ ହୁଅନ୍ତି ରଶ୍ମି ଓ ରଞ୍ଜନ । ପ୍ରେମର ଇସ୍ତାହାରରେ ମସଗୁଲ ହୋଇ ଉଠନ୍ତି ଉଭୟ । ରଶ୍ମିର କୋଳରେ ମୁଣ୍ଡ ରଖି ଶୋଇଥାଏ ରଞ୍ଜନ ,ଆଉ ରଞ୍ଜନର ମୁଣ୍ଡ ଆଉଁସି ଦେଉଥାଏ ରଶ୍ମି । ଏମିତି ଏକ ଦୁର୍ବଳ ମୁହୂର୍ତ୍ତରେ ରଞ୍ଜନ ରଶ୍ମି ଠାରୁ କିଛି ମାଗି ଵସେ । ମାତ୍ର ରଶ୍ମି ଲାଜେଇ ଯାଇ ମନା କରେ । ତେଣୁ ରଞ୍ଜନ କହେ; "ତମର କ'ଣ ମୋ ଉପରେ ଭରସା ନାହିଁ । ମୁଁ ସତ କହୁଛି ତୁମକୁ ମୋ ଜୀବନ ସାଥୀ ରୂପେ ପାଇବାକୁ ଚାହେଁ। ମତେ ଵିଶ୍ଵାସ କର ରଶ୍ମି....., ତୁମକୁ ମୋ ଜୀବନ ଠାରୁ ଵି ଅଧିକ ଭଲପାଏ । ତୁମ ଛଡ଼ା ମୁଁ କେଵେ କାହାକୁ ଭଲ ପାଇ ପାରିଵିନି । ତୁମେ ହିଁ ମୋ ଜୀବନ ।"
ରଞ୍ଜନ ପାଖରୁ ଏମିତି ପ୍ରତିଶ୍ରୁତି ପାଇ, ରଞ୍ଜନ ମନର କଷ୍ଟ ସହି ପାରିଲାନି ରଶ୍ମି । ରଞ୍ଜନ ପାଖରେ ନିଜକୁ ସମର୍ପଣ କରି ଦେଲା । ଆଉ ଏକ ଅଦୃଶ୍ୟ ନିଆଁକୁ ଝାସ ଦେଇ ଚରମ ତୃପ୍ତିରେ ଲୀନ କରିଦେଲା ନିଜକୁ । ଏହି ମୁହୂର୍ତ୍ତର କଥା ମନେ ପଡିଵା କ୍ଷଣି ଦେହରେ ଏକ ଶୀହରଣ ଖେଳିଯାଏ ଆଉ ଲାଜରେ ମୁହଁକୁ ପଣତରେ ଘୋଡାଇ ଦେଇ ଘର ଭିତରକୁ ଚାଲିଯାଏ ରଶ୍ମି । ଘରର ଏକ କୋଣରେ ବସି ଢେର୍ କାନ୍ଦିଲା । ସେ ଦିନ ରଞ୍ଜନର ମିଛ ପ୍ରତିଶ୍ରୁତିରେ ରଶ୍ମି ଆଜି ପ୍ରତିକ୍ଷଣ ମରି ମରି ବଞ୍ଚେ ଆଉ ଲୁହ ଧାରା ଶ୍ରାବଣ ପାଲଟି ଯାଏ । ମନେ ମନେ ନିଶ୍ଚିତ ହୋଇଯାଏ ଆଜିକାଲି ଵିଶ୍ଵାସ ଯେ ଵିଷ ଠାରୁ ଵି ଭୟଙ୍କର । ପ୍ରଥମ ପ୍ରେମକୁ କିଏ ଵା ଭୁଲିପାରେ ? ରଞ୍ଜନକୁ ଏଵେ ବି ହୃଦୟରେ ପୂଜା କରେ ସତ ମାତ୍ର ଭୁଲି ପାରେନା ରଞ୍ଜନର ସେହି ମିଛି ମିଛିକା ସୁନ୍ଦର ଅଭିନୟର ସଂଳାପ "ମତେ ଵିଶ୍ଵାସ କର ରଶ୍ମି ......... ।"
ନିକୁଞ୍ଜ କୁମାର ଘୋଷ ।
ସା-ମାଧଵପୁର ,ପୋ-ଲକ୍ଷ୍ମଣନାଥ,ଥାନା-ଜଳେଶ୍ୱର,ଜି-ଵାଲେଶ୍ୱର,ଓଡିଶା। ପିନ୍-୭୫୬୦୮୭ । ମୋ -୮୦୯୩୬୩୦୭୫୬.
ସେବ୍ୟ ସଂସର୍ଗରୁ ସେବକ ବି ସମ୍ମାନୀୟ
***********
ଅନନ୍ତ ଜୀବନ ମାୟା ମୁଗ୍ଧ
ଏ ସଂସାର କରନ୍ତି ଭ୍ରମଣ
ଜୀବ ଅନାଦି ବହିର୍ମୁଖ
ମାୟା ଜାଲେ ଦେଇ ସଂସାର ଦୁଃଖ
ମାୟାବଦ୍ଦରେ ସଂସାର ପଡ଼ି
ଜୀବ କ୍ଳେଶ ଭୋଗ କରୁଛି ରଡି
ମୁଖ୍ୟ ଆଶା ମତ ହୋଇ
ଚତୁର୍ଦିଗରେ ଧାଇଁଲା ଜାଇ।
ଏ ସଂସାରେ ଥାଏ କ୍ଳେଶ ବ୍ୟଥିତ
ନିଷ୍ପତ୍ତି ପାଇବାର ଇଚ୍ଛା ଭଗବାନଙ୍କ ଅସ୍ତିତ୍ବ
ଜୀବ ମନ ଦୃଢ଼ ବିଶ୍ବାସ
ଇଶ୍ଵର ମହାନ ସର୍ବ ଶକ୍ତିମାନ
ମାନବ ସେବା ହିଁ ମାଧବ ସେବା
ନିଃସ୍ୱାର୍ଥ ଭାବେ ସେବା କରିବା
ଆଶା ନରଖି କିଛି ଆଗେଇ ଯିବା
ସେବା କରି କିଛି ପୂର୍ଣ୍ୟ ଲଭିବା
ମହାନ୍ କାର୍ଯ୍ୟ ରୂପେ ଉସ୍ୱର୍ଗ ଦେବା।
ନିଜ କର୍ତ୍ତବ୍ୟ ନିଜେ ପାଳନ କରିବା
କର୍ମ ଧର୍ମ ସବୁ ଭଗବାନଙ୍କ ହସ୍ତେ ଛାଡିବା
ସୁଖ, ଦୁଃଖ ର ସାଥୀ ହୋଇ ପାଖେ ଛିଡା ହେବା
ଦୁଃଖି, ରଙ୍କି ମୁଖେ ହସ ଫୁଟେଇବା।
ମନେ ହିଂସା ,କପଟ ନରଖି
ହସି,ହସାଇ ବନ୍ଧୁ ସହଚର ହୋଇ
ଜୀବନକୁ ସେବାରେ ନିୟୋଜିତ ହେବା
ଚେନାଏ ହସ ଭଗବାନଙ୍କ ଆଶୀଷ।
ଦୁଃଖି ରଙ୍କିଙ୍କ ଜୀବନ କାହାଣୀ
ଛାତିଫଠା ଦୃଶ୍ୟମାନ ଦେଖି ନହୁଲି
ପେଟର ଭୋକ ପାଇଁ ଚିତ୍କାର ବାଣୀ
ନା ଅଛି ଟୋପେ ଜଳ
ନା ଅଛି ବଞ୍ଚିବାର ଠାଣି
କେତେ ହୀନିମାନ ହେଉଛନ୍ତି ରୋଗୀ ,ଦୁଃଖିଜନ
ଛଟପଟ ହୋଇ କାଟୁଛନ୍ତି ଦିନ
ଖୋଜୁଛନ୍ତି ଆଶ୍ରୟ ମିଳିଯାଆନ୍ତା କି ପ୍ରାଣ।
ଆସ ସଭିଏଁ ଏକାଠି ହୋଇବା
ମିଳିମିଶି ସଭିଏଁ ସେବା କରିବା
ଭୋକିଲା ପେଟରେ ମୁଠେଇ ଅନ୍ନ ଯେ ଦେବା
ଯାହାର ହୋଇ ମୁଖେ ଖସି ଭରିବା
ହସିହସାଇ ଜୀବନ ବିତେଇବା
ସେବା କରିଥିଲେ ପୂର୍ଣ୍ୟ ମିଳି
ମାନବ ଧର୍ମ ବଳେ।
ମାମି ପାତ୍ର ତିହିଡି ଭଦ୍ରକ
ହସରେ ତା'ର ସଂସାର ହସେ
ଡ. ପ୍ରିୟମ୍ବଦା ସାମଲ
କଳିଟିଏ ଯେବେ ମଳୟ ସମୀରେ
ଫୁଲ ଫୁଟି ଦିଏ ହସି
ବାସମୟ କରେ ତାର ପରିସର
ଖୁସି ହୁଏ ଅନ୍ତେବାସୀ।
ଶିଶୁର ହସରେ ମୁକୁତା ଝରଇ
ମିଠା ମିଠା ମଧୁ କଥା
ସର୍ବ ଦୁଃଖ କଷ୍ଟ ଅପସରି ଯାଏ
କର୍ଣ୍ଣେ ଗୁଞ୍ଜେ ତାର ବାର୍ତ୍ତା।
ମାଆର ମୁହଁରେ ହସ ଫୁଟୁଥିଲେ
ପରିବାରେ ମିଳେ ଶାନ୍ତି
ସୁଆଦିଆ ଖାଦ୍ୟ ନିତି ମିଳୁଥାଇ
ହଟିଯାଇ ସବୁ କ୍ଳାନ୍ତି।
ଆଈମା ବୁଢ଼ୀର ପାକୁଆ ପାଟିରୁ
ହସ ଯେବେ ଝରିଯାଏ
ମହୁ ଠୁଁ ମଧୁର ସେନେହ ତାହାର
ପେଟ ସତେ ଭରିଯାଏ।
ହସ ହସ ମୁଖ ସଦା ଦିଏ ସୁଖ
ହସରେ ସଂସାର ହସେ
ଦୁଃଖ କଷ୍ଟ ସବୁ ନିମିଷେ ଉଭାନ
ହୃଦୟ ଚନ୍ଦନ ବାସେ।
ରଙ୍ଗ ଅଧରରୁ ଦ୍ଵିତୀୟା ଜହ୍ନର
ହସ ଯେବେ ଦିଏ ଦେଖି
ଭାବ ଭାବନାରେ ଚିନ୍ତା ଚେତନାରେ
ମନ ସଦା ଯାଏ ଲାଖି।
ଛତିଶଗଡ/ ଭୁବନେଶ୍ୱର।
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ
ଡଃ ପ୍ରିୟମ୍ବଦା ସାମଲ
ଅନେକ ପୁଣ୍ୟ କର୍ମ ଯୋଗୁଁ
ମାନବ ରୂପେ ଜନ୍ମ ଲଭୁଁ।
କର୍ମ ଅଟଇ ମୂଳ ଲକ୍ଷ୍ୟ
କର୍ମରୁ ନ ହୁଅ ବିମୁଖ।
ସଂସାରେ ମାନବ ରୂପେଣ
ଜନମ ଲଭି ସେହି ଜନ।
କର୍ମର ନିୟନ୍ତ୍ରକ କରେ
ପରିଚିତ ଯୋଗୀ ରୂପରେ।
ଭୌତିକ କାମନା ରହିତ
ଦିବ୍ୟ କର୍ମରେ ସମାହିତ।
ଫଳାସକ୍ତି ତ୍ୟାଗ କରିଣ
ଦିବ୍ୟ ଜ୍ଞାନରେ ଜ୍ଞାନବାନ।
ଅଧିକାରୀ ଭାବରୁ ମୁକ୍ତ
ମନ ବୁଦ୍ଧି ବଶ ପୂର୍ଣ୍ଣତଃ।
ସ୍ଵଳ୍ପେ ସନ୍ତୁଷ୍ଟ ଈର୍ଷା ଶୂନ୍ୟ
ଦ୍ୱନ୍ଦରୁ ଊର୍ଦ୍ଧ୍ବ ସେ ଜୀବନ।
ସମସ୍ତ ଇନ୍ଦ୍ରିୟ ସଞ୍ଜମ
ଲୋଭ କ୍ରୋଧରୁ ପରିତ୍ରାଣ।
ବିନମ୍ର ଦୟା କ୍ଷମା ଗୁଣ
ପ୍ରାପ୍ତ କରଇ ଦିବ୍ୟ ଜ୍ଞାନ।
ସଂସାରେ କର୍ମ ଫଳ ଜ୍ଞାନ
ଅଗ୍ନି ଜାଳଇ ଖାଦ ପୁଣ।
ପବିତ୍ର ଅଟେ ଦିବ୍ୟ ଜ୍ଞାନ
ବିଶ୍ୱାସେ ପ୍ରାପ୍ତ ଭଗବାନ।
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ।
କର୍ମ କରୁଥା ସଂଯମରେ
ଈଶ୍ୱର ଚିନ୍ତାନୁ ଭକ୍ତିରେ।
ତେବେ ମାନବ ଜନ୍ମ ଧନ୍ୟ
ଭବୁ ତରିବେ ଭଗବାନ।
ଛତିଶଗଡ଼/ ଭୁବନେଶ୍ୱର।
ଓଡ଼ିଆ ନବବର୍ଷ
ପ୍ରଣାମ କରୁଛି ଓଡିଶା ବାସୀଙ୍କୁ
ପ୍ରଣାମ ପଣା ସଂକ୍ରାନ୍ତି
ଖୁସି ଆନନ୍ଦରେ ଆମେ ପାଳୁଛନ୍ତି
ମହାବିଷୁବ ସଂକ୍ରାନ୍ତି ।୧।
ହିନ୍ଦୁଙ୍କ ଧାର୍ମିକ ପରମ୍ପରା ପୁଣି
ଅଟେ ଏହା ବଡ଼ ପର୍ବ
ସ୍ବାଗତ କରିବା ଏହି ସଂକ୍ରାନ୍ତିକୁ
ନରଖି ମନରେ ଗର୍ବ ।୨।
ଏପ୍ରିଲ ମାସର ଚଉଦ ତାରିଖ
ଏ ସଂକ୍ରାନ୍ତି ପଡିଥାଏ
ବେଳେବେଳେ ପୁଣି ଦିନ ଓ ତାରିଖ
ବଦଳି ଯାଇଣ ଥାଏ ।୩।
ଚଳିତ ବର୍ଷର ଅପ୍ରେଲ ମାସରେ
ତେର ତାରିଖ ପଡିଛି
ବିଦାୟ ନେଇଛି ବସନ୍ତ ଋତୁ ଯେ
ଗ୍ରୀଷ୍ମ ଆରମ୍ଭ ହୋଇଛି ।୪।
ତୁଳସୀ ଚଉରା ପରିଷ୍କାର କରି
ଛୋଟ ଠେକି ବାନ୍ଧାଯାଏ
ଠେକି ମଧ୍ୟେ ବେଲ ପଣା ଦିଆଯାଇ
ବସୁନ୍ଧରା ଠେକି ହୁଏ ।୫।
ଏହି ଦିବସକୁ ଓଡିଆ ନୂତନ
ବରଷ ଯେ କୁହାଯାଏ
ଆନନ୍ଦ ଉଲ୍ଲାସ ଦିବସଟି ଏହି
ସମସ୍ତଙ୍କୁ ଖୁସି ଦିଏ ।୬।
ପଣା ସଂକ୍ରାନ୍ତିର ଅନ୍ୟ ଏକ ନାମ
ଅଟଇ ଜଳ ସଂକ୍ରାନ୍ତି
ଏହି ଦିନ ଠାରୁ ଶୁଭ କାର୍ଯ୍ୟ ହୁଏ
ସମସ୍ତେ ଏହା ଜାଣନ୍ତି ।୭।
ବାଟେଘାଟେ ଖୋଲେ ଜଳଛତ୍ର ପୁଣି
ବେଲ ପଣା ଦିଆଯାଏ
ତୃଷା ନିବାରଣ ପାଇଁ ପଥଚାରୀ
ଆନନ୍ଦରେ ପିଇ ଥାଏ ।୮।
ମହାବୀର ହନୁ ମାନଙ୍କ ଜୟନ୍ତୀ
ପାଳନ କରନ୍ତି ଭକ୍ତ
ଭକତି ଭାବରେ ପୂଜାର୍ଚ୍ଚନା କରି
ହୋଇଥାନ୍ତି ଆନନ୍ଦିତ ।୯।
ଭୁଲିବାନି କେବେ ଓଡ଼ିଆ ସଂସ୍କୃତି
ଓଡ଼ିଆ ପରମ୍ପରାକୁ
ଧନ୍ୟବାଦ ଦେବି ସବୁ ଓଡ଼ିଆଙ୍କୁ
ପ୍ରଣାମ ମାଟି ମାଆକୁ ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
। ଆମ ପରଂପରାରେ ବିଷୁବ ମିଳନ।।
ମନ୍ଦାକିନୀ ପାଢ଼ୀ
ଆମ ଅଟେ ଜଗନ୍ନାଥ ପରଂପରା
ପୂଣ୍ୟ ଭୂମି ଏ ଉତ୍କଳ
ସୈ।ରମାସାନୁସାରେ ବିଷୁବସଂକ୍ରାନ୍ତି ଓଡ଼ିଆ ନବବର୍ଷ ।।
ବୈଶାଖ ସଂକ୍ରାନ୍ତି ଶ୍ରେଷ୍ଠ ସଂକ୍ରାନ୍ତି
ହୁଏ ସୂର୍ଯ୍ୟଙ୍କ ଉପାସନା
ଓଡ଼ିଆଙ୍କ ଘରେ ଚଉରା ମୂଳରେ
ଜଳଦାନ କରି ହୁଏ ପୂଜାର୍ଚ୍ଚନା ।।
ବିଷୁବ ମିଳନ ଧର୍ମ ସଂସ୍କୃତିର
ସୂର୍ଯ୍ୟ ବିଷୁବ ରେଖାରେ
ହୁଅନ୍ତି ଉତ୍ତରାୟଣ
ଆଧ୍ୟାତ୍ମିକ, ସାମାଜିକ ଭିତ୍ତିକୁ ସୁଦୃଢ କରେ ଏ ପର୍ବ ।।
ପବିତ୍ରତାର ପ୍ରତୀକ ବିଷୁବ ମିଳନ
ଗୁଡ଼,ବେଲ,ଦହି, ନଡ଼ିଆ,ଚିନିରେ
ହୁଏ ନୈବେଦ୍ୟ
ପବନ ପୁତ୍ର ହନୁମାନଙ୍କୁ ହୁଏ ସମର୍ପଣ ।।
ପଣା ସଂକ୍ରାନ୍ତି ରେ ଝାମୁଯାତ୍ରା
ହୁଏ ଉଦ୍ ଯାପନ
ନୂତନ ଶକାବ୍ଦ ହୁଏ ଗଣନା
ନୂତନ ପଞ୍ଜିକା କରାଯାଇଥାଏ ପୂଜନ
ବିଷୁବ ମିଳନ ଆମ ପରଂପରା
ଅଟେ ମହାନ।।
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର
ବରଗଡ଼
ଓଡିଆ ନବବର୍ଷ ପଣା ସଂକ୍ରାନ୍ତି
କବିତା ସାହୁ ଜୟପୁର
ଉତ୍କଳୀୟ ସଂସ୍କୃତି ପରମ୍ପରା
ମହାନ ଅଟଇ ନିଆରା
ଓଡିଆ ମାନଙ୍କର ନାନା ଓଷା ବ୍ରତ
ମହା ବିଷୁବ ପଣା ସଂକ୍ରାନ୍ତି ଶ୍ରେଷ୍ଠ
ଶ୍ରୀମନ୍ଦିରେ ବିଧି ବିଧାନେ ପାଳନ
ସୁରୁଜ ଦେବଙ୍କର ଉତ୍ତରାୟଣ
ମେଷ ରାଶିକୁ କରନ୍ତି ଗମନ
ବୈଶାଖ ମାସର ପ୍ରଥମ ଦିନ
ମେରୁ ସଂକ୍ରାନ୍ତି ହନୁମାନଙ୍କ ଜନମ
ଅତି ଆଡ଼ମ୍ବରରେ କରନ୍ତି ପାଳନ
ମଠ ମନ୍ଦିର ସାଜସଜ୍ଜା ତୋରଣ
ହୋମଯଜ୍ଞ ପୂଜାର୍ଚ୍ଚନା ନାମ ସଙ୍କୀର୍ତ୍ତନ
ନଡ଼ିଆ କଦଳୀ ବେଲ,କ୍ଷୀର ଛେନା ଗୁଡ଼
ଫଳମୂଳ ରେ ପଣା ପ୍ରସ୍ତୁତ ଆମର
ଦେବାଦେବୀଙ୍କୁ ଅର୍ପଣ କରିଣ
ଚଉରା ରେ ବସନ୍ତରା ଘଡି ବସାଇଣ
ବୁଟ ଗହମ ଶସ୍ୟ ରେ ଛତୁଆ କରନ୍ତି
ଆନନ୍ଦ ରେ ସମସ୍ତେ ପଣା ପିଇ ଥାନ୍ତି
ଋତୁରାଜ ବସନ୍ତ ଗଲେ ଯେଣୁ ଫେରି
ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ତେଜ ପ୍ରଖର
ଶରୀରରୁ ଜଳୀୟ ଅଂଶ କମି ଯାଏ
ପଣା ପିଇ ଶରୀର ତାପ ନିୟନ୍ତ୍ରଣ ରହେ
ଦେବୀ ପୀଠ ମାନଙ୍କ ରେ ଘଟକୁ ମୁଣ୍ଡାଇ
ନିଆଁ ରେ ଝାମୁ ଚାଲନ୍ତି ଭକ୍ତି ରେ ରହି
ଠାବେ ଠାବେ ଜଳଛତ୍ର ଖୋଲିଣ ଥାଇ
ଓଡ଼ିଆଙ୍କ ନବବର୍ଷ ପାଳନ ହୁଅଇ
ଆଇନ ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀ
ସଭିଙ୍କ ମନରେ ଆସୁ ଦୟା ଦାନ ପ୍ରୀତି
ଛାତରେ ଦାଣ୍ଡ ବାଟରେ ରଖ ପାଣି କୁଣ୍ଡ
ଗାଈଗୋରୁ ପଶୁ ପକ୍ଷୀଙ୍କୁ ଜଳ ଦାନ
ତୃଷାର୍ତ୍ତ କୁ ଜଳ ଦାନ କ୍ଷୁଧାର୍ତ୍ତ କୁ ଅନ୍ନ
ଜୀବନରେ ଅଟଇ ମହତ କାମ
ପ୍ରକୃତି ପରିବେଶ ସଂସ୍କୃତି ସଂସ୍କାର
ପରମ୍ପରା ରୀତି ନୀତି ନିୟମ
ରକ୍ଷା କରିବା ଆମର
ଅଭିନନ୍ଦନ ଜଣାଏ ଓଡିଆ ନବବର୍ଷ ର
ମିଛ ପାଖେ ସତ ବନ୍ଧା ପଡିଛି
ବାସ୍ତବ ଘଟଣା କଲମ ମୁନରେ
ଦେଇଥାଏ କବି ସ୍ଥାନ
ସମାଜରେ ଯାହା ଘଟୁଛି ଦୈନିକ
ଆଙ୍କିବାରେ ଥାଏ ମନ ।୧।
ନିଚ୍ଛକ ସତ୍ୟକୁ ଲେଖେ ଯଦି କବି
ପାଇବ ସେ ଅପମାନ
ବୁଲେଇ ବଙ୍କେଇ ଲେଖିଦେଲେ ପଦେ
ବଢିବ ଆତ୍ମ ସମ୍ମାନ ।୨।
ପରିବର୍ତ୍ତନର ବାର୍ତ୍ତାବହ କବି
ସମାଜ ସୁଧାର ପାଇଁ
ଆଜି ଏ ସମାଜ କଳୁଷିତ ହୁଏ
କୁହ ତେବେ କାହିଁପାଇଁ ।୩।
ଭାବନା ଅନେକ ରଚନା ଅଳପ
ନୁହଁଇ କେବେ ସ୍ବାଧିନ
ଶତ ପ୍ରତିଶତ ଲେଖିଲେ ସଠିକ୍
ଅକାଳେ ଯିବ ଜୀବନ ।୪।
ଆଖି ସାମନାରେ ଦୃଶ୍ୟ ଘଟଣାକୁ
ଲେଖିବାକୁ ଚେଷ୍ଟା କର
ଅଜଣା ସ୍ଥାନରୁ ଆସିବ ଯେ କଲ୍
ଛାତି ହେବ ଥରହର ।୫।
ହେଉନି ପ୍ରକାଶ ସତ୍ୟର ଘଟଣା
କବି ହୁଏ ଟଳମଳ
ସତ୍ୟରେ ହାଟରେ ଅସତ୍ୟ ସଉଦା
କିଣିବାକୁ ନାହିଁ ବଳ ।୬।
କବିକୁଳ ଆଜି ନୀରବି ଯାଉଛି
ବଞ୍ଚିବାକୁ ଖୋଜେ ରାହା
ମିଛପାଖେ ସତ ପଡିଅଛି ବନ୍ଧା
ଜଗନ୍ନାଥ ଏକା ସାହା ।୭।
ପ୍ରକୃତ କବିଟେ ହେବାକୁ ମନରେ
ସାହସ ଭରି ରହିଛି
ଆହାଃ କି ଵିଚିତ୍ର ଏସାରା ଦୁନିଆ
ଭାବିଲେ ହୃଦ କାନ୍ଦୁଛି ।୮।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ- ୯୮୫୩୧୪୨୫୧୦
ସ୍ମୃତି ସବୁ ସାଉଣ୍ଟି ଆଣେ।
କବିତା ସାହୁ , ଜୟପୁର
ବେଳ ଅବେଳରେ ଖିଆଲି ମନରେ
ଆସିଥାଅ ତୁମେ ବହଳ ଅନ୍ଧାରେ
ଛୁଇଁ ଯାଅ ଯେବେ ଶୀତଳ ସମୀରେ
ମାଦକତା ଭର କାଉଁରୀ ଛୁଆଁରେ
ଆନମନା ହୁଏ ତୁମ ସାନିଧ୍ୟ ରେ
ପ୍ରଗଳଭ ହୁଏ ସୁପ୍ତ ଚେତନା ରେ
ଚଳଚଞ୍ଚଳ ହୁଏ ଉଦ୍ଦାମତା ମନରେ
ବିବର୍ତ୍ତନ ଲାଗେ ସାରା ସଂସାରେ
ସବୁ କିଛି ଭାବମୟ ହୋଇଯାଏ
କ୍ଷଣିକ ପୁଲକରେ
ମହକି ଯାଏ ସାରା ଦୁନିଆଁ
ରଜନୀ ଗନ୍ଧାର ବିଭୋର ବାସ୍ନାରେ
ସ୍ମୃତି ସବୁ ସାଉଣ୍ଟି ଆଣେ
ଆଉଜି ପଡ଼ିଥିବା ଅଧା ସ୍ବପ୍ନକୁ
ପୁଣି ଭରି ଦିଏ ଇନ୍ଧନରେ
ବିମୋହିତ ହୁଏ ଚେନାଏ ହସରେ
ମେଲିଯାଏ ଶାଖା ପ୍ରଶାଖାରେ
ବାହୁ ଖୋଲି ଡାକୁଥାଏ ଆପଣା ପଣରେ।
କୈକେୟୀ
**
ନୁହେଁ ରାମାୟଣ ନୁହେଁ ଭାଗବତ
ନୁହେଁ ଏ ପୁରାଣ କଥା
ଯୁଗେ ଯୁଗେ ପରା କୈକେୟୀ ବଞ୍ଚିଛି
ଟୁଙ୍ଗାରି ନିଜର ମଥା ।
କୁଟ ଓ କପଟ ମନ୍ତ୍ରଣା କରିଲା
କୁତ୍ସିତ ମନ୍ଥରା ନାରୀ
ନିର୍ବୋଧ ପରାୟେ କୈକେୟୀ ମାତା
ପୁତ୍ର ହାତେ ଦେଲା ବରି ।
ନିର୍ଦୋଷେ ରାମ ଗଲେ ଘୋର ବନ
ସାଥେ ଲକ୍ଷ୍ମଣ ସୀତା
ଭାବେ ଭାବ ରଖି ନ ପାରେ ସଳଖି
ବୃଦ୍ଧ ଦଶରଥ ପିତା ।
କିଏ ସେ ବୁଝିଲା ଅଯୋଧ୍ୟା ରାଜ୍ୟେ
ସବୁ କଲେ ମଥା ନତ
ମିଥ୍ୟାକୁ ଆବୋରି କୁତ୍ସିତ ନାରୀ
ଖୁସି ହୁଏ ଶତ ଶତ ।
ଯାଇଛି ଯେ ବନ ଫେରିବ ସେଦିନ
ଅପେକ୍ଷା ସେହି ସକାଶେ
କୁତ୍ସିତ ମୁହଁ ତା କଳୁଷିତ ହେବ
ଶାନ୍ତି ଫେରିବ ଦେଶେ ।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ଚତୁଃସମ
ଡ଼.ପ୍ରିୟମ୍ବଦା ସାମଲ
ଚନ୍ଦନ କର୍ପୂର କୁଙ୍କୁମ ଅଗୁରୁ
ସଜାଇ ରଖିଛି ପ୍ରଭୁ
ତୁମ ନାମ ଗାଇ ଚନ୍ଦ୍ର ମୁଖ ଚାହିଁ
ଦୁଃଖ ଭୁଲି ଅଛି ସବୁ।
ଶୀତଳ ଚନ୍ଦନ ପରି ତୁମ ମନ
ଶୁଣୁଛ ଅଳି ଅର୍ଦ୍ଦଳି
ଭକତ ଜନର କଷଣ ହରୁଛ
ହୃଦଟି ଚନ୍ଦନ ଭଳି।
ଭକତ ଭକ୍ତିରେ ପ୍ରସନ୍ନ ଚିତ୍ତରେ
ଦୁଃଖୀ ମନେ ଭର ସୁଖ
କର୍ପୁର ବାସନା ପରି ମହକାଅ
ଭକତ ଦର୍ଶନେ ମୋକ୍ଷ।
କୁଙ୍କୁମ ରଙ୍ଗରେ ରଙ୍ଗାୟିତ କର
ଭକତ ଜନର ମନ
ଜବା ଅଧରରୁ ଝରୁଥାଏ ହସ
ଦୁଃଖ କର ବିମୋଚନ।
ଅଗୁରୁ ବାସନା ପରି ବାସ୍ନାୟିତ
ଭକ୍ତି ଭକତର ପ୍ରାଣେ
ତୁମ ବିନା ପ୍ରଭୁ ଜୀବନ ଜିଇଁବା
ଜଳ ବିନା ଝସ ଯେହ୍ନେ।
ଛତିଶଗଡ/ ଭୁବନେଶ୍ୱର।
Write your text here...
Write your text here...
କବିତା ମୋ ଜୀବନ ଧନ
ମନ୍ଦାକିନୀ ପାଢ଼ୀ
କବିତା ଚମକିତ କରେ ପୃଥିବୀକୁ
ତା'ର ଉଚ୍ଚକିତ ଧ୍ୱନି
କେତେବେଳେ ସଂଭ୍ରମିତ ହୁଏ ସେ
ଭଙ୍ଗିମା ଦେଖାଏ ଠାଣି ।।
ଅସଲଂଗ୍ନ ବିନ୍ଦୁସମ ଏ କବିତା
ସିଏ ମୋ ଜୀବନ ଧନ
ଶବ୍ଦ ଗୁଚ୍ଛର ସମାହାର ଆଣେ ସେ
ଭାବନା ମୋ ହୃଦୟର ।।
କବିତା ବୁହାଇ ଦିଏ ଦେହରୁ ଝାଳ
ଦୁଃଖ ରେ ବଞ୍ଚିବା ବେଳେ
ସ୍ନିଗ୍ଧ ଶୀତଳ ହୋଇଯାଏ ପ୍ରାଣରେ
ମନରେ ପୁଲକ ଆଣେ ।।
ସୁଖରେ ଦୁଃଖରେ କାତରରେ
ନିଆଁ ଲାଗେ ଜୀବନର
କବିର କଲମରେ ପ୍ରସ୍ତୁତ ହୋଇଯାଏ
କେତେବେଳେ ବିସ୍ଫୋରଣ ।।
କବିତା ମୟ ଆବେଗ ଭିତରେ
ଫୁଲେଇ ନଦୀ ପ୍ରବାହିତ
ବେଗବାନ୍ ହୋଇ ମାନ ଅଭିମାନ
ମନ୍ତ୍ର ଛୁଇଁ ଯାଏ ମନ ।।
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର ବରଗଡ଼
ହିନ୍ଦୁ ନବବର୍ଷ
******
ରାଗ-କୌଶିକ
ନଳିନୀ ପ୍ରଭା ଦାସ
ପ୍ରାଚୀ ଭାଗେ ରବି' ବସନ୍ତ ପ୍ରଭାତେ' ଉଦୟ ଆକାଶ'ର ବକ୍ଷେ'
ସୁନେଲି କିରଣ' ବିଛାଡି ହୋଇଛି' ଦେଖ ଗୋ 'ଧରଣୀ'ର ବକ୍ଷେ'
କେଡେ ଆନନ୍ଦ'
ସର୍ବ ପ୍ରାଣୀ ମୁଖରେ ହସ'
ଚୈତ୍ର ଶୁକ୍ଳ ପ୍ରତି'ପଦା ତିଥି ବ୍ରହ୍ମ'ଣା ସୃଷ୍ଟିର ଆରମ୍ଭ ।
ବସନ୍ତ ଆଗତେ' ନବ କିସଳୟେ' ତରୁ ବନ ଶୋଭା 'ସୁମନେ'
ହସୁଥିଲା ଧରା' ଫଗୁଣ ରଙ୍ଗରେ' କୋକିଳର କୁ'ହୁ ତାନେ'
ପ୍ରଭୁ ଶ୍ରୀରାମ
ଦଶରଥ ସୁତ' ଅଯୋଧ୍ୟା'
ରାଜସିଂହାସନ' କରି ଆରୋହଣ ' ଆରମ୍ଭିଲେ ରା'ଜସେବା ।
ଦ୍ଵାପରେ ବିଜୟ' କୁରୁକ୍ଷେତ୍ର ଯୁଦ୍ଧେ' ହୋଇଲା ପାଣ୍ଡଵ' ପକ୍ଷର'
ରାଜ୍ୟେ ଅଭିଷିକ୍ତ ' ଏହି ଦିନ ହେଲେ' ଧର୍ମରାଜ ଯୁ'ଧିଷ୍ଟିର'
ବିକ୍ରମାଦିତ୍ୟ
ସିଂହାସନ ଯେ 'ଆ 'ରୋହଣ
ବିକ୍ରମ ସମ୍ବତ' ଏହି ଦିନ ଠାରୁ'ହୋଇଥିଲା ପ୍ର'ଚଳନ 'I
ପ୍ରତିଷ୍ଠା ଦିବସ ' ଆର୍ଯ୍ୟ ସମାଜର' ଦୟାନନ୍ଦ ସରସ୍ୱ'ତୀଙ୍କର'
ଜନ୍ମ ଜୟନ୍ତୀ ଯେ' ସନ୍ଥ ଝୁଲେଲାଲ' ଗୁରୁ ଅଙ୍ଗ'ଦଙ୍କର'
ଜନମି ଥିଲେ'
ଡଃ କେଶବ ବ'ଳିରାମ'
ରାଷ୍ଟ୍ର ସଂଗଠନ ' ସଂଗଠିତ କରି' ରଚି ଯାଇଛ'ନ୍ତି ନାମ' ।
ଆନନ୍ଦ ଉଲ୍ଲାସେ' ହିନ୍ଦୁ ନବବର୍ଷ' ପାଳୁଛୁ ସର୍ବେ' ମହୀରେ'
ଆମର ସଂସ୍କୃତି' ବଞ୍ଚାଇଲେ ଆମେ' ବଞ୍ଚିବ ନିଶ୍ଚେ' ଧରାରେ'
କରୁ ବନ୍ଦନ'
ଭାରତ ମା ଜ'ୟ ଗାନ'
ଜୟ ମା ଭାରତ 'ଜୟ ମା ଉତ୍କଳ ' ଜୟ ଜୟ ହେ ହିନ୍ଦୁ'ସ୍ଥାନ ।
OJASWINEE ODIA E PATRIKA April-2024
କବିର ବ୍ଯଥା
ସାହିତ୍ୟ ସଭାରେ ଉପସ୍ଥିତ ଯେତେ
ସାଧକ ସାଧିକା ଗଣ
କହୁଅଛି ଏକ ହୃଦୟର କଥା
ମନଦେଇ ଥରେ ଶୁଣ ।୧।
କେତେ ଭାବିଚିନ୍ତି ଲେଖୁଛନ୍ତି ଆମ୍ଭେ
ହାତରେ କଲମ ଧରି
ସଭା ସମିତିରେ ପଢୁଛନ୍ତି ଯାଇ
ସଭିଙ୍କୁ ନିଜର କରି ।୨।
କିଏ ଦିଏ ତାଳି କିଏ ଦିଏ ଗାଳି
ନଥାଏ କାହାକୁ ଡର
କବିତା ଲେଖିବା କବିତା ପଢିବା
ଏହା ମୋର ଅଧିକାର ।୩।
କବି ହୋଇ କେହି ଜନମି ନଥାଏ
ଏ ଧରା ଧାମରେ ପରା
ଈଶ୍ବର ପ୍ରଦତ୍ତ ଗୁଣ ଅଟେ ଏହା
ସାହିତ୍ୟ ଜଗତ ଧରା ।୪।
ସାହିତ୍ୟ ସାଧନା ନୁହେଁ ଛୋଟ କଥା
ନଥିଲେ ଭାବ ଓ ଭକ୍ତି
ଲେଖିବାକୁ ପଦେ ମନରେ ସାହସ
ମିଳିଛି ଈଶ୍ବର ଶକ୍ତି ।୫।
ସେହି ଶକ୍ତି ବଳେ କଲମ ମୁନରେ
କରୁଛନ୍ତି କେତେ ସୃଷ୍ଟି
କବିତା ରଚନା ମନର ଭାବନା
ସମସ୍ତେ ଦେବେକି ଦୃଷ୍ଟି ।୬।
ମରେନାହିଁ କବି ଜୀବନରେ କେଵେ
ମରଇ କବି ଶରୀର
ଈଶ୍ୱର ସୃଷ୍ଟିରେ ସମସ୍ତେ ସମାନ
ସାହିତ୍ୟ ଯାହାର ଘର ।୭।
ରାଗ ହିଂସା ଦ୍ବେଷ ନରଖି ମନରେ
ସାହିତ୍ୟ ଲେଖି ଚାଲିବା
କଳା ସଂସ୍କୃତିର ଅଟେ ଏହି ମାଟି
ନିଜକୁ ଧନ୍ୟ ମଣିବା ।୮।
ଭକତି ଭାବରେ ଈଶ୍ବରଙ୍କୁ ଡାକି
ସାଧନାରେ ହେବା ବ୍ରତୀ
ସାଉଁଟି ଆଣିବା ନୂଆ ନୂଆ ଶବ୍ଦ
ନଥିବ ଭୟ ଓ ଭୀତି ।୯।
ହାତଯୋଡି କହେ ଏ ଅଧମ ପୁଣି
ସଭିଙ୍କୁ କରି ଗୁହାରି
ନିଜ ଗୁଣେ ମୋତେ କରିଦେବ କ୍ଷମା
ନହେଲେ ଯିବି ମୁଁ ଫେରି ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ରାଜନୀତି ଓ ଦେଶପ୍ରେମର ଉଷ୍ମତାତି
🔥🔥🔥🔥🔥🔥🔥
# କବି ଦୀନବଂଧୁ ବେଜ
•••••••••••◾••••••••••
ହଁ ଏବେ ଏବେ ବସନ୍ତ ବିଦାୟ ନେଇଛି
ପତ୍ର ଝଡ଼ା ବନ୍ଧ ହୋଇଛି ଗଛ ବୃଚ୍ଛରୁ
ଥୁଣ୍ଟା ଗଛର ଡ଼ାଳ ସବୁ ଏବେ ଖେଣ୍ଟା
ଧୂଷର ରଙ୍ଗ ଚ଼ାରି ଆଡ଼େ ରାଜୁତି କରୁଛି
ମରୁଭୂମିର ମତିଭ୍ରମ ସୃଷ୍ଟି କରୁଛି ସବୁଠି
ଟାଙ୍ଗରା ଭୂଇଁରେ ନଇଁ ପଡ଼ିଛନ୍ତି ସଦ୍ୟ
ମୁଣ୍ଡ ଟେକି ଉଠିଥିବା ମୁଥା ଘାସମାନେ
ସବୁଠି ବର୍ଷା ହେଉଛି ଖରାର ନିଆଁ ଝୁଲ,
ବାଲି ରାସ୍ତା ରେ ପାଦ କଣ ପକାଇବ
ଖଇ ଫୁଟିବାକୁ ଅପେକ୍ଷା କରିଛନ୍ତି ଧାନ ।
ବେଶି ଗରମ ହେଉଛି ରାଜନିତୀର ତାତି
ତାୱାରେ ରୁଟି ସେକିବାକୁ ସମସ୍ତେ ବ୍ୟସ୍ତ
ବହୁରୁପି ଏଣ୍ଡୁଅଙ୍କ ସଂଖ୍ୟା ବଡ଼ି ଯାଇଛି
ଦଳବଦଳ ଋତୁ ବୋଧହୁଏ ଏବେ ଚ଼ାଲିଛି
ହାତଛଡ଼ା କରିବାକୁ ଚ଼ାହୁଁ ନାହାଁନ୍ତି ଏଣ୍ଡୁଅ
ଯେଉଁ ପାଟି ନାନା ଭତ୍ସନା କରିଥିଲା ତାକୁ
ଏବେ ସେଠାରେ ଗୁଣଗାନ ହୁଏ ତାଙ୍କର
ଦେଖ ଋତୁଚକ୍ରରେ ଋତୁ ବଦଳୁଛି କେମିତି,
ବ୍ୟତିକ୍ରମ ହେଉନାହିଁ ଥିବା କ୍ରମାନ୍ୱୟର
କିନ୍ତୁ ରାଜନିତୀ ଋତୁଚକ୍ର ଏବେ ବଦଳିଛି।
ସବୁଜ ଗେରୁଆ ରଙ୍ଗର ପୋଷାକରେ
ରଙ୍ଗିନ ହେଉଛି ଏଣ୍ଡୁଅର ସର୍ବାଙ୍ଗ ଶରୀର
ମୈଦାନ ବି ଭରପୁର ରଙ୍ଗ ଗୋଟାଉଛି
ଗତକାଲି ଥିବା ଅହି ନକୂଳ ସଂପର୍କ
ଏବେ ରକ୍ତ ସଂପର୍କରେ ଗାଢ଼ ହୋଇଛି
ଧନ୍ୟ କହିବ ରାଜନିତୀର ଗୁଢ଼ ରହସ୍ୟ
ସକାଳୁ ମଲ୍ଲୀ ଫୁଲର ଥିବା ବାସନା ମହକ
ସଂଧ୍ୟା ବେଳକୁ ହେଉଛି ଦୁର୍ଗନ୍ଧ ଉତ୍କଟ
ଆମ୍ବୁଲ ପରି କେତେ ବେଳେ ଚଟାଚ଼ଟି
ପୁଣି କେତେ ବେଳେ ଆଜୀବନ ବାସନ୍ଦ,
ଧନ୍ୟ କହିବ ଏ ରାଜନିତୀ କାୟାକଳ୍ପ
ପ୍ରହସନ ହେଲାଣିକି ଏ ନିର୍ବାଚ଼ନ ଯୁଦ୍ଧ !
ତୁମେ ବାଛୁଥିବା ନେତା କିଛି ନକରି
ହେବାକୁ ଥିବା ବେଳେ ପ୍ରତ୍ୟାଖ୍ୟାନ
ଦଳ ବଦଳ କରି ପାଇ ଯାଉଛି ଟିକେଟ
ପ୍ରତାରଣା ଭିତରେ ବି ପାଉଛି ଭୋଟ
ଅତିକ୍ରମ କରୁଛି ରାଜନୈତିକ କ୍ରିଡ଼ାଙ୍ଗନ
ଏଇଠି ବି ପାଞ୍ଚବର୍ଷ ଶୂନ୍ୟକାଳ କାର୍ଯ୍ୟ
ତୁମେ ଦେଖିବ ତାଙ୍କ ନିଷ୍ଠୁର ବିବେକ
ସବୁ ପକେଟ ଭିତରେ ଖୁନ୍ଧା ଖୁନ୍ଧି କରି
ଖାଲି ଆଖି ଥାଇ ଆମ୍ଭେ ହେଉଛନ୍ତି ଅନ୍ଧ
ଆପେ ବଡ଼ୁଛି ତାଙ୍କର ଧନ ଓ ସଂପଦ,
କାହାକୁ କହିବା ସବୁ ଦେଖି ଅଣଦେଖା
ସବୁ ଶୁଣି ଅଣଶୁଣା ଭୋଅଟ ବଣିକ ।
ସଜାଗ ଯେ ସତର୍କ କରାଏ ସମସ୍ତଙ୍କୁ
ଚ଼େଇଁବାକୁ ବାଧ୍ୟକରେ ଅନ୍ତର ଭିତରୁ
ଚୟନ ପାଇଁ ହୋଇଯାଅ ସ୍ୱାଭିମାନୀ
ହୃଦୟରୁ ରାଷ୍ଟ୍ରପ୍ରେମ ଜାଗ୍ରତ କରାଅ
ବିଦ୍ୟା ବୁଦ୍ଧି ବିବେକରେ ମିଶ୍ରଣ ରେ
ଗଢ଼ିଉଠିବ ସ୍ୱାଭିମାନ ଭାରତର ଗଡ଼
ଦେଶପ୍ରେମ ରାଷ୍ଟ୍ରଭକ୍ତି ରଧିମନ୍ତ ପାଇଁ
ବଳିଦାନ ଦେବାପାଇଁ ଠିଆ ହୋଇପଡ଼
ଯେଉଁ ଠାରେ ଆମେ ଠିଆ.. ମାତୃଭୂମି
ତାକୁ ଭକ୍ତି ସହିତରେ ପ୍ରଣିପାତ କର,
ତା ଠାରୁ କରିବ ଯେଉଁ ଉଷ୍ମ ଅନୁଭବ,,,
ତାକୁ ତୁମେ ଭାବିନିଅ ଦ୍ୱିତୀୟ ଇଶ୍ଵର l
••••••••◾◾◾•••••••
ସଂପାଦକ
ଜାତୀୟ କବି ଲେଖକ ସଂଗଠନ
ବାସୁଦେବପୁର, ଭଦ୍ରକ, ଓଡ଼ିଶା
ଭ୍ରାମ୍ୟଭାଷ:-୭୬୮୩୯୨୦୨୨୧
ଚୈତ୍ର ଶୁକ୍ଳପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ
ଚନ୍ଦ୍ରକଳା ଦେବୀ
ଚୈତ୍ର ମାସ ଶୁକ୍ଳ ପ୍ରତିପଦା ଦିନ
ରାଷ୍ଟ୍ରୀୟ ନବ ବରଷ
ହିନ୍ଦୁ ମାନଙ୍କର ନବବର୍ଷ ରୂପେ
ହୋଇଅଛି ଅଭିହିତ l
ପୌରାଣିକ ପୃଷ୍ଠା ଉନ୍ମୋଚନ କଲେ
ଜଣାଯାଏ ବହୁ ତଥ୍ୟ
ସୃଜିଥିଲେ ବ୍ରହ୍ମା ନିଖିଳ ବ୍ରହ୍ମାଣ୍ଡ
ଏଇ ଚରାଚର ବିଶ୍ୱ l
ପ୍ରଭୁ ରାମଚନ୍ଦ୍ର ରାଜା ଯୁଧିଷ୍ଠିର
ସିଂହାସନ ଆରୋହଣ
ବିକ୍ରମଦିତ୍ୟଙ୍କ ନବ ସମ୍ବତ୍ସର
ଏହିଦିନ ପ୍ରଚଳନ l
ଦୟାନନ୍ଦ ସରସ୍ବତୀଙ୍କର ଦ୍ୱାରା
ଆର୍ଯ୍ୟ ସମାଜ ପ୍ରତିଷ୍ଠା
ରାମ ଜନ୍ମଭୂମି ଆନ୍ଦୋଳନ ପାଇଁ
ଗଢ଼ାହିନ୍ଦୁ ମହାସଭା l
ଶକାବ୍ବ,ଯୁଗାବ୍ବ, ଶାଳିବାହନାବ୍ବ
ଏହି ଦିନରେ ଆରମ୍ଭ
ବ୍ୟାସଦେବଙ୍କ ବେଦ ଉପସ୍ଥାପନା
ବାସନ୍ତିକ ପୂଜାରମ୍ଭ l
କେଶବ ବଳିରାମ ହେଡ଼ଗେୱାର
ଏଦିନ ହେଲେ ଜନମ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରଯେ
ପ୍ରତିଷ୍ଠାତା ଥିଲେ ଜାଣ l
ସମାଜ ରକ୍ଷକ ସନ୍ଥ ଝୁଲୋ ଲାଲ
ଏ ଦିବସେ ହେଲେ ଜନ୍ମ
ହିନ୍ଦୁ ଧର୍ମର ଯେ କାଳର ଗଣନା
ହୋଇଥିଲା ଏହିଦିନ l
ଚାରି ଯୁଗ ମଧ୍ୟୁ ସତ୍ୟର ଆରମ୍ଭ
ମତ୍ସ୍ୟ ଅବତାର ହରି
ମାଆ ଦଶଭୂଜା ନବରାତ୍ରୀ ପୂଜା
ନବ ବେଶଭୂଷା ଧାରୀ l
ଭେଦାଭେଦ ଶୂନ୍ୟ ଆମ ହିନ୍ଦୁଧର୍ମ
ଅହିଂସା ଯା ମୂଳମନ୍ତ୍ର
ଚରାଚର ବିଶ୍ୱ ବସୁଧା କୁଟୁମ୍ବ
ଭାଇଚାରା ଯାର ତନ୍ତ୍ର l
ଋତୁରାଜ ବସନ୍ତଙ୍କ ଆଗମନେ
ଫୁଲ ଫଳେ ପଲ୍ଲବିତ
ମନ୍ଦମନ୍ଦ ବହେ ମଳୟ ପବନ
କୋକିଳ ଗାଅଇ ଗୀତ l
ପ୍ରଭୁ ଜଗନ୍ନାଥ ଆଦ୍ୟାଶକ୍ତି ମାତ
ପାଦପଦ୍ମରେ ନମିବା
ଶଙ୍ଖ ହୁଳହୁଳି ଧୂପ ଦୀପ ଜାଳି
ବର୍ଷ ସ୍ଵାଗତ କରିବା l
ବନ୍ଧୁଗାଁ,କୋରାପୁଟ l
ହିନ୍ଦୁ ନବବର୍ଷ ପାଳନ
କବିତା ସାହୁ , ଜୟପୁର
ପାଳନ ହେଉଛି ହିନ୍ଦୁ ନବବର୍ଷ
ଚୈତ୍ର ଶୁକ୍ଳ ପ୍ରତିପଦ ତିଥି ରେ
ଆନନ୍ଦ ଉଲ୍ଲାସ ହୋଇଣ ସରବେ
ପାରୁଛନ୍ତି ହସ ଖୁସି ରେ
ମୁରୁଜ ରଙ୍ଗରେ ଝୋଟି ଚିତା ଦେଇ
କଳସ ବସାଇ ଦୁଆରେ
ଦୀପ ଜଳାଇ କରନ୍ତି ପୂଜାର୍ଚ୍ଚନା
ପିଠା ପଣା ସାଥି ରେ
ମନ୍ଦିର ଯାଇ ଦେବାଦେବୀଙ୍କୁ ଭକ୍ତି
ଆରାଧନା ପୀଠରେ
ସାତ୍ତ୍ୱିକ ଭୋଜନ ଜପ ତପ ଧ୍ୟାନ
ଶ୍ରଦ୍ଧା ବିଶ୍ୱାସ ମିଶି ରେ
ସଂସ୍କାର ସଂସ୍କୃତି ପରମ୍ପରା ରୀତି
ନବ ଚେତନା ରାଷ୍ଟ୍ର ନିର୍ମାଣରେ
ବିଶ୍ବ ଶାନ୍ତି ମୈତ୍ରୀ ହିନ୍ଦୁ ଜାଗରଣ
ମନରେ ଆସି ଶାନ୍ତି ରେ
ଆଦ୍ୟ ଦିନଟି ବ୍ରହ୍ମାଙ୍କର ସୃଷ୍ଟି
ସତ୍ୟ ଯୁଗ ଆରମ୍ଭ ରେ
ଅଭିଷିକ୍ତ ହୋଇ ଯୁଧିଷ୍ଠିର କଲେ
ଶାସନ ଧର୍ମରେ
ଶ୍ରୀ ରାମଚନ୍ଦ୍ର ବସିଥିଲେ ସିଂହାସନ
ସେ ତ ପୁରୁଷୋତ୍ତମ ରେ
ମତ୍ସ୍ୟ ଅବତାର ହୋଇଣ ଶ୍ରୀ ହରି
ବେଦ ଉଦ୍ଧାରିଲେ ଶଙ୍ଗାସୁର ମାରି
ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ
ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ
ଆହୋରଣ
ଆର ଏସ ଏସ ପ୍ରତିଷ୍ଠା ର ଦିନ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ପାଳନ ହେଉଛି ହିନ୍ଦୁ ନବବର୍ଷ ଆଜିରେ
ହେ ସରକାର
ରାଜ୍ୟ ସରକାର ରାଜ୍ୟବାସୀ ପାଇଁ
ଆଇନ କେତେ ଗଢୁଛି
ନ୍ଯାୟ ଅନ୍ଯାୟର ବିଚାର ଦାୟିତ୍ୱ
ଅଦାଲତ ନେଇଅଛି ।୧।
ସଠିକ୍ ଭାବରେ ହେଉନି ବିଚାର
ନିର୍ଦ୍ଦୋଷୀ ପାଉଛି ଦଣ୍ଡ
ବିଚାରପତିଙ୍କ ବିଚାର ଶୁଣିଲେ
ଘୁରିବ ସଭିଙ୍କ ମୁଣ୍ଡ ।୨।
ନିର୍ଦୋଷୀକୁ ହୁଏ ଜେଲ କାରାଦଣ୍ଡ
ପ୍ରକୃତ ଦୋଷୀ ଖଲାସ
ଆଇନଜୀବୀଙ୍କ ଉପସ୍ଥିତ ଯୁକ୍ତି
ତୁଟାଇ ଦିଏ ବିଶ୍ବାସ ।୩।
ଅର୍ଥବଳ ଏଠି ଷଣ୍ଢ ପରି ଗର୍ଜି
ଆଇନ କିଣି ନେଉଛି
ବିଚରା ଗରିବ ନିର୍ଦ୍ଦୋଷ ମଣିଷ
କାନ୍ଦି କାନ୍ଦି ମରୁଅଛି ।୪।
ଧର୍ମ ଅର୍ଧମର ପଶାପାଲି ଖେଳ
ବିଚାରାଳୟ ନିରବ
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଶୁଣି
ବିଚାରପତି ଲେଖିବ ।୫।
ବାଟବଣା ହୁଏ ଆଇନ ଯେ ଏଠି
ଅସତ୍ୟର ହୁଏ ଜୟ
ଧର୍ମର ନିକିତି ଧରିଥିବା ବ୍ଯକ୍ତି
ମନେମନେ ପାଏ ଭୟ ।୬।
ପ୍ରକୃତ ଫାଇଲ ହୁଏନାହିଁ ଦୃଶ୍ୟ
ଅସତ୍ୟ ଫାଇଲ ଲୋଡ଼ା
ଆହା କି ଆଇନ ଗଢିଛ ସର୍କାର
ନେବା ପାଇଁ ଫୁଲତୋଡା ।୭।
ଯେତେ ସଚେତନ ହେଲେ ଏ ମଣିଷ
ପାଉନି କାହାଠୁ ନ୍ଯାୟ
ପାଗଳଙ୍କ ପରି ଘୁରି ବୁଲୁଥାଏ
ଲୋଡିବା ପାଇଁ ସହାୟ ।୮।
ତଥାପି ଆଇନ ଫେଲ ମାରୁନାହିଁ
ସହାୟ ହେବ କହୁଛି
ମିଛ ପାଖେ ସତ ପଡିଅଛି ବନ୍ଧା
ଧରମ କେମିତି ସହୁଛି ।୯।
ପକ୍ଷପାତ ଚାଲେ ବିଚାର ତ ଏଠି
ନଥାଏ ଭୟ କି ଡର
କେମିତି ଆଇନ ଗଢିଅଛ ତୁମେ
କୁହ ଆହେ ସରକାର ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ମାଆ
ସକଳ ତୀର୍ଥ ଯେ ତୋହର ଚରଣେ
କାହିଁ ଯିବି ତୀର୍ଥ ସ୍ଥାନ
ସକଳ ସ୍ନେହ ଯେ ତୋହର ପଣତେ
କାହିଁ ଉଣା ହେବ ମନ ।୧।
ଦଶ ମାସ ଗର୍ଭେ ଧରି ଦେଲୁ ଜନ୍ମ
ମାଆ ତୁ ଧୈର୍ଯ୍ୟ ସାଗର
ସାରା ଦୁନିଆରେ ତ ସ୍ଥାନ ନେବାକୁ
ନାହିଁ କାହା ଅଧିକାର ।୨।
ଫୁଟାଇଲୁ ଆଖି ଶିଖାଇଲୁ କଥା
ତୁ ମୋର ପ୍ରଥମ ଗୁରୁ
ଜିଅନ୍ତା ଦେବୀ ତୁ ଦେଉ ଆଶୀର୍ବାଦ
ସର୍ବଦା ମମତା ଭରୁ ।୩।
ତ କୋଳ ମହୋର ନିରାପଦ ଘର
ନ ଥାଏ କାହାକୁ ଡର
ସାରା ଦୁନିଆକୁ ଆଲୋକିତ କରି
ରଖିବି ସୁନାମ ତୋର ।୪।
ଜ୍ଯୋତ୍ସ୍ନାରାଣୀ ମହାନ୍ତି
ଜଳେଶ୍ବର,ବାଲେଶ୍ଵର
ଚିତ୍ରଲେଖା
ସହରରୁ ଅନେକ ଦୂରେ......!
ଖାଲଖମାର ପଥୁରିଆ ରାସ୍ତାଦେଇ
ପାହାଡ଼ ସେ'ପଟେ
ଚିତ୍ରଲେଖାର ଗାଁ ।
ଚିତ୍ରଲେଖା.......!
ଯୌବନ ଢେଉରେ କୁଳ ଖାଉଥିବା
ପୂର୍ଣ୍ଣଗର୍ଭା ନଈଟିଏ ।
ସବୁଜ ଧାନ କ୍ଷେତରେ
ଖୁଣ୍ଟି ଖାଉଥିବା ଶାଗୁଆ ଶାରୀଟିଏ ।
ଆକାଶ ଭର୍ତ୍ତି ମେଘମାଳା କେବେ ତ !
ଅଙ୍କା ବଙ୍କା ହୋଇ
ପାହାଡ଼ ଦେହରୁ ଝରି ଯାଉଥିବା
ନିରୀହ ନିର୍ଝରିଣୀଟିଏ।
ତା'ରୂପ ଯୌବନ ଆଗରେ
ଆତ୍ମହତ୍ୟା କରନ୍ତି ପ୍ରକୃତି ସମଗ୍ର ।
ଦିଗବଳୟର ରଙ୍ଗୀନ ଇନ୍ଦ୍ରଧନୁ ବି'
ଲାଜେଇଯାଏ ।
ବେଳେବେଳେ
ତା'ଚାରୁ ଚର୍ଚ୍ଚିତ ଚିତ୍ରକଳ୍ପରେ
ଚୋରା ଚୈତାଳିର ମତିଭ୍ରମ ହୁଏ ।
ଚିତ୍ରଲେଖା....!
ଶ୍ୟାମଳ ଅଙ୍ଗବସ୍ତ୍ରର
ପରିପାଟୀରେ ଶୋଭାପାଏ,
କୋମଳ ତନୁରେ ତା'ର
ସୁଢଳ ଯୌବନ ଲହଡି ଭାଙ୍ଗେ ।
କଳାମେଘର ମତିଭ୍ରମ କରୁଥିବା
ତା'ଘନ କେଶରାଶି ହୃଦୟ କିଣେ ।
ଚିତ୍ରଲେଖା,
ନିଇତି ଆସେ ତୁଠକୁ !
ସେଇ ଦୁର୍ଗମ ଅନାବନା ରାସ୍ତାରେ ହଲିଝୁଲି ।
ତା'ର ଆବର୍ତ୍ତନରେ
ଲବଙ୍ଗ ଦ୍ବୀପର ମନ୍ଦ ମଳୟ
ଅଳସ ଭାଙ୍ଗେ,
କଇଁ କଇଁ କାନ୍ଦେ
କାମନାର ଲୁବ୍ଧ ନୀଳକଇଁ
ମହମହ ମଧୁମାଳତୀର ଗଜରା ନାଇ
ଥରାଇଦିଏ ଜୁଆନ ଛାତି।
ମାଟି ଶୀତଳ ହୁଏ,
କମିଯାଏ ତାତି ।
ଆଲୁଅର ଆବେଗରେ
ଉଭାନହୁଏ ରାତି।
ତା'ସ୍ମୃତିକୁ ଖୋଜି ଖୋଜି
ବୁଲିଛି ମୁଁ ପାହାଡ଼ ଡଙ୍ଗର,
ଅନେକ ଖୋଜିଲା ପରେ
ଯେବେ ମୋତେ ଲାଗେ ଏକା ।
ପଥରେ ପଥରରେ
ଗଗନରେ ଆଉ ପବନରେ
ଅନୁଭବ କରିଛି ତା'
ଯୌବନର ଦିଗବଳୟ ରେଖା,
ରୂପ ଗୁଣେ ଅନନ୍ୟା ମୋ
ଚାରୁ ଚିତ୍ରଲେଖା ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ
ଡଃ ପ୍ରିୟମ୍ବଦା ସାମଲ
ଅନେକ ପୁଣ୍ୟ କର୍ମ ଯୋଗୁଁ
ମାନବ ରୂପେ ଜନ୍ମ ଲଭୁଁ।
କର୍ମ ଅଟଇ ମୂଳ ଲକ୍ଷ୍ୟ
କର୍ମରୁ ନ ହୁଅ ବିମୁଖ।
ସଂସାରେ ମାନବ ରୂପେଣ
ଜନମ ଲଭି ସେହି ଜନ।
କର୍ମର ନିୟନ୍ତ୍ରକ କରେ
ପରିଚିତ ଯୋଗୀ ରୂପରେ।
ଭୌତିକ କାମନା ରହିତ
ଦିବ୍ୟ କର୍ମରେ ସମାହିତ।
ଫଳାସକ୍ତି ତ୍ୟାଗ କରିଣ
ଦିବ୍ୟ ଜ୍ଞାନରେ ଜ୍ଞାନବାନ।
ଅଧିକାରୀ ଭାବରୁ ମୁକ୍ତ
ମନ ବୁଦ୍ଧି ବଶ ପୂର୍ଣ୍ଣତଃ।
ସ୍ଵଳ୍ପେ ସନ୍ତୁଷ୍ଟ ଈର୍ଷା ଶୂନ୍ୟ
ଦ୍ୱନ୍ଦରୁ ଊର୍ଦ୍ଧ୍ବ ସେ ଜୀବନ।
ସମସ୍ତ ଇନ୍ଦ୍ରିୟ ସଞ୍ଜମ
ଲୋଭ କ୍ରୋଧରୁ ପରିତ୍ରାଣ।
ବିନମ୍ର ଦୟା କ୍ଷମା ଗୁଣ
ପ୍ରାପ୍ତ କରଇ ଦିବ୍ୟ ଜ୍ଞାନ।
ସଂସାରେ କର୍ମ ଫଳ ଜ୍ଞାନ
ଅଗ୍ନି ଜାଳଇ ଖାଦ ପୁଣ।
ପବିତ୍ର ଅଟେ ଦିବ୍ୟ ଜ୍ଞାନ
ବିଶ୍ୱାସେ ପ୍ରାପ୍ତ ଭଗବାନ।
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ।
କର୍ମ କରୁଥା ସଂଯମରେ
ଈଶ୍ୱର ଚିନ୍ତାନୁ ଭକ୍ତିରେ।
ତେବେ ମାନବ ଜନ୍ମ ଧନ୍ୟ
ଭବୁ ତରିବେ ଭଗବାନ।
ଛତିଶଗଡ଼/ ଭୁବନେଶ୍ୱର।
ବିଧାତାର ସ୍ବତନ୍ତ୍ର ସୃଷ୍ଟି
ଗୁରୁ ଭଗବାନ ସାହୁ
🌷🌹🌷🌹🌷🌹🌷🌹🌷🌹🌷
ଧର୍ମରାଜ ପ୍ରଧାନ
ବିଧାତା ବିଧାନ ବିଚିତ୍ର ନିର୍ମାଣ
ବୁଝିବା ନୁହେଁ ସହଜ
ଯା' ସ୍ବତନ୍ତ୍ର ସୃଷ୍ଟି ଟାଣେ ସର୍ବ ଦୃଷ୍ଟି
ଅବର୍ତ୍ତମାନେ ତା' ଆଜ।
ସ୍ରଷ୍ଟା ଦେଇଥାନ୍ତି ଜୀବନ ସଭିଙ୍କୁ
କର୍ମ ଅନୁସାରେ ଫଳ
ସେବା ଉପକାର କରେ ଯେଉଁ ନର
ଜୀବନ ହୁଏ ସଫଳ।
ସାହିତ୍ଯ ସଂସ୍କୃତି କଳା ନୃତ୍ଯ ପ୍ରୀତି
କଲେ ସମାଜ କଲ୍ଯାଣେ
ସେପରି ମାନବ ଜଗତେ ଦୁର୍ଲଭ
କହିଥାନ୍ତି ବିଜ୍ଞ ଜନେ।
ସମୟ ସଂପତ୍ତି ପରିବାର ପ୍ରତି
ଆଦୌ ଆସକ୍ତି ନ ରଖି
ସମଗ୍ର ଜୀବନ କରି ସମର୍ପଣ
ସଂସ୍କୃତିରେ ମନ ଲାଖି।
ନିଜ ମାଆ ମାଟି କଳା ସଂସ୍କୃତିର
ଅସ୍ମିତାର ସଂରକ୍ଷଣେ
ତିଳ ତିଳ ଭାବେ ପ୍ରଜ୍ଜ୍ଵଳିତ ହୋଇ
ନିଜର ସାରା ଜୀବନେ।
ଭୋକ ନିଦ୍ରା ମାନ ଅପମାନ ଭଳି
ଶବ୍ଦେ ନ ଥିଲେ ସେ ବନ୍ଧା
ବିଧାତାର ସୃଷ୍ଟି ମଧ୍ଯରେ ସ୍ବତନ୍ତ୍ର
କେ ହେବ ତା' ସମସ୍କନ୍ଧା।
ପଶ୍ଚିମାଞ୍ଚଳର କଳା ସଂସ୍କୃତିରେ
ଆଧୁନିକ ବିଶ୍ବକର୍ମା
ନାଟ ନାଚ ଭାଷା ପ୍ରଚାର ପ୍ରସାରେ
ସିଏ ଜଣେ ଯୋଗଜନ୍ମା।
କଳାରେ ଯା' ଧନ କଳାରେ ଯା' ମାନ
କଳା ଯା' ଜୀବନ ଗୀତା
ଶୟନେ ସ୍ବପନେ ସଦା ଜାଗରଣେ
କଳାପାଇଁ ଯା'ର ଚିନ୍ତା।
କଳା କଳାକାର ସଂସ୍କୃତି ସଂସ୍କାର
ଏ ମାଟିର ସ୍ବାଭିମାନ
ବିଶ୍ବ ଦରବାରେ ପରିଚିତ ହେଉ
ଥିଲା ଯାହାଙ୍କ ଚିନ୍ତନ।
ଦୀପର ଆଲୋକେ ଚାଲୁଥିବା ବ୍ଯକ୍ତି
ନ ଜାଣେ ଦୀପର ଜ୍ବାଳା
ମାଙ୍କଡର ଦୁଃଖ ଦର୍ଶକ କି ବୁଝେ
ଦେଖି ମାଙ୍କଡିଆ ଖେଳା।
ସଫଳ ବ୍ଯକ୍ତିର ପ୍ରଚ୍ଛଦ ପଟର
ସଂଘର୍ଷମୟ ଜୀବନେ
ସାଧାରଣ ଜନ ହୋଇଥାନ୍ତି ଅଜ୍ଞ
ତା'ର ତ୍ଯାଗ ବଳିଦାନେ।
ସବୁ ପ୍ରତିକୂଳ କରି ଅନୁକୂଳ
କଳାରେ ନିମଜ୍ଜି ପ୍ରାଣ
ନିଜ ଜନ୍ମମାଟି କୁମ୍ଭାରୀ ଗ୍ରାମରେ
କଲେ କଳା ସଂଗଠନ।
ବ୍ରଜେଶ୍ବରୀ ନୃତ୍ଯକଳା ପରିଷଦ
ନନ୍ଦିଘୋଷର ସାରଥୀ
ଲୋକମହୋତ୍ସବ ଆୟୋଜନେ ଯିଏ
ସ୍ବୟଂ ଥିଲେ ମହାରଥୀ।
ତାଣ୍ଡବ ନୃତ୍ଯରେ ଶ୍ରେଣୀଭୁକ୍ତ ଥିବା
ଶବ୍ଦନୃତ୍ଯ ମହାଗୁରୁ
ତା' ନବୀକରଣେ ମଞ୍ଚ ଉପଯୋଗୀ
କଲେ ସେହି ମହାମେରୁ।
ଏକତା ସଂହତି ସାଂସ୍କୃତିକ ଭାବ
ସଶକ୍ତ କରିବା ପାଇଁ
ଗୋଟିଏ ଦିନରେ ନୂଆଁଖାଇ ପାଳି
ମିଳି ସର୍ବେ ଭାଇ ଭାଇ।
ଭୀଷ୍ମ ପ୍ରତିଜ୍ଞାଟି ହୋଇଲା ସଫଳ
ଚଉରାଳିଶ ବର୍ଷାନ୍ତେ
ଊଣେଇଶ ଶହ ଚୌରାନବେ ସାଲେ
ସର୍ବେ ଦିନକେ ପାଳନ୍ତେ।
ଏ ମାଟିର ବୀର ସୁରେନ୍ଦ୍ର ସାଏଙ୍କ
ବିପ୍ଳବୀ ଜୀବନ ଗାଥା
କଥିତ ଭାଷାରେ ନାଟକକୁ ଦେଖି
ଦର୍ଶକେ ଟେକନ୍ତି ମଥା।
ନାଟ୍ଯ ମହର୍ଷିଙ୍କ ପବିତ୍ର ସ୍ପର୍ଶରେ
ବଢ଼ିଥିଲା ତାର ମାନ
ପାଞ୍ଚ ହଜାରରୁ ଅଧିକ ରଜନୀ
ହେଲା ଯାର ପ୍ରଦର୍ଶନ।
ପଚାଶ ବର୍ଷର ନାଟ୍ଯ ଜଗତର
ହେ ନିରଳସ ସାଧକ
ହେ ଅପ୍ରତିଦ୍ବନ୍ଦୀ ହେ ଅଜାତଶତ୍ରୁ
ତୁମେ ଏ ମାଟିର ଟେକ।
ସ୍ଥାବରାସ୍ଥାବର ଗହଣା ପତ୍ନୀର
କଳା ପଶାଖେଳେ ହାରି
ଯୁଧିଷ୍ଠିର ସମ ସତ୍ଯ-କଳା କ୍ଷେତ୍ରେ
ତୁମେ ଉପମା ତୁମରି।
ଯାବତ ତପନ ଶଶାଙ୍କ ଆକାଶେ
ହେଉଥିବେ ଆତଯାତ
ତୁମରେ ଆଦର୍ଶେ ବିଜ୍ଞ କଳାକାରେ
କରୁଥିବେ ମଥା ନତ।
🌹🪷🌹🪷🌹🪷🌹🪷🌹🪷🌹
ଆଞ୍ଚଳିକ ସାହିତ୍ଯ ପରିଷଦ ଅତାବିରା
ସଭ୍ଯ
ଗୁରୁ ଭଗବାନ ସାହୁ ରାଜ୍ଯସ୍ତରୀୟ ସ୍ମୃତି କମିଟି ପରିବାର
ବିଷୁବ ସଂକ୍ରାନ୍ତି
ଶ୍ରୀମତୀ ଯମୁନା ଦାଶ।
ସୂର୍ଯ୍ୟ ସଂକ୍ରମଣ କ୍ରିୟା
ଅଟେତ ସଂକ୍ରାନ୍ତି,
ମେଶ ରାଶିରେ ପ୍ରବେଶ
ବିଷୁବ ସଂକ୍ରାନ୍ତି।୧।
ବସନ୍ତ ଉତ୍ସବ ଶେଷ
ଆରମ୍ଭ ଗ୍ରୀଷ୍ମ ର,
ଦଣ୍ଡ ଯାତ୍ରା ସମାପନ
ହୁଅଇ ବିଧିର।୨।
ବାୟୁ ଗତି ପ୍ରବଳ କୁ
ଅଗ୍ନି ର ପ୍ରକୋପ,
ବିଷୁବ ସଂକ୍ରାନ୍ତି,କର
ହନୁମାନ ଜପ।୩।
ଉତ୍ତର ଓଡ଼ିଶା ପାଳେ
ଚଡକ ପରବ,
ହନୁମାନ ଜୟନ୍ତି ଏ
ସଂକ୍ରାନ୍ତି ବିଷୁବ।୪।
ଚଉରାରେ ଦିଆହୁଏ
ବସୁନ୍ଧରା ଠେକି,
ବିଷୁବ ସଂକ୍ରାନ୍ତି ଠାରୁ
ଆରମ୍ଭ ହୁଏ ଟି।୫।
ଚଣ୍ଡୀ,ବିରଜା, ତାରିଣୀ
ଦେବୀ ଙ୍କ ପାଖରେ,
ଝାମୁଯାତ୍ରା ଅନୁଷ୍ଠିତ
ହୁଏ ବିଷୁବ ରେ।୬।
ନୂତନ ପଞ୍ଜିକା ଚଳେ
ଏହି ଦିବସରୁ,
ଓଡ଼ିଆ ନୂତନ ବର୍ଷ
ପଣା ସଂକ୍ରାନ୍ତି ରୁ।୭।
ଧୁବେନ ପାଲି।
ବରଗଡ଼।
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ
ଡଃ ପ୍ରିୟମ୍ବଦା ସାମଲ
ଅନେକ ପୁଣ୍ୟ କର୍ମ ଯୋଗୁଁ
ମାନବ ରୂପେ ଜନ୍ମ ଲଭୁଁ।
କର୍ମ ଅଟଇ ମୂଳ ଲକ୍ଷ୍ୟ
କର୍ମରୁ ନ ହୁଅ ବିମୁଖ।
ସଂସାରେ ମାନବ ରୂପେଣ
ଜନମ ଲଭି ସେହି ଜନ।
କର୍ମର ନିୟନ୍ତ୍ରକ କରେ
ପରିଚିତ ଯୋଗୀ ରୂପରେ।
ଭୌତିକ କାମନା ରହିତ
ଦିବ୍ୟ କର୍ମରେ ସମାହିତ।
ଫଳାସକ୍ତି ତ୍ୟାଗ କରିଣ
ଦିବ୍ୟ ଜ୍ଞାନରେ ଜ୍ଞାନବାନ।
ଅଧିକାରୀ ଭାବରୁ ମୁକ୍ତ
ମନ ବୁଦ୍ଧି ବଶ ପୂର୍ଣ୍ଣତଃ।
ସ୍ଵଳ୍ପେ ସନ୍ତୁଷ୍ଟ ଈର୍ଷା ଶୂନ୍ୟ
ଦ୍ୱନ୍ଦରୁ ଊର୍ଦ୍ଧ୍ବ ସେ ଜୀବନ।
ସମସ୍ତ ଇନ୍ଦ୍ରିୟ ସଞ୍ଜମ
ଲୋଭ କ୍ରୋଧରୁ ପରିତ୍ରାଣ।
ବିନମ୍ର ଦୟା କ୍ଷମା ଗୁଣ
ପ୍ରାପ୍ତ କରଇ ଦିବ୍ୟ ଜ୍ଞାନ।
ସଂସାରେ କର୍ମ ଫଳ ଜ୍ଞାନ
ଅଗ୍ନି ଜାଳଇ ଖାଦ ପୁଣ।
ପବିତ୍ର ଅଟେ ଦିବ୍ୟ ଜ୍ଞାନ
ବିଶ୍ୱାସେ ପ୍ରାପ୍ତ ଭଗବାନ।
ଅନେକ ଜନ୍ମ ତପ ବଳେ
ମାନବ ଜନ୍ମ ମହୀ ତଳେ।
କର୍ମ କରୁଥା ସଂଯମରେ
ଈଶ୍ୱର ଚିନ୍ତାନୁ ଭକ୍ତିରେ।
ତେବେ ମାନବ ଜନ୍ମ ଧନ୍ୟ
ଭବୁ ତରିବେ ଭଗବାନ।
ଛତିଶଗଡ଼/ ଭୁବନେଶ୍ୱର।
ବିଧାତାର ସ୍ବତନ୍ତ୍ର ସୃଷ୍ଟି
ଗୁରୁ ଭଗବାନ ସାହୁ
🌷🌹🌷🌹🌷🌹🌷🌹🌷🌹🌷
ଧର୍ମରାଜ ପ୍ରଧାନ
ବିଧାତା ବିଧାନ ବିଚିତ୍ର ନିର୍ମାଣ
ବୁଝିବା ନୁହେଁ ସହଜ
ଯା' ସ୍ବତନ୍ତ୍ର ସୃଷ୍ଟି ଟାଣେ ସର୍ବ ଦୃଷ୍ଟି
ଅବର୍ତ୍ତମାନେ ତା' ଆଜ।
ସ୍ରଷ୍ଟା ଦେଇଥାନ୍ତି ଜୀବନ ସଭିଙ୍କୁ
କର୍ମ ଅନୁସାରେ ଫଳ
ସେବା ଉପକାର କରେ ଯେଉଁ ନର
ଜୀବନ ହୁଏ ସଫଳ।
ସାହିତ୍ଯ ସଂସ୍କୃତି କଳା ନୃତ୍ଯ ପ୍ରୀତି
କଲେ ସମାଜ କଲ୍ଯାଣେ
ସେପରି ମାନବ ଜଗତେ ଦୁର୍ଲଭ
କହିଥାନ୍ତି ବିଜ୍ଞ ଜନେ।
ସମୟ ସଂପତ୍ତି ପରିବାର ପ୍ରତି
ଆଦୌ ଆସକ୍ତି ନ ରଖି
ସମଗ୍ର ଜୀବନ କରି ସମର୍ପଣ
ସଂସ୍କୃତିରେ ମନ ଲାଖି।
ନିଜ ମାଆ ମାଟି କଳା ସଂସ୍କୃତିର
ଅସ୍ମିତାର ସଂରକ୍ଷଣେ
ତିଳ ତିଳ ଭାବେ ପ୍ରଜ୍ଜ୍ଵଳିତ ହୋଇ
ନିଜର ସାରା ଜୀବନେ।
ଭୋକ ନିଦ୍ରା ମାନ ଅପମାନ ଭଳି
ଶବ୍ଦେ ନ ଥିଲେ ସେ ବନ୍ଧା
ବିଧାତାର ସୃଷ୍ଟି ମଧ୍ଯରେ ସ୍ବତନ୍ତ୍ର
କେ ହେବ ତା' ସମସ୍କନ୍ଧା।
ପଶ୍ଚିମାଞ୍ଚଳର କଳା ସଂସ୍କୃତିରେ
ଆଧୁନିକ ବିଶ୍ବକର୍ମା
ନାଟ ନାଚ ଭାଷା ପ୍ରଚାର ପ୍ରସାରେ
ସିଏ ଜଣେ ଯୋଗଜନ୍ମା।
କଳାରେ ଯା' ଧନ କଳାରେ ଯା' ମାନ
କଳା ଯା' ଜୀବନ ଗୀତା
ଶୟନେ ସ୍ବପନେ ସଦା ଜାଗରଣେ
କଳାପାଇଁ ଯା'ର ଚିନ୍ତା।
କଳା କଳାକାର ସଂସ୍କୃତି ସଂସ୍କାର
ଏ ମାଟିର ସ୍ବାଭିମାନ
ବିଶ୍ବ ଦରବାରେ ପରିଚିତ ହେଉ
ଥିଲା ଯାହାଙ୍କ ଚିନ୍ତନ।
ଦୀପର ଆଲୋକେ ଚାଲୁଥିବା ବ୍ଯକ୍ତି
ନ ଜାଣେ ଦୀପର ଜ୍ବାଳା
ମାଙ୍କଡର ଦୁଃଖ ଦର୍ଶକ କି ବୁଝେ
ଦେଖି ମାଙ୍କଡିଆ ଖେଳା।
ସଫଳ ବ୍ଯକ୍ତିର ପ୍ରଚ୍ଛଦ ପଟର
ସଂଘର୍ଷମୟ ଜୀବନେ
ସାଧାରଣ ଜନ ହୋଇଥାନ୍ତି ଅଜ୍ଞ
ତା'ର ତ୍ଯାଗ ବଳିଦାନେ।
ସବୁ ପ୍ରତିକୂଳ କରି ଅନୁକୂଳ
କଳାରେ ନିମଜ୍ଜି ପ୍ରାଣ
ନିଜ ଜନ୍ମମାଟି କୁମ୍ଭାରୀ ଗ୍ରାମରେ
କଲେ କଳା ସଂଗଠନ।
ବ୍ରଜେଶ୍ବରୀ ନୃତ୍ଯକଳା ପରିଷଦ
ନନ୍ଦିଘୋଷର ସାରଥୀ
ଲୋକମହୋତ୍ସବ ଆୟୋଜନେ ଯିଏ
ସ୍ବୟଂ ଥିଲେ ମହାରଥୀ।
ତାଣ୍ଡବ ନୃତ୍ଯରେ ଶ୍ରେଣୀଭୁକ୍ତ ଥିବା
ଶବ୍ଦନୃତ୍ଯ ମହାଗୁରୁ
ତା' ନବୀକରଣେ ମଞ୍ଚ ଉପଯୋଗୀ
କଲେ ସେହି ମହାମେରୁ।
ଏକତା ସଂହତି ସାଂସ୍କୃତିକ ଭାବ
ସଶକ୍ତ କରିବା ପାଇଁ
ଗୋଟିଏ ଦିନରେ ନୂଆଁଖାଇ ପାଳି
ମିଳି ସର୍ବେ ଭାଇ ଭାଇ।
ଭୀଷ୍ମ ପ୍ରତିଜ୍ଞାଟି ହୋଇଲା ସଫଳ
ଚଉରାଳିଶ ବର୍ଷାନ୍ତେ
ଊଣେଇଶ ଶହ ଚୌରାନବେ ସାଲେ
ସର୍ବେ ଦିନକେ ପାଳନ୍ତେ।
ଏ ମାଟିର ବୀର ସୁରେନ୍ଦ୍ର ସାଏଙ୍କ
ବିପ୍ଳବୀ ଜୀବନ ଗାଥା
କଥିତ ଭାଷାରେ ନାଟକକୁ ଦେଖି
ଦର୍ଶକେ ଟେକନ୍ତି ମଥା।
ନାଟ୍ଯ ମହର୍ଷିଙ୍କ ପବିତ୍ର ସ୍ପର୍ଶରେ
ବଢ଼ିଥିଲା ତାର ମାନ
ପାଞ୍ଚ ହଜାରରୁ ଅଧିକ ରଜନୀ
ହେଲା ଯାର ପ୍ରଦର୍ଶନ।
ପଚାଶ ବର୍ଷର ନାଟ୍ଯ ଜଗତର
ହେ ନିରଳସ ସାଧକ
ହେ ଅପ୍ରତିଦ୍ବନ୍ଦୀ ହେ ଅଜାତଶତ୍ରୁ
ତୁମେ ଏ ମାଟିର ଟେକ।
ସ୍ଥାବରାସ୍ଥାବର ଗହଣା ପତ୍ନୀର
କଳା ପଶାଖେଳେ ହାରି
ଯୁଧିଷ୍ଠିର ସମ ସତ୍ଯ-କଳା କ୍ଷେତ୍ରେ
ତୁମେ ଉପମା ତୁମରି।
ଯାବତ ତପନ ଶଶାଙ୍କ ଆକାଶେ
ହେଉଥିବେ ଆତଯାତ
ତୁମରେ ଆଦର୍ଶେ ବିଜ୍ଞ କଳାକାରେ
କରୁଥିବେ ମଥା ନତ।
🌹🪷🌹🪷🌹🪷🌹🪷🌹🪷🌹
ଆଞ୍ଚଳିକ ସାହିତ୍ଯ ପରିଷଦ ଅତାବିରା
ସଭ୍ଯ
ଗୁରୁ ଭଗବାନ ସାହୁ ରାଜ୍ଯସ୍ତରୀୟ ସ୍ମୃତି କମିଟି ପରିବାର
ଓଡ଼ିଆ ନବବର୍ଷ
ପ୍ରଣାମ କରୁଛି ଓଡିଶା ବାସୀଙ୍କୁ
ପ୍ରଣାମ ପଣା ସଂକ୍ରାନ୍ତି
ଖୁସି ଆନନ୍ଦରେ ଆମେ ପାଳୁଛନ୍ତି
ମହାବିଷୁବ ସଂକ୍ରାନ୍ତି ।୧।
ହିନ୍ଦୁଙ୍କ ଧାର୍ମିକ ପରମ୍ପରା ପୁଣି
ଅଟେ ଏହା ବଡ଼ ପର୍ବ
ସ୍ବାଗତ କରିବା ଏହି ସଂକ୍ରାନ୍ତିକୁ
ନରଖି ମନରେ ଗର୍ବ ।୨।
ଏପ୍ରିଲ ମାସର ଚଉଦ ତାରିଖ
ଏ ସଂକ୍ରାନ୍ତି ପଡିଥାଏ
ବେଳେବେଳେ ପୁଣି ଦିନ ଓ ତାରିଖ
ବଦଳି ଯାଇଣ ଥାଏ ।୩।
ଚଳିତ ବର୍ଷର ଅପ୍ରେଲ ମାସରେ
ତେର ତାରିଖ ପଡିଛି
ବିଦାୟ ନେଇଛି ବସନ୍ତ ଋତୁ ଯେ
ଗ୍ରୀଷ୍ମ ଆରମ୍ଭ ହୋଇଛି ।୪।
ତୁଳସୀ ଚଉରା ପରିଷ୍କାର କରି
ଛୋଟ ଠେକି ବାନ୍ଧାଯାଏ
ଠେକି ମଧ୍ୟେ ବେଲ ପଣା ଦିଆଯାଇ
ବସୁନ୍ଧରା ଠେକି ହୁଏ ।୫।
ଏହି ଦିବସକୁ ଓଡିଆ ନୂତନ
ବରଷ ଯେ କୁହାଯାଏ
ଆନନ୍ଦ ଉଲ୍ଲାସ ଦିବସଟି ଏହି
ସମସ୍ତଙ୍କୁ ଖୁସି ଦିଏ ।୬।
ପଣା ସଂକ୍ରାନ୍ତିର ଅନ୍ୟ ଏକ ନାମ
ଅଟଇ ଜଳ ସଂକ୍ରାନ୍ତି
ଏହି ଦିନ ଠାରୁ ଶୁଭ କାର୍ଯ୍ୟ ହୁଏ
ସମସ୍ତେ ଏହା ଜାଣନ୍ତି ।୭।
ବାଟେଘାଟେ ଖୋଲେ ଜଳଛତ୍ର ପୁଣି
ବେଲ ପଣା ଦିଆଯାଏ
ତୃଷା ନିବାରଣ ପାଇଁ ପଥଚାରୀ
ଆନନ୍ଦରେ ପିଇ ଥାଏ ।୮।
ମହାବୀର ହନୁ ମାନଙ୍କ ଜୟନ୍ତୀ
ପାଳନ କରନ୍ତି ଭକ୍ତ
ଭକତି ଭାବରେ ପୂଜାର୍ଚ୍ଚନା କରି
ହୋଇଥାନ୍ତି ଆନନ୍ଦିତ ।୯।
ଭୁଲିବାନି କେବେ ଓଡ଼ିଆ ସଂସ୍କୃତି
ଓଡ଼ିଆ ପରମ୍ପରାକୁ
ଧନ୍ୟବାଦ ଦେବି ସବୁ ଓଡ଼ିଆଙ୍କୁ
ପ୍ରଣାମ ମାଟି ମାଆକୁ ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ତ୍ରିଶୂଳ ଧାରିଣୀ
ଦୁର୍ଗତିନାଶିନୀ ହେ ସିଂହ ବାହିନୀ
କରୁଣା ମୟୀ ତୁହି ମା
ତ୍ରିଶୂଳ ଧାରିଣୀ ସିନ୍ଦୁର ମଣ୍ଡିନୀ
ଯୁଗେ ଯୁଗେ ହେଉ ସାହା||
ଲାଲ ରଙ୍ଗରେ ଲୋଭ ଥାଏ ବୋଲି
ଗଳାରେ ମନ୍ଦାର ମାଳ
ଓଠରେ ଲାଲିମା ପୟରେ ଅଳତା
ଆଖିରେ କଜଳ ଧାର ||
ଯୁଗେ ଯୁଗେ ତୋର ରହିଛି ମହିମା
ଅନେକ ନାମେ ଯେ ଜାତ
ପାପ ଭାର ଯେବେ ବଢିଯାଏ ପୁଣି
ପାପିଙ୍କୁ କରିତୁ ହତ ||
ନାରୀଙ୍କ ମଧ୍ୟରେ ବିରାଜିତ ତୁହି
ସଦା ସର୍ବଦା ଯେ ସାହା
ତାହାପ୍ରତି କେବେ ଅନ୍ୟାୟହୋଇଲେ
ଦେଖାଉ ଯେ ରୂପ ନୂଆ||
ନାରୀ ଅସମ୍ମାନ କରେ ଯେଉଁ ନର
ହୁଏ ରସତଳଗାମୀ
ଅନ୍ୟାୟେ ତା ଚକ୍ଷୁରୁ ଝରିଲେଲୁହ
ହୁଏ ବିଶ୍ୱରୂପଗାମୀ ||
କାରଣ ନଥାଇ କଦାପି ନାରୀଙ୍କୁ
ଦିଅ ନାହିଁ ଦୁଃଖ କଷ୍ଟ
ଆୟୁଷ ତୁମର ହ୍ରାସ ହୋଇଯିବ
ଧର୍ମ କର୍ମ ହେବ ନଷ୍ଟ ||
କବୟିତ୍ରୀ -ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
(ଶିକ୍ଷୟିତ୍ରୀ )କଟକ, ବାଙ୍କୀ
ସେବ୍ୟ ସଂସର୍ଗରୁ ସେବକ ବି ସମ୍ମାନୀୟ
***********
ଅନନ୍ତ ଜୀବନ ମାୟା ମୁଗ୍ଧ
ଏ ସଂସାର କରନ୍ତି ଭ୍ରମଣ
ଜୀବ ଅନାଦି ବହିର୍ମୁଖ
ମାୟା ଜାଲେ ଦେଇ ସଂସାର ଦୁଃଖ
ମାୟାବଦ୍ଦରେ ସଂସାର ପଡ଼ି
ଜୀବ କ୍ଳେଶ ଭୋଗ କରୁଛି ରଡି
ମୁଖ୍ୟ ଆଶା ମତ ହୋଇ
ଚତୁର୍ଦିଗରେ ଧାଇଁଲା ଜାଇ।
ଏ ସଂସାରେ ଥାଏ କ୍ଳେଶ ବ୍ୟଥିତ
ନିଷ୍ପତ୍ତି ପାଇବାର ଇଚ୍ଛା ଭଗବାନଙ୍କ ଅସ୍ତିତ୍ବ
ଜୀବ ମନ ଦୃଢ଼ ବିଶ୍ବାସ
ଇଶ୍ଵର ମହାନ ସର୍ବ ଶକ୍ତିମାନ
ମାନବ ସେବା ହିଁ ମାଧବ ସେବା
ନିଃସ୍ୱାର୍ଥ ଭାବେ ସେବା କରିବା
ଆଶା ନରଖି କିଛି ଆଗେଇ ଯିବା
ସେବା କରି କିଛି ପୂର୍ଣ୍ୟ ଲଭିବା
ମହାନ୍ କାର୍ଯ୍ୟ ରୂପେ ଉସ୍ୱର୍ଗ ଦେବା।
ନିଜ କର୍ତ୍ତବ୍ୟ ନିଜେ ପାଳନ କରିବା
କର୍ମ ଧର୍ମ ସବୁ ଭଗବାନଙ୍କ ହସ୍ତେ ଛାଡିବା
ସୁଖ, ଦୁଃଖ ର ସାଥୀ ହୋଇ ପାଖେ ଛିଡା ହେବା
ଦୁଃଖି, ରଙ୍କି ମୁଖେ ହସ ଫୁଟେଇବା।
ମନେ ହିଂସା ,କପଟ ନରଖି
ହସି,ହସାଇ ବନ୍ଧୁ ସହଚର ହୋଇ
ଜୀବନକୁ ସେବାରେ ନିୟୋଜିତ ହେବା
ଚେନାଏ ହସ ଭଗବାନଙ୍କ ଆଶୀଷ।
ଦୁଃଖି ରଙ୍କିଙ୍କ ଜୀବନ କାହାଣୀ
ଛାତିଫଠା ଦୃଶ୍ୟମାନ ଦେଖି ନହୁଲି
ପେଟର ଭୋକ ପାଇଁ ଚିତ୍କାର ବାଣୀ
ନା ଅଛି ଟୋପେ ଜଳ
ନା ଅଛି ବଞ୍ଚିବାର ଠାଣି
କେତେ ହୀନିମାନ ହେଉଛନ୍ତି ରୋଗୀ ,ଦୁଃଖିଜନ
ଛଟପଟ ହୋଇ କାଟୁଛନ୍ତି ଦିନ
ଖୋଜୁଛନ୍ତି ଆଶ୍ରୟ ମିଳିଯାଆନ୍ତା କି ପ୍ରାଣ।
ଆସ ସଭିଏଁ ଏକାଠି ହୋଇବା
ମିଳିମିଶି ସଭିଏଁ ସେବା କରିବା
ଭୋକିଲା ପେଟରେ ମୁଠେଇ ଅନ୍ନ ଯେ ଦେବା
ଯାହାର ହୋଇ ମୁଖେ ଖସି ଭରିବା
ହସିହସାଇ ଜୀବନ ବିତେଇବା
ସେବା କରିଥିଲେ ପୂର୍ଣ୍ୟ ମିଳି
ମାନବ ଧର୍ମ ବଳେ।
ମାମି ପାତ୍ର, ତିହିଡି ଭଦ୍ରକ
ଏଇ ତ ଜୀବନ
***
ଜନମୁ ମରଣ ଏଇ ତ'
ସବୁ ଲାଗିଛି ଖେଳ।
କଢ଼ ହୋଇ ଆଜି ବିକସି
କାଲି ସରିବ ବଳ ।।
ଆଜି ଯେ' ବାଳୁତ କାଲି ସେ'
ବୃଦ୍ଧ ବିକଳ ମତି ।
ଯୁବା ଯଉବନ ବାବୁରେ
ନୁହଇ ଚିର ଅତି ।।
ଆରମ୍ଭ ଯେଉଁଠି ସେଇଠି,
ଶେଷ ହୋଇବ ଦିନେ ।
ଯମ ଯନ୍ତ୍ରଣାକୁ ବାବୁରେ
ତୁହି ଶୁଣିବୁ କାନେ ।।
ମିଛେ ସିନା ବାବୁ କହୁରେ
ଧନ ସମ୍ପତ୍ତି ମୋ'ର ।
ଦିନ ସରିଗଲେ ବାବୁରେ
ତୋତେ ମନୁ ପାଶୋର ।।
ରଖିଛୁ ଯେତେ ତୁ' ବାବୁରେ
ତାହା ତୋ'ର ନୁହଇ ।
ଯେତେ ତୁ' ଭଂଜାଇ ପାରୁଛୁ
ତାହା ତୋ'ର ଅଟଇ ।।
ଯାହା ସଞ୍ଚିଅଛୁ ଧନ ତୁ'
ତା'ର ମାଲିକ ନୋହୁ ।
ଜଗୁଆଳି ପ୍ରାୟେ ଥିବୁ ତୁ'
କେହି ଆସିବ ତହୁଁ ।।
ଜନମୁ ମରଣ ବାବୁରେ
ତୁହି ଅର୍ଜିଛୁ ଧନ ।
ମରଣ କାଳରେ ତୋ'ପାଇଁ
କିଛି ଅଫୁଟା ଧାନ ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
।। ଆମ ପରଂପରାରେ ବିଷୁବ ମିଳନ।।
ମନ୍ଦାକିନୀ ପାଢ଼ୀ
ଆମ ଅଟେ ଜଗନ୍ନାଥ ପରଂପରା
ପୂଣ୍ୟ ଭୂମି ଏ ଉତ୍କଳ
ସୈ।ରମାସାନୁସାରେ ବିଷୁବସଂକ୍ରାନ୍ତି ଓଡ଼ିଆ ନବବର୍ଷ ।।
ବୈଶାଖ ସଂକ୍ରାନ୍ତି ଶ୍ରେଷ୍ଠ ସଂକ୍ରାନ୍ତି
ହୁଏ ସୂର୍ଯ୍ୟଙ୍କ ଉପାସନା
ଓଡ଼ିଆଙ୍କ ଘରେ ଚଉରା ମୂଳରେ
ଜଳଦାନ କରି ହୁଏ ପୂଜାର୍ଚ୍ଚନା ।।
ବିଷୁବ ମିଳନ ଧର୍ମ ସଂସ୍କୃତିର
ସୂର୍ଯ୍ୟ ବିଷୁବ ରେଖାରେ
ହୁଅନ୍ତି ଉତ୍ତରାୟଣ
ଆଧ୍ୟାତ୍ମିକ, ସାମାଜିକ ଭିତ୍ତିକୁ ସୁଦୃଢ କରେ ଏ ପର୍ବ ।।
ପବିତ୍ରତାର ପ୍ରତୀକ ବିଷୁବ ମିଳନ
ଗୁଡ଼,ବେଲ,ଦହି, ନଡ଼ିଆ,ଚିନିରେ
ହୁଏ ନୈବେଦ୍ୟ
ପବନ ପୁତ୍ର ହନୁମାନଙ୍କୁ ହୁଏ ସମର୍ପଣ ।।
ପଣା ସଂକ୍ରାନ୍ତି ରେ ଝାମୁଯାତ୍ରା
ହୁଏ ଉଦ୍ ଯାପନ
ନୂତନ ଶକାବ୍ଦ ହୁଏ ଗଣନା
ନୂତନ ପଞ୍ଜିକା କରାଯାଇଥାଏ ପୂଜନ
ବିଷୁବ ମିଳନ ଆମ ପରଂପରା
ଅଟେ ମହାନ।।
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର
ବରଗଡ଼